• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଧାନ ସଂଗ୍ରହ ପାଇଁ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
25 May 2026

ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତା ରବି ଫସଲର ଖରିଫ୍ ବିପଣନ ଋତୁ (KMS) ୨୦୨୫-୨୬ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ ଓ ସ୍ୱଚ୍ଛ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସମେତ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ ଧାନ କିଣାବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଧାନ ସଂଗ୍ରହରେ ଦଲାଲି ଏବଂ ବେଆଇନ କାରବାର ରୋକିବା ପାଇଁ ସରକାର କେତେକ କଡ଼ା ନିୟମ ଲାଗୁ କରିଛନ୍ତି। ଜିଲ୍ଲାପାଳମାନେ ପ୍ରତିଦିନ ଏହାର ସମୀକ୍ଷା କରିବେ। ବାହାର ରାଜ୍ୟର ଧାନ ଯେପରି ଓଡ଼ିଶା ମଣ୍ଡିକୁ ନଆସେ ସେଥିପାଇଁ ସୀମା ସିଲ୍ କରାଯିବ। ମଣ୍ଡିରେ ଚାଷୀଙ୍କ ପରିଚୟ ସଠିକ ଭାବେ ଯାଞ୍ଚ କରିବା ପାଇଁ 'ଆଇରିସ୍' (ଆଖି ଡୋଳା ସ୍କାନ) ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି ଏବଂ କେବଳ ମଣ୍ଡି ଭିତରେ ହିଁ ଧାନ ଓଜନ କରାଯିବ। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟିଆ ସମୟସୀମା ଧାର୍ଯ୍ୟ ହୋଇଛି, ଯାହାକୁ ନୋଡାଲ ଅଫିସରମାନେ ତଦାରଖ କରିବେ। ଏଥି ସହିତ ଚାଷୀମାନେ ନିଜର ଅଭିଯୋଗ ଟୋଲ୍-ଫ୍ରି ନମ୍ବର ୧୯୬୭ ଜରିଆରେ ସିଧାସଳଖ ଜଣାଇପାରିବେ। ମଣ୍ଡିଗୁଡ଼ିକରେ ଭିତ୍ତିଭୂମିର ସୁଧାର ସହ ଗାଡ଼ିଗୁଡ଼ିକର ସଠିକ ପରିବହନ ପାଇଁ ଭେହିକିଲ୍ ଟ୍ରାକିଂ ସିଷ୍ଟମ (VTS) ବ୍ୟବହାର କରାଯିବ। ପ୍ରତି ଧାନ ସଂଗ୍ରହ କେନ୍ଦ୍ର (PPC) ରେ ଚାଷୀଙ୍କ ପାଇଁ ପିଇବା ପାଣି, ଶୌଚାଳୟ, ବିଶ୍ରାମ ଗୃହ, ଆଲୋକ ଏବଂ ଧାନକୁ ବର୍ଷାରୁ ରକ୍ଷା କରିବା ପାଇଁ ପାଲ (ତାରପୋଲିନ୍) ର ବ୍ୟବସ୍ଥା କରାଯିବ। ଧାନ ଓଜନ କରୁଥିବା ଯନ୍ତ୍ରପାତିଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ତୁଳନାରେ ଏଥର ଧାନ ସଂଗ୍ରହରେ ୫.୪୮% ଏବଂ ଚାଷୀ ସଂଖ୍ୟାରେ ୧୪% ଅଭିବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଧାନର ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ (FCI) ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବେ। ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

powered by social2s

ପାରିଶ୍ରମିକକୁ ଦରମାରେ ପରିଣତ କରିବା: ବେଦାନ୍ତ ଆଲୁମିନିୟମ କିପରି ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରୁଛି

Details
Odia Ray Admin
ଓଡିଶା
25 May 2026

ଭୁବନେଶ୍ୱର: ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ, ବଡ଼ ସ୍ୱପ୍ନ ଥିବା ଜଣେ ଉଜ୍ଜ୍ୱଳ ଯୁବକ ଅଭିରାମ ସାହୁଆ ଥରେ ବିଭିନ୍ନ ଛୋଟ ଛୋଟ କାମ କରି ଦିନ କାଟୁଥିଲେ ଯାହା ତାଙ୍କୁ ଏକ ଛୋଟ ରୋଜଗାର କରିବାରେ ସାହାଯ୍ୟ କରିଥିଲା କିନ୍ତୁ ତାଙ୍କ ଜିବନ ଧାରଣ ପାଇଁ ଯଥେଷ୍ଟ ନଥିଲା। ସୀମିତ ସାମାଜିକ ସମର୍ଥନ ଏବଂ ଅଳ୍ପ ଉଦ୍ୟୋଗୀ ସୁଯୋଗ ସହିତ, ଏକ ସ୍ଥିର ଜୀବିକା ପାଇବା କଷ୍ଟକର ଥିଲା। ଆଜି, ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ ସାହାଯ୍ୟରେ, ସେ ଆତିଥ୍ୟ କ୍ଷେତ୍ରରେ ଏକ ଚାକିରି ପାଇଛନ୍ତି, ଯାହା ତାଙ୍କୁ ନିୟମିତ ଆୟ ଅର୍ଜନ କରିବାରେ ଏବଂ ଏକ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ସାରା ଓଡ଼ିଶାରେ, ଶହ ଶହ ଯୁବକ ସଂରଚିତ ଦକ୍ଷତା ବିକାଶ ଏବଂ ଶିଳ୍ପ-ସଂଯୁକ୍ତ ତାଲିମ ପଦକ୍ଷେପ ମାଧ୍ୟମରେ ସ୍ଥାୟୀ ଜୀବିକା ପାଇଁ ନୂତନ ପଥ ଖୋଜୁଛନ୍ତି, ସେମାନଙ୍କୁ ନିଜ ଏବଂ ସେମାନଙ୍କ ସମ୍ପ୍ରଦାୟ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାକୁ ସଶକ୍ତ କରୁଛନ୍ତି। ଭାରତ ଏକ ବୀକଶିତ ଭାରତ ଭାବରେ ତା'ର ଉଦୟକୁ ତ୍ୱରାନ୍ୱିତ କରୁଥିବାରୁ, ଏହାର ଯୁବ ଜନସଂଖ୍ୟାର ସମ୍ଭାବନାକୁ ଉନ୍ମୋଚନ କରିବା ଦେଶର ଅଭିବୃଦ୍ଧି କାହାଣୀର କେନ୍ଦ୍ରବିନ୍ଦୁ। ବିଶ୍ୱର ସର୍ବବୃହତ ଯୁବ ଜନସଂଖ୍ୟା ମଧ୍ୟରୁ ଗୋଟିଏ ସହିତ, ଭାରତର ଜନସଂଖ୍ୟାଗତ ଲାଭାଂଶ ଏକ ଶକ୍ତିଶାଳୀ ସୁଯୋଗ ପ୍ରଦାନ କରେ, ବିଶେଷକରି ୧୮ ରୁ ୩୦ ବର୍ଷ ବୟସର ଯୁବକମାନଙ୍କ ପାଇଁ। ତଥାପି, ଏହି ଜନସଂଖ୍ୟାଗତ ଲାଭକୁ ଦୀର୍ଘକାଳୀନ ଆର୍ôଥକ ବିକାଶରେ ପରିଣତ କରିବା ପାଇଁ, ନିଯୁକ୍ତିଯୋଗ୍ୟ ଦକ୍ଷତା ଏବଂ ସ୍ଥାୟୀ ଜୀବିକା ନିର୍ବାହ ସୁଯୋଗର ଉପଲବ୍ଧତା ଗୁରୁତ୍ୱପୂର୍ଣ୍ଣ ରହିଛି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା ପରି ଦୂରବର୍ତୀ ଏବଂ ଆର୍ôଥକ ଦୃଷ୍ଟିରୁ ଅନୁନ୍ନତ ଅଂଚଳରେ, ଅନେକ ଯୁବକ ଜୀବନଜୀବିକା, ଅନିୟମିତ ଆୟ ଏବଂ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗର ସୀମିତ ସଂସ୍ପର୍ଶ ସହିତ ସଂଘର୍ଷ କରିଚାଲିଛନ୍ତି। ଭୌଗୋଳିକ ବିଚ୍ଛିନ୍ନତା, ଆର୍ôଥକ କଷ୍ଟ ଏବଂ ଶିଳ୍ପ-ମୁଖୀ ତାଲିମର ଅଭାବ ପ୍ରାୟତଃ ଗ୍ରାମୀଣ ଯୁବକମାନଙ୍କୁ ଦେଶର ଅଭିବୃଦ୍ଧି ଯାତ୍ରାରେ ଅର୍ଥପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରିବାରୁ ବାଧା ଦିଏ। ଏପରି ଅଂଚଳରେ, ଦକ୍ଷତା ବିକାଶ ଯୁବପିଢ଼ିଙ୍କୁ ମୁଖ୍ୟଧାରାରେ ସାମିଲ କରିବା ଏବଂ ଦେଶର ଅର୍ଥନୀତିରେ ସେମାନଙ୍କର ଅବଦାନକୁ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ହୋଇଯାଏ। ଏହି ବ୍ୟବଧାନକୁ ଚିହ୍ନି, ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ଏବଂ ଭବାନୀପାଟଣାରେ ଏହାର ବେଦାନ୍ତ ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ ନିଯୁକ୍ତି ସୁଯୋଗକୁ ସୁଦୃଢ଼ କରୁଛି। ଅନୁପଯୁକ୍ତ ଏବଂ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ସମ୍ପ୍ରଦାୟର ଯୁବକ ଯୁବତୀମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି, ଏହି କେନ୍ଦ୍ରଗୁଡ଼ିକ ସଂରଚିତ ବୃତିଗତ ତାଲିମ, ନରମ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସହାୟତା ମାଧ୍ୟମରେ ଆକାଂକ୍ଷା ଏବଂ ନିଯୁକ୍ତି ମଧ୍ୟରେ ସେତୁ ସ୍ଥାପନ କରିବା ପାଇଁ ଡିଜାଇନ୍ କରାଯାଇଛି। ନାବାର୍ଡ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ସହ ସହଭାଗୀତାରେ ପ୍ରତିଷ୍ଠିତ, ଏହି କେନ୍ଦ୍ରଗୁଡ଼ିକ ଏକ ଅଧିକ ଅନ୍ତର୍ଭୁକ୍ତ ଦକ୍ଷତା ଇକୋସିଷ୍ଟମରେ ଯୋଗଦାନ ଦେଉଛନ୍ତି, ଯେଉଁଠାରେ ତାଲିମ ଶିଳ୍ପ ଚାହିଦା ଏବଂ ଦୀର୍ଘକାଳୀନ ନିଯୁକ୍ତି ସହିତ ଘନିଷ୍ଠ ଭାବରେ ସମନ୍ୱିତ। ଏହି କାର୍ଯ୍ୟକ୍ରମଗୁଡ଼ିକ ଯୁବକ ଯୁବତୀମାନଙ୍କୁ ବ୍ୟବହାରିକ, ବଜାର-ପ୍ରାସଙ୍ଗିକ କ୍ଷମତା ସହିତ ସଜ୍ଜିତ କରିବା ସହିତ ଯୋଗାଯୋଗ ଦକ୍ଷତା, ଡିଜିଟାଲ୍ ସାକ୍ଷରତା, କର୍ମକ୍ଷେତ୍ର ଶିଷ୍ଟାଚାର ଏବଂ ବୃତିଗତ ଆତ୍ମବିଶ୍ୱାସକୁ ପୋଷଣ କରିବା ପାଇଁ ଡିଜାଇନ୍ କରାଯାଇଛି। ପ୍ରଭାବର ପରିମାଣ ଏହି ହସ୍ତକ୍ଷେପର ବର୍ଦ୍ଧିତ ପ୍ରାସଙ୍ଗିକତାକୁ ପ୍ରତିଫଳିତ କରୁଛି: ଏହି କାର୍ଯ୍ୟକ୍ରମରେ ୧,୧୮୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ୮୫୩ ଜଣ ପ୍ରାର୍ଥୀ ଆତିଥ୍ୟ ଭଳି କ୍ଷେତ୍ରରେ ସ୍ଥାନ ପାଇଛନ୍ତି। ୬୦ ଜଣ ଛାତ୍ରଛାତ୍ରୀ ବର୍ତମାନ ଇଂଟର୍ନସିପ୍ କରୁଛନ୍ତି, ପୂର୍ଣ୍ଣକାଳୀନ ନିଯୁକ୍ତିରେ ପରିବର୍ତନ ହେବା ପୂର୍ବରୁ ଶିଳ୍ପ ସହିତ ହାତ ମିଳାଇ ଶିଳ୍ପ ଅଭିଜ୍ଞତା ହାସଲ କରୁଛନ୍ତି। ଦୃଢ଼ ଶିଳ୍ପ ସଂଯୋଗ ମାଧ୍ୟମରେ, ପ୍ରଶିକ୍ଷାର୍ଥୀମାନେ ସାରା ଭାରତରେ ଅଗ୍ରଣୀ ହୋଟେଲ ଏବଂ ଆତିଥ୍ୟ ଶୃଙ୍ଖଳା ସହିତ ସୁଯୋଗ ପାଇଛନ୍ତି। ତଥାପି, ବେଦାନ୍ତ ଆଲୁମିନିୟମର ପଦକ୍ଷେପର ପ୍ରକୃତ ପ୍ରଭାବ ବ୍ୟକ୍ତିଗତ ସ୍ଥିରତା ଏବଂ ପରିବର୍ତନର ଅନେକ କାହାଣୀ ମାଧ୍ୟମରେ ଭଲ ଭାବରେ ବୁଝାଯାଏ। କଳାହାଣ୍ଡିର ବାସିନ୍ଦା ଦସାବନ୍ତୀ ଚନ୍ଦନଙ୍କର ଏପରି ଏକ କାହାଣୀ ଅଛି। କମ୍ ବୟସରେ ବିଧବା ଏବଂ ଗୁରୁତର ଆର୍ôଥକ କଷ୍ଟ ମଧ୍ୟରେ ଏକ ପିଲାକୁ ପାଳନ କରିବା, ସେ ସୀମିତ ଶିକ୍ଷାଗତ ଯୋଗ୍ୟତା ଏବଂ ଆୟର କୌଣସି ସ୍ଥିର ଉତ୍ସ ସହିତ ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହୋଇଥିଲେ। ଭବାନୀପାଟଣାର ବେଦାନ୍ତ ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ, ସେ ଅତିଥି ସେବା ସହଯୋଗୀ ପାଠ୍ୟକ୍ରମରେ ନାମ ଲେଖାଇଥିଲେ, ଯେଉଁଠାରେ ସେ ବୃତିଗତ ଆତିଥ୍ୟ ଅଭ୍ୟାସ ଏବଂ କର୍ମକ୍ଷେତ୍ର ପ୍ରସ୍ତୁତିରେ ତାଲିମ ପାଇଥିଲେ। କିଛି ମାସ ମଧ୍ୟରେ, ସେ ବେଙ୍ଗାଲୁରୁର ଏକ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଫାର୍ମରେ ନିଯୁକ୍ତି ପାଇଲେ, ଯାହା ତାଙ୍କୁ ଆର୍ôଥକ ସ୍ୱାଧୀନତା ହାସଲ କରିବା ସହିତ ତାଙ୍କ ପିଲାଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିବାରେ ସକ୍ଷମ କଲା। ଲକ୍ଷ୍ମୀ ମାଝୀଙ୍କ ପରି ଯୁବକମାନଙ୍କ ପାଇଁ, ଦକ୍ଷତା ସାମାଜିକ ଏବଂ ଆର୍ôଥକ ପ୍ରତିବନ୍ଧକକୁ ଦୂର କରିବାର ଏକ ପଥ ପାଲଟିଛି। ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଏକ ଚାଷୀ ପରିବାରରୁ ଆସିଥିବା ଲକ୍ଷ୍ମୀ ଆର୍ôଥକ ପ୍ରତିବନ୍ଧକ ଯୋଗୁଁ ଦଶମ ଶ୍ରେଣୀ ପରେ ତାଙ୍କର ଶିକ୍ଷା ବନ୍ଦ କରିବାକୁ ପଡିଲା। ସୀମିତ ସମ୍ଭାବନା ସହିତ, ସେ ବେଦାନ୍ତ ଦକ୍ଷତା ବିକାଶ କେନ୍ଦ୍ରରେ ନାମ ଲେଖାଇଲେ, ଯେଉଁଠାରେ ସେ ଆତିଥ୍ୟ ପରିଚାଳନା ଏବଂ ଯୋଗାଯୋଗ ଦକ୍ଷତାରେ ତାଲିମ ପାଇଲେ। ଏହି କାର୍ଯ୍ୟକ୍ରମ ତାଙ୍କୁ ବୃତିଗତ ନିଯୁକ୍ତିରେ ପରିବର୍ତନ କରିବାରେ ସାହାଯ୍ୟ କରିଛି। ବେଦାନ୍ତ ଆଲୁମିନିୟମର ଦକ୍ଷତା ପଦକ୍ଷେପଗୁଡ଼ିକ ଭାରତରେ ସମ୍ପ୍ରଦାୟ ବିକାଶ ପ୍ରୟାସ କିପରି ବିକଶିତ ହେଉଛି ସେଥିରେ ଏକ ବ୍ୟାପକ ପରିବର୍ତନକୁ ପ୍ରତିଫଳିତ କରେ। ଶିଳ୍ପ ସହଭାଗୀତା ଏବଂ ନିଯୁକ୍ତି ସୁଯୋଗ ସହିତ ବୃତିଗତ ତାଲିମକୁ ସମନ୍ୱିତ କରି, ବେଦାନ୍ତ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକ ଅସ୍ଥାୟୀ ସହାୟତା ପ୍ରଣାଳୀ ବଦଳରେ ସ୍ଥାୟୀ ନିଯୁକ୍ତି ଫଳାଫଳ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି, ଯାହା ଭବିଷ୍ୟତ ପାଇଁ ଏକ ଅଧିକ ଆତ୍ମବିଶ୍ୱାସୀ, ଦକ୍ଷ ଏବଂ ନିଯୁକ୍ତିଯୋଗ୍ୟ କର୍ମଶକ୍ତିରେ ଯୋଗଦାନ କରୁଛି।

powered by social2s

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Details
Odia Ray Admin
ଓଡିଶା
25 May 2026

ଭୁବନେଶ୍ୱର : ଭାରତରେ ପୁଣି ଥରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ପାଇଛି। ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି। ୧୧ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବଢ଼ିଲା ମୂଲ୍ୟ। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି ପାଉଛି।

powered by social2s

ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ

Details
Odia Ray Admin
ଓଡିଶା
24 May 2026

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ପୂର୍ତ୍ତ ବିଭାଗର ଇଆଇସି ସମସ୍ତ ଜୋନ୍‌ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି । ବିଭାଗ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଗ୍ରୀଷ୍ଣପ୍ରବାହ ପରିପ୍ରେକ୍ଷୀରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଖରାରେ କାର୍ଯ୍ୟ ନ କରାଇବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । କିନ୍ତୁ କିଛି ସ୍ଥାନରେ ଏହି ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଗଣମାଧ୍ୟମ ସୂତ୍ରରୁ ସରକାରଙ୍କ ଦୃଷ୍ଟିକୁ ଆସିଛି । ଏଣୁ ଠିକା ସଂସ୍ଥାମାନେ ପ୍ରତିବନ୍ଧିତ ସମୟରେ କାର୍ଯ୍ୟ ବନ୍ଦ କରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା (ରେଷ୍ଟ ସେଡ୍‌) ସହ ପାନୀୟ ଜଳ ଓ ଫାଷ୍ଟ ଏଡ୍‌ ଉପଲବ୍ଧ କରିବାକୁୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କ୍ଷେତ୍ର କର୍ମଚାରୀମାନେ ଏଥି ପ୍ରତି ସଜାଗ ରହିବା ସହ କୌଣସି ଅପ୍ରୀତିକାର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

powered by social2s

ଗ୍ରାମୀଣ ରୂପାନ୍ତରଣ ଦିଗରେ ବଡ଼ ପଦକ୍ଷେପ : ଓଡ଼ିଶାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ

Details
Odia Ray Admin
ଓଡିଶା
25 May 2026

ଭୁବନେଶ୍ୱର: ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଯୋଗାଯୋଗ କରି ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଏବଂ ସାର୍ବଜନୀନ ସ୍ଥାନ (କମୁନିଟି ସ୍ପେସ) ସହିତ ପରିପୂର୍ଣ୍ଣ କରିବା ପାଇଁ ଆଦର୍ଶ ଗ୍ରାମ ମିଶନକୁ ଏକ ପ୍ରମୁଖ ପଦକ୍ଷେପ ଭାବରେ ପରିକଳ୍ପନା କରାଯାଇଛି। ଏହା କେବଳ ସହରାଞ୍ଚଳ ସ୍ତରର ସୁବିଧା ପ୍ରଦାନ କରି ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକୁ ସଶକ୍ତ କରିବ ନାହିଁ, ବରଂ ସେଗୁଡିକୁ ଆତ୍ମନିର୍ଭରଶୀଳ ଓ ସ୍ୱୟଂଶାସିତ ସମୃଦ୍ଧିର କେନ୍ଦ୍ରରେ ପରିଣତ କରିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୭୩୩ଟି ଗ୍ରାମ ପଞ୍ଚାୟତର ସମସ୍ତ ସଦର ଗ୍ରାମକୁ ୨୦୨୯ ସୁଦ୍ଧା ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଦିଆଯିବ । ଏହି ଲକ୍ଷ୍ୟ ପୂରଣର ପ୍ରଥମ ପଦକ୍ଷେପ ଭାବେ ଗ୍ରାମ ସ୍ତରରେ ଭିତ୍ତିଭୂମି ଓ ସୁବିଧାର ଅଭାବ ଚିହ୍ନଟ କରିବା ପାଇଁ ଏକ ବେସଲାଇନ ସର୍ଭେ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଶକ୍ତି ବିଭାଗ ଇତ୍ୟାଦି ସମସ୍ତ ଅଂଶୀଦାର ବିଭାଗ ସହ ପରାମର୍ଶ କରି ସର୍ଭେ ପାଇଁ ଏକ ନିର୍ଦ୍ଧାରିତ ଫର୍ମାଟ ପ୍ରସ୍ତୁତ କରାଯାଇଛି । ଆଜି ମାନ୍ୟବର ମନ୍ତ୍ରୀ ଏହି ସର୍ଭେ ଫର୍ମାଟକୁ ଉନ୍ମୋଚନ କରିଛନ୍ତି । ବେସଲାଇନ ସର୍ଭେର ଆରମ୍ଭ ସହିତ ‘ମଡେଲ ଭିଲେଜ ମିଶନ’ର ଔପଚାରିକ ଶୁଭାରମ୍ଭ କରାଯାଇଛି । ନୂତନ ଯୋଜନାଟି ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ରୂପାନ୍ତରଣ ଘଟାଇ ତାହାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ ବୋଲି ମାନ୍ୟବର ମନ୍ତ୍ରୀ ଏହି ଅବସରରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ କାର୍ଯ୍ୟାନ୍ବୟନ ଓ ନିରୀକ୍ଷଣ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିଶନର-କମ୍-ସଚିବ ଶ୍ରୀ ଗିରିଶ ଏସ୍‌.ଏନ୍‌.ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଂଶୀଦାର ବିଭାଗର ପ୍ରତିନିଧିମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ସେହିପରି ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ଓ ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ନେଇ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ମଧ୍ୟ ଶୁଭାରମ୍ଭ କରିଥିଲେ । ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଏବଂ ରାଜନୈତିକ ଇତିହାସରେ ଅସାଧାରଣ ଅବଦାନ ରଖିଥିବା ମହାପୁରୁଷମାନଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରି ସେଗୁଡ଼ିକୁ ଆଦର୍ଶ ଗ୍ରାମ ପଞ୍ଚାୟତରେ ପରିଣତ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ଯୋଜନା ୨୦୨୬-୨୭ ରୁ ୨୦୨୮-୨୯ ପର୍ଯ୍ୟନ୍ତ ତିନି ବର୍ଷ ଅବଧି ପାଇଁ କାର୍ଯ୍ୟକାରୀ ହେବ ଏବଂ ଏହା ଅଧୀନରେ ରାଜ୍ୟର ପ୍ରାୟ ୧୦୦ରୁ ୧୫୦ଟି ଗ୍ରାମ ପଞ୍ଚାୟତକୁ ଚୟନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ଟି ଜିଲ୍ଲାର ୧୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଜଡିତ ୧୫ଟି ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ଅଧୀନରେ ରାସ୍ତା, ପାଇପ୍ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଅଙ୍ଗନୱାଡି କେନ୍ଦ୍ର, ଖେଳପଡ଼ିଆ, ଡିଜିଟାଲ୍ ସଂଯୋଗ, ସୌର ଶକ୍ତି, ସ୍ମାରକୀ ପାର୍କ ଏବଂ ପୈତୃକ ଘରର ପୁନରୁଦ୍ଧାର ଭଳି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ । ଏହା ସହିତ ଦକ୍ଷତା ବିକାଶ, ଡିଜିଟାଲ୍ ସାକ୍ଷରତା, ସାମାଜିକ ସୁରକ୍ଷା ଏବଂ ଜୀବିକା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ଯୋଜନା ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ ଓ ସମନ୍ୱୟ ରକ୍ଷା କରାଯିବ । ଏହି ପଦକ୍ଷେପ ମାଧ୍ୟମରେ ମହାପୁରୁଷମାନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ସହିତ ରାଜ୍ୟର ଗ୍ରାମୀଣ ଅଞ୍ଚଳର ସାମଗ୍ରିକ ଓ ସ୍ଥାୟୀ ବିକାଶକୁ ନୂତନ ଗତି ମିଳିବ ବୋଲି ମାନ୍ୟବର ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

powered by social2s

ମହିଳା କର୍ମଜୀବୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ: ଇଭି ବସ୍ ଓ ଅତ୍ୟାଧୁନିକ ହଷ୍ଟେଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
24 May 2026

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପାୟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲାର ଦୁଇଟି ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ କାଳୀବେଟି ସ୍ଥିତ ଏପିକ ଗ୍ରୁପ୍‌ର ଅତ୍ୟାଧୁନିକ ବସ୍ତ୍ର ଉତ୍ପାଦନ କାରଖାନା ‘ଟ୍ରାଇମେଟ୍ରୋ ଗାର୍ମେଣ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ (Trimetro Garments India Pvt Ltd) ଏବଂ ପରବର୍ତ୍ତୀ ସମୟରେ ମୁଣ୍ଡାଆମ୍ବ ସ୍ଥିତ ପ୍ରତିରକ୍ଷା ଓ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଆନାଡ୍ରୋନ୍ ସିଷ୍ଟମ୍ସ’ (Anadrone Systems) ପରିସର ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟରତ ଟିମ୍ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ Trimetro Garments କାରଖାନାର କର୍ମଚାରୀମାନଙ୍କ ସହ ଅତି ନିବିଡ଼ ଭାବେ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ କର୍ମଚାରୀମାନେ ଅତ୍ୟନ୍ତ ଆନନ୍ଦିତ ହେବା ସହ ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ରାଜ୍ୟ ସରକାରଙ୍କ ଶିଳ୍ପାନୁକୂଳ ଓ ନିଯୁକ୍ତିଭିତ୍ତିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆଉ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ। ନିଜ ମାଟିରେ ରହି ସ୍ୱାବଲମ୍ବୀ ହେବାରେ ସେମାନେ ଗର୍ବ ଓ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ଏଭଳି ବସ୍ତ୍ର ଶିଳ୍ପଗୁଡ଼ିକ ରାଜ୍ୟରେ ବ୍ୟାପକ ରୋଜଗାର ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କର୍ମଚାରୀ ମାନେ କହିଛନ୍ତି । କର୍ମଚାରୀ ମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଶିଳ୍ପାଞ୍ଚଳରେ ଶ୍ରମିକ ତଥା କର୍ମଚାରୀ ମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗର ବିକାଶ ଉପରେ ସବିଶେଷ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ସର୍ବାଧିକ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ। କର୍ମଚାରୀଙ୍କ ରହିବା ନିମନ୍ତେ ଅତ୍ୟାଧୁନିକ ହଷ୍ଟେଲ ନିର୍ମାଣ କରାଯିବା ସହ ସେମାନଙ୍କ ଦୈନନ୍ଦିନ ଯାତାୟାତକୁ ସହଜ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ଇଭି (EV) ବସ୍ ସେବା ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ଅଞ୍ଚଳରେ ଏଭଳି ଆହୁରି ଅନେକ ନୂତନ ଶିଳ୍ପ ୟୁନିଟ୍ ପ୍ରତିଷ୍ଠା କରାଯିବ, ଯାହା ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତିର ଦ୍ୱାର ଉନ୍ମୁକ୍ତ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ଅଧିକ କ୍ରିୟାଶୀଳ କରିବ। ଏହି ବୃହତ ଶିଳ୍ପଗୁଡ଼ିକୁ ଆଧାର କରି ଏଠାରେ ଏକାଧିକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ଶିଳ୍ପ ସମୃଦ୍ଧି ଓ ନିଯୁକ୍ତି ସମ୍ପର୍କରେ ଏକ ଦୃଢ଼ ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆମ ଓଡ଼ିଶାର ପ୍ରତିଭାବାନ ଯୁବକଯୁବତୀମାନଙ୍କୁ ଜୀବିକା ସଂସ୍ଥାନ ପାଇଁ ଆଉ ନିଜ ପରିବାର ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ସାଧାରଣ ଶ୍ରମିକ ଭାବେ ଯିବାକୁ ପଡ଼ିବ ନାହିଁ। ସେମାନଙ୍କୁ ଓଡ଼ିଶାରେ ହିଁ ସମ୍ମାନଜନକ ଏବଂ ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ଯୋଗାଇଦେବା ଆମ ସରକାରଙ୍କ ପ୍ରାଥମିକ ସଂକଳ୍ପ। ରାଜ୍ୟରେ ଶିଳ୍ପାୟନର ଏହି ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ଏକ ନୂତନ ଗତି ପ୍ରଦାନ କରିବ। ସରକାର ପ୍ରତିଟି ପ୍ରକଳ୍ପର ଅଗ୍ରଗତିକୁ ଅତି ସତର୍କତା ଓ ସୂକ୍ଷ୍ମତାର ସହ ଅନୁଧ୍ୟାନ କରୁଛନ୍ତି। ସୂଚନା ଯୋଗ୍ୟ ଯେ ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ହେଉଛି ବିଶ୍ୱ ସ୍ତରୀୟ ବସ୍ତ୍ର ଉତ୍ପାଦନ ସଂସ୍ଥା EPIC Groupର ଏକ କମ୍ପାନୀ ।ଟ୍ରାଇମେଟ୍ରୋ ପ୍ରଥମ ଥର ପାଇଁ ଭାରତରେ ତାର ଉତ୍ପାଦନ ଆରମ୍ଭ କରିଛି। ଏହି କମ୍ପାନୀ ପାଇଁ ୨୦୨୫ ଏପ୍ରିଲ୍ ୩ ତାରିଖରେ ଶିଳାନ୍ୟାସ କରାଯାଇଥିଲା। ମାତ୍ର ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ଉଦଘାଟନ କରାଯାଇ ଉତ୍ପାଦନ ଆରମ୍ଭ ହୋଇଛି।ଶିଳ୍ପାୟନ ପ୍ରକ୍ରିୟାକୁ ରାଜ୍ୟ ସରକାର କେତେ କ୍ଷୀପ୍ର ଗତିରେ କାର୍ଯ୍ୟକାରୀ କରୁଛନ୍ତି, ଏହି ଶିଳ୍ପ ତାର ପ୍ରମାଣ। ଖୋର୍ଦ୍ଧାରେ ସ୍ଥାପିତ ଏହି ପ୍ଲାଣ୍ଟ ୩୭୬ କୋଟି ଟଙ୍କାରେ ସ୍ଥାପିତ ହୋଇଛି। ଏହାଦ୍ୱାରା ପ୍ରାୟ ୭୦୦୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିରୁ ଅଧିକାଂଶ ହେଉଛନ୍ତି ମହିଳା। ଏହି କମ୍ପାନୀ ବିଶ୍ୱ ସ୍ତରୀୟ ଫେସନ ବ୍ରାଣ୍ଡ ୟୁନିକଲୋ (Uniqlo) ପାଇଁ ଉତ୍ପାଦନ କରୁଛି। ଏହାଦ୍ୱାରା ବିଶ୍ୱ ଫେସନ ମ୍ୟାପରେ ଓଡ଼ିଶା ସ୍ଥାନ ପାଇ ପାରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ   Anadrone Systems Private Limitedର ସିଇଓ ଶ୍ରୀ ଅନନ୍ତ ଭାଲୋଟିଆଙ୍କ ସହ ଆଲୋଚନା କରି ଅପରେସନ୍ “ସିନ୍ଦୂର”ରେ ଡ୍ରୋନ୍ Technology ର ସଫଳ ବ୍ୟବହାର ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅଭିଯାନରେ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଡ୍ରୋନ୍ Technology ୧୦୦ ପ୍ରତିଶତ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କମ୍ପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି କହିଥିଲେ ଯେ, ସେମାନଙ୍କର ଉନ୍ନତ ବୈଷୟିକ ଦକ୍ଷତା ଦେଶର ସୁରକ୍ଷାକୁ ଆହୁରି ସୁଦୃଢ କରୁଛି ଏବଂ ସେମାନେ ଦେଶକୁ ସୁରକ୍ଷିତ ରଖିବାରେ ବିଶେଷ ଭୂମିକା ରଖୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ସଫଳତା ଓଡ଼ିଶା ପାଇଁ ମଧ୍ୟ ଗୌରବାନ୍ୱିତ । ମୁଖ୍ୟମନ୍ତ୍ରୀ ଏହି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ ଦେଖିଥିଲେ। ଏଥିରେ ରହିଛି Aerial Targets, Target Launchers & Trailers, Ground Support Equipment ଏବଂ Ground Stations। ଭବିଷ୍ୟତରେ ଏହି ସବୁ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ ବୋଲି ସେ କହିଁଥିଲେ। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

powered by social2s

ଟ୍ରେନ୍‌ ଉପରେ ସେଲ୍‌ଫି ନେଲା ବେଳେ ଜଳିଗଲେ ଯୁବକ

Details
Odia Ray Admin
ଓଡିଶା
24 May 2026

ଭୁବନେଶ୍ୱର: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେଲା ବେଳେ ଜଳିଗଲେ ଯୁବକ। ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନରେ ଟ୍ରେନ୍‌ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ଅଘଟଣ ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

powered by social2s

More Articles ...

  1. ଦଶାହ ଭୋଜି ଖାଇ ୪ ମୃତ
  2. ବିଏଡ଼, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ
  3. ବିଏଡ଼, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ
Page 150 of 2253
  • Start
  • Prev
  • 145
  • 146
  • 147
  • 148
  • 149
  • 150
  • 151
  • 152
  • 153
  • 154
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.