• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୬ ସମାରୋହରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୫ ଲକ୍ଷରୁ ଅଧିକ ପଞ୍ଜିକରଣ; ୫୪୧ କୋଟି ଟଙ୍କାର ସହାୟତା ବଣ୍ଟନ

Details
Odia Ray Admin
ଓଡିଶା
01 May 2026

ଭୁବନେଶ୍ୱର: ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଆଜି ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନେ ମାନବ ସଭ୍ୟତାର ପ୍ରକୃତ ନିର୍ମାତା ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି । ତେଣୁ ସେମାନଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ନ୍ୟାୟୋଚିତ ଅଧିକାର, ସାମାଜିକ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମଇ ଦିବସର ଐତିହାସିକ ପ୍ରସଙ୍ଗକୁ ସ୍ମରଣ କରି ଏହି ଦିନ ଶ୍ରମିକମାନଙ୍କ ଏକତା, ସଂଘର୍ଷ ଓ ଅଧିକାରର ପ୍ରତୀକ ଭାବେ ପରିଚିତ ବୋଲି କହିଥିଲେ । ସେ ପୁଣି କହିଥିଲେ ଆମ ସରକାର ଶ୍ରମିକମାନଙ୍କ ସାମଗ୍ରିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜିକରଣ କରାଯାଇଥିବା ବେଳେ ୫୪୧ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହିତ ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ ହୋଇଥିବା ସେ ଉଲ୍ଲେଖ କରିଥିଲେ । ‘ଶ୍ରମିକ ସାଥୀ’ ମୋବାଇଲ ଆପ୍‌ ମାଧ୍ୟମରେ ଶ୍ରମିକମାନଙ୍କୁ ସହଜରେ ସେବା ଯୋଗାଇ ଦିଆଯାଉଥିବା ବିଷୟରେ ସେ ଖୁସିବ୍ୟକ୍ତ କରିଥିଲେ । ଶ୍ରମିକମାନଙ୍କୁ ଉଚିତ ମଜୁରୀ ଓ କାର୍ଯ୍ୟକ୍ଷେତ୍ରରେ ସମ୍ମାନଜନକ ପରିବେଶ ଯୋଗାଇବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । ଏହା ଅପ୍ରେଲ ୧ ତାରିଖରୁ ପିଛଲା ଭାବରେ ଲାଗୁ ହେବ । ଏହା ଫଳରେ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୪୭୨ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ ୫୨୨ ଟଙ୍କା, କୁଶଳୀଙ୍କ ପାଇଁ ୫୭୨ ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ପାଇଁ ୬୨୨ ଟଙ୍କାକୁ ବୃଦ୍ଧି ପାଇବ । ସେ ଆହୁରି କହିଥିଲେ ଯେ, ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇ କାମ କରୁଛନ୍ତି ଏବଂ ହେଲ୍ପଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ତ୍ୱରିତ ସହାୟତା ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ଶିଳ୍ପାୟନ ଜରିଆରେ ଆଗାମୀ ଦିନରେ ଦାଦନ ସମସ୍ୟା ଦୂର ହେବ । ଆମ ରାଜ୍ୟର ଶ୍ରମଜୀବୀମାନେ ରାଜ୍ୟ ଭିତରେ କାମ ପାଇବେ । ଏଥିପାଇଁ ଆମର ପଦକ୍ଷେପ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ରୋଜଗାର ସୁଯୋଗ ଦେଖି ଆଜି ରିଭର୍ସ ମାଇଗ୍ରେସନ ଆରମ୍ଭ ହେଲାଣି । ତିରୁପୁର ଓ କୋଏମ୍ୱାଟୁର ପରି ସ୍ଥାନରୁ ଓଡ଼ିଆ ଶ୍ରମିକମାନେ ଆସି ଆମର ପୋଷାକ ଶିଳ୍ପରେ କାମ କଲେଣି । ଆମ ସରକାର ଆସିବାର ମାତ୍ର ୨୨ ମାସ ମଧ୍ୟରେ ବେସରକାରୀ କ୍ଷେତ୍ରରେ ୯୨ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି । ସେଥିରୁ ୧୦ ହଜାର ଯୁବକ ଯୁବତୀ ଅନ୍ୟ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରି ଆସି ଓଡ଼ିଶାରେ କାମ କରୁଛନ୍ତି । ଶ୍ରମଜୀବୀମାନଙ୍କୁ ବର୍ଷତମାମ କାମ ଯୋଗାଇଦେବା ପାଇଁ ଆମ ସରକାରଙ୍କ ପକ୍ଷରୁ ‘ଡାଲଖାଇ ଯୋଜନା’ ଆରମ୍ଭ କରାଯାଉଛି । ଦାଦନ ସମସ୍ୟା ରୋକିବାରେ ଏହା ପ୍ରମୁଖ ମାଧ୍ୟମ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ଶ୍ରମିକ ନେତାମାନଙ୍କ ଅବଦାନକୁ ସମ୍ମାନ ଜଣାଇ ୫ ଜଣ ବିଶିଷ୍ଟ ଶ୍ରମିକ ନେତା ଭଦ୍ରକ ଜିଲ୍ଲାର ଶ୍ରୀମତୀ ସୁମିତା ମହାପାତ୍ର, କଟକ ଜିଲ୍ଲାର ଶ୍ରୀ କିଶୋର ଚନ୍ଦ୍ର ଜେନା, ସମ୍ୱଲପୁର ଜିଲ୍ଲାର ଶ୍ରୀ ଗୋକୁଳ ମେହେର, ଭୁବନେଶ୍ୱରର ଶ୍ରୀ ମଦନ ମୋହନ ଧଳ ଏବଂ ସମ୍ୱଲପୁର ବୁର୍ଲ୍ଲାର ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥି ସହିତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ପରିଚୟ ପତ୍ର ଏବଂ ଶିକ୍ଷା, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଆଜି ସାରା ରାଜ୍ୟରେ ୬୦୦୦ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହିତ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୧୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବାରେ ଶ୍ରମିକମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥିବା କହି ବିଭାଗ ପକ୍ଷରୁ ସେମାନଙ୍କ କଲ୍ୟାଣାର୍ଥେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s

ଓଡ଼ିଶାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଏବଂ ୨୪x୭ ଜଳଯୋଗାଣ ମଡେଲ୍ ଅନୁଧ୍ୟାନ କଲେ ଇନ୍ଦୋର ମ୍ୟୁନିସିପାଲ୍ ପ୍ରତିନିଧି ଦଳ

Details
Odia Ray Admin
ଓଡିଶା
01 May 2026

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ଜଳ ସଂସ୍କାରର ସଫଳତା ଅନୁଧ୍ୟାନ କରିବା ପାଇଁ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ (IMC)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିଛନ୍ତି। ଇନ୍ଦୋର ମ୍ୟୁନିସିପାଲ୍ କମିଶନର ଶ୍ରୀ କ୍ଷିତିଜ ସିଙ୍ଗଲଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳ ଉନ୍ନତି ଭବନଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଶ୍ରୀମତୀ ଉଷା ପାଢ଼ୀଙ୍କ ସହ ଏକ ରଣନୈତିକ ପରାମର୍ଶ ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟତଃ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ (DFT) ଅଭିଯାନର କାର୍ଯ୍ୟକାରିତା ଏବଂ ଓ୍ବାଟକୋ (WATCO) ଦ୍ୱାରା ପରିଚାଳିତ ୨୪x୭ ଜଳଯୋଗାଣ ବ୍ୟବସ୍ଥାର ସଫଳତା ଉପରେ ଗୁରୁତ୍ୱ ଦିଆଯାଇଥିଲା, ଯାହାକୁ ଇନ୍ଦୋରରେ ପ୍ରତିରୂପଣ କରିବା ପାଇଁ ପ୍ରତିନିଧି ଦଳ ଆଗ୍ରହ ପ୍ରକାଶ କରିଥିଲେ। ​ଆଲୋଚନା ସମୟରେ ଶ୍ରୀମତୀ ଉଷା ପାଢ଼ୀ ଗୁରୁତ୍ୱାରୋପ କରିଥିଲେ ଯେ ଓଡ଼ିଶାର ଏହି ସହରାଞ୍ଚଳ ରୂପାନ୍ତରଣ ଉଭୟ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଏବଂ ସମ୍ପ୍ରଦାୟର ଗଭୀର ବିଶ୍ୱାସର ମିଳିତ ଭିତ୍ତିଭୂମି ଉପରେ ଗଢ଼ିଉଠିଛି। ଅନ୍ୟ ସହରଗୁଡ଼ିକରେ ଏଭଳି ନାଗରିକ-କେନ୍ଦ୍ରିତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସହରାଞ୍ଚଳ ଏକାଡେମୀ (Odisha Urban Academy) ପକ୍ଷରୁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି ସହାୟତା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ସମ୍ପ୍ରଦାୟ-ଚାଳିତ ଶାସନ ଏବଂ ଉଚ୍ଚମାନର ବୈଷୟିକ ମାନକର ସମନ୍ୱୟ କିଭଳି ସ୍ଥାୟୀ ସେବା ପ୍ରଦାନ ପାଇଁ ଏକ ଜାତୀୟ ମାପଦଣ୍ଡ ସୃଷ୍ଟି କରିଛି, ସେ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ​ଏହି ସମୀକ୍ଷା ବୈଠକ ପୂର୍ବରୁ ଇନ୍ଦୋର ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିଥିଲେ। ସେମାନେ ପ୍ରଥମେ ଦେଶର ପ୍ରଥମ ୨୪x୭ ପାନୀୟ ଜଳ ଯୋଗାଣ ସହର ପୁରୀ ଗସ୍ତ କରି ଜଳ ବିଶୋଧନ ପ୍ଲାଣ୍ଟ ପରିଦର୍ଶନ କରିବା ସହ ‘ଜଳ ସାଥୀ’ମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ଆଲୋଚନା ମାଧ୍ୟମରେ ସେମାନେ ବୁଝିବାକୁ ପାଇଥିଲେ ଯେ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣ କିଭଳି ଏହି ପ୍ରକଳ୍ପର ସ୍ଥାୟିତ୍ୱ ଏବଂ ଅନ୍ତର୍ଭୁକ୍ତୀକରଣ ସେବା ପ୍ରଦାନର ମୂଳଦୁଆ ସାଜିଛି। ​ଭୁବନେଶ୍ୱରରେ ଏହି ଦଳ ସାଲିଆ ସାହି ବସ୍ତି ଅଞ୍ଚଳ ପରିଦର୍ଶନ କରି ସହରାଞ୍ଚଳର ଅନୌପଚାରିକ ବସତିଗୁଡ଼ିକରେ କିଭଳି ସମାନ ଭାବେ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯାଉଛି, ତାହା ପ୍ରତ୍ୟକ୍ଷ କରିଥିଲେ। ଏଥିସହ ଅତ୍ୟାଧୁନିକ ‘ସ୍କାଡା’ (SCADA) ଭିତ୍ତିକ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ବୁଲି ଦେଖିବା ସହ ବାସ୍ତବ ସମୟରେ ଜଳର ଚାପ, ସ୍ମାର୍ଟ ମିଟରିଂ ଏବଂ ସ୍ୱୟଂଚାଳିତ ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଇନ୍ଦୋର ମ୍ୟୁନିସିପାଲ୍ କମିଶନର ଶ୍ରୀ କ୍ଷିତିଜ ସିଙ୍ଗଲ ଓଡ଼ିଶା ମଡେଲର ଦକ୍ଷତାକୁ ପ୍ରଶଂସା କରିବା ସହ ଓ୍ବାଟକୋର ପରିଚାଳନା ନିର୍ଦ୍ଦେଶକ କହିଥିଲେ ଯେ ଜନସାଧାରଣଙ୍କ ସଚେତନତା ଓ ସହଭାଗିତା ହିଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ସ୍ୱପ୍ନକୁ ସାକାର କରିପାରିଛି। ଆଗାମୀ ଦିନରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଓ୍ବାଟକୋ ଏବଂ ଇନ୍ଦୋର ମ୍ୟୁନିସିପାଲ୍ କର୍ପୋରେସନ୍ ମଧ୍ୟରେ ଏହି ସହଭାଗିତା ଜାରି ରହିବ ଏବଂ ଉଭୟ ପକ୍ଷ ନିଜ ନିଜର ଅନୁଭୂତି ଓ ଶିକ୍ଷାକୁ ବ୍ୟବହାର କରି ସୀମା ବାହାରେ ବିଭିନ୍ନ ସହରର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ।

powered by social2s

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ

Details
Odia Ray Admin
ଓଡିଶା
01 May 2026

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ। ଏଥିପାଇଁ ୧୭୦୨ କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂତନ ରାସ୍ତା ନିର୍ମାଣ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ। ଏହି ଶୁଭ ଅବସରରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାର ବଡ଼ ଘୋଷଣା କରାଯାଇଛି। ଏହା ସହିତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ୬୩୦ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ଜଳ ବିଭାଜିକା ବିକାଶ ଉପାଦାନ (WDC-PMKSY 2.0) ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଶିବରାଜ ଜୀଙ୍କ ଓଡ଼ିଶା ପ୍ରୀତିକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାକୁ ମନେ ପକାଇ ସେ କହିଥିଲେ ଯେ, ଏହି ଯୋଜନା ଗ୍ରାମୀଣ ଭାରତର ଦଶା ଓ ଦିଶା ବଦଳାଇ ଦେଇଛି। ବିଶେଷ କରି ଦୁର୍ଗମ ଅଞ୍ଚଳରେ ବିକାଶ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପିଏମ୍‌ଜିଏସ୍‌ୱାଇ-୪ରେ କେବଳ ରାୟଗଡ଼ ଓ ମାଲକାନଗିରି ଜିଲ୍ଲାରେ ୪୪୨ଟି ନୂତନ ରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କୋଲନରା, ମୁନିଗୁଡା ଓ ରାୟଗଡ ବ୍ଲକରେ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି, ଯାହାଦ୍ୱାରା ୯୮ଟି ଗାଁର ଜନସାଧାରଣ ଉପକୃତ ହେବେ। ରାୟଗଡ଼ା, କାଶିପୁର, କେ. ସିଙ୍ଗପୁର, କୋଲନରା ଓ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ୧୦୪ କୋଟି ୫୬ ଲକ୍ଷ ଟଙ୍କା ବିନିଯୋଗରେ ୧୩ଟି ନୂଆ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ସଡ଼କ ଓ ସେତୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ସୁଦୂର ଗ୍ରାମାଞ୍ଚଳଗୁଡ଼ିକ ମୁଖ୍ୟ ସ୍ରୋତ ସହ ଯୋଡ଼ି ହୋଇପାରିବେ। ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ‘Mission Powar’ (Power-Water-Road) ଅଭିଯାନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ ୫୦ରୁ ଅଧିକ ଜନସଂଖ୍ୟା ଥିବା କ୍ଷୁଦ୍ର ପଡ଼ା ଗ୍ରାମଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ୩୪,୧୦୪ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦,୨୦୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବାଣୀକୁ ମନେ ପକାଇ କହିଛନ୍ତି ଯେ, "ଭାରତର ଆତ୍ମା ଗାଁରେ ବାସ କରେ। ଯଦି ଆମ ଗାଁ ଗୁଡିକର ବିକାଶ ନ ହୁଏ, ତେବେ ଦେଶର ବିକାଶ ସମ୍ଭବ ନୁହେଁ। ଗ୍ରାମାଞ୍ଚଳର ଭଲ ଗମନାଗମନ ବ୍ୟବସ୍ଥା ହିଁ ହେଉଛି ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିର ମୌଳିକ ଆଧାର।" ସେ ଆହୁରି ମଧ୍ୟ କହିଛନ୍ତି, "ରାସ୍ତା ଯେତେବେଳେ ଗାଁରେ ପହଞ୍ଚେ, ସେତେବେଳେ ବିକାଶର ଅନେକ ବାଟ ଆପେ ଆପେ ଖୋଲି ଯାଏ। ତେଣୁ, ଗ୍ରାମାଞ୍ଚଳ ପାଇଁ ଏହି ଯୋଜନା ସଂଜିବନୀ ସଦୃଶ୍ୟ କାର୍ଯ୍ୟ କରି ବିକାଶର ନୂଆ ଦିଗ ଉନ୍ମୁକ୍ତ କରିବ।" ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସଫଳ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି। ସଡ଼କ ନିର୍ମାଣରେ ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ରକ୍ଷା କରିବା ପାଇଁ ଏକ ସୁଦୃଢ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାସ୍ତା ରକ୍ଷଣାବେକ୍ଷଣ ନିମନ୍ତେ ବଜେଟରେ ୫୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ 'Incentive' ଆକାରରେ ମିଳିଥିବା ୧୫୦ କୋଟି ଟଙ୍କା ମଧ୍ୟ ପୁରୁଣା ରାସ୍ତାର ମରାମତି ପାଇଁ ବିନିଯୋଗ କରାଯିବ। ରାଜ୍ୟ ସରକାରଙ୍କ ନୂତନ ଅଭିଯାନ ‘Mission Powar’ (Power-Water-Road) ମାଧ୍ୟମରେ ୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଛୋଟ ପଡ଼ା, ଗାଁକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରାଯିବ। ଚଳିତ ବର୍ଷ ୯,୭୦୦ କିଲୋମିଟର ନୂତନ ରାସ୍ତା ଓ ୩୫୦ଟି ନୂଆ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶେଷରେ, ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଢ଼ିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ୍ ସିଂହ ଚୌହାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର କେବଳ ପ୍ରତ୍ୟେକ ଗ୍ରାମକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଆସିନାହାଁନ୍ତି, ବରଂ ପ୍ରତିଟି ହୃଦୟ ସହ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ସର୍ବାଙ୍ଗୀନ ବିକାଶ ଓ ପ୍ରଗତି ହିଁ ବର୍ତ୍ତମାନ ସରକାରଙ୍କ ପ୍ରମୁଖ ପ୍ରତୀକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, କୌଣସି ବି ଗ୍ରାମ ଆଉ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିବ ନାହିଁ। ଆମେ କେବଳ ଫମ୍ପା ପ୍ରତିଶ୍ରୁତି ଦେବାରେ ବିଶ୍ୱାସ କରୁନାହୁଁ, ବରଂ କାମ କରି ଦେଖାଇବାରେ ବିଶ୍ୱାସ କରୁ ବୋଲି ସେ ମଞ୍ଚରେ କହିଥିଲେ। କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଏକ ପ୍ରସ୍ତାବ ରଖିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଦଳ ପଠାଇବେ। ଏହି ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ‘ସମନ୍ୱିତ କୃଷି ବ୍ୟବସ୍ଥା’ (Integrated Farming) ର ସମୀକ୍ଷା କରିବେ। କେବଳ ଧାନ ଚାଷ ନୁହେଁ, ବରଂ ଚାଷୀମାନେ ଯେପରି ସମସ୍ତ ପ୍ରକାରର ଅର୍ଥକାରୀ ଫସଲ ଉତ୍ପାଦନ କରି ଅଧିକ ରୋଜଗାର କରିପାରିବେ, ସେଥିପାଇଁ ସରକାର ମାର୍ଗଦର୍ଶନ ପ୍ରଦାନ କରିବେ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୬ ବର୍ଷ ତଳେ ଗାଁରେ ପକ୍କାରାସ୍ତା ନିର୍ମାଣର ସଂକଳ୍ପ ନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ ଆଜି ଆମେ ଏହାର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛୁ। ଏହି ଯୋଜନା ଦ୍ବାରା ଜନସାଧାରଣଙ୍କ ଅର୍ଥନୈତିକ ଉନ୍ନତି ସହିତ ଗାଁର ବିକାଶ ମଧ୍ୟ ଦ୍ବିଗୁଣିତ ହୋଇଛି। ଗାଁର କିପରି ବିକାଶ ହେବ ସେଥିନେଇ ଅନେକ ଯୋଜନା ହାତକୁନିଆଯିବା ସହିତ ଏହାର ସଫଳ ରୂପାୟନ ଦିଗରେ ଧ୍ୟାନ ଦିଆଯାଉଛି। ଏଥି ସହିତ ରାଜ୍ୟରେ ମିଶନ ପାୱାର ଯୋଜନା କାର୍ଯ୍ୟକାରୀ ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଗରିମାମୟ କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ୍ ଗମାଙ୍ଗୋ ଏବଂ ବିଷମକଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧବ ହିକକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର (MoRD) ନିର୍ଦ୍ଦେଶିକା ରୀନା ନାଗର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଜାମିନୀ ଷଡଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଆଶୁତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

୧୪ ଘଣ୍ଟା ଚାଲିଲା ଓଡ଼ିଶା ବିଧାନସଭା

Details
Odia Ray Admin
ଓଡିଶା
01 May 2026

ଭୁବନେଶ୍ୱର : ମଧ୍ୟରାତ୍ରୀ ଯାଏଁ ଚାଲିଲା ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଥିଲା। ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ କାର୍ଯ୍ୟକାରୀ ପାଇଁ ସଂକଳ୍ପ ନିଆଯାଇଛି। ଗୋଟିଏ ଦିନରେ ପ୍ରାୟ ୧୪ ଘଣ୍ଟା ଯାଏଁ ଚାଲିଲା ଗୃହ।

powered by social2s

କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସ୍ଥାୟୀତ୍ୱ ମଡେଲ - ନ. ୨ ଗାଣିତିକ ପ୍ରକ୍ରିୟା ଉତ୍କୃଷ୍ଟିକରଣ

Details
Odia Ray Admin
ଓଡିଶା
01 May 2026

ଭୁବନେଶ୍ୱର : ଗାଣିତିକ ପ୍ରକ୍ରିୟା ଉତ୍କୃଷ୍ଟିକରଣ (ଅପ୍ଟିମାଇଜେସନ୍ ଆଲଗୋରିଦମ) ହେଉଛି ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟକୁ କମ କରିବା କିମ୍ବା ସର୍ବାଧିକ କରିବା ପାଇଁ ବ୍ୟବହୃତ ଗଣନା ପଦ୍ଧତି - ସାଧାରଣତଃ ତ୍ରୁଟି (କ୍ଷତି) ହ୍ରାସ କରିବା କିମ୍ବା ଦକ୍ଷତାକୁ ସର୍ବାଧିକ କରିବା - ପୁନରାବୃତ୍ତି ଭାବରେ ମଡେଲ୍ ପାରାମିଟର (ଓଜନ ଏବଂ ପକ୍ଷପାତ) ଆଡଜଷ୍ଟ କରି। ସର୍ବୋତ୍ତମ ସମାଧାନ ଖୋଜିବା ପାଇଁ ଏଗୁଡ଼ିକ ମେସିନ୍ ଲର୍ଣ୍ଣିଂ, AI ଏବଂ ଇଞ୍ଜିନିୟରିଂରେ ଅତ୍ୟାବଶ୍ୟକ, ପ୍ରାୟତଃ ସର୍ବୋତ୍ତମ ଫଳାଫଳ ଆଡ଼କୁ ବଡ଼ ସନ୍ଧାନ ସ୍ଥାନଗୁଡ଼ିକୁ ନେଭିଗେଟ୍ କରିବା ପାଇଁ ଏକ ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରେ। ସାଧାରଣ ଅପ୍ଟିମାଇଜେସନ୍ ଆଲଗୋରିଦମ ଗ୍ରେଡିଏଣ୍ଟ୍ ଡିସେଣ୍ଟ୍: ତ୍ରୁଟିକୁ କମ କରିବା ପାଇଁ ସବୁଠାରୁ ଅଧିକ ଡିସେଣ୍ଟ୍ ଦିଗ ନିର୍ଣ୍ଣୟ କରିବା ପାଇଁ ଖର୍ଚ୍ଚ ଫଙ୍କସନ୍ ର ଗ୍ରେଡିଏଣ୍ଟ୍ ଗଣନା କରେ। ଷ୍ଟୋକାଷ୍ଟିକ୍ ଗ୍ରେଡିଏଣ୍ଟ୍ ଡିସେଣ୍ଟ୍ (SGD): ପ୍ରତି ପୁନରାବୃତ୍ତି ପାଇଁ କେବଳ ଏକ ତାଲିମ ଉଦାହରଣ ବ୍ୟବହାର କରି ପାରାମିଟର୍ ଅପଡେଟ୍ କରେ, ଏହାକୁ ବଡ଼ ଡାଟାସେଟ୍ ପାଇଁ ଦ୍ରୁତ କରିଥାଏ। ମିନି-ବ୍ୟାଚ୍ ଗ୍ରେଡିଏଣ୍ଟ୍ ଡିସେଣ୍ଟ୍: ଛୋଟ ବ୍ୟାଚ୍ ଡାଟା ବ୍ୟବହାର କରି ଏକ ହାଇବ୍ରିଡ୍ ପଦ୍ଧତି, ଗତି ଏବଂ ସ୍ଥିରତାକୁ ସନ୍ତୁଳିତ କରେ। ଆଦମ (ଅନୁକୂଳନ ମୁହୂର୍ତ୍ତ ଆକଳନ): AdaGrad ଏବଂ RMSProp ର ସୁବିଧାକୁ ମିଶ୍ରଣ କରେ, ବିଭିନ୍ନ ପାରାମିଟର ପାଇଁ ଅନୁକୂଳନ ଶିକ୍ଷଣ ହାର ଗଣନା କରେ। RMSProp (ରୁଟ୍ ମିନ୍ ସ୍କୋୟାର୍ ପ୍ରୋପାଗେସନ୍): ଗ୍ରାଡିଏଣ୍ଟଗୁଡ଼ିକର ସାମ୍ପ୍ରତିକ ପରିମାଣର ହାରାହାରି ଉପରେ ଆଧାରିତ ଶିକ୍ଷଣ ହାରକୁ ସ୍କେଲିଂ କରି ପାରମ୍ପରିକ ଗ୍ରାଡିଏଣ୍ଟ ଅବତରଣର ସୀମାକୁ ସମ୍ବୋଧିତ କରେ। ଗତି: ପୂର୍ବ ଗ୍ରାଡିଏଣ୍ଟଗୁଡ଼ିକରୁ ଏକ ବେଗ ଭେକ୍ଟର ସଂଗ୍ରହ କରି ଗ୍ରାଡିଏଣ୍ଟ ଅବତରଣକୁ ତ୍ୱରାନ୍ୱିତ କରେ, ସ୍ଥାନୀୟ ମିନିମାକୁ ବାଇପାସ୍ କରିବାରେ ସାହାଯ୍ୟ କରେ। ମୁଖ୍ୟ ଧାରଣା ଏବଂ ପ୍ରୟୋଗ କ୍ଷତି କାର୍ଯ୍ୟ ସର୍ବନିମ୍ନକରଣ: କ୍ଷତି କାର୍ଯ୍ୟକୁ କମ କରିବା ଏବଂ ମଡେଲ୍ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଆଡାମ୍, SGD, ଏବଂ RMSProp ପରି ଆଲଗୋରିଦମ୍ ବ୍ୟବହାର କରାଯାଏ। ପାରାମିଟର୍ ଅପ୍ଟିମାଇଜେସନ୍: ମଡେଲ୍ଗୁଡ଼ିକ ଏକ ଉପଯୁକ୍ତ ସମୟରେ ସର୍ବୋତ୍ତମ ସମାଧାନରେ ଏକତ୍ରିତ ହେବା ନିଶ୍ଚିତ କରିବା ପାଇଁ ସେମାନେ ଆଭ୍ୟନ୍ତରୀଣ ପାରାମିଟରଗୁଡ଼ିକୁ ଆଡଜଷ୍ଟ କରନ୍ତି। ସ୍ୱର୍ମ ଇଣ୍ଟେଲିଜେନ୍ସ: ସର୍ବୋତ୍ତମ ସମାଧାନ ଖୋଜିବା ପାଇଁ ପାର୍ଟିକ୍ଲ୍ ସ୍ୱର୍ମ ଅପ୍ଟିମାଇଜେସନ୍ (PSO) ପରି ଆଲଗୋରିଦମ୍ ପ୍ରାକୃତିକ ସିଷ୍ଟମଗୁଡ଼ିକର ଅନୁକରଣ କରନ୍ତି। ପ୍ରତିବନ୍ଧକ ପରିଚାଳନା: ପ୍ରତିବନ୍ଧକ ସହିତ ଅପ୍ଟିମାଇଜେସନ୍ ପାଇଁ ଲାଗ୍ରେଞ୍ଜ ମଲ୍ଟିପ୍ଲାୟର୍ ଭଳି କୌଶଳ ବ୍ୟବହୃତ ହୁଏ। ଏହି ପଦ୍ଧତିଗୁଡ଼ିକ AI ତାଲିମ ଏବଂ କମ୍ପ୍ୟୁଟର ଦୃଷ୍ଟିକୋଣ ଠାରୁ ଇଞ୍ଜିନିୟରିଂ ଅପ୍ଟିମାଇଜେସନ୍ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ବ୍ୟବହୃତ ହୁଏ। ସୌଜନ୍ୟ: ବି-ସ୍କୁଲ ଫୋରମ୍ SDAR, IIT-ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗ ପାର୍କ www.unimindinfotech.com. ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ନୟାଗଡ଼ ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି

Details
Odia Ray Admin
ଓଡିଶା
01 May 2026

ନୟାଗଡ଼: ନୟାଗଡ଼ ଦ୍ୱିତୀୟ ବୈଷ୍ଣୋ ଦେବୀ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିଲା। ଅନ୍ଧାରର ସୁଯୋଗ ନେଇ ମା’ଙ୍କର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ। ଲୁଟ୍‌ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ହେବ। ଘଟଣାସ୍ଥଳରେ ଶରଣକୁଳ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

powered by social2s

କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସ୍ଥାୟୀତ୍ୱ ମଡେଲ - ନମ୍ବର ୧ ସବୁଜ ଶକ୍ତି ଭିତ୍ତିଭୂମି

Details
Odia Ray Admin
ଓଡିଶା
30 April 2026

 

ଭୁବନେଶ୍ୱର : ସବୁଜ ଶକ୍ତି ଭିତ୍ତିଭୂମିରେ ନବୀକରଣୀୟ ଶକ୍ତି ଉତ୍ପାଦନ, ସଂରକ୍ଷଣ ଏବଂ ପ୍ରସାରଣ ପାଇଁ ସିଷ୍ଟମଗୁଡ଼ିକ ଅନ୍ତର୍ଭୁକ୍ତ - ଯେପରିକି ସୌର, ପବନ ଏବଂ ଜଳ - ଜୀବାଶ୍ମ ଇନ୍ଧନକୁ ବଦଳାଇବା, ନିର୍ଗମନ ହ୍ରାସ କରିବା ଏବଂ ଶକ୍ତି ସୁରକ୍ଷା ବୃଦ୍ଧି କରିବା। ମୁଖ୍ୟ ଉପାଦାନଗୁଡ଼ିକ ମଧ୍ୟରେ ସୌର ପାର୍କ, ପବନ ଫାର୍ମ ଏବଂ ସ୍ମାର୍ଟ ଗ୍ରୀଡ୍ ଅନ୍ତର୍ଭୁକ୍ତ, ଯାହା ପ୍ରାୟତଃ ବ୍ୟାଟେରୀ ଷ୍ଟୋରେଜ୍ ଦ୍ୱାରା ସମର୍ଥିତ ହୋଇଥାଏ ଯାହା ଅନ୍ତରାୟ ପରିଚାଳନା ଏବଂ ନିର୍ଭରଯୋଗ୍ୟତାକୁ ଉନ୍ନତ କରିଥାଏ। ପ୍ରମୁଖ ଉପାଦାନ ଏବଂ ପ୍ରଯୁକ୍ତିବିଦ୍ୟା ସୌର ଶକ୍ତି: କୋଠା ଉପରେ ସୌର ପ୍ୟାନେଲ୍, ବଡ଼ ପରିମାଣର ସୌର ଫାର୍ମ ଏବଂ ଭାସମାନ ସୌର ପ୍ରଣାଳୀ। ପବନ ଶକ୍ତି: ଉପକୂଳ ଏବଂ ଉପକୂଳ ପବନ ଫାର୍ମ, ବଡ଼ ପରିମାଣର ଉତ୍ପାଦନ ପାଇଁ ଟରବାଇନ୍ ବ୍ୟବହାର କରିବା। ବ୍ୟାଟେରୀ ସଂରକ୍ଷଣ: ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (BESS) ଶକ୍ତି ଯୋଗାଣକୁ ସ୍ଥିର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ବାଣିଜ୍ୟିକ, ଶିଳ୍ପ ଏବଂ ଆବାସିକ ବ୍ୟବହାର ପାଇଁ। ସ୍ମାର୍ଟ ଗ୍ରୀଡ୍ ପ୍ରଯୁକ୍ତିବିଦ୍ୟା: ଉନ୍ନତ ଶକ୍ତି ପରିଚାଳନା, ବିଦ୍ୟୁତ୍ ବଣ୍ଟନ ଏବଂ ଚାହିଦା ପ୍ରତିକ୍ରିୟା ପାଇଁ AI ଏବଂ IoT ବ୍ୟବହାର କରୁଥିବା ଭିତ୍ତିଭୂମି। ସବୁଜ ହାଇଡ୍ରୋଜେନ୍: ଏକ ସଫା ଇନ୍ଧନ ବିକଳ୍ପ ଭାବରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନକୁ ସମର୍ଥନ କରୁଥିବା ଉଦୀୟମାନ ଭିତ୍ତିଭୂମି। ଭିତ୍ତିଭୂମି ପଦକ୍ଷେପ ଏବଂ ଅଭିବୃଦ୍ଧି ସବୁଜ ଶକ୍ତି କରିଡର (GEC): ବୃହତ ପରିମାଣର ନବୀକରଣୀୟ ଶକ୍ତି ଖାଲି କରିବା ପାଇଁ ପରିବହନ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ପ୍ରମୁଖ ପ୍ରକଳ୍ପ, ପ୍ରାୟତଃ ବିଦ୍ୟମାନ, ପାରମ୍ପରିକ ଗ୍ରୀଡ୍ ସହିତ ସମନ୍ୱିତ। ଭିତ୍ତିଭୂମି ପ୍ରସାରଣ: ନବୀକରଣୀୟ କ୍ଷମତାରେ ଉଲ୍ଲେଖନୀୟ ଅଭିବୃଦ୍ଧି ସୌରଶକ୍ତି ବୃଦ୍ଧି ଦ୍ୱାରା ପରିଚାଳିତ ହେଉଛି, ଭାରତ 2030 ସୁଦ୍ଧା ଉଚ୍ଚ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ପାଇଁ ଲକ୍ଷ୍ୟ ରଖିଛି, ଯେଉଁଥିରେ 67 GW ଜଳବିଦ୍ୟୁତ ଅନ୍ତର୍ଭୁକ୍ତ। ସରକାରୀ ପଦକ୍ଷେପ: ନବୀକରଣୀୟ କ୍ରୟ ଦାୟିତ୍ୱ (RPO), ISTS ଛାତ ଛାଡ଼, ଏବଂ ଛାତ ଉପରେ ସୌର କାର୍ଯ୍ୟକ୍ରମ (ଯଥା, PM KUSUM) ଭଳି ନୀତି ବିକାଶକୁ ତ୍ୱରାନ୍ୱିତ କରୁଛି। ଆଞ୍ଚଳିକ ପ୍ରଗତି: କମିଶନିଂ ସମୟସୀମା ପୂରଣ କରିବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ତ୍ୱେ କର୍ଣ୍ଣାଟକ ସକ୍ରିୟ ଭାବରେ ଏହାର GEC ବିକଶିତ କରୁଛି। ସବୁଜ ଶକ୍ତି ଭିତ୍ତିଭୂମିର ଲାଭ ପରିବେଶିକ ପ୍ରଭାବ: ଜୀବାଶ୍ମ ଇନ୍ଧନ ତୁଳନାରେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ବାୟୁ ପ୍ରଦୂଷକକୁ ବହୁଳ ଭାବରେ ହ୍ରାସ କରେ। ସ୍ଥାୟୀତା: ପବନ, ସୂର୍ଯ୍ୟକିରଣ ଏବଂ ପାଣି ଭଳି ପ୍ରାକୃତିକ ଭାବରେ ପୁନଃପୂରଣିତ ଉତ୍ସ ଉପରେ ନିର୍ଭର କରେ। ଶକ୍ତି ସୁରକ୍ଷା: ଆମଦାନୀ ହୋଇଥିବା ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରେ ଏବଂ ଗ୍ରୀଡ୍ ନିର୍ଭରଯୋଗ୍ୟତାକୁ ବୃଦ୍ଧି କରେ। ଚ୍ୟାଲେଞ୍ଜ କାର୍ଯ୍ୟାନ୍ୱୟନ ବାଧା: ପ୍ରକଳ୍ପଗୁଡ଼ିକ, ବିଶେଷକରି GEC ପରି ବଡ଼ ବଡ଼ ଭିତ୍ତିଭୂମି, ରାସ୍ତାର ସଠିକ୍ ସମସ୍ୟା ଏବଂ ପରିବହନ ଉପାଦାନ ସ୍ଥାପନରେ ବିଳମ୍ବ ଭଳି ବାଧାଗୁଡ଼ିକର ସମ୍ମୁଖୀନ ହୋଇପାରେ। ସଂରକ୍ଷଣ ଖର୍ଚ୍ଚ: ବଡ଼ ବଡ଼ ବ୍ୟାଟେରୀ ସଂରକ୍ଷଣ ସମାଧାନର ମୂଲ୍ୟ ଅଧିକ ହୋଇପାରେ, ଯଦିଓ ଏହା ହ୍ରାସ ପାଉଛି। ସବୁଜ ଶକ୍ତି ଭିତ୍ତିଭୂମି ବିସ୍ତାର ହେଉଛି, ପ୍ରମୁଖ ନିବେଶ (ଯଥା, GEC ପାଇଁ 11,000 କୋଟି ଟଙ୍କାରୁ ଅଧିକ) ଏବଂ ଏକ ସ୍ୱଚ୍ଛ ଶକ୍ତି ଭବିଷ୍ୟତ ଆଡ଼କୁ ବିଶ୍ୱ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଉନ୍ନତି ସହିତ। ସୌଜନ୍ୟ: B-ସ୍କୁଲ୍ ଫୋରମ୍ SDAR, IIT-ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗ ପାର୍କ www.unimindinfotech.com. ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

More Articles ...

  1. ମେ' ୨ ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
  2. ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ
  3. Computational Thinking-AI- ମୂଳ ଜ୍ଞାନାତ୍ମକ ଢାଞ୍ଚାର ପ୍ରସ୍ତୁତ ଶିକ୍ଷାର୍ଥୀ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ବୁଝିବ ଏବଂ ନିର୍ମାଣ କରିବ
Page 169 of 2255
  • Start
  • Prev
  • 164
  • 165
  • 166
  • 167
  • 168
  • 169
  • 170
  • 171
  • 172
  • 173
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.