ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ପହଞ୍ଚି ଏରୋ ଇଣ୍ଡିଆର ୧୪ ତମ ସଂସ୍କରଣର ଉଦଘାଟନ କରିଛନ୍ତି। ପାଞ୍ଚ ଦିନିଆ ଏରୋ ଇଣ୍ଡିଆ ୨୦୨୩ ରେ ଅନେକ ମେଡ୍-ଇନ୍-ଇଣ୍ଡିଆ ପ୍ରତିରକ୍ଷା ଉତ୍ପାଦ ପ୍ରଦର୍ଶିତ ହେବ। ପ୍ରମୁଖ ପ୍ରଦର୍ଶନୀରେ ଏୟାରବସ୍, ବୋଇଙ୍ଗ, ଡାସଲ୍ଟ ଆଭିଏସନ୍, ଲକ୍ହିଡ୍ ମାର୍ଟିନ୍, ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି, ବ୍ରାହ୍ମୋସ୍ ଏରୋସ୍ପେସ୍, ଆର୍ମି ଆଭିଏସନ୍, ଏଚ୍ସି ରୋବୋଟିକ୍ସ, SAAB, ସଫ୍ରାନ୍, ରୋଲ୍ସ ରୋଏସ୍, ଲାରସେନ୍ ଆଣ୍ଡ ଟୁବ୍ରୋ, ଭରତ ଫୋର୍ଜ ଲିମିଟେଡ୍, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL), ଭରତ ଇଲେକ୍ଟ୍ରୋନିକ୍ସ ଅନ୍ତର୍ଭୁକ୍ତ। ଏହୂ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଙ୍ଗାଲୁରୁ ଏୟାର ସୋ ନୂଆ ଭାରତର ଶକ୍ତି ଓ ସାମର୍ଥ୍ୟର ପ୍ରମାଣ ଓ ୧୦୦ ରୁ ଉର୍ଦ୍ଧ୍ବ ଦେଶ ପ୍ରତିନିଧିଙ୍କ ଉପସ୍ଥିତି ବିଶ୍ଵାସ ବୃଦ୍ଧିର ପ୍ରତୀକ।
powered by social2s

