ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ପତାଣ୍ଡ ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ବୁଡ଼ି ଗଲେ ୨ ସାଙ୍ଗ। ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ପତାଣ୍ଡ ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଗାଧୋଇବା ବେଳେ ବୁଡ଼ି ଗଲେ ୨ ସାଙ୍ଗ। ଦୁଇ ନାବାଳିକାଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ।
ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ ଘଟିଛି। ଲିଭର ସିରୋସିସ୍ରେ ପୀଡ଼ିତ ଥିଲେ; ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ ରବି ସ୍ୱାଇଁ। ଜୋର ଯାର ମୂଲକ ତାର,କି ହେବ ଶୁଆ ପୋଷିଲେ, ଉଦଣ୍ଡୀ ସୀତା ଓ ପଞ୍ଜୁରୀ ଭିତରେ ଶାରୀ ଭଳି ଚଳଚ୍ଚିତ୍ରରେ ପ୍ରଯୋଜକ ଥିଲେ।
ଭୁବନେଶ୍ବର: VIEWS (Voluntary Integration for Education and Welfare of Society) ଙ୍କ ୨୪ତମ ପ୍ରତିଷ୍ଠା ଦିବସ କ୍ୟାରି ରିଟ୍ରିଟ ସେଣ୍ଟର, ଗୋପାଳପୁର-ଅନ-ସୀରେ ଉଦ୍ଯାପିତ ହେଲା। ଏହି ଅବସରରେ ସଂସ୍ଥାର ୨୪ ବର୍ଷର ସେବା, ସମର୍ପଣ ଏବଂ ସମାଜର ପଛୁଆ ବର୍ଗ—ଶିଶୁ, କିଶୋର-କିଶୋରୀ, ମହିଳା, ଦଳିତ ଏବଂ ସୀମାନ୍ତ କୃଷକମାନଙ୍କ ସଶକ୍ତିକରଣ ପ୍ରତି ତାଙ୍କର ଅବିରତ ପ୍ରୟାସକୁ ସ୍ମରଣ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନେ ଭାବେ ଶ୍ରୀ କେ. ଏଲି (OTFU), ଶ୍ରୀମତୀ ଇପ୍ସା ପ୍ରତିବିମ୍ବିତା ସାରଙ୍ଗୀ (NFI), ଶ୍ରୀ ହରିଶଙ୍କର ରାଉତ (SWATI), ମାଛ ଧରା ସମୁଦାୟର ନେତୃତ୍ୱୀ ଶ୍ରୀମତୀ ଗୋପାମା ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ତାଙ୍କର ଉଦ୍ବୋଧନରେ ଶ୍ରୀ କେ. ଏଲି ମାଛ ଧରା ସମୁଦାୟର ସଂଘର୍ଷ ଓ ସଫଳତା ବିଷୟରେ ଉଲ୍ଲେଖ କରି ସସ୍ଥାୟୀ ଉନ୍ନତି ପାଇଁ ସମୁହିକ ପ୍ରୟାସର ଆବଶ୍ୟକତାକୁ ଉତ୍ତୋଳନ କରିଥିଲେ। ଶ୍ରୀମତୀ ଇପ୍ସା ସାରଙ୍ଗୀ VIEWS ଙ୍କ ଯାତ୍ରାକୁ ପ୍ରଶଂସା କରି ସମାଜ ଉନ୍ନତି ପାଇଁ ତାଙ୍କର ନୂତନ ଆଭିଗମକୁ ସ୍ତୁତି କରିଥିଲେ। ଶ୍ରୀମତୀ ଗୋପାମା ମାଛ ଧରା ସମୁଦାୟର ଅଧିକାର ପାଇଁ ତାଙ୍କର ସଂଘର୍ଷ ଅନୁଭବ ଆଦାନ-ପ୍ରଦାନ କରିଥିଲେ। ଶ୍ରୀ ହରିଶଙ୍କର ରାଉତ VIEWS ଙ୍କ ଗ୍ରାମୀଣ ସ୍ତରରେ ପ୍ରଭାବଶାଳୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶ୍ରୀ ବିଭୁ ପ୍ରସାଦ ସାହୁ (YSD) ସଂସ୍ଥାର ସମର୍ପିତ ଦଳ ଏବଂ ଜୀବିକା, ଶିକ୍ଷା ଓ ଜଳବାୟୁ ସହନଶୀଳତାରେ କାର୍ଯ୍ୟକୁ ଉଲ୍ଲେଖ କରିଥିଲେ। ଶ୍ରୀ ଏସ. ଭୀମା ରାଓ, ସ୍ଥାପକ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, VIEWS ଙ୍କ ପ୍ରେରଣାଦାୟକ ଯାତ୍ରା, ସଂଘର୍ଷ ଓ ସଫଳତାକୁ ସ୍ମରଣ କରିଥିଲେ ଏବଂ ସଂସ୍ଥାର ପ୍ରେରଣା ସ୍ତ୍ରୋତ ଶ୍ରୀମତୀ ମାରିଆମ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ VIEWS ଙ୍କ ନୂତନ Vision & Mission ଓ “CHEYSTA Adolescent Life Skill Book” ଉଦ୍ଘାଟନ କରାଯାଇଥିଲା ଏବଂ ସଂସ୍ଥାର କର୍ମୀ ଓ ସମୁଦାୟ ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ ପ୍ରଦର୍ଶନ ଓ ଆଗାମୀଦିନରେ ସମାନ ଓ ସସ୍ଥାୟୀ ଉନ୍ନତି ପାଇଁ ପୁନର୍ବଦ୍ଧତା ବ୍ୟକ୍ତ କରାଯାଇଥିଲା।
ଭୁବନେଶ୍ବର: ଇଷ୍ଟର ଏବଂ ବୌଦ୍ଧ ଧର୍ମ ଭିନ୍ନ ପରମ୍ପରା, କିନ୍ତୁ ସେମାନେ ନବୀକରଣ ଏବଂ ପରିବର୍ତ୍ତନ ସମ୍ପର୍କରେ ବିଷୟବସ୍ତୁଗତ ସମାନତା ବାଣ୍ଟନ୍ତି। ଖ୍ରୀଷ୍ଟିଆନମାନେ ଯୀଶୁଙ୍କ ପୁନରୁତ୍ଥାନ ପାଳନ କରୁଥିବା ବେଳେ, ବୌଦ୍ଧ ଧର୍ମାବଲମ୍ବୀମାନେ ସିଦ୍ଧାର୍ଥ ଗୌତମଙ୍କ ଜାଗରଣ (ଆଲୋକଦାନ) ଉପରେ ଧ୍ୟାନ ଦିଅନ୍ତି, ଯାହା "ସ୍ୱ"ର ମୃତ୍ୟୁ ଏବଂ ଜ୍ଞାନରେ ପୁନର୍ଜନ୍ମକୁ ପ୍ରତିନିଧିତ୍ୱ କରେ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରାୟତଃ ଯୀଶୁଙ୍କୁ ଏକ ଅତ୍ୟନ୍ତ ଜାଗ୍ରତ ପ୍ରାଣୀ କିମ୍ବା ବୋଧିସତ୍ୱ ଭାବରେ ଦେଖନ୍ତି, ଏହି ଋତୁକୁ ଆକ୍ଷରିକ ପୁନରୁତ୍ଥାନ ପରିବର୍ତ୍ତେ କରୁଣା ଏବଂ ନୂତନ ଆରମ୍ଭ ଉପରେ ପ୍ରତିଫଳିତ କରିବାର ସମୟ କରିଥାଏ।
ମୁଖ୍ୟ ସଂଯୋଗ ଏବଂ ପାର୍ଥକ୍ୟ: "ପୁନରୁତ୍ଥାନ" ଜାଗରଣ ଭାବରେ: ବୌଦ୍ଧ "ପୁନରୁତ୍ଥାନ" କାହାଣୀ ହେଉଛି ବୁଦ୍ଧଙ୍କ ଜ୍ଞାନ, ଯେଉଁଠାରେ ସେ ଏକ ସ୍ଥାୟୀ ଆତ୍ମ ପ୍ରତି ତାଙ୍କର ଆସକ୍ତିକୁ ମରିବାକୁ ଦେଇଥିଲେ, ଜଣେ ଶିକ୍ଷକରେ ରୂପାନ୍ତରିତ ହୋଇଥିଲେ। ସାଧାରଣ ବିଷୟବସ୍ତୁ: ଉଭୟ ପରମ୍ପରା ଏକ ନୂତନ, ଜାଗୃତ ଅବସ୍ଥାରେ ପ୍ରବେଶ କରିବା ପାଇଁ ପୁରୁଣା ଜୀବନଶୈଳୀକୁ ତ୍ୟାଗ କରିବାକୁ ଗୁରୁତ୍ୱ ଦିଏ।
ଯୀଶୁଙ୍କ ପ୍ରତି ଦୃଷ୍ଟିକୋଣ: କିଛି ବୌଦ୍ଧ ଧର୍ମାବଲମ୍ବୀ ଯୀଶୁଙ୍କୁ ଜଣେ ଦୟାଳୁ ଶିକ୍ଷକ କିମ୍ବା ବୋଧିସତ୍ୱ ଭଳି ବ୍ୟକ୍ତି (ଯେ ଅନ୍ୟମାନଙ୍କର ହିତ ପାଇଁ କାର୍ଯ୍ୟ କରନ୍ତି) ବୋଲି ବିବେଚନା କରନ୍ତି। ବିଭିନ୍ନ ମୂଳ ବିଶ୍ୱାସ: ବୌଦ୍ଧ ଧର୍ମ ଜଣେ ସ୍ରଷ୍ଟା ଈଶ୍ୱର, ମୂଳ ପାପ, କିମ୍ବା ଏକ ଆକ୍ଷରିକ ଶାରୀରିକ ପୁନରୁତ୍ଥାନର ଖ୍ରୀଷ୍ଟିଆନ ଧାରଣାକୁ ସହଭାଗୀ କରେ ନାହିଁ।
ଉତ୍ସବ: ଅନେକ ବୌଦ୍ଧ ଧର୍ମାବଲମ୍ବୀ ଇଷ୍ଟରକୁ ଏକ ଶାନ୍ତ, ପ୍ରତିଫଳିତ ସମୟ କିମ୍ବା ଏକ ଧର୍ମନିରପେକ୍ଷ ଛୁଟି ଭାବରେ ମାନନ୍ତି, ପ୍ରାୟତଃ ଧାର୍ମିକ ରୀତିନୀତି ପରିବର୍ତ୍ତେ "ପ୍ରେମପୂର୍ଣ୍ଣ-ଦୟା" (ମେଟା) ଅଭ୍ୟାସରେ ଲିପ୍ତ ହୁଅନ୍ତି। ଜେନ୍ ପରମ୍ପରା ଭିତରେ ଥିବା କିଛି ଅଭ୍ୟାସକାରୀ, ପ୍ରତ୍ୟେକ ମୁହୂର୍ତ୍ତରେ "ଜାଗ୍ରତ" ହେବାର ଏକ ସ୍ମରଣକାରୀ ଭାବରେ ଛୁଟିକୁ ବ୍ୟାଖ୍ୟା କରନ୍ତି, ଯାହା ମନନଶୀଳତାର ଧାରଣା ପରି। ଇଷ୍ଟରର ଏକ ବୌଦ୍ଧ ଦୃଷ୍ଟିକୋଣ ଖୋଜନ୍ତୁ ଏହି ଦୁନିଆରେ ଅନ୍ୟାନ୍ୟ ବିଶ୍ୱାସ ଅଛି। ଯେପରି ଖ୍ରୀଷ୍ଟିଆନମାନେ ବର୍ତ୍ତମାନ ସେମାନଙ୍କର ପବିତ୍ର ଦିବସ ପାଳନ କରୁଛନ୍ତି।
ଖ୍ରୀଷ୍ଟିଆନମାନଙ୍କ ପାଇଁ ଯୀଶୁ ହେଉଛନ୍ତି ସତ୍ୟ, ଆଲୋକ ଏବଂ ପଥ। କିନ୍ତୁ ବୌଦ୍ଧ ଭାବରେ ଯୀଶୁ ଆପଣଙ୍କ ଏବଂ ମୋ ପାଇଁ କ'ଣ ହୋଇପାରନ୍ତି? ବୌଦ୍ଧ ଧର୍ମର ଏହି ଧାରଣାଗୁଡ଼ିକ ମଧ୍ୟରୁ ଅଧିକାଂଶ ଅଛି, କିନ୍ତୁ ବହୁତ ଭିନ୍ନ ରୂପରେ। କିଛିଙ୍କ ପାଇଁ ସତ୍ୟ ହେଉଛି ଧର୍ମ। କିଛିଙ୍କ ପାଇଁ ଆଲୋକ ହେଉଛି ଜ୍ଞାନବାନ ବୋଧି-ମନ। କିଛିଙ୍କ ପାଇଁ ପଥ ହେଉଛି ବୁଦ୍ଧଙ୍କ ପଥ: ମହାନ ଅଷ୍ଟଗୁଣିତ ପଥ। ହୁଏତ ଦୁଇଟି ପଥ ପ୍ରଥମେ ଭୟ କରିଥିବା ପରି ଭିନ୍ନ ନୁହେଁ! ହୁଏତ, ଆମେ ବୁଦ୍ଧ ଏବଂ ଯୀଶୁଙ୍କ ସହ ମିଶିବା କଳ୍ପନା ମଧ୍ୟ କରିପାରିବା। କିନ୍ତୁ କାହିଁକି? ଡୋଗେନ୍ ବୋଧିସତ୍ୱ ପ୍ରତିଜ୍ଞା ଗ୍ରହଣ କରିଥିଲେ। ବୋଧିସତ୍ୱମାନେ ବିଶ୍ୱକୁ ଜାଗ୍ରତ କରିବା ପାଇଁ ଲଢ଼ନ୍ତି। ତେଣୁ ଡୋଗେନ୍ ବିଶ୍ୱକୁ ସତ୍ୟ ଏବଂ ଆଲୋକ ଆଣିବା ପାଇଁ ଲଢ଼ିଥିଲେ। ଏବଂ ମୁଁ ଭାବୁଛି ଆପଣ କହିପାରିବେ ଯେ ଯୀଶୁ ମଧ୍ୟ ଏହାର ପ୍ରତିନିଧିତ୍ୱ କରନ୍ତି। ଯୀଶୁ ସ୍ପଷ୍ଟ ଭାବରେ ଅନ୍ୟମାନଙ୍କ ଦୁଃଖକୁ ନେଇ ବିଶ୍ୱକୁ ଏକ ଭଲ ସ୍ଥାନ କରିବା ପାଇଁ ଚେଷ୍ଟା କରିଥିଲେ - ବୁଦ୍ଧ ଦୁଃଖର ଜଗତକୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ। ବୌଦ୍ଧ ଧର୍ମର ଅଧିକାଂଶ ଧାରାଗୁଡ଼ିକରେ ଦୁଃଖକୁ ନେଇ ଆଶା କିମ୍ବା ଆନନ୍ଦ ଛାଡିବାର ଧାରଣା ଅଛି। ଏହା ମେଟା ଅଭ୍ୟାସର ଏକ ଅଂଶ। ଏହା "ଟୋଙ୍ଗଲେନ୍"ର ଏକ ଅଂଶ। ଏହି କାରଣରୁ ଆପଣ ମହାନ ବୋଧିସତ୍ୱଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ସାଧାରଣ ଲୋକଙ୍କ ସହିତ କାମ କରୁଥିବା ଦେଖିପାରିବେ। ଏହି ପ୍ରକାରେ, ହୁଏତ ଉଭୟ ଧର୍ମ "ଗୋଟିଏ ନୁହେଁ ଏବଂ ଦୁଇଟି ନୁହେଁ" ବରଂ ଉଭୟ କଳ୍ପନା କରିବା ଅପେକ୍ଷା ବଡ଼ ସତ୍ୟକୁ ସୂଚିତ କରେ। ମୁଁ ଆପଣଙ୍କୁ ଅନ୍ୟମାନଙ୍କ ଦୁଃଖକୁ ଗ୍ରହଣ କରିବାକୁ କହୁନାହିଁ - ଏହା ପାରମ୍ପାରିକ ଭାବରେ ସନ୍ଥ ଏବଂ ବିଶ୍ୱାସର ପ୍ରତିଷ୍ଠାତାଙ୍କ ପାଇଁ ଏକ ଭୂମିକା। କିନ୍ତୁ ବିଶ୍ୱାସର ଆବରଣରେ ନିଜର ଦୁଃଖକୁ ଦୂରେଇ ନ ଦେବା। ଏବଂ ତା'ପରେ, ହୁଏତ, ଆମେ ଏହି ଜଗତର ପିତୃପୁରୁଷ ଏବଂ ଏଥିରେ ଥିବା ସମସ୍ତ ଆଶ୍ଚର୍ଯ୍ୟଜନକ ବିଶ୍ୱାସର ନିକଟତର ହୋଇପାରିବା!
Courtesy: MH LODGE AND GROUP ( A Study Centre of Theosophy)
ଶ୍ରୀ ଗୌତମ ମହାନ୍ତି, ଗବେଷକ ବ୍ରହ୍ମବିଦ୍ୟା ବିଶେଷଜ୍ଞ ଏବଂ ଲେଖକ, ଭୁବନେଶ୍ୱର।
ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ଶ୍ରୀ ସ୍କୁଲ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ସେମାନେ ବିଭିନ୍ନ ଆର୍ଥିକ ଯୋଜନା ଉପରେ ଜ୍ଞାନ ଆହରଣ କରିବେ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍ସିଏଫ୍ଇ) ସହ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ( ପିଏସଏସଏସ) ମଧ୍ୟରେ ଏକ ଚୁକ୍ତିନାମା ସୋମବାର ସ୍ୱାକ୍ଷରିତ ହୋଇଛି । ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ପ୍ରମୁଖ ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକଙ୍କ ଉପସ୍ଥିତିରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ପକ୍ଷରୁ ଏହାର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ ଓ ଏନସିଏଫ୍ଇ ପକ୍ଷରୁ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ଚନ୍ଦ୍ର ଜେନା ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ, ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସହ ସମନ୍ୱୟ ରଖି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୭୩୬ଟି ବିଦ୍ୟାଳୟରେ ପ୍ରଚଳନ କରାଯିବ । ଏହି କାର୍ଯ୍ୟକ୍ରମର ବ୍ୟାପକ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ପ୍ରଚାର କରିବା ସହ ସେମାନଙ୍କ ମଧ୍ୟରେ ଆର୍ଥିକ କାରବାର ପରିଚାଳନା ଦକ୍ଷତାର ବିକାଶ କରିବା ଯାହାଦ୍ବାରା ସେମାନଙ୍କର ଉଦ୍ୟୋଗିକ ଦକ୍ଷତା ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକସ୍ତରରୁ ଟଙ୍କା, ସଞ୍ଚୟ, ବଜେଟ୍ ପରିଚାଳନା, ବ୍ୟାଙ୍କିଂ, ନିବେଶ, ଟିକସ, ଅର୍ଥ କାରବାର ଓ ଆର୍ଥିକ ଦାୟିତ୍ୱବୋଧ ସମ୍ପର୍କିତ ଜ୍ଞାନ ଆହରଣ କରିବେ । ଏହା ତାଙ୍କୁ ଭବିଷ୍ୟତରେ ସଚେତନ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ି ତୋଳିବ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ ଲାଗୁ ହେବା ପୂର୍ବରୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ସାକ୍ଷରତା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏହାଦ୍ବାରା ସେମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଭାବରେ ଶିକ୍ଷା ଦାନ କରିପାରିବେ । ଏନସିଏଫ୍ଇ ଅଧୀନରେ ଚିହ୍ନଟ ବିଦ୍ୟାଳୟଗୁଡ଼ିକୁ “ମନି ସ୍ମାର୍ଟ ସ୍କୁଲ୍” ଭାବେ ପ୍ରମାଣିତ କରାଯିବାର ବ୍ୟବସ୍ଥା ରହିଛି । ଏହି ସହଯୋଗ ଓଡ଼ିଶା ସରକାରଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଦକ୍ଷତାରେ ସଶକ୍ତ କରିବାରେ ଆଉ ଗୋଟିଏ ମାଇଲଖୁଣ୍ଟ । ଏହି ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ପିଏସଏସଏସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାଶ ଉପସ୍ଥିତ ଥିଲେ ।
ଭୁବନେଶ୍ବର: ଭାରତରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ (CSR) ପାଣ୍ଠି ଏକ ବାଧ୍ୟତାମୂଳକ ଆବଶ୍ୟକତା (ଧାରା 135, କମ୍ପାନୀ ଆଇନ 2013) ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ନେଟ୍ ମୂଲ୍ୟ, କାରବାର କିମ୍ବା ଲାଭ ଥିବା କମ୍ପାନୀଗୁଡ଼ିକ ସେମାନଙ୍କର ହାରାହାରି ନିଟ୍ ଲାଭର 2% ସାମାଜିକ/ପରିବେଶିକ ପଦକ୍ଷେପ ପାଇଁ ଖର୍ଚ୍ଚ କରିବାକୁ ପଡିବ।
ମୁଖ୍ୟ ଧ୍ୟାନ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗ୍ରାମୀଣ ବିକାଶ ଅନ୍ତର୍ଭୁକ୍ତ। CSR ପାଣ୍ଠିର ମୁଖ୍ୟ ଦିଗଗୁଡ଼ିକ ପ୍ରୟୋଗ୍ୟତା: ନେଟ୍ ମୂଲ୍ୟ ଥିବା କମ୍ପାନୀଗୁଡ଼ିକ ପାଇଁ ପ୍ରଯୁଜ୍ୟ ₹500 କୋଟି, କାରବାର ₹1,000 କୋଟି, କିମ୍ବା ନିଟ୍ ଲାଭ ₹5 କୋଟି। ଯୋଗ୍ୟ କାର୍ଯ୍ୟକଳାପ: କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶଗତ ସ୍ଥାୟୀତ୍ୱ ଏବଂ କୋଭିଡ୍-19 ରିଲିଫ୍ ଅନ୍ତର୍ଭୁକ୍ତ। ପ୍ରକ୍ରିୟା: କମ୍ପାନୀଗୁଡ଼ିକ (ପ୍ରାୟତଃ CSR ଏଜେନ୍ସିଗୁଡ଼ିକ ମାଧ୍ୟମରେ) NGO କିମ୍ବା ପଦକ୍ଷେପଗୁଡ଼ିକୁ ପାଣ୍ଠି ଯୋଗାଇଥାନ୍ତି।
ରିପୋର୍ଟିଂ: କମ୍ପାନୀଗୁଡ଼ିକୁ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ପଡିବ, ଏବଂ ପ୍ରକଳ୍ପଗୁଡ଼ିକୁ ଜାତୀୟ CSR ଏକ୍ସଚେଞ୍ଜ ପୋର୍ଟାଲରେ ଟ୍ରାକ୍ କରାଯିବ।
CSR ପାଣ୍ଠିକୁ କିପରି ସୁରକ୍ଷିତ କରିବେ କାରଣଗୁଡ଼ିକୁ ଚିହ୍ନଟ କରନ୍ତୁ: ଆପଣଙ୍କ ପ୍ରକଳ୍ପକୁ କର୍ପୋରେଟ୍ ଲକ୍ଷ୍ୟ ସହିତ ସଜାଡ଼ନ୍ତୁ (ଯଥା, ଶିକ୍ଷା, ସ୍ଥାୟୀତ୍ୱ)।
ଅନୁପାଳନ ନିଶ୍ଚିତ କରନ୍ତୁ: CSR-1 ପାଇଁ ପଞ୍ଜୀକରଣ କରନ୍ତୁ (NGO ପ୍ରାପ୍ତକର୍ତ୍ତାଙ୍କ ପାଇଁ ବାଧ୍ୟତାମୂଳକ), ଏବଂ 12A/80G ପଞ୍ଜୀକରଣ ବଜାୟ ରଖନ୍ତୁ।
ଡ୍ରାଫ୍ଟ ପ୍ରସ୍ତାବ: ପ୍ରକଳ୍ପ ବର୍ଣ୍ଣନା, ପ୍ରଭାବ ଏବଂ ବଜେଟ୍ ସହିତ ବିସ୍ତୃତ ପ୍ରସ୍ତାବ ତିଆରି କରନ୍ତୁ। ବିଶ୍ୱସନୀୟତା ନିର୍ମାଣ କରନ୍ତୁ: ସ୍ୱଚ୍ଛ ଆର୍ଥିକ ଏବଂ ପ୍ରକଳ୍ପ ରିପୋର୍ଟ ବଜାୟ ରଖନ୍ତୁ। CSR ଖର୍ଚ୍ଚ ପାଇଁ ଶ୍ରେଷ୍ଠ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷା (ପ୍ରାୟତଃ ପାଣ୍ଠିର 40%) ଏବଂ ସ୍ୱାସ୍ଥ୍ୟସେବା ଅନ୍ତର୍ଭୁକ୍ତ।
ସୌଜନ୍ୟ: B-ସ୍କୁଲ ଫୋରମ୍ SDAR IIT- ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗ ପାର୍କ www.unimindinfotech.com
ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ 9ମ ବ୍ୟାଚ ଡିଏସପି ପ୍ରୋବେସନରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ନବମ ବ୍ୟାଚର 5 ଜଣ ଡିଏସପି ସଫଳତାର ସହ ମୌଳିକ ପ୍ରଶିକ୍ଷଣ ସମାପ୍ତ କରି ଏହି ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଥିଲେ। ଏହି ଅବସରରେ DGP ସମସ୍ତ ନବନିଯୁକ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କୁ ଓଡ଼ିଶା ପୋଲିସର ନୂତନ ଶକ୍ତି ଭାବେ ଜନସେବାରେ ନିବେଶିତ ହେବାକୁ ଆହ୍ୱାନ ଦେଇଥିଲେ । ତାଙ୍କ ଉଦବୋଧନରେ DGP କହିଥିଲେ ଯେ, ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଇଥିବା ଗୁଣାତ୍ମକ ପ୍ରଶିକ୍ଷଣ ନୂତନ ଅଧିକାରୀମାନଙ୍କୁ ଦାୟିତ୍ୱବାନ, ସକ୍ଷମ ଓ ପେଶାଦାର ଭାବେ ଗଢ଼ି ତୋଳିବ। ଆଗାମୀ ଦିନରେ ସାଇବର ଅପରାଧ, ସଂଗଠିତ ଅପରାଧ ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜକୁ ସାହସ ଓ ସତ୍ୟନିଷ୍ଠାର ସହିତ ମୁକାବିଲା କରିବା ପାଇଁ ଡିଜିପି ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପୋଲିସ ବ୍ୟବସ୍ଥାକୁ ସଶକ୍ତ ଓ ଆଧୁନିକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ନୂତନ ପଦବୀ ସୃଷ୍ଟି, ନିଯୁକ୍ତି ପ୍ରକ୍ରିୟା, OSSF, OISF ଓ ODRAF ୟୁନିଟର ବିସ୍ତାର ଓ ଟ୍ରାଫିକ ପରିଚାଳନାକୁ ସୁଦୃଢ଼ କରିବା ପଦକ୍ଷେପଗୁଡିକ ପୋଲିସ ବାହିନୀକୁ ଆହୁରି ଶକ୍ତିଶାଳୀ କରୁଥିବା ସେ କହିଥିଲେ। ସେହିପରି, ନୂତନ ଅପରାଧିକ ଆଇନଗୁଡିକର ସଠିକ୍ କ୍ରିୟାନ୍ୱୟନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ ପୋଲିସର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। “ସେବା ଓ ସୁରକ୍ଷା” ହେଉଛି ଓଡ଼ିଶା ପୋଲିସର ମୂଳମନ୍ତ୍ର ଏବଂ ସମାଜର ଦୁର୍ବଳ ଶ୍ରେଣୀ, ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ। ପେଶାଦାରିତା, ସମ୍ବେଦନଶୀଳତା ଓ ଉତ୍ତମ ବ୍ୟବହାର ଦ୍ୱାରା ପୋଲିସର ପ୍ରତିଛବିକୁ ଉଜ୍ଜ୍ୱଳ କରିବାକୁ ଡିଜିପି ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡିଜିପି କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଥିଲେ। ସୃଷ୍ଟି ପ୍ରଧାନଙ୍କୁ ସର୍ବଶ୍ରେଷ୍ଠ ପ୍ରୋବେସନର ଭାବେ ଗଭର୍ଣ୍ଣର ମେଡାଲ ଏବଂ ଟ୍ରଫି ସହିତ ଇନଡୋର ବିଷୟରେ ସର୍ବୋଚ୍ଚ ନମ୍ବର ଓ NICFS ମେଡାଲ୍ ଅର୍ଜନ କରିଥିଲେ। ସେହିପରି ସୌରଭ ରଞ୍ଜନ ପ୍ରଧାନ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରୋବେସନର ଭାବେ ସମ୍ମାନିତ ହେବା ସହ ଆଉଟଡୋର ବିଷୟରେ ସର୍ବୋଚ୍ଚ ନମ୍ବର ପାଇଥିଲେ । ପଙ୍କଜ ମାଝୀ AET କୋର୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଡାଇରେକ୍ଟର ଟ୍ରଫି ଲାଭ କରିଥିଲେ। ଏହି ସଫଳତା ପ୍ରଶିକ୍ଷାର୍ଥୀମାନଙ୍କର କଠୋର ପରିଶ୍ରମ, ନିଷ୍ଠା ଓ ଉଚ୍ଚ ମାନର ପ୍ରଶିକ୍ଷଣ ପାଇଁ ସମ୍ଭବ ହୋଇଥିଲା। ସମାରୋହରେ ଏକାଡେମୀର ନିର୍ଦ୍ଦେଶିକା ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ମହିଳା ଓ଼ ଶିଶୁ ଅପରାଧ ନିରାକରଣ ଶାଖା) ଶ୍ରୀମତୀ ଏସ. ସାଇନି, ବରିଷ୍ଠ ପୋଲିସ ଅଧିକାରୀ, ଅବସରପ୍ରାପ୍ତ ଅଧିକାରୀ, ପ୍ରଶିକ୍ଷାର୍ଥୀଙ୍କ ପରିବାରବର୍ଗ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।