ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି: ମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି ବୋଲି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଖାଉଟି ବିଚଳିତ ନ ହେବାକୁ ଯୋଗାଣ ପରାମର୍ଶ ଦେଲେ ମନ୍ତ୍ରୀ। ଓଡିଶାରେ କୌଣସି ଗ୍ୟାସ ସଙ୍କଟ ନାହିଁ, ପର୍ଯ୍ୟାପ୍ତ ମହଜୁଦ ରହିଛି। ୧୪ ହଜାର ଘରୋଇ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହିଛି। ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଳା ବଜାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ ବୋଲି ପ୍ରକାଶ କଲେ ମନ୍ତ୍ରୀ।

powered by social2s