ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚିହ୍ନଟ ହେଲା ପ୍ରଥମ ଜିକା ଭାଇରସ। ପୁଣେର ଲ୍ୟାବ ରିପୋର୍ଟ ଅନୁସାରେ ରାଜ୍ୟର ରାଇଚୁର ଜିଲ୍ଲାରେ ଜଣେ ୫ ବର୍ଷୀୟ ଝିଅ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣାଞ୍ଚଳରେ ଏହା ହେଉଛି ପ୍ରଥମ ଜିକା ଭାଇରସ୍ ମାମଲା। ଲୋକମାନଙ୍କୁ ଭୟଭୀତ ନେହେବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସରକାର ଏହି ଭାଇରସ୍ ବିରୋଧରେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି।
powered by social2s

