ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ର ବଡ଼ ନିଷ୍ପତ୍ତି। ନେଣଦେଣରୁ ବାଦ୍ ପଡିବ ୨ ହଜାର ଟଙ୍କିଆ ନୋଟ୍। ସେପ୍ଟେମ୍ବର ୩୦ ଯାଏ ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ପାରିବେ। ଗ୍ରାହକଙ୍କୁ ୨ ହଜାର ଟଙ୍କିଆ ନଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଲା ରିଜର୍ଭ ବ୍ୟାଙ୍କ । ମେ’ ୨୩ ତାରିଖରୁ ବ୍ୟାଙ୍କମାନଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ। ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳାଇ ହେବ। ୨୦୧୬ ନଭେମ୍ବରରେ ୨ ହଜାର ଟଙ୍କିଆ ପ୍ରଚଳନ ହୋଇଥିଲାବେଳେ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ଛାପା ବନ୍ଦ କରାଯାଇଥିଲା।
powered by social2s

