ନୂଆଦିଲ୍ଲୀ: ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି। ଆଜି ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସମ୍ବୋଧନ କରିବା ଉଦ୍ଦେଶ୍ଯରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଗାମୀ ୨୫ ବର୍ଷ ମାନବ କୈନ୍ଦ୍ରିକ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ। ଯୁବପିଢ଼ିଙ୍କୁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହାସହ ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ ଉପରେ କହିଛନ୍ତି ପ୍ରଧାନମନ୍ତ୍ରୀ।ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ। ଡିଜିଟାଲ ଇଣ୍ଡିଆ, ଷ୍ଟାଟ୍ ଅପ୍ର ସୁଫଳ ଦେଶବାସୀଙ୍କୁ ମିଳିଛି।‘ବସୁଧୈବ କୁଟୁମ୍ବକମ'କୁ ନେଇ ସାରା ବିଶ୍ୱରେ ଗର୍ବ କରୁଛୁ। ଭାରତର ପବିତ୍ର ଜୀବନ ଶୈଳୀକୁ ସାରା ବିଶ୍ୱ ଗ୍ରହଣ କରିଛି। ସଂଯୁକ୍ତ ପରିବାରର ମହନୀୟତା ହେଉଛି ଆମର ସାମର୍ଥ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନାରୀକୁ ଅପମାନିତ କରୁଥିବା ଶକ୍ତିଠୁ ଦୂରେଇ ରହିବା ଉଚିତ୍। ଆଜିର ତୋପ ସଲାମୀ ମେଡ୍ ଇନ୍ ଇଣ୍ଡିଆ ଜରିଆରେ କରାଯାଇଛି। ଆଜି ସେନା ବାହିନୀକୁ ସଲାମ କରିବାର ସମୟ ଆସିଛି। ୩ ଶହ ପ୍ରକାର ଯୁଦ୍ଧ ସରଞ୍ଜାମ ଦେଶରେ ତିଆରି ତାଲିକା ଦେଇଛନ୍ତି। ଆଗାମୀ ୨୫ ବର୍ଷ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପଞ୍ଚ ପ୍ରାଣକୁ ନେଇ ଆମେ ସ୍ୱାଧୀନତାର ଶହେ ବର୍ଷ ପାଳିବୁ। ପଞ୍ଚ ପ୍ରାଣ ଶକ୍ତିର ନାଗରିକର କର୍ତ୍ତବ୍ୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ବାଦ୍ ପଡ଼ିବେନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ଭାରତର ପବିତ୍ର ଜୀବନ ଶୈଳୀକୁ ସାରା ବିଶ୍ୱ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ ମୋଦି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

