• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
26
Thu, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ପୁଣି ବଢିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

Details
Odia Ray Admin
ଓଡିଶା
23 May 2026

ଭୁବନେଶ୍ୱର : ପୁଣି ବଢିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର। ଡିଜେଲ୍‌ ମୂଲ୍ୟ ଲିଟର ପ୍ରତି ୯୧ ପଇସା ବୃଦ୍ଧି କରାଯାଇଛି। ପେଟ୍ରୋଲ୍‌ ମୂଲ୍ୟ ଲିଟର ପ୍ରତି ୮୭ ପଇସା ବୃଦ୍ଧି ପାଇଛି। ୧୦ ଦିନରେ ତୃତୀୟ ଥର ପାଇଁ ବଢିଲା ତେଲ ଦର।

powered by social2s

କଟକ, ବରଗଡ଼ ଓ ଯାଜପୁରରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ବୈଠକ

Details
Odia Ray Admin
ଓଡିଶା
22 May 2026

ଭୁବନେଶ୍ୱର : କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୩ଟି ଜିଲ୍ଲାରେ ହସ୍ତତନ୍ତ ହବ୍‌ ଓ ପାର୍କ ପ୍ରତିଷ୍ଠା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ କଟକ ଜିଲ୍ଲାର ଅଭିମାନପୁରଠାରେ ୧୩.୫୧ କୋଟି ଟଙ୍କା ବ୍ୟୟରେ ୨.୭୭ ଏକର ସ୍ଥାନରେ ଏ.ଆଇ ଓ ବ୍ଲକ ଚେନ ସମର୍ଥିତ ହସ୍ତତନ୍ତ ହବ୍‌ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା । ଏଠାରେ ପ୍ରଶାସନିକ କାର୍ଯ୍ୟାଳୟ ସହ ଅତିଥି ଗୃହ, ଡିସ୍‌ପ୍ଲେ ସପ୍‌, କପଡ଼ା ବୟନ କେନ୍ଦ୍ର ପ୍ରଦର୍ଶନୀ ଅଞ୍ଚଳ ସହ ବିକ୍ରୟ ଷ୍ଟଲ, ଗୋଦାମ ଗୃହ ଆଦି କ୍ଷେତ୍ର ନିର୍ମିତ ହେବ । ଏହା ସ୍ଥାନୀୟ ଅଞ୍ଚଳରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ଟେରାକୋଟା କ୍ଷେତ୍ରକୁ ଏକ ନୂତନ ଦିଗ ଦେବା ସହ ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ । ସେହିପରି ବରଗଡ଼ ଜିଲ୍ଲାରେ ୨୦ କୋଟି ଟଙ୍କା ବ୍ୟୟରେ ହସ୍ତତନ୍ତ ଓ ପୋଷାକ ପାର୍କ ପ୍ରତିଷ୍ଠା ନେଇ ଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ବରଗଡ଼ର ଗୋବିନ୍ଦପୁର ମଉଜାରେ ୯.୩୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣପୂର ଓ ବଲାଙ୍ଗିର ଅଞ୍ଚଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ଏଠାରେ ଲଙ୍ଗ ୱାରପିଂ, ୱାଇଡ଼ିଂ, ବୁଣା କାର୍ଯ୍ୟ ସହିତ ଉଚ୍ଚ ମାନର ସିଲାଇ ମେସିନ୍‌ର ବ୍ୟବହାର କରି ୩୦୦ରୁ ଅଧିକ କାରିଗରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପୋଷାକ ପ୍ରସ୍ତୁତି ସମ୍ଭବ ହୋଇପାରିବ । ବରଗଡ଼ ଜିଲ୍ଲାର ବେହେରା ବାଲିଜୁରୀ ଠାରେ ବୁଣାକାର ହାଟ ସ୍ଥାପନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ହସ୍ତତନ୍ତ ପଣ୍ୟ ପ୍ରଦର୍ଶନ ଓ ବିକ୍ରୟ ପାଇଁ ୨୦୦୦ଟି ପିଣ୍ଡିର ବିକାଶ ସହ ସାମଗ୍ରୀ ପରିବହନ ଓ ଯାତାୟତ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ, ପାର୍କିଂ ବ୍ୟବସ୍ଥା ଓ ଫୁଡ୍‌ ଷ୍ଟଲ୍‌ର ବ୍ୟବସ୍ଥା ରହିବ । ୨୯.୧୨ ଏକର ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ବୁଣାକାର ହାଟ ଲାଗି ୨୭.୫୭ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ସେହିପରି ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏଆଇ ଏବଂ ବ୍ଲକ୍‌ଚେନ୍‌ ସମର୍ଥିତ ହସ୍ତତନ୍ତ ହବ୍‌ ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି । ପ୍ରାୟ ୨ ଏକର ଜମିରେ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ହବ୍‌ ସିଲ୍‌କ ଶାଢ଼ି, ବସ୍ତ୍ର ଓ ଗୃହସଜ୍ଜା ସାମଗ୍ରୀ ଉତ୍ପାଦନ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ । ଏଠାରେ ଉତ୍ପାଦନ ଭିତ୍ତିଭୂମି, ଯୋଗାଣ ଶୃଙ୍ଖଳ, ପ୍ରଶିକ୍ଷଣ ଓ ବିପଣନ ସୁବିଧା, ସ୍ୱତନ୍ତ୍ର ଷ୍ଟଲ୍‌, ପ୍ରଶାସନିକ କାର୍ଯ୍ୟାଳୟ ରହିବା ସହ ରେଶମ ଓଡ଼ିଶା ଆଉଟ୍‌ଲେଟ୍‌ ପ୍ରତିଷ୍ଠା କରାଯିବ । ଏହି ବୈଠକରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ପର୍ଯ୍ୟଟନ ବିଭାଗ କମିଶନ ତଥା ଶାସନ ସଚିବ ବଲବନ୍ତ ସିଂ, ନିର୍ମାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଇଂ ଏଲ୍‌.କେ. ପାଢ଼ୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିକ୍ରମାଦିତ୍ୟ ବାରିକ, ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଉପନିର୍ଦ୍ଦେଶକ( ବୟନଶିଳ୍ପ ) ଶ୍ରୀ ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

Details
Odia Ray Admin
ଓଡିଶା
22 May 2026

ଭୁବନେଶ୍ୱର : ୨୦୨୫-୨୬ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଗାଇଡ଼ଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଚତୁର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ପ୍ରାବଧାନ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ତତ୍ତ୍ଵାବଧାନରେ ଶିକ୍ଷା ବର୍ଷ ୨୦୨୫-୨୬ରେ ପ୍ରାୟ ୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସରେ ନିୟୋଜିତ କରାଯାଇଛି। ଏହି ଇଣ୍ଟର୍ନସିପ୍‌ର ସମୟସୀମା ୬ ସପ୍ତାହ ରହିଛି। ଇଣ୍ଟର୍ନସିପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ମେଣ୍ଟରସିପ୍ ପ୍ରଦାନ କରାଯିବ।ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଅଙ୍ଗନୱାଡ଼ି, ପଞ୍ଚାୟତସମିତି କାର୍ଯ୍ୟାଳୟ, ସ୍ଵାସ୍ଥ୍ୟ କେନ୍ଦ୍ର, ବିତ୍ତୀୟ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଓ ଏନଜିଓ ମାନଙ୍କରେ ଇଣ୍ଟର୍ନସିପ୍‌ ସୁଯୋଗ ପ୍ରଦାନ କରାଯାଇଛି। ଇଣ୍ଟର୍ନସିପ୍‌ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ରହିଛି। ଏଥିସହ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରକଳ୍ପ ଉପସ୍ଥାପନ, ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାପ୍ତାହିକ ରିପୋର୍ଟ ଏବଂ କାର୍ଯ୍ୟଦକ୍ଷତା ଆଧାରରେ ଛାତ୍ରଛାତ୍ରୀମାନଙ୍କୁ କ୍ରେଡ଼ିଟ ପ୍ରଦାନ କରାଯିବା ସହ ଏହାକୁ ତାଙ୍କ ଆକାଡେମିକ ବ୍ୟାଙ୍କ ଅଫ୍ କ୍ରେଡିଟରେ ମଧ୍ୟ ସ୍ଥାନିତ କରାଯିବ। ଇଣ୍ଟର୍ନସିପ୍‌ ସରିବା ପରେ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ। ଚଳିତ ବର୍ଷ ସର୍ବାଧିକ ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, କଟକ, ବଲାଙ୍ଗୀର ଜିଲ୍ଲାର ଛାତ୍ରଛାତ୍ରୀମାନେ ଇଣ୍ଟର୍ନସିପ୍‌ରେ ଯୋଗଦେଇଛନ୍ତି। ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ୍‌ରେ ନିୟୋଜିତ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, "ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଓ ଗବେଷଣାତ୍ମକ ଶିକ୍ଷା ପ୍ରଦାନ ଉପରେ ପ୍ରାଧାନ୍ୟ ଦିଆଯାଉଛି। ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ ଏକ୍ସପୋଜର ପାଇପାରିବେ। ଏଥିସହ ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ। ବିଭିନ୍ନ ସରକାରୀ ଅନୁଷ୍ଠାନ, ବେସରକାରୀ ଉଦ୍ୟୋଗ, ଏନଜିଓ ମାନଙ୍କରେ ଇଣ୍ଟର୍ନସିପ୍ କରିବା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ ଅବଗତ ହୋଇପାରିବେ, ଯାହାକି ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଓ ଉଦ୍ୟମିତା କ୍ଷେତ୍ରରେ ସହାୟକ ହେବ", ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

powered by social2s

ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକାଟ; ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ୮-ସୂତ୍ରୀ ନିର୍ଦ୍ଦେଶାବଳୀ

Details
Odia Ray Admin
ଓଡିଶା
21 May 2026

ଭୁବନେଶ୍ୱର: ସାମ୍ପ୍ରତିକ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁ ଦେଶରେ ପେଟ୍ରୋଲ ଡିଜେଲ ଖର୍ଚ୍ଚକାଟ ପାଇଁ ପ୍ରଧାନମନ୍ତ୍ରୀ ନିକଟରେ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ମୁଖ୍ୟମନ୍ତ୍ରୀ ତାଙ୍କ କାର୍‌କେଡ୍‌’ର ଗାଡ଼ିସଂଖ୍ୟା ଅଧା କରିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ କମ୍ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସେ ଏକ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଇଛନ୍ତି । ୧- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡ୍‌ରେ କରାଯିବ । ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେ ସ୍ଥଳରେ ଯେଉଁ ଅଧିକାରୀ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ଥିବ, ସେମାନେ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ ଏବଂ ଅନ୍ୟମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେବେ । ୨- ସେହିଭଳି, ୧ ଜୁନ୍ ୨୦୨୬ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଯେତେ ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ (EV) ହୋଇଥିବା ବାଧ୍ୟତାମୂଳକ । ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଯାନ କିଣିବାକୁ ଅନୁମତି ଦିଆଯିବ । ସେହିଭଳି, ଜୁନ୍ ପହିଲାରୁ ସରକାରୀ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ କରାଯିବ । ୩- ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ, ଅର୍ଥାତ୍ ଯିବା ଆସିବା ପାଇଁ କେବଳ ଗୋଟିଏ ଗାଡ଼ି ବ୍ୟବହାର କରିବେ । ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ଅଧା କରାଯିବ । ୪- କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ । ୫- ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ । ୬- ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ୭- ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ । ୮- ସରକାରୀ ଯାନ’ର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମ୍‌ରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ । ଏହି ନିର୍ଦ୍ଦେଶାବଳୀ, ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍‌ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତି ମାନଙ୍କରେ କଡ଼ାକଡ଼ି ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

powered by social2s

ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
22 May 2026

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟେକ ଯାନିଯାତ୍ରା ଓ ଉତ୍ସବ ପ୍ରତ୍ୟେକ ଓଡ଼ିଶାବାସୀ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବାକୁ ଥିବା ସ୍ନାନଯାତ୍ରା, ରଥଯାତ୍ରା, ଆଡ଼ପ ମଣ୍ଡପ ବିଜେ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଏବଂ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଶୃଙ୍ଖଳିତ ଆୟୋଜନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ । ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଦଇତାପତି ନିଯୋଗଠାରୁ ଆରମ୍ଭ କରି ସମସ୍ତ ସେବାୟତ, ନିଯୋଗ ଏବଂ ରାଜ୍ୟବାସୀଙ୍କ ଏକାନ୍ତ ସହଯୋଗର ଆବଶ୍ୟକତା ରହିଛି । ସମସ୍ତଙ୍କ ସହଯୋଗରେ ଚଳିତ ରଥଯାତ୍ରା ଓ ଅନ୍ୟାନ୍ୟ ଉତ୍ସବକୁ ଶୃଙ୍ଖଳିତ କରିବା ଉପରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି । ଆଜି ରାଜ୍ୟ ଅତିଥି ଭବନଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଚଳିତ ରଥଯାତ୍ରାର ଶୃଙ୍ଖଳିତ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁରୀ ଜିଲ୍ଲା ପୋଲିସ, ଦଇତାପତି ନିଯୋଗ ଏବଂ ଅନ୍ୟ ସଂପୃକ୍ତ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଶୃଙ୍ଖଳିତ ନୀତିକାନ୍ତି ସହ ନିର୍ଦ୍ଧାରିତ ସମୟରେ ପହଣ୍ଡି, ରଥଟଣା, ଆଡ଼ପ ମଣ୍ଡପ ବିଜେ, ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ସୁବିଧା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା, ନୀତିନିର୍ଘଣ୍ଟ ନେଇ ଆଗୁଆ ସୂଚନା, ଭିଡ଼ ନିୟନ୍ତ୍ରଣ, ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ବାରିକେଡ଼ିଂ ବ୍ୟବସ୍ଥା, ସେବାୟତ, ନିଯୋଗ ଏବଂ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ବାବଦରେ ସଚେତନତା ସୃଷ୍ଟି କରିବା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯେପରି ରଥକାଠ ଆୟୋଜନ, ରଥ ଦଉଡ଼ି, ରଥ କପଡ଼ା ସହ ନୀତିକାନ୍ତି ପାଇଁ ଆବଶ୍ୟକ ଝୁଣା, ଚନ୍ଦନକାଠ ଆଦି ସାମଗ୍ରୀ ଇତ୍ୟାଦିର ମହଜୁଦ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ, ଦଇତାପତି ନିଯୋଗ ସଭାପତି ଶ୍ରୀ ଗଣେଶ ଦାସ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କ ସମେତ ଆଇନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଦଇତାପତି ନିଯୋଗର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

ବାଲେଶ୍ୱରେ ଦେଶୀ ମଦ ଓ ବିଅର୍‌ ଜବତ; ୧୦ ଗିରଫ

Details
Odia Ray Admin
ଓଡିଶା
22 May 2026

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଓ ବାଲିଆପାଳ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୧୩୦ ଲିଟର ଦେଶୀ ମଦ ଓ ୪୦ ଲିଟର ବିଅର୍ ଜବତ କରିଛି। ଏହି ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି। ଜବତ ମଦ ଓ ବିଅର୍‌ର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା। ଭ୍ରାମ୍ୟମାଣ ସ୍କ୍ୱାର୍ଡ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ୧୦ଟି ମାମଲା ରୁଜୁ କରାଯାଇଛି।

powered by social2s

ସହିଦନଗର ହାଟ ବଣିକ ସଂଘ ର ଦୁଇ ବର୍ଷ ର ସାଧାରଣ ସଭା ଅନୁଷ୍ଠିତ

Details
Odia Ray Admin
ଓଡିଶା
21 May 2026

ଭୁବନେଶ୍ୱର : ଭୁବନେଶ୍ଵର ସ୍ଥିତ ସହିଦନଗର ହାଟ ବଣିକ ସଂଘ ର ଦୁଇ ବର୍ଷ ର ସାଧାରଣ ସଭା ହାଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏହି ସଭା ସଂଘ(ଓମଫେଡ୍ ଅଫିସ ପାର୍ଶ୍ଵ ରେ ନିଜସ୍ୱ କାର୍ଯ୍ୟଳୟ ସମ୍ମୁଖରେ) ସଭାପତି ଶ୍ରୀ ଜୀତେନ୍ଦ୍ର ରଥ ସଭାପତିତ୍ବ କରିଥିଲେ I ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀ ବଳଭଦ୍ର ଦେବ ଓ ମାତା ସୁଭଦ୍ରା ଦେବୀ ଙ୍କ ଫଟୋଚିତ୍ରରେ ହାଟ ର ପୂଜକ, ସମସ୍ତ କର୍ମକର୍ତ୍ତା ଓ ସଭ୍ଯଙ୍କ ଉପସ୍ଥିତିରେ ପୂଜା ଅର୍ଚନା କରାଯଇଥିଲା ଓ ପରେ ସଂଘ ର ମୁଖ୍ୟ ଉପଦେଷ୍ଟା ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ରାଜ୍ଯ ଗୀତ(State Anthem) ସମୁହ ଗାନ କରାଯାଇଥିଲା ,ସଂଘ ତରଫରୁ ସମସ୍ତ କର୍ମକର୍ତ୍ତା ଙ୍କୁ ଉତ୍ତରୀ ଓ ପୁଷ୍ପ ଗୁଚ୍ଛ ରେ ସ୍ୱାଗତ କରାଯାଇଥିଲା I ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଦିବଂଗତ ସଭ୍ଯ ଙ୍କ ପାଇଁ ଦୁଇ ମିନିଟ୍ ନୀରବ ପାର୍ଥନା କରାଯାଇଥିଲା ଇ ସଭାପତି ଶ୍ରୀ ରଥ ନିଜର ଅଭିଭାଷଣ ପ୍ରଦାନ କରି କହିଥିଲେ କି ହାଟ ରେ ବିଭିନ୍ନ ପ୍ରକାର ସମସ୍ୟା ଅଛି ଯଥା ଶୌଚାଳୟ, ଭିତର ରାସ୍ତା ଓ ଆଲୋକ ବ୍ୟବସ୍ଥା ଏବଂ ହାଟ ସଫା କରିବା ପାଇଁ BMC ପ୍ରତିଦିନ ସଫେଇ କର୍ମଚାରୀ ନିୟୋଜିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ସଂଘର କୋଷାଧକ୍ଷ ଶ୍ରୀ ପଙ୍କଜ ଲୋଚନ ପ୍ରଧାନ ଦୁଇଟି ଆର୍ଥୀକ ବର୍ଷ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ I ସଂଘ ର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ ଦୁଇ ବର୍ଷ ର ସଂଘ ର ବିବରଣୀ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଶ୍ରୀ ନାୟକ ସମସ୍ତ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରିଥିଲେ କି ସର୍କାର ଯେତେବେଳେ ଯେଉ ସମୟରେ କିଛି ନୂତନ ଗାଇଡ୍ ଲାଇନ୍ ପ୍ରଦାନ କରୁଛନ୍ତି ତାହାକୁ ସମସ୍ତେ ମାନନ୍ତୁ ,ଗ୍ରାହକ ମାନଙ୍କ ସୁବିଧା ନିମନ୍ତେ ହାଟ ପରିସରରେ ଚାରି ଚକିଆ ଯାନ ପ୍ରବେଶ କୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସେହି ଭଳି ପଲିଥିନ ବ୍ଯବହାର କୁ ବନ୍ଦ କରିବା, ତିନି ଚକିଆ ଯାନ ସାପ୍ତାହିକ ହାଟ ଦିନ ମାନଙ୍କରେ ହାଟ ର ପରିସରରେ ରହିପାରିବ ନାହିଁ ଓ ସୁରକ୍ଷା ଦୃଷ୍ଟିକୋଣରୁ cctv କ୍ୟାମେରା ଲଗାଯିବ ଓ ସମସ୍ତ ଦୋକାନ ସମ୍ମୁଖରେ ଏକ ମାଟି କୁଣ୍ଡ ରେ ବୃକ୍ଷ ରଖିବେ। ଶେଷରେ ସେ ଅନୁଷ୍ଠାନ ତରଫରୁ ରାଜ୍ଯ ସରକାର, ଭୁବନେଶ୍ବର M.P ଓ ମୁଖ ଉପଦେଷ୍ଟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟ ଉପଦେଷ୍ଟା ତାଙ୍କର ବକ୍ତବ୍ୟ ରେ ଗତ ବର୍ଷ ଏହି ଦୁଇ ଏକର ଜାଗା ଟିକୁ ଶର୍କରା ହାଟ ଉଦ୍ଦେଶ୍ୟରେ GA & PG Department କୁ allotment ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ G.A & P.G Department ତତ୍କାଳୀନ ସେବା ହିସାବରେ ଏହି ଜମି କୁ ରାଜ୍ଯ ନଗର ଉନ୍ନୟନ ବିଭାଗ କୁ ହସ୍ତାନ୍ତର କରାଯାଇଛି ଓ ଏବେ ଏହି ଜମି BMC ଅଧୀନରେ ରହିଛି। ସେଥିପାଇଁ ସେ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ,ଏମପି ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ପୂର୍ବ ସରକାର ଥିବା ନଗରଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ତିନି ଜଣ ବିଧାୟକ ଶ୍ରୀ ଅଶୋକ ପଣ୍ଡା, ବିଜୟ କୁମାର ମହାନ୍ତି, ଶ୍ରୀ ମିଟୁ ବଡଜେନା ଓ ସେତବେଳେ ର ସଂସାଦ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଓ ସମସ୍ତ ସରକାର ଥିବା ଉଚ୍ଚପଦାଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଧାନ ହାଟ ର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେ ରାଜ୍ୟ ସରକାରଙ୍କ ପାଖରେ ସବୁ ଜିନିଷ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସେ ସମସ୍ତ ଙ୍କୁ ନିଜର ସ୍ୱାର୍ଥ ଅପେକ୍ଷା ସମୁହ ସ୍ୱାର୍ଥ ତଥା ସଂଘ କିପରି ସୁଦୃଢ ହେବ ତାହା ଉପରେ ଉପଦେଶ ଦେଇଥିଲେ I ଏହି ଚଳିତ ବର୍ଷ ଭିତରେ ରାଜ୍ୟ ର ନଗର ଉନ୍ନୟନ ମନ୍ତ୍ରୀ ହାଟ କୁ ଆସିବେ ଓ ସବୁ ସମସ୍ୟାର ସମାଧାନ କରିବେ ବୋଲି ସେ କହିଥିଲେ। ସଂଘ ର ଉପଦେଷ୍ଟା ଶ୍ରୀ ସତୀଶ କୁମାର ରାୟ ନୂତନ କର୍ମକର୍ତ୍ତା ଙ୍କ ଚୟନ କରିବା ପାଇଁ ପ୍ରକିୟା ଆରମ୍ଭ କରିଥିଲେ ଓ ସମସ୍ତ ସଭ୍ଯ,କର୍ମକର୍ତ୍ତା, ପୋଲିସ ପ୍ରଶାସନ,ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।ନବନିର୍ବାଚିତ ପ୍ରତିନିଧଙ୍କ ନାମ ଯଥା କ୍ରମେ..... ମୁଖ୍ୟ ଉପଦେଷ୍ଟା...ଶ୍ରୀ ଜଗନ୍ନାଥ ପ୍ରଧାନ, ସଭାପତି...ଶ୍ରୀ ଜୀତେନ୍ଦ୍ର କୁମାର ରଥ, ସମ୍ପାଦକ...ଶ୍ରୀ ସଚ୍ଚି ନନ୍ଦନ ନାୟକ, କାର୍ଯ୍ୟକାରୀ ସଭାପତି..ଶ୍ରୀ ସୀତାକାନ୍ତ ମହାପାତ୍ର,କୋଷାଧକ୍ଷ...ଶ୍ରୀ ମନୋରଞ୍ଜନ ବରାଳ, ସହ କୋଷାଧକ୍ଷ..ଶ୍ରୀ ପୁରୁଷୋତ୍ତମ ମୁଦୁଲି ଉପଦେଷ୍ଟା...ଶ୍ରୀ ସତୀଶ କୁମାର ରାୟ ,ଶ୍ରୀ ପଙ୍କଜ ଲୋଚନ ପ୍ରଧାନ, ଶ୍ରୀ ଗୋପବନ୍ଧୁ ନାୟକ, ଶ୍ରୀ ଗୋକୁଳାନନ୍ଦ ସାହୁ, ଶ୍ରୀ ଆଲୋକ ପୃଷ୍ଟି, ଶ୍ରୀ ସାନନ୍ଦ ରଣସିଂହ ଉପସଭାପତି...ଶ୍ରୀ ଭାଗୀରଥୀ ସାହୁ, ଶ୍ରୀ ବୈକୁଣ୍ଠନାଥ ସାହୁ, ଶ୍ରୀ କାଳନ୍ଦି ଚରଣ ପାଣିଗ୍ରାହୀ ଯୁଗ୍ମସଂପାଦକ..ଶ୍ରୀ ଲୋକନାଥ ସ୍ୱାଇଁ, ଶ୍ରୀ ସଚିତ୍ର କୁମାର ସାହୁ କାର୍ଯ୍ୟକାରୀ ସଦସ୍ୟ... ଶ୍ରୀ ଡମ୍ବୁରୁଧର ସାହୁ, ଶ୍ରୀ ସତ୍ୟବ୍ରତ କୁଅଁର, ଶ୍ରୀ ସଞ୍ଜୟ ମହାରଣା, ଶ୍ରୀ କ୍ଷେତ୍ରବାସୀ ବେହେରା, ଶ୍ରୀ ସୁରେନ୍ଦ୍ର ବଳ, ଶ୍ରୀ ସଦାନନ୍ଦ ସାହୁ, ଶ୍ରୀ ରଘୁନାଥ ସାହୁ, ଶ୍ରୀ ସୁବାସ ଚନ୍ଦ୍ର ବାରିକ, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ଅଂଶୁମାନ ମଲ୍ଲିକ, ଶ୍ରୀ ମହମ୍ମଦ ମୁକ୍ତାର,ଶ୍ରୀ ରଶ୍ମୀ ରଞ୍ଜନ ମହାପାତ୍ର,ଶ୍ରୀ ସଚି କାନ୍ତ ସ୍ୱାଇଁ, ଶ୍ରୀ ନିବାସ ଜେନା, ଶ୍ରୀ ଲକ୍ଷ୍ମୀଧର ଜେନା, ବଲରାମ ସାହୁ, ତ୍ରିନାଥ ସାହୁ ,ପ୍ରଭାସ ଚନ୍ଦ୍ର ଜେନା, ବିଦ୍ୟାଧର ସାହୁ, ମିଟୁ ସ୍ଵାଇଁ।

powered by social2s

More Articles ...

  1. ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ଦ୍ଵାରା କଳାହାଣ୍ଡି ଏବଂ ରାୟଗଡ଼ାରେ ୬୫,୦୦୦ ରୁ ଅଧିକ ଲୋକ ଉପକୃତ
  2. ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  3. +୨ ସଫଳତା ଧାରା ବଜାୟ ରଖିଛି ଟି. ଏନ. ଟି
Page 152 of 2253
  • Start
  • Prev
  • 147
  • 148
  • 149
  • 150
  • 151
  • 152
  • 153
  • 154
  • 155
  • 156
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.