ନୂଆଦିଲ୍ଲୀ: ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦୀପାବଳି ଭେଟି। ଏ ନେଇ କେନ୍ଦ୍ର କ୍ୟାବିନେଟ ତରଫରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜି ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା କରିଛନ୍ତି କେନ୍ଦ୍ରସରକାର। ରେଳ କର୍ମଚାରୀମାନଙ୍କୁ ଦିଆଯିବ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ୍। ଫଳରେ ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ୧୮୩୨ କୋଟି ଟଙ୍କାର ବୋନସ୍ ପାଇବେ। ଏ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ସୂଚନା ଦେଇଛନ୍ତି।
powered by social2s

