ବରଫ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୪ ଗୁରୁତର
ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପାଟଣା ଛକରେ ଥିବା ଏକ ବରଫ କାରଖାନାରେ ଗ୍ୟାସ୍ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆସିକା ଓ ବ୍ରହ୍ମପୁର ମେଡିକାଲରେ ଗୁରୁତରମାନେ ଭର୍ତ୍ତି କରାଯାଇଛି।
ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପାଟଣା ଛକରେ ଥିବା ଏକ ବରଫ କାରଖାନାରେ ଗ୍ୟାସ୍ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆସିକା ଓ ବ୍ରହ୍ମପୁର ମେଡିକାଲରେ ଗୁରୁତରମାନେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ସୋସାଇଟି ଫର ନେଚର, ଏଜୁକେସନ୍ ଆଣ୍ଡ ହେଲ୍ଥ ପକ୍ଷରୁ ୮ ମାର୍ଚ୍ଚ, ୨୦୨୬ ଦିନ ଭୁବନେଶ୍ଵର ସାଲିଆ ସାହି ବସ୍ତିରେ ଅବସ୍ଥିତ ଏହାର ଦ୍ୱନ୍ଦ୍ୱ ସମାଧାନ ଏବଂ ତାଲିମ କେନ୍ଦ୍ରରେ ମହିଳାତ୍କୁ ସମ୍ମାନ ଜଣାଇବା ପାଇଁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏହି ବର୍ଷର ବିଷୟବସ୍ତୁ ଥିଲା "ଅଧିକାର। ନ୍ୟାୟ। କାର୍ଯ୍ୟ। ସମସ୍ତ ମହିଳା ଏବଂ ବାଳିକାମାନଙ୍କ ପାଇଁ"। ଏହି କାର୍ଯ୍ୟକ୍ରମରେ ଶାନ୍ତି କମିଟି, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା ଆରୋଗ୍ୟ ସମିତି, ସାଲିଆ ସାହି ବସ୍ତିର ବିଭିନ୍ନ ବସ୍ତିର ମହିଳା ଏବଂ କିଶୋରୀମାନେ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ମେୟର ସୁଲୋଚନା ଦାସ, କାନୁନବାଳା ନାୟକ; ଓଏଫଏସ, ଲେଖିକା, ସ୍ନେହଲତା ନାୟକ କବି ଏବଂ ଲେଖିକା, ସମାଜସେବୀ ଡକ୍ଟର ମମତା ଦାଶ, ସମାଜସେବୀ ଅବଧୂତା ସ୍ୱାଇଁ, ୱାର୍ଡ ନମ୍ବର ୧୬; ଏବଂ ସୁବାସ ପଣ୍ଡା; ପ୍ରକଳ୍ପ ନିର୍ଦ୍ଦେଶକ, ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । ଶ୍ରୀମତୀ ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଲିଙ୍ଗ ଭୂମିକା ପରିବର୍ତ୍ତନ ଏବଂ ଆଜିର ସମାଜରେ ମହିଳାମାନେ କିପରି ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରୁଛନ୍ତି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। କାନନବାଳା ନାୟକ କହିଛନ୍ତି, “ବସ୍ତି ମହିଳାମାନେ ସାମାଜିକ ସମନ୍ୱୟର ମେରୁଦଣ୍ଡ; ସେମାନେ କେବଳ ପରିସ୍ଥିତିର ଶିକାର ନୁହଁନ୍ତି, ବରଂ ସେମାନଙ୍କ ଘର ଏବଂ ପଡ଼ୋଶୀରେ ଶାନ୍ତିର ସ୍ଥପତି।” ୱାର୍ଡ ନମ୍ବର ୧୬ ର ସମାଜସେବୀ ଅବଧୂତା ସ୍ୱାଇଁ ସାଲିଆ ସାହି ଭଳି ଏକ ବିଶାଳ ସମ୍ପ୍ରଦାୟରେ ଶାନ୍ତିରକ୍ଷକ ଭାବରେ ମହିଳାମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସୁଲୋଚନା ଦାସ, କାନନବାଳା ନାୟକ , ସ୍ନେହଲତା ନାୟକ ଏବଂ ସମାଜସେବୀ ଡକ୍ଟର ମମତା ଦାଶ, ଘରୋଇ ଦ୍ୱନ୍ଦର ସମାଧାନ ପାଇଁ ନୂତନ ଭାବରେ ପ୍ରତିଷ୍ଠିତ 'ପରିବାର ପରାମର୍ଶ କେନ୍ଦ୍ର'ର ଉଦଘାଟନ କରିଥିଲେ। ଶାନ୍ତି କମିଟି ନେତାମାନେ ସ୍ନେହ ଦ୍ୱାରା ପୁନଃସ୍ଥାପନା ନ୍ୟାୟ ତାଲିମ ଗ୍ରହଣ କରିବା ପରେ ମହିଳାମାନେ କିପରି ଶାନ୍ତିରକ୍ଷକ ହୋଇ ବିକଶିତ ହୋଇଛନ୍ତି ତାହା ବ୍ୟାଖ୍ୟା କରି ଏକ ନାଟକ ପରିବେଷଣ କରିଥିଲେ। ସୁବାସ ପଣ୍ଡା ସେମାନଙ୍କ ସମ୍ପ୍ରଦାୟରେ ଅହିଂସାର ସଂସ୍କୃତି ସୃଷ୍ଟି କରିବାରେ ଏବଂ ବିଶେଷକରି ସମାଜ କଲ୍ୟାଣ ପାଇଁ ଏକ ଶାନ୍ତିରକ୍ଷକ ପରିବାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଶାନ୍ତି କମିଟି ସଦସ୍ୟ ଝରଣା ରାଣା ଏବଂ ଟୁକୁନି ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଓଡ଼ିଶା ଉତ୍ସବ। କୋଲକାତା ସ୍ଥିତ ନ୍ୟାସନାଲ ଲାଇବ୍ରେରୀ ଅଡ଼ିଟୋରିୟମ୍ ଠାରେ ଆଜି "ଓଡ଼ିଶା ଉତ୍ସବ" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, "ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡ଼ିଶାର ସମୃଦ୍ଧ କଳା, ସାହିତ୍ୟ, ଐତିହ୍ୟ ଓ ସଂସ୍କୃତିର ବହୁଳ ପ୍ରଚାର ଓ ପ୍ରସାର ଦିଗରେ ଆମ ପ୍ରବାସୀ ଓଡ଼ିଆମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ପ୍ରବାସୀ ଓଡ଼ିଆ ମାତୃଶକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଓଡ଼ିଆ ଘରର ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଏହାକୁ ବିଶ୍ୱବିଦିତ କରିବା ଦିଗରେ ଆମ ମାତୃଶକ୍ତିର ଭୂମିକା ଅଗ୍ରଗଣ୍ୟ। ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଓଡ଼ିଶାର ସାଂସ୍କୃତିକ ରାଜଦୂତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନେ ଓଡ଼ିଶା ବାହାରେ ରହୁଛନ୍ତି ସତ, କିନ୍ତୁ ଓଡ଼ିଆମାନଙ୍କ ଭିତରୁ ଓଡ଼ିଶାକୁ କେହି କାଢ଼ି ପାରିବେ ନାହିଁ। ତେଣୁ ବିକଶିତ ଓଡ଼ିଶା-୨୦୩୬ ନିର୍ମାଣରେ ପ୍ରବାସୀ ଓଡ଼ିଆମାନଙ୍କ ଯୋଗଦାନ ଏକାନ୍ତକାମ୍ୟ।" ସେ ଆହୁରି ମଧ୍ୟ କହିଥିଲେ ଯେ, "ପ୍ରବାସୀ ଓଡ଼ିଆମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ନିରନ୍ତର ଭାବେ ନିଜର କାର୍ଯ୍ୟ କରିଆସୁଛି। ପ୍ରବାସୀ ଓଡ଼ିଆ ସମାଜର ବିକାଶ ପାଇଁ ଓଡ଼ିଶା ସରକାର ସଂକଳ୍ପବଦ୍ଧ" ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୂରଜ ପ୍ରବାସୀ ଓଡ଼ିଆ ସାହିତ୍ୟିକ ଓ ପ୍ରବାସୀ ଓଡ଼ିଆ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଉତ୍ସବରେ ଓଡ଼ିଶାର ଲୋକକଳା, ସମୃଦ୍ଧ ଐତିହ୍ୟ ଓ ପରମ୍ପରା, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ଆଦିକୁ ପ୍ରଦର୍ଶିତ କରାଯାଇଥିଲା। ଏଥିସହ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ, ସାହିଯାତ, ଛଉ, ଘୁମୁରା, ଢେମସା, ପଶୁମୁଖା, ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଉତ୍କଳୀୟ ମିଳିତ ମଞ୍ଚର ସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର, ସାଧାରଣ ସଂପାଦକ, ଶିକ୍ଷା ସମୂହ, ଉତ୍କଳୀୟ ମିଳିତ ମଞ୍ଚ ଶ୍ରୀ ବିଜୟ କୁମାର ବାରିକ, ଅଧ୍ୟକ୍ଷ, ଶିକ୍ଷା ସମୂହ, ଉତ୍କଳୀୟ ମିଳିତ ମଞ୍ଚ ଶ୍ରୀ କ୍ଷୀରୋଧ କୁମାର ଧଳ, ବିଭିନ୍ନ ପ୍ରବାସୀ ଓଡ଼ିଆ ସମାଜର ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା “ନ୍ୟାୟ ସଂହିତା ପ୍ରଦର୍ଶନୀ”ରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଧାରଣ ଲୋକଙ୍କୁ ଭାରତର ନୂତନ ଅପରାଧିକ ଆଇନ ସମ୍ପର୍କରେ ସଚେତନ କରାଯାଉଛି। ପଥପ୍ରାନ୍ତ ନାଟକ ମାଧ୍ୟମରେ ନୂତନ ଅପରାଧିକ ଆଇନର ନୂତନ ବ୍ୟବସ୍ଥା, ପୀଡ଼ିତଙ୍କ ଅଧିକାର, ବୈଜ୍ଞାନିକ ତଦନ୍ତ ପ୍ରକ୍ରିୟା ଓ ଶୀଘ୍ର ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପର୍କରେ ଜୀବନ୍ତ ଓ ରୋଚକ ଭାବରେ ଉପସ୍ଥାପନ କରାଯାଉଛି। କଳାକାର ମାନଙ୍କ ଦ୍ଵାରା “ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ” ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରାଯାଉଛି । ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍ରେ ଅପରାଧ ସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ, ଫରେନସିକ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ, କାରାଗାର ଓ ହାଇକୋର୍ଟର କାର୍ଯ୍ୟ ଶୈଳୀ ସମ୍ପର୍କରେ ନାଟକ ମାଧ୍ୟମରେ ଜୀବନ୍ତ କରାଯାଉଛି । ଅପରାଧ ଘଟଣାରୁ ଆରମ୍ଭ କରି ପୋଲିସ ତଦନ୍ତ ଓ ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ସମଗ୍ର ଘଟଣାକୁ ନାଟକ ମାଧ୍ୟମରେ ଦେଖାଯାଉଥିବାରୁ ଦର୍ଶକମାନେ ସହଜରେ ନୂତନ ଆଇନର ବିଭିନ୍ନ ପ୍ରାସଙ୍ଗିକତା ବୁଝିପାରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ଆସୁଥିବା ଦର୍ଶକମାନଙ୍କ ମଧ୍ୟରେ ବେଶ ଆକର୍ଷଣ ସୃଷ୍ଟି କରିଛି। ଓଡ଼ିଶା ପୋଲିସ ପକ୍ଷରୁ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଅପରାଧିକ ଆଇନ ଓ ନ୍ୟାୟ ବ୍ୟବସ୍ଥା ଜନ ସାଧାରଣ ଓ ଛାତ୍ରଛାତ୍ରୀଙ୍କ ମହଲରେ ଆଦୃତ ହେଉଥିବା ପରିଲକ୍ଷିତ ହେଉଛି ।
ଜଟଣୀ: ଦେଶର ପ୍ରଗତି ମହିଳାମାନଙ୍କ ବିକାଶ ସହିତ ଓତପ୍ରୋତ ଭାବେ ଜଡ଼ିତ। ଏହି ପରିପ୍ରେକ୍ଷୀରେ, ଆନ୍ତର୍ଜାତିକ ମହିଳା ଦିବସ-୨୦୨୬ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ପଞ୍ଚୁପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ଭବ୍ୟ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସାମାଜିକ ସଂଗଠନ ‘ସହଯୋଗ’ (SAHAYOG) ଏବଂ ନୂଆଦିଲ୍ଲୀର ‘ବିଶ୍ୱ ଯୁବକ କେନ୍ଦ୍ର’ (VYK)ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ଆଭିମୁଖ୍ୟ "ଅଧିକାର, ନ୍ୟାୟ ଏବଂ ସମସ୍ତ ମହିଳା ଓ ବାଳିକାଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ" ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ପଞ୍ଚୁପଲ୍ଲୀ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ (SHG), ଆଶା ଓ ଅଙ୍ଗନବାଡ଼ି କର୍ମୀ, ଜନପ୍ରତିନିଧି, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମେତ ଦୁଇ ଶହରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ‘ସହଯୋଗ’ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମହିଳା ଦିବସର ତାତ୍ପର୍ଯ୍ୟ ଏବଂ ବିଶ୍ୱ ଯୁବକ କେନ୍ଦ୍ରର ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୦୨୬ ର ଜେଣ୍ଡର ଗ୍ୟାପ୍ ରିପୋର୍ଟ (Gender Gap Report) ଅନୁଯାୟୀ ଭାରତର ମାନ୍ୟତା ୧୩୧ ରହିଛି, ଯାହା ଚିନ୍ତାଜନକ। ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ପାଇଁ ଆମକୁ ଆଉ ଏକ ଶତାବ୍ଦୀ ଅପେକ୍ଷା ନକରି ଆଜିଠାରୁ ହିଁ ଘରୁ ଝିଅମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ‘ସହଯୋଗ’ ପକ୍ଷରୁ ମାର୍ଚ୍ଚ ୬ ତାରିଖରୁ ସପ୍ତାହବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏହି ସଚେତନତା ଅଭିଯାନ ଜାରି ରହିଛି। ମୁଖ୍ୟ ବକ୍ତା ଭାବେ ବ୍ରହ୍ମକୁଣ୍ଡଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ରଥ ଯୋଗଦେଇ କହିଥିଲେ ଯେ, ସମାଜରେ ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଜନସାଧାରଣ ସଚେତନ ହେବା ଜରୁରୀ। ପୁରୁଷ ଓ ମହିଳା ଗୋଟିଏ ରଥର ଦୁଇ ଚକ ସଦୃଶ; ତେଣୁ ମହିଳାଙ୍କ ବିନା ଦେଶର ପ୍ରଗତି ଅସମ୍ଭବ। ସମ୍ମାନିତ ଅତିଥି ସମାଜସେବୀ ବିକ୍ରମ ସ୍ୱାଇଁ ମହିଳାମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ନିଷ୍ପତ୍ତିମୂଳକ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସ୍ଥାନୀୟ କୃଷି ସେବା ସମବାୟ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ସ୍ଵାଇଁ କନ୍ୟା ସନ୍ତାନର ଗୁରୁତ୍ଵ ଉପରେ ଆଲୋକ ପାତ କରିକହିଥିଲେ ଯେଉଁଠି ନାରୀ ପୂଜା ପାଆନ୍ତି, ସେଠାରେ ଦେବତା ବାସ କରନ୍ତି। ନାରୀର ସମ୍ମାନ ଓ ସୁରକ୍ଷାକୁ ଆମର ପ୍ରାଥମିକତା ଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟଅତିଥି ପଞ୍ଚୁପଲ୍ଲୀ ସରପଞ୍ଚ ଶ୍ରୀମତୀ ବନଜା ଜେନା ନିଜ ଅଭିଭାଷଣରେ ପଞ୍ଚାୟତକୁ ‘ଲିଙ୍ଗଗତ ହିଂସାମୁକ୍ତ’ ଏବଂ ‘ବାଲ୍ୟବିବାହ ମୁକ୍ତ’ କରିବା ସହ ସମସ୍ତ ବାଳିକାଙ୍କ ଶିକ୍ଷା ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଉପସ୍ଥିତ ସଭ୍ୟ କନ୍ୟା ଭ୍ରୂଣ ହତ୍ୟା ରୋକିବା, ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ବାଲ୍ୟବିବାହ ବିରୋଧରେ କାର୍ଯ୍ୟ କରିବା ପାଇଁ ଗଣଶପଥ ଗ୍ରହଣ କରିଥିଲେ। ପରିଶେଷରେ ‘ସହଯୋଗ’ର କର୍ମଚାରୀ ଜନ୍ମେଜୟ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। । ସମ୍ପର୍କ ବ୍ୟକ୍ତି:
ଭୁବନେଶ୍ବର : ଭିଆଇଟି ଭୋପାଳ ବିଶ୍ବବିଦ୍ଯାଳୟରେ ଆୟୋଜିତ ହୋଇଥିଲା "ଆଦଭିତ୍ୟ ସ୍ପୋର୍ଟ୍ସ ଫେଷ୍ଟ ୨୦୨୬" । କିଟ ବିଶ୍ବବିଦ୍ଯାଳୟରୁ ରାକେଶ ରଞ୍ଜନ ସାହୁ ପ୍ରତିନିଧିତ୍ବ କରି ପୁରୁଷ ଟେବୁଲ ଟେନିସ (ଟିଟି) ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଗତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଫାଇନାଲରେ ରାକେଶ ୩-୦ରେ ପଶ୍ଚିମବଙ୍ଗ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ । ଭୋପାଳରୁ ଫେରିବା ପରେ ସେ କିଟ-କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରିଥିଲେ । "କିଟ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ଅଚ୍ୟୁତ ସାର, ଗଗନେନ୍ଦୁ ସାର ଓ ରଶ୍ମିତା ମାଡାମଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି । ପ୍ରତିଯୋଗିତା ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ବହୁ ରାଙ୍କିଙ୍ଗ ପିଲା ଆସିଥିଲେ । ସେମାନଙ୍କୁ ହରାଇ ଚାମ୍ପିଅନ ହୋଇଥିବାରୁ ବହୁତ ଖୁସି ରହିଛି ବୋଲି ରାକେଶ କହିଛନ୍ତି ।
ଭୁବନେଶ୍ଵର: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା। ପୁରୀ ତାଳବଣିଆ ସଭାସ୍ଥଳରୁ ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର କୋଟିଏ ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା। ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ସୁଭଦ୍ରା ଯୋଜନା ଏକ ପାଞ୍ଚ ବର୍ଷୀୟା କାର୍ଯ୍ୟକ୍ରମ ନୂହେଁ, ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ। ଯୋଜନାରେ ଲକ୍ଷ ଲକ୍ଷ ମହିଳା ଆତ୍ମନିର୍ଭର ହେବେ। ମା' ମାନେ ଓଡ଼ିଶା ବିକାଶ ରଥର ସାରଥି।