ନୂଆଦିଲ୍ଲୀ: କୋଭିଡ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିବ ଗାଇଡଲାଇନ୍। ଆଜି ରାଜ୍ୟ ମାନଙ୍କ ସହ କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏହା ପରେ ଆସିବ ଗାଇଡଲାଇନ୍। ଆଗକୁ ନୁଆବର୍ଷ, ହକି ବିଶ୍ୱକପ ଓ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଜାରି କରାଯିବ ଗାଇଡଲାଇନ୍। ତେବେ ଭାରତରେ ସଫଳ ଟୀକାକରଣ ହୋଇଥିବାରୁ ୯୮ ପ୍ରତିଶତ ଲୋକଙ୍କ ଠାରେ ବଢ଼ିଛି ପ୍ରତିରୋଧକ ଶକ୍ତି। ତେଣୁ ଲୋକ ବେଶି ଆକ୍ରାନ୍ତ ନ ହୋଇପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
powered by social2s

