ରୋଜଗାର ମେଳାରେ ଓଡ଼ିଶାର ୪୭୩ ଜଣ ଯୁବକଯୁବତୀଙ୍କୁ ଦିଆଗଲା ନିଯୁକ୍ତିପତ୍ର

ଦେଶ / ବିଦେଶ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ରୋଜଗାର ମେଳାରେ ଦେଶର ୭୦ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଭୁବନେଶ୍ବର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଣ୍ଟିଲେ ନିଯୁକ୍ତି ପତ୍ର,ଭିଡିଓ କନଫରେନ୍ସ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ|ସରକାରଙ୍କ ବିଭିନ୍ନ ବିଭାଗରେ ୭୧ ହଜାରଙ୍କୁ ନିଯୁକ୍ତି ସମେତ ଦେଶର ୪୫ଟି ସ୍ଥାନରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି | ସାରା ଦେଶରେ ଆଜି ୪୫ଟି ସ୍ଥାନରେ ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ରୋଜଗାର ମିଶନରେ ୧୦ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ଲକ୍ଷ୍ୟ ରହିଛି |ଏବେ ସୁଦ୍ଧା ୩ ଲକ୍ଷ ୫୯ ହଜାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି |

powered by social2s