ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହୋଇଛି ବଜେଟ୍ :କେନ୍ଦ୍ର ଅର୍ଥମନ୍ତ୍ରୀ

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ:ଆଜି ଉପସ୍ଥାପନ ହୋଇଛି ସାଧାରଣ ବଜେଟ୍। ବଜେଟ୍ ଉପସ୍ଥାପନ କଲାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହୋଇଛି ବଜେଟ୍। କୋଭିଡ ମହାମରି ସତ୍ତ୍ୱେ ଦୁଇ ବର୍ଷ ଧରି ସରକାର ଟିକିସ ବଢ଼ାଇ ନାହାନ୍ତି। ମହାମାରିରେ ଟିକସ ନ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦେଶ ରହିଛି। ତେବେ ଗ୍ରାମାଞ୍ଚଳ ଓ ସୀମା ର ବିକାଶ ପାଇଁ ବଜେଟ୍ ରେ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ। ମନ୍ତ୍ରୀ କହିଛନ୍ତି ଯେ ବଜେଟ୍ କୁ ସବୁ ମହଲରେ ସ୍ୱାଗତ କରାଯାଇଛି। କରୋନା ସ୍ଥିତିରେ ନୂଆ ବଜେଟ୍ ଆଶାର କିରଣ। ସୂଚନା ଅନୁଯାୟୀ ଦେଶରେ ସସ୍ଥା ହେବ ଚମଡା କପଡ଼ା ସାମଗ୍ରୀ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ହୀରା ଗହଣା ଓ କୃଷି ଉପକରଣ। ଏହା ବ୍ୟତୀତ ବିଦେଶୀ ଆମଦାନୀ ଉପକରଣ ହେବ ସସ୍ଥା।

powered by social2s