ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍‌

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କ୍ୟାନ୍ସର ରୁ ଆରୋଗ୍ୟ ହେବା ପାଇଁ ଖୁବ୍‌ଶୀଘ୍ର ବଜାରରେ ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ୍‌ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍‌ସର ପାଇଁ ‘CERVAVAC’ ଭ୍ୟାକ୍ସିନ୍‌ ବଜାରରେ ମାତ୍ର ୨୦୦୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ଗତ ଜାନୁଆରୀ ମାସ ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ଉପସ୍ଥିତିରେ ଏହାର ଆରମ୍ଭ ହୋଇଥିଲା । ଏହା ଭାରତର ପ୍ରଥମ ଗର୍ଭାଶୟ କ୍ୟାନ୍‌ସର ଭ୍ୟାକ୍ସିନ୍‌ ହେବ ।

powered by social2s