ଉପନିବେଶ ବାଦ ମାନସିକତାରୁ ଏ ଜାତିର ଶିକ୍ଷା ସଂସ୍କୃତି ଓ ସାହିତ୍ୟକୁ ମୁକ୍ତକରି ଏକ ନୂତନ ଦୃଷ୍ଟିଭଙ୍ଗୀ ଦେବାରେ ସତ୍ୟବାଦୀ ଯୁଗର ସାଧକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ପ୍ରଫେସର ବିକ୍ରମ ଦାସ ସ୍ମାରକୀ ବକ୍ତୃତା ମାଳା ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି. ଗୁରୁବାର ସନ୍ଧ୍ୟାରେ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନରେ ଅନୁଷ୍ଠିତ ଏ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାରସ୍ୱତ ସାଧକ ଅଧ୍ୟାପକ ବିଶ୍ୱରଂଜନ କହିଲେ ଯେ ପରମ୍ପରା ପ୍ରତିଭା ଓ ପୁରଦୃଷ୍ଟିର ସମନ୍ୱୟରେ ଡାକ୍ତର ବିକ୍ରମ ଦାସଙ୍କ ସାହିତ୍ୟ ସମୃଦ୍ଧ ହୋଇଥିଲା.. ସତ୍ୟବାଦୀ ଶିକ୍ଷା ଓ ବିଚାର ଧାରା ଦ୍ୱାର ପ୍ରଭାବିତ ହୋଇଥିଲା..ଉତ୍ସବରେ ସତ୍ୟବାଦୀ ଯୁଗର ଶିକ୍ଷା ଓ ସାହିତ୍ୟ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ, ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷା ଦୁଇଟି ଧାରାକୁ ଗୁରୁତ୍ୱ ଦେଇଥିଲା ତାହା ହେଉଛି ସଂସ୍କୃତ ଓ ଆଧୁନିକ ପୁରଦୃଷ୍ଟି. ସନାତନ ପରମ୍ପରାକୁ ସେମାନେ ମାନ୍ୟତା ଦେଇଥିଲେ ଓ ସେ ସମୟର ଶିକ୍ଷା ଓ ସାହିତ୍ୟରେ ଜନ ଚେତନାର ପ୍ରତିଫଳନ ଘଟିଥିଲା ଓ ଜାତୀୟତା ବୋଧର ଧାରାକୁ ପଣ୍ଡିତ ଗୋପବନ୍ଧୁ ହିଁ ପ୍ରଥମେ ଓଡ଼ିଶାକୁ ଆଣିଥିଲେ ଏବଂ ପଞ୍ଚସଖା ମାନେ ଏହାକୁ ବିସ୍ତାର କରିଥିଲେ. ଡାକ୍ତର ବିକ୍ରମ ଦାଶ ଥିଲେ ଏହି ଧାରାର ଯୋଗ୍ୟ ଦାୟାଦ. ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଶିବାଶିଷ କର. ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସାଧାରଣ ସମ୍ପାଦକ ରାଜୀବ କୁମାର ଷଢଙ୍ଗୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ ସଂଗଠକ ସମ୍ପାଦକ ଶଶୀକାନ୍ତ ରାଉତ. ଉତ୍ସବରେ ବିକ୍ରମ ଦାସଙ୍କ ପୁତ୍ର ପ୍ରଫେସର ସିଦ୍ଧାର୍ଥ ଦାସ ଓ କନ୍ୟା ପ୍ରଫେସର ଶ୍ରୁତି ଦାସ ସମେତ ଅନୁଷ୍ଠାନର କୋଷାଧକ୍ଷ ଦିଲୀପ କୁମାର ଦାସ, କାର୍ଯ୍ୟନିର୍ବାହି ସଦସ୍ୟ ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ବୈଜୟନ୍ତି ମାଳା ଶତପଥୀ ଓ ଗୀତାଞ୍ଜଳି ପୃଷ୍ଟି ସମେତ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ.
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଡାକ୍ତର ବିକ୍ରମ ଦାସ ସ୍ମାରକୀ ବକ୍ତୃତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

