• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
25 April 2026

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ପ୍ରସ୍ତୁତି ବୈଠକ। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ। ଯଥେଷ୍ଟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ନୀତି ଠିକ ସମୟରେ ସାରିବା ଉପରେ ଦିଆଯାଇଛି ଗୁରୁତ୍ୱ।

powered by social2s

କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

Details
Odia Ray Admin
ଓଡିଶା
25 April 2026

ଭୁବନେଶ୍ୱର : ଓଡ଼ିଶାରେ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେ ୩୧ ସୁଦ୍ଧା ସ୍ଵ-କାର୍ଯ୍ୟଦକ୍ଷତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ। କେତେ କାମ କରୁଛନ୍ତି, ତାହାର ହିସାବ ହେବ। ଜୁଲାଇ ୩୧ ସୁଦ୍ଧା ରିପୋର୍ଟ ଉପରେ ମନ୍ତବ୍ୟ ଦେବେ ରିପୋଟିଂ ଅଥରିଟି। ସେପ୍ଟେମ୍ବର ୩୦ ସୁଦ୍ଧା ମନ୍ତବ୍ୟ ଦେବେ ସମୀକ୍ଷକ। ଡିସେମ୍ବର ୩୧ ସୁଦ୍ଧା ଚୂଡ଼ାନ୍ତ ଅଧିକାରୀ ଦେବେ ମତ।

powered by social2s

ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଡାକ୍ତର ବିକ୍ରମ ଦାସ ସ୍ମାରକୀ ବକ୍ତୃତା

Details
Odia Ray Admin
ଓଡିଶା
25 April 2026

ଉପନିବେଶ ବାଦ ମାନସିକତାରୁ ଏ ଜାତିର ଶିକ୍ଷା ସଂସ୍କୃତି ଓ ସାହିତ୍ୟକୁ ମୁକ୍ତକରି ଏକ ନୂତନ ଦୃଷ୍ଟିଭଙ୍ଗୀ ଦେବାରେ ସତ୍ୟବାଦୀ ଯୁଗର ସାଧକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ପ୍ରଫେସର ବିକ୍ରମ ଦାସ ସ୍ମାରକୀ ବକ୍ତୃତା ମାଳା ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି. ଗୁରୁବାର ସନ୍ଧ୍ୟାରେ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନରେ ଅନୁଷ୍ଠିତ ଏ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ ଅଧ୍ୟାପକ ବିଶ୍ୱରଂଜନ କହିଲେ ଯେ ପରମ୍ପରା ପ୍ରତିଭା ଓ ପୁରଦୃଷ୍ଟିର ସମନ୍ୱୟରେ ଡାକ୍ତର ବିକ୍ରମ ଦାସଙ୍କ ସାହିତ୍ୟ ସମୃଦ୍ଧ ହୋଇଥିଲା.. ସତ୍ୟବାଦୀ ଶିକ୍ଷା ଓ ବିଚାର ଧାରା ଦ୍ୱାର ପ୍ରଭାବିତ ହୋଇଥିଲା..ଉତ୍ସବରେ ସତ୍ୟବାଦୀ ଯୁଗର ଶିକ୍ଷା ଓ ସାହିତ୍ୟ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ, ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ଦୁଇଟି ଧାରାକୁ ଗୁରୁତ୍ୱ ଦେଇଥିଲା ତାହା ହେଉଛି ସଂସ୍କୃତ ଓ ଆଧୁନିକ ପୁରଦୃଷ୍ଟି. ସନାତନ ପରମ୍ପରାକୁ ସେମାନେ ମାନ୍ୟତା ଦେଇଥିଲେ ଓ ସେ ସମୟର ଶିକ୍ଷା ଓ ସାହିତ୍ୟରେ ଜନ ଚେତନାର ପ୍ରତିଫଳନ ଘଟିଥିଲା ଓ ଜାତୀୟତା ବୋଧର ଧାରାକୁ ପଣ୍ଡିତ ଗୋପବନ୍ଧୁ ହିଁ ପ୍ରଥମେ ଓଡ଼ିଶାକୁ ଆଣିଥିଲେ ଏବଂ ପଞ୍ଚସଖା ମାନେ ଏହାକୁ ବିସ୍ତାର କରିଥିଲେ. ଡାକ୍ତର ବିକ୍ରମ ଦାଶ ଥିଲେ ଏହି ଧାରାର ଯୋଗ୍ୟ ଦାୟାଦ. ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଶିବାଶିଷ କର. ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ରାଜୀବ କୁମାର ଷଢଙ୍ଗୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ ସଂଗଠକ ସମ୍ପାଦକ ଶଶୀକାନ୍ତ ରାଉତ. ଉତ୍ସବରେ ବିକ୍ରମ ଦାସଙ୍କ ପୁତ୍ର ପ୍ରଫେସର ସିଦ୍ଧାର୍ଥ ଦାସ ଓ କନ୍ୟା ପ୍ରଫେସର ଶ୍ରୁତି ଦାସ ସମେତ ଅନୁଷ୍ଠାନର କୋଷାଧକ୍ଷ ଦିଲୀପ କୁମାର ଦାସ, କାର୍ଯ୍ୟନିର୍ବାହି ସଦସ୍ୟ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ବୈଜୟନ୍ତି ମାଳା ଶତପଥୀ ଓ ଗୀତାଞ୍ଜଳି ପୃଷ୍ଟି ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ.

powered by social2s

ବଲାଙ୍ଗୀରରେ ହେବ ଚିନି କଳ, ଟେକ୍ସଟାଇଲ୍ ପାର୍କ

Details
Odia Ray Admin
ଓଡିଶା
24 April 2026

ଭୁବନେଶ୍ବର: ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ଆଜି କେବଳ ଯୋଜନା କାର୍ଯ୍ୟକାରୀ କରିବା ଭିତରେ ନିଜକୁ ସୀମିତ ରଖିନାହାନ୍ତି, ବରଂ ସାମାଜିକ, ଅର୍ଥନୈତିକ, ମୌଳିକ ସେବା ଭିତ୍ତିଭୂମି, ମାନବ କଲ୍ୟାଣ ତଥା ପ୍ରାକୃତିକ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ 'ଜାତୀୟ ପଞ୍ଚାୟତିରାଜ ଦିବସ' ପାଳନ ଅବସରରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ପଞ୍ଚାୟତିରାଜ ଦିବସ କେବଳ ଏକ ସମାବେଶ ନୁହେଁ, ଏହା ଗ୍ରାମାଞ୍ଚଳ ସ୍ୱ-ଶାସନ ଓ ଲୋକତନ୍ତ୍ରର ମୌଳିକ ଶକ୍ତିକୁ ଜାଗରଣ କରିବାର ଦିବସ । ୭୩ତମ ସମ୍ବିଧାନ ସଂଶୋଧନର ତିନି ଦଶକ ପରେ ପଞ୍ଚାୟତରାଜ ବ୍ୟବସ୍ଥା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଲୋକଙ୍କ ସକ୍ରିୟ ଭାଗିଦାରୀ ଓ ଅଭିନବ ଚିନ୍ତାଧାରାହିଁ ଏହି ବ୍ୟବସ୍ଥାକୁ ଅଧିକ ଗତିଶୀଳ କରିପାରିବ ବୋଲି ସେ କହିଥିଲେ । ସେ ପୁଣି କହୁଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ବଳିଷ୍ଠ ନେତୃତ୍ଵରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଉଦ୍ୟମ ଜାରି ରହିଛି, ତାକୁ ସାକାର କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ । ଗ୍ରାମାଞ୍ଚଳରେ ଜଳ, ଜମି, ଜଙ୍ଗଲର ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ମହିଳା ସଶକ୍ତିକରଣ ପାଇଁ ଆମ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୫୮୦ କୋଟି ଟଙ୍କା ମୂଲ୍ୟର ୩୦୪ ଟି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୩୨୯ କୋଟି ଟଙ୍କା ର ୨୬୮ ଟି ପ୍ରକଳ୍ପ ର ଲୋକାର୍ପଣ ଓ ୨୫୨ କୋଟି ଟଙ୍କା ର ୩୬ ଟି ପ୍ରକଳ୍ପ ର ଶିଳାନ୍ୟାସ କରଯାଇଛି । ଏଥିରେ ଭୀମଭୋଇ ମେଡିକାଲ କଲେଜରେ ଏକ ନୂତନ ନର୍ସିଂ କଲେଜ ପାଇ ମଧ୍ୟ ଶିଳାନ୍ୟାସ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ଚିନି କଳ ଓ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇବାକୁ ଯାଉଥିବା ଘୋଷଣା କରିଥିଲେ । ଏଥି ସହିତ ଅନ୍ତୋଦୟ ଗୃହ ଯୋଜନାରେ ୫୦,୦୦୦ ରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ପ୍ରଥମ କିସ୍ତି ରାଶି ପ୍ରଦାନର ଶୁଭାରମ୍ଭ କରିଥିଲେ । ପଞ୍ଚାୟତିରାଜ ସମୀକ୍ଷା ପୋର୍ଟାଲ୍ ଓ e- ପଞ୍ଚାୟତ ସଭା ପୋର୍ଟାଲ କୁ ମଧ୍ୟ ଉନ୍ମୋଚନ କରିଥିଲେ । ଜାତୀୟ ପଞ୍ଚାୟତ ପୁରସ୍କାର ମାଧ୍ୟମରେ ପଞ୍ଚାୟତ ମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହୋଇଥିବା ସହ ଓଡିଶାର ଅନେକ ପଞ୍ଚାୟତ ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ମାଧ୍ୟମରେ ଗରିବ ଓ ବଞ୍ଚିତ ପରିବାରମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ବାସଗୃହ ଓଡ଼ିଶାକୁ ମିଳିବାକୁ ଯାଉଛି । ଏହା ମାଧ୍ୟମରେ ସମସ୍ତେ ଘର ପାଇବେ ବୋଲି ସେ କହିଥିଲେ । ସେହିପରି ଜଳଜୀବନ ମିଶନ ଅଧୀନରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ୨୦୨୭ ମାର୍ଚ୍ଚ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ବୃହତ୍ ଯୋଜନା ଗ୍ରହଣ କରାଯାଇଛି। ସେ ପୁଣି କହିଥିଲେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ପୁରା କରିବା ପାଇ ଗରିବ, ମହିଳା, ଯୁବ ବର୍ଗ ଓ ଅନ୍ନଦାତା ଙ୍କୁ ସଶକ୍ତ କରିବାପାଇଁ ଆମେ ବ୍ୟାପକ ଯୋଜନା ଆରମ୍ଭ କରିଛୁ । ସମୃଦ୍ଧ ପଞ୍ଚୟତ, ସମୃଦ୍ଧ ସହର ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶି ଟିମ୍ ଓଡ଼ିଶା ଭାବେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ପଞ୍ଚାୟତ ପ୍ରତିନିଧି ମନକୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ନିଜ ସରପଞ୍ଚ ସମୟର ଅଭିଜ୍ଞତା ଓ ଅନୁଭୂତିକୁ ବର୍ଣ୍ଣନା କରି କହିଥିଲେ ଯେ ଆଜି ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗରିବ,ମହିଳା, ଯୁବ - ଚାଷୀ ସମସ୍ତଙ୍କ ବିକାଶ ପାଇଁ କାମ କରିବାର ସମୟ ଆସିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ MGNREGS ଏବଂ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା, ବ୍ଳକ୍, ଓ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, କହିଥିଲେ ଯେ ବିକଶିତ ଓଡ଼ିଶା ପାଇ ମଜଭୁତ୍ ଗ୍ରାମ ସୃଷ୍ଟି କରିବା ଆମ ସରକାରଙ୍କର ମୂଳ ଲକ୍ଷ୍ୟ। ସେଥିପାଇଁ ପଞ୍ଚୟତିରାଜ୍ ଅନୁଷ୍ଠାନ ଗୁଡ଼ିକ ଅଧିକ ସୁଦୃଢ଼ ହେବାକୁ ପଡ଼ିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ଗ୍ରାମୀଣ ସଶକ୍ତିକରଣ ଓ ଲୋକ କୈନ୍ଦ୍ରିକ ଶାସନକୁ ବିକଶିତ ଓଡ଼ିଶାର ପ୍ରମୁଖ ସ୍ତମ୍ଭ ଭାବେ ଚିହ୍ନଟ କରାଯାଇଛି । ୨୦୨୬-୨୭ ବଜେଟରେ ଗ୍ରାମୀଣ ବିକାଶ ପାଇଁ ୪୪,୩୦୯ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଛି । ଏଥିରୁ ଆମ ସରକାରଙ୍କର ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ପ୍ରକାଶ ପାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଫଳ ଆଜି ଘରେ ଘରେ ପହଞ୍ଚିଛି । ଆମ ସରକାର ପଞ୍ଚାୟତରାଜ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଉଛନ୍ତି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜୀ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ଟିଟଲାଗଡ ବିଧାୟକ ଶ୍ରୀ ନବୀନ ଜୈନ, ବଲାଙ୍ଗୀର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାରେ ଆଭାସୀ ମାଧ୍ୟମରେ ମନ୍ତ୍ରୀ ଓ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ ଏନ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଧନ୍ୟବାଦ୍ ଅର୍ପଣ କରିଥିଲେ।

powered by social2s

କୃତ୍ରିମ ବୁଦ୍ଧିମତା ଆଧ୍ୟାତ୍ମିକତାର ଏକ ଉପକରଣ

Details
Odia Ray Admin
ଓଡିଶା
25 April 2026

ଭୁବନେଶ୍ୱର : AI ଆଧ୍ୟାତ୍ମିକତାର ଏକ ଉପକରଣ ଭାବରେ ଉଭା ହେଉଛି ଯାହା 24/7 ବ୍ୟକ୍ତିଗତ ମାର୍ଗଦର୍ଶନ, ଧ୍ୟାନ ଏବଂ ଶାସ୍ତ୍ର ଅଧ୍ୟୟନ ପ୍ରଦାନ କରି ଏକ "ଡିଜିଟାଲ୍ ପରାମର୍ଶଦାତା" କିମ୍ବା "ପଥରେ ଲଣ୍ଠନ" ଭାବରେ କାର୍ଯ୍ୟ କରୁଛି। ଏହା AI ଚାଟବଟ୍, ଭର୍ଚୁଆଲ୍ ଧ୍ୟାନ ସ୍ଥାନ ଏବଂ ଆନୁଷ୍ଠାନିକ କାର୍ଯ୍ୟଗୁଡ଼ିକୁ ବ୍ୟକ୍ତିଗତକରଣ କିମ୍ବା ପବିତ୍ର ପାଠଗୁଡ଼ିକୁ ଅନୁବାଦ କରୁଥିବା ଆପ୍ ମାଧ୍ୟମରେ ଆତ୍ମନିରୀକ୍ଷଣକୁ ସହଜ କରିଥାଏ। ସୁଗମ ସମର୍ଥନ ପ୍ରଦାନ କରିବା ସମୟରେ, ଏଥିରେ ମାନବୀୟ ସହାନୁଭୂତି ଏବଂ ଚେତନା ଅଭାବ ରହିଛି। ଆଧ୍ୟାତ୍ମିକତାରେ AI ର ପ୍ରମୁଖ ପ୍ରୟୋଗ: ଆଧ୍ୟାତ୍ମିକତାରେ AI ର ମୁଖ୍ୟ ପ୍ରୟୋଗ: ଦେବ AI ପରି ଆପ୍ ଧାର୍ମିକ ବ୍ୟକ୍ତିତ୍ୱ ଏବଂ ନିର୍ଦ୍ଦେଶିତ ଧ୍ୟାନକୁ ପ୍ରବେଶ ପ୍ରଦାନ କରେ, ଯେତେବେଳେ AI ରାବ୍ବି ବ୍ୟକ୍ତିଗତ ତୋରା ଅଧ୍ୟୟନ ଏବଂ ପାଷ୍ଟୋରାଲ୍ ଯତ୍ନ ପ୍ରଦାନ କରେ। ଜ୍ଞାନ ପାଇଁ କଥାବାର୍ତ୍ତା AI: ଚାଟବଟ୍ ଗୁଡ଼ିକୁ ଅନ୍ତର୍ଦୃଷ୍ଟି ପ୍ରଦାନ କରିବା ଏବଂ ପ୍ରଶ୍ନର ଉତ୍ତର ଦେବା ପାଇଁ ଆଧ୍ୟାତ୍ମିକ ପାଠ (ବୌଦ୍ଧ, ଖ୍ରୀଷ୍ଟିଆନ୍, ହିନ୍ଦୁ, ଇସଲାମିକ୍) ଉପରେ ତାଲିମ ଦିଆଯାଏ, ଯେପରିକି WisQu ଇସଲାମିକ୍ AI ଚାଟବଟ୍। ରୀତି ଏବଂ ଧ୍ୟାନ: AI AI-ଚାଳିତ ଧ୍ୟାନ ଆପ୍ ମାଧ୍ୟମରେ ମନନଶୀଳତାକୁ ସମର୍ଥନ କରେ ଯାହା ଉପଭୋକ୍ତା ତଥ୍ୟ ସହିତ ସମାନ ଏବଂ ଉତ୍ସବ ପାଇଁ "ମିନ୍ଦାର" ପରି ରୋବୋଟିକ୍ ପାଦ୍ରୀମାନଙ୍କୁ ମଧ୍ୟ ଗ୍ରହଣ କରେ। "ଆଇନା" ଭାବରେ AI: AI ବ୍ୟବହାରକାରୀମାନଙ୍କୁ ବ୍ୟକ୍ତିଗତ ବିଶ୍ୱଦୃଷ୍ଟିକୋଣକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରେ ଯାହା ଦ୍ୱାରା ସେମାନେ ଆତ୍ମ-ଆବିଷ୍କାର ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରି ଏବଂ ବିଭିନ୍ନ ଦୃଷ୍ଟିକୋଣର ଗଭୀର ବୁଝାମଣା କରିପାରିବେ। ସୀମାବଦ୍ଧତା ଏବଂ ବିଚାର: ଚେତନାର ଅଭାବ: AI ର କୌଣସି ହୃଦୟ କିମ୍ବା ଆତ୍ମା ​​ନାହିଁ ଏବଂ ଏହା ପ୍ରକୃତ ମାନବ ଅଭିଜ୍ଞତା, ଯନ୍ତ୍ରଣା କିମ୍ବା କରୁଣାକୁ ବଦଳାଇପାରିବ ନାହିଁ। ସୂଚନା ବନାମ ପରିବର୍ତ୍ତନ: AI ଜ୍ଞାନ (ସୂଚନା) ପ୍ରଦାନ କରିପାରିବ, କିନ୍ତୁ ପ୍ରକୃତ ପରିବର୍ତ୍ତନ ପାଇଁ ଆବଶ୍ୟକ ଆଭ୍ୟନ୍ତରୀଣ କାର୍ଯ୍ୟକୁ ସହଜ କରିପାରିବ ନାହିଁ। ନୈତିକ ବ୍ୟବହାର: ପ୍ରଯୁକ୍ତିବିଦ୍ୟା ମାନବ ଆଧ୍ୟାତ୍ମିକ ଅଭ୍ୟାସକୁ ବଦଳାଇବା ପରିବର୍ତ୍ତେ ବୃଦ୍ଧି କରେ ତାହା ନିଶ୍ଚିତ କରିବା ପାଇଁ ନୈତିକ ବ୍ୟବହାରର ଆବଶ୍ୟକତା ଅଛି। ଅସ୍ୱୀକାର: AI କୁ ମାର୍ଗଦର୍ଶନ ପାଇଁ ଏକ ପରିପୂରକ ଉପକରଣ ଭାବରେ ବ୍ୟବହାର କରାଯିବା ଉଚିତ, ମାନବ ଆଧ୍ୟାତ୍ମିକ ପରାମର୍ଶଦାତା କିମ୍ବା ଯୋଗ୍ୟ ମାନସିକ ସ୍ୱାସ୍ଥ୍ୟ ବୃତ୍ତିଗତଙ୍କ ପାଇଁ ବିକଳ୍ପ ନୁହେଁ। ସୌଜନ୍ୟ: B-ସ୍କୁଲ ଫୋରମ୍ SDAR, IIT-ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗ ପାର୍କ www.unimindinfotech.com. ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ଝାରସୁଗୁଡ଼ା ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

Details
Odia Ray Admin
ଓଡିଶା
25 April 2026

ଭୁବନେଶ୍ୱର : ଝାରସୁଗୁଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ବନ୍ଧରେ ସବିସ୍ତୃତ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଝାରସୁଗୁଡ଼ା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ମେ' ମାସ ୩୧ ତାରିଖ ସୁଦ୍ଧା ସମାପ୍ତ କରିବା ସହ ଆରମ୍ଭ ହୋଇ ନଥିବା ପ୍ରକଳ୍ପକୁ ମେ' ମାସ ୭ ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଝାରସୁଗୁଡ଼ା ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତାକୁ ସୁନିଶ୍ଚିତ କରିବା ସହ ମାନଦଣ୍ଡକୁ ଯାଞ୍ଚ କରିବା ଏବଂ ପ୍ରକଳ୍ପ ଗୁଡ଼ିକୁ ଯେପରି ଧାର୍ଯ୍ୟ ସମୟସୀମା ମଧ୍ୟରେ ସମାପ୍ତ କରାଯାଇପାରିବ, ତାହା ଉପରେ ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଝାରସୁଗୁଡ଼ା ବ୍ଲକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ (ଏନଟିପିସି ଓ ଏମସିଏଲ), ବିଧାୟକ ସ୍ଥାନୀୟ କ୍ଷେତ୍ର ବିକାଶ, ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ସମୁଦାୟ ୧୭୧ଟି ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରୁ ୮୮ଟି ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେବା ସହ ୧୮ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ବୋଲି ଝାରସୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଯେଉଁ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସରିଯାଇଛି ତାହାର ଗୁଣବତ୍ତା ଯାଞ୍ଚ କରିବା ସହ ଯେଉଁଗୁଡ଼ିକର କାର୍ଯ୍ୟ ଜାରି ରହିଛି, ତାହାକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ବ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଭିନ୍ନ କାରଣରୁ କାମରେ ଅବହେଳା କରି ଠିକ ସମୟରେ କାମ ସାରୁ ନଥିବା ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାଦେଶକୁ ରଦ୍ଦ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଏଥିସହିତ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଯାଞ୍ଚ କରିବା ସହ ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ଯେପରି ପାନୀୟ ଜଳ ସୁବିଧା ପହଞ୍ଚିପାରିବ ତାହାକୁ ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଲୋଇସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଚାରବାଟୀ ଗ୍ରାମରେ ଏକ ସ୍ୱତନ୍ତ୍ର ଜଳ ଟ୍ୟାଙ୍କର ନିର୍ମାଣ କରିବା ପାଇଁ ମଧ୍ୟ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। "ଲୋକଙ୍କ ସରକାରରେ ସମସ୍ତ ଜନମଙ୍ଗଳକାରୀ ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ଯେପରି ଲୋକଙ୍କ ନିକଟରେ ସଠିକ ସମୟରେ ପହଞ୍ଚିପାରିବ ତାହା ଆମର ଲକ୍ଷ୍ୟ। ତୃଣମୂଳ ସ୍ତରରେ ଧାଡ଼ିର ଶେଷରେ ଛିଡା ହୋଇଥିବା ଲୋକ ଯେପରି ସରକାରୀ ପ୍ରକଳ୍ପର ସୁବିଧା ପାଇପାରିବ ତାହାକୁ ସୁନିଶ୍ଚିତ କରାଯିବ", ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମତପ୍ରକାଶ କରିଛନ୍ତି। ବୈଠକରେ ରାଜସ୍ବ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ଝାରସୁଗୁଡ଼ା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ଆଚାର୍ଯ୍ୟ, ସହାୟକ କାର୍ଯକାରୀ ଯନ୍ତ୍ରୀ ଶ୍ରୀମତୀ ମଧୁମିତା ମିଶ୍ର, ସହକାରୀ ଯନ୍ତ୍ରୀ ଶ୍ରୀମତୀ ରଶ୍ମିତା ମହାରଣା, କନିଷ୍ଠ ଯନ୍ତ୍ରୀ ଶ୍ରୀ କମଳ ପ୍ରସାଦ ରାଥୋଡ଼, ଶ୍ରୀମତୀ ରୋଜି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

powered by social2s

ବୌଦ୍ଧ ଧର୍ମର ଜୀବନଚକ୍ର ଦୃଶ୍ୟ ଶିକ୍ଷା

Details
Odia Ray Admin
ଓଡିଶା
24 April 2026

ଭୁବନେଶ୍ୱର : ଜୀବନଚକ୍ର (ଭାବଚକ୍ର) ହେଉଛି ଏକ ଗଭୀର ତିବ୍ବତୀୟ ବୌଦ୍ଧ ଦୃଶ୍ୟ ଶିକ୍ଷା ଉପକରଣ ଯାହା ସଂସାରକୁ ପ୍ରତୀକ କରେ - ଜୀବନ, ​​ମୃତ୍ୟୁ ଏବଂ ପୁନର୍ଜନ୍ମର ଚକ୍ରୀୟ, ପ୍ରାୟତଃ ଯନ୍ତ୍ରଣାଦାୟକ ପ୍ରକ୍ରିୟା। ମୃତ୍ୟୁର ପ୍ରଭୁ ଯମଙ୍କ ଦ୍ୱାରା ଧାରଣ କରାଯାଇଥିବା, ଏହା ଦର୍ଶାଏ ଯେ କିପରି ଅଜ୍ଞତା, ଆସକ୍ତି ଏବଂ ବିରକ୍ତି କର୍ମକୁ ଚାଳିତ କରେ, ପ୍ରାଣୀଙ୍କୁ ଜ୍ଞାନପ୍ରାପ୍ତି ପର୍ଯ୍ୟନ୍ତ ଛଅଟି ଅସ୍ତିତ୍ୱ କ୍ଷେତ୍ରରେ ଫସି ରଖେ। ଚକ୍ରର ମୁଖ୍ୟ ଉପାଦାନ କେନ୍ଦ୍ର (ତିନିଟି ବିଷ): ଏକ ଘୁଷୁରୀ (ଅଜ୍ଞତା), ସାପ (ଘୃଣା), ଏବଂ କୁକୁଡ଼ା (ଇଚ୍ଛା) ପରସ୍ପରକୁ ପିଛା କରନ୍ତି, ଯାହା ଦୁଃଖର ମୂଳ କାରଣକୁ ପ୍ରତିନିଧିତ୍ୱ କରେ ଯାହା ଚକକୁ ଘୁରାଇ ରଖେ। ଦ୍ୱିତୀୟ ସ୍ତର (କର୍ମ): ଏକ ହାଲୁକା ଅଧା (ଉତ୍ଥାନ) ପ୍ରାଣୀମାନଙ୍କୁ ଭଲ କର୍ମ ଅନୁଭବ କରୁଥିବା ଦେଖାଏ, ଯେତେବେଳେ ଏକ ଅନ୍ଧକାର ଅଧା (ପତନ) ନକାରାତ୍ମକ କର୍ମ ଭୋଗୁଥିବା ଲୋକଙ୍କୁ ଦେଖାଏ। ମୁଖ୍ୟ ବଳୟ (ପୁନର୍ଜନ୍ମର ଛଅଟି ରାଜ୍ୟ): ପ୍ରାଣୀମାନେ ସେମାନଙ୍କର କର୍ମ ଉପରେ ଆଧାରିତ ଛଅଟି ଅବସ୍ଥା ମଧ୍ୟରୁ ଗୋଟିଏରେ ପୁନର୍ବାର ଜନ୍ମ ନିଅନ୍ତି: ଦେବତା (ଦେବ): ଆନନ୍ଦ ଏବଂ ଗର୍ବ, କିନ୍ତୁ ଶେଷରେ ଅନିତ୍ୟ। ଦେବତା (ଅସୁର): ଈର୍ଷା ଏବଂ ଈର୍ଷା। ମାନବ କ୍ଷେତ୍ର: ସର୍ବୋତ୍ତମ ଅବସ୍ଥା ଭାବରେ ବିବେଚନା କରାଯାଏ, ଯାହା ଜ୍ଞାନ ଅନ୍ୱେଷଣ ପାଇଁ ଆବଶ୍ୟକୀୟ ଦୁଃଖ ଏବଂ ସଚେତନତାର ସନ୍ତୁଳନ ପ୍ରଦାନ କରେ। ପ୍ରାଣୀ କ୍ଷେତ୍ର: ଅଜ୍ଞତା ଏବଂ ପ୍ରବୃତ୍ତି। ଭୋକିଲା ଭୂତ କ୍ଷେତ୍ର (ପ୍ରେତା): ତୀବ୍ର ଆକାଂକ୍ଷା ଏବଂ ନିଶା। ନର୍କ କ୍ଷେତ୍ର: ଅତ୍ୟନ୍ତ କ୍ରୋଧ, କ୍ରୋଧ ଏବଂ ଯନ୍ତ୍ରଣା। ବାହ୍ୟ ରିମ୍ (ନିର୍ଭରଶୀଳ ଉତ୍ପତ୍ତିର ବାରଟି ଲିଙ୍କ): ଅଜ୍ଞତାରୁ ଆରମ୍ଭ ହୋଇ ବାର୍ଦ୍ଧକ୍ୟ/ମୃତ୍ୟୁରେ ଶେଷ ହେଉଥିବା ଅସ୍ତିତ୍ୱର ପ୍ରତ୍ୟେକ ଦିଗ କିପରି ପରବର୍ତ୍ତୀ କାରଣ ହୁଏ ତାହା ପ୍ରତିନିଧିତ୍ୱ କରୁଥିବା 12ଟି ଚିତ୍ରର ଏକ ଶୃଙ୍ଖଳ। ମୁକ୍ତିର ପ୍ରତୀକ ଯମ (ମୃତ୍ୟୁର ପ୍ରଭୁ): ଚକ୍ର ଧରିଥିବା ରାକ୍ଷସ ଅଭ୍ୟାସକାରୀମାନଙ୍କୁ ମନେ ପକାଇ ଦିଏ ଯେ ସମସ୍ତ ସର୍ତ୍ତିତ ଅସ୍ତିତ୍ୱ ଅସ୍ଥାୟୀ ଏବଂ ମୃତ୍ୟୁର ଅଧୀନ। ବୁଦ୍ଧ: ଚକ୍ର ବାହାରେ ଅବସ୍ଥିତ, ପ୍ରାୟତଃ ଚନ୍ଦ୍ର (ଜ୍ଞାନକୁ ପ୍ରତିନିଧିତ୍ୱ କରୁଥିବା) କିମ୍ବା ଏକ ପବିତ୍ର ଭୂମିକୁ ଇଙ୍ଗିତ କରି ଦର୍ଶାଉଛି ଯେ ଧର୍ମ ଦ୍ୱାରା ସଂସାରରୁ ମୁକ୍ତି ସମ୍ଭବ। ପ୍ରାୟତଃ ତିବ୍ଦତୀୟ ମଠଗୁଡ଼ିକର ପ୍ରବେଶ ଦ୍ୱାରରେ ଚିତ୍ରିତ, ଭାବଚକ୍ର ଅଭ୍ୟାସକାରୀମାନଙ୍କୁ ବାସ୍ତବତାର ପ୍ରକୃତି ବିଷୟରେ ନିର୍ଦ୍ଦେଶ ଦେବା ଏବଂ ସେମାନଙ୍କୁ ଅଭ୍ୟାସ କରିବାକୁ ପ୍ରେରଣା ଦେବା ପାଇଁ ଡିଜାଇନ୍ କରାଯାଇଛି। ସୌଜନ୍ୟ: MH ଲଜ୍ ଏବଂ ଗ୍ରୁପ୍ ( ବ୍ରହ୍ମବିଦ୍ୟାର ଏକ ଅଧ୍ୟୟନ କେନ୍ଦ୍ର)। ଶ୍ରୀ ଗୌତମ ମହାନ୍ତି, ଗବେଷକ ବ୍ରହ୍ମବିଦ୍ୟା ବିଶେଷଜ୍ଞ ଏବଂ ଲେଖକ, ଭୁବନେଶ୍ୱର।

powered by social2s

More Articles ...

  1. ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍
  2. ଖରିଆର ଅତିରିକ୍ତ ତହସିଲଦାରଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର
  3. ଓଡ଼ିଶାରେ ଏପ୍ରିଲ ୨୭ରୁ ଖରା ଛୁଟି
Page 174 of 2255
  • Start
  • Prev
  • 169
  • 170
  • 171
  • 172
  • 173
  • 174
  • 175
  • 176
  • 177
  • 178
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.