ଭୁବନେଶ୍ୱର: ଜି୨୦ ଅଧୀନରେ ଭାରତ ଏହାର ପ୍ରଥମ ଡେଭଲପମେଣ୍ଟ ୱାର୍କିଂ ଗ୍ରୁପ୍ ବୈଠକ ଚଳିତ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ଆୟୋଜନ କରିବାକୁ ଯାଉଛି। ସେଥିନିମନ୍ତେ ଭାରତ ଜି୨୦ ଶେର୍ପା ଅମିତାଵ କାନ୍ତ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। ଭାରତୀୟ ପ୍ରେସିଡେନ୍ସି ୨ଟି ଇଭେଣ୍ଟ ଯଥା "ବିକାଶ ପାଇଁ ତଥ୍ୟ : ୨୦୩୦ ଏଜେଣ୍ଡା କୁ ଆଗକୁ ନେବାରେ ଜି୨୦ ର ଭୂମିକା " ଏବଂ "ନୂତନ ଜୀବନକୁ ସବୁଜ ବିକାଶରେ ଅନ୍ତର୍ଭୁକ୍ତ କରିବା" ଆୟୋଜନ କରିବ। ଏହି ସମ୍ମିଳନୀରେ ଅମିତାଵ କାନ୍ତ ଜି୨୦ ର ଗୁରୁତ୍ୱକୁ ଆଲୋକିତ କରିଥିଲେ ଯାହା ଜି୭ ତୁଳନାରେ ଏକ ଅନନ୍ୟ ପ୍ଲାଟଫର୍ମ ଯାହା ବିକାଶଶୀଳ ଏଵଂ ବିକଶିତ ବିଶ୍ୱ ସମ୍ବନ୍ଧୀୟ ଧାରଣା ଦେଇଥାଏ।
powered by social2s

