• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଗାଡ଼ି ଯାଞ୍ଚ ବେଳେ ଧରା ପଡ଼ିଲା ନକଲି ପୋଲିସ ଅଧିକାରୀ

Details
Odia Ray Admin
ଓଡିଶା
14 March 2026

ସୋର : ବାଲେଶ୍ଵରରେ ଗାଡ଼ି ଯାଞ୍ଚ ବେଳେ ଧରା ପଡ଼ିଲା ନକଲି ପୋଲିସ ଅଧିକାରୀ । ଗିରଫ ବ୍ୟକ୍ତି ଖଇରା ବ୍ଳକ ଅର୍ଜୁନପୁର ଗାଁର ମହିରଞ୍ଜନ ଦାସ। ଗାଡ଼ି ଯାଂଚ ନାଁରେ ଟଙ୍କା ଆଦାୟ କରୁଥିଲେ ୪ ଅଭିଯୁକ୍ତ। ଥାନାରେ ଏନେଇ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

powered by social2s

ପଞ୍ଚସଖା ଶିକ୍ଷା ସେତୁର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
13 March 2026

ଭୁବନେଶ୍ୱର : ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୩ ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ ପାଇଁ ୯ କୋଟି ୪୮ ହଜାର ୬୭୮ ଟଙ୍କାର ୮୯୬ ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି । ପ୍ରାୟ ୪ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧୀଜୀବୀ ଓ ଅନୁଷ୍ଠାନ ବିଦ୍ୟାଳୟର ଉନ୍ନତି ନିମନ୍ତେ ଏହି ଅର୍ଥ ଅବଦାନ ଦେଇଛନ୍ତି । ପରିଷଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା ଏନ୍. ତିରୁମାଲା ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ପୁରାତନ ଛାତ୍ରଛାତ୍ରୀଙ୍କ ସଂଯୋଗରେ ବିଦ୍ୟାଳୟରେ ଆସୁଥିବା ଶୈକ୍ଷିକ ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ । ବୈଠକରେ ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଅନେକ ନୂତନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ବିଭିନ୍ନ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ମିଳିଥିବା ଅବଦାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୧୩୪ଟି ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପାଇଁ ୫୪ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଛି । ଏହି ବୈଠକରେ ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକ ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳି, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସୁଜାତା ପଣ୍ଡା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ନିବେଦିତା ରାଏ, ବରିଷ୍ଠ ଟିସି (ଖୋର୍ଦ୍ଧା) ଶ୍ରୀ ଦେବବ୍ରତ ମହାନ୍ତି, ବରିଷ୍ଠ ଟିସି (ଜଗତସିଂହପୁର) ଶ୍ରୀ ଶୁଭେନ୍ଦୁ ବରାଳ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜ ଲକ୍ଷ୍ମୀ ଦାଶ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର, ଓ ବିତ୍ତ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

ଆସାମର ଗୌହାଟି ଠାରେ ପିଏମ୍ କିଷାନ ଉତ୍ସବ ଦିବସରେ ୨୨ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ; ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
13 March 2026

ଭୁବନେଶ୍ବର: ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। "ଜୟ କିଷାନ"ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ଆସାମର ଗୌହାଟୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ୨୨ତମ କିସ୍ତିରେ ଦେଶର ୯. ୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପିଏମ-କିଷାନ ଯୋଜନା ଚାଷୀଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି। ଏହି ୨୦୦୦ ଟଙ୍କାର କିସ୍ତି ଏବଂ ତିନୋଟି କିସ୍ତିରେ ବର୍ଷକୁ ସର୍ବମୋଟ ୬ ହଜାର ଟଙ୍କା ହୁଏତ ସାଧାରଣ ଲୋକଙ୍କ ପାଇଁ ଏକ ସାମାନ୍ୟ ଅର୍ଥ ହୋଇପାରେ, କିନ୍ତୁ ଜଣେ କ୍ଷୁଦ୍ର ଚାଷୀ ପାଇଁ ଏହା ତାର ପରିଶ୍ରମର ଏକ ବଡ଼ ସମ୍ମାନ। ଆଜିର ଦିନକୁ, ସାରା ଦେଶ ତଥା ରାଜ୍ୟରେ ପି.ଏମ୍ କିଷାନ ଉତ୍ସବ ଦିବସ ଭାବରେ ପାଳନ କରୁଛି। ଏଥି ସହିତ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ କୃଷକମାନଙ୍କ ମଧ୍ୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ଆମ ରାଜ୍ୟରେ, ୩୪ ଲକ୍ଷ ୨୪ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ, ୨୨ତମ କିସ୍ତି ବାବଦକୁ ୨ ହଜାର ଟଙ୍କା ହିସାବରେ ସମୁଦାୟ ୬୮୪ କୋଟି ଟଙ୍କାର ଆର୍ଥିକ ସହାୟତା ମୋଦୀ ଜୀ ଆଜି ପ୍ରଦାନ କରୁଛନ୍ତି । ପି.ଏମ୍ କିଷାନ ଯୋଜନାରେ ଦରକାର ହେଉଥିବା ସମସ୍ତ ବାଧ୍ୟତାମୂଳକ ମାନଦଣ୍ଡ ଯଥା e-KYC, ଜମିଜମାର ବିବରଣୀ, ଆଧାର -ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି କାର୍ଯ୍ୟ ସମାପନ କରି ଏହି ଯୋଜନାର ସମସ୍ତ ସହାୟତା ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ପି.ଏମ୍ କିଷାନ୍ ସହିତ ଆମ ସରକାର ମଧ୍ୟ ରାଜ୍ୟରେ “ସିଏମ୍ କିଷାନ” ଯୋଜନାରେ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ ଅନ୍ତର୍ଭୁକ୍ତ କରି ଦୁଇଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ୬ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସିଏମ୍ କିଷାନ ଯୋଜନା ଅଧୀନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀଙ୍କୁ ମୋଟ ୨୯୯୧ କୋଟିରୁ ଅଧିକ ଟଙ୍କାର ସହାୟତାରାଶି ପ୍ରଦାନ କରାଯାଇଛି, ଯେଉଁଥିରେ ୩୨୩୬ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ଗୋଷ୍ଠୀ (PVTG) ର ଚାଷୀ ଏବଂ ୩୧ ହଜାର ୬୯୫ ଜଣ ସହରାଞ୍ଚଳର ଚାଷୀ ସାମିଲ ଅଛନ୍ତି I ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ସିଏମ୍ କିଷାନ ଯୋଜନାର ହିତାଧିକାରୀମାନଙ୍କ ପିଲାମାନଙ୍କୁ କୃଷି ବିଦ୍ୟାନିଧି ଯୋଜନାରେ ରାଜ୍ୟ ଭିତରେ ଏବଂ ବାହାରେ ଥିବା ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ, ନର୍ସିଂ, ଡିପ୍ଲୋମା ଏବଂ ଆଇଟିଆଇ ଭଳି ବୃତ୍ତିଗତ ଏବଂ ବୈଷୟିକ ପାଠ୍ୟକ୍ରମ ଅଧ୍ୟୟନ କରିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହା ଫଳରେ ସିଏମ୍ କିଷାନ ଯୋଜନା ହିତାଧିକାରୀ ପରିବାରର ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ୨୦୨୪-୨୫ ଶିକ୍ଷାବର୍ଷରେ ୧୩,୯୨୩ ଜଣ ଛାତ୍ରଛାତ୍ରୀ କୃଷି ବିଦ୍ୟା ନିଧି ଯୋଜନା ଅଧୀନରେ ୫୩.୬୭ କୋଟି ଟଙ୍କାର ଛାତ୍ରବୃତ୍ତି ସହାୟତା ପାଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୫ ଗୁଣ ଅଧିକ ଥିଲା । ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ କୃଷିବିଦ୍ୟାନିଧି ଯୋଜନାରେ ଆଜି ସୁଦ୍ଧା ୬୮ ହଜାର ୯୧୫ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିଛନ୍ତି I ଏଥିପାଇଁ ସେମାନଙ୍କୁ ୨୯୦ କୋଟି ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯିବ ଯାହାକି ଏକ ସର୍ବକାଳୀନ ରେକର୍ଡ। ଆମ ସରକାର କେନ୍ଦ୍ର ସରକାରଙ୍କ ସହ ମିଶି କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆମେ କେବଳ ଧାନ ଚାଷରେ ସୀମିତ ନରହି ଡାଲି ଜାତୀୟ ଫସଲ, ପନିପରିବା, ଫଳ ଏବଂ ଅର୍ଥକାରୀ ଫସଲ ଉପରେ ଧ୍ୟାନ ଦେବା ଉଚିତ। ଓଡ଼ିଶାର ମାଟି ଅତ୍ୟନ୍ତ ଉର୍ବର ଏବଂ ଏହାର ସଦୁପଯୋଗ କରି ଆମେ କୃଷି ରପ୍ତାନି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବା। ଆଜିର ଦିନରେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ, ସେମାନେ Crop Diversification ଉପରେ ଧ୍ୟାନ ଦିଅନ୍ତୁ । ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଶଂସନୀୟ ଅଗ୍ରଗତି କରିଥିଲେ ହେଁ, ଆମକୁ ଆଗକୁ ଆସୁଥିବା ଆହ୍ୱାନ ଗୁଡ଼ିକ ପ୍ରତି ସଚେତନ ରହିବାକୁ ହେବ । ଜଳବାୟୁ ପରିବର୍ତ୍ତନ, ଅନିୟମିତ ପାଣିପାଗ, ଜଳାଭାବ ଏବଂ ମୃତ୍ତିକା କ୍ଷୟ ଆମ କୃଷି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଛି । କୃଷି ବିଶେଷଜ୍ଞମାନଙ୍କ ମତରେ କୃଷି କ୍ଷେତ୍ରରେ ନବସୃଜନ, ଜଳବାୟୁ-ସହନଶୀଳ ପଦ୍ଧତି, ଡିଜିଟାଲ୍ ସମାଧାନ ଏବଂ ଗୋଷ୍ଠୀ-ଭିତ୍ତିକ ଆଭିମୁଖ୍ୟ ହିଁ ଆମକୁ ଏକ ସ୍ଥାୟୀ ଖାଦ୍ୟ ପ୍ରଣାଳୀ ଆଡ଼କୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଏହି ବର୍ଷର ପ୍ରଥମ ପିଏମ୍- କିଷାନ କିସ୍ତି ଆଜି ପ୍ରଦାନ କରାଯାଉଛି। ୨୨ ତମ କିସ୍ତିରୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଆଧାର-ବ୍ୟାଙ୍କ ଲିଙ୍କ, ଜମିଜମା ସଂକ୍ରାନ୍ତୀୟ ପରିଚୟପତ୍ର ଠିକ ଭାବେ ଦାଖଲ କରିବାକୁ କହିଥିଲେ। ଏହାଦ୍ୱାରା କୌଣସି ବି ଯୋଗ୍ୟ ଚାଷୀ ସହାୟତା ପାଇବାରୁ ଆଉ ବାଦ ପଡ଼ିବେ ନାହିଁ। ଏଥିରେ ପ୍ରଦାନ କରାଯାଉଥିବା ଟଙ୍କା ଭଲ ଫସଲ ଅମଳ କରିବାରେ ସହାୟକ ହେଉଛି । ଚଳିତ ବର୍ଷ ପ୍ରଚୁର ମାତ୍ରାରେ ଫସଲ ହେଇଛି ଯାହା ଜାତୀୟ ହାର ଠାରୁ ମଧ୍ୟ ଅଧିକ। ଏଥିସହ କୃଷକଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନୂତନ ପଦକ୍ଷେପ ଗୁଡ଼ିକ ଯଥା ମୟୁରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ଓ ସୋନପୁର ଜିଲ୍ଲାରେ ମତ୍ସ୍ୟ ମହାବିଦ୍ୟାଳୟ ନିର୍ମାଣ ପାଇଁ ଅନୁମତି ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ, ଏକାମ୍ର-ଭୁବନେଶ୍ୱର, ଶ୍ରୀଯୁକ୍ତ ବାବୁ ସିଂ ମହୋଦୟ, ବିଧାୟକ, ଖୋର୍ଦ୍ଧା,ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦ୍ଦେବ, କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ପ୍ରଭାତ କୁମାର ରାଉଳ ନିର୍ଦ୍ଦେଶକ, କୃଷି ଏବଂ ଖାଦ୍ୟ ଉତ୍ପାଦନ, ଶ୍ରୀ ଶୁଭମ ସକ୍‌ସେନା ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ୠତୁରାଜ ପ୍ରମୁଖ ମଂଚାସୀନ ଥିଲେ।

powered by social2s

ଇଞ୍ଜିନିୟରମାନଙ୍କ ପାଇଁ ଏକଦିନିଆ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ୟକ୍ରମ

Details
Odia Ray Admin
ଓଡିଶା
13 March 2026

ଭୁବନେଶ୍ୱର: କାରଖାନାର କାର୍ଯ୍ୟପରିବେଶକୁ ଅଧିକ ସୁରକ୍ଷିତ କରିବା ସହିତ ଶ୍ରମିକମାନଙ୍କ ଜୀବନ ଓ ସ୍ୱାସ୍ଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ ଉନ୍ନତିକୁ ସୁସ୍ଥ ଭିତ୍ତିରେ ଆଗେଇ ନେବା ଉଦ୍ଦେଶ୍ୟରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ନିୟମିତ ଭାବରେ ସୁରକ୍ଷା ସଚେତନତା ଓ କୁଶଳତା ବୃଦ୍ଧିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡ଼ିକ ଶିଳ୍ପ କାରଖାନାମାନଙ୍କରେ ଦୁର୍ଘଟଣା ପ୍ରତିରୋଧ ଓ ଶ୍ରମିକ ସୁରକ୍ଷା ସୁନିଶ୍ଚିତ କରିବାରେ ମୂଳଭୂମିକା ନିଭାଉଛି। ଏହି ପରିପ୍ରେକ୍ଷୀରେ, ଶିଳ୍ପ କାରଖାନାମାନଙ୍କରେ ବ୍ୟବହୃତ ବିଭିନ୍ନ ରାସାୟନିକ ପଦାର୍ଥ ସମ୍ବନ୍ଧୀୟ ସମ୍ଭାବ୍ୟ ବିପଦକୁ କମାଇବା ଏବଂ ଇଞ୍ଜିନିୟରମାନଙ୍କୁ ଏହାର ସୁରକ୍ଷିତ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବା ପାଇଁ ଗତ ତା. ୧୩ ମାର୍ଚ୍ଚ ୨୦୨୬ ରେ ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଏକଦିନିଆ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ସତ୍ରରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସେ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଶିଳ୍ପ କାରଖାନାମାନଙ୍କରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହେଉଥିବାରୁ ସେଗୁଡ଼ିକର ସଠିକ୍ ପରିଚାଳନା ଓ ସୁରକ୍ଷା ନିୟମାବଳୀ ବିଷୟରେ ଜ୍ଞାନ ଅତ୍ୟାବଶ୍ୟକ। ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିଳ୍ପ କାରଖାନାମାନଙ୍କରେ ଦୁର୍ଘଟଣା ପ୍ରତିରୋଧ ସହିତ ସୁରକ୍ଷିତ କାର୍ଯ୍ୟପରିବେଶ ଗଠନରେ ମୂଳ ଭୂମିକା ନିଭାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାରଖାନା ଓ ବାଷ୍ପିତ୍ର (ସୁରକ୍ଷା) ଉପନିର୍ଦ୍ଦେଶକ ଡ଼. ମଳୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ରଖି କହିଥିଲେ ଯେ, ରାସାୟନିକ ପଦାର୍ଥ ସମ୍ବନ୍ଧୀୟ ସଚେତନତା ଓ ଆପତ୍କାଳୀନ ପରିସ୍ଥିତିରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବା ମାଧ୍ୟମରେ ହିଁ କାରଖାନାରେ ସୁସ୍ଥ କାର୍ଯ୍ୟପରିବେଶ ସୁନିଶ୍ଚିତ କରାଯାଇପାରିବ। ପ୍ରଶିକ୍ଷଣର ପ୍ରାଯୁକ୍ତିକ ସତ୍ରଗୁଡିକରେ ବିଭିନ୍ନ ଶିଳ୍ପ ସଂସ୍ଥାର ଅଭିଜ୍ଞ ବିଶେଷଜ୍ଞମାନେ ଯୋଗଦେଇ ରାସାୟନିକ ପଦାର୍ଥ ଜନିତ ବିପଦ ଓ ସେମାନଙ୍କର ସୁରକ୍ଷା ପ୍ରଟୋକଲ୍‌ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରଥମ ପ୍ରାଯୁକ୍ତିକ ସତ୍ରରେ ଆଇଓସିଏଲ୍ ପାରାଦୀପ ରିଫାଇନେରୀର ଶ୍ରୀ ଅଜୟ କୁମାର “ହାଇଡ୍ରୋକାର୍ବନ ଓ ପେଟ୍ରୋରସାୟନିକ ପଦାର୍ଥ ସମ୍ବନ୍ଧୀୟ ବିପଦ” ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍‌ର ଶ୍ରୀ ପ୍ରାଚୀ ସୌରଭ ପଣ୍ଡା “ଏମୋନିଆ ଓ ସଲଫ୍ୟୁରିକ୍ ଆମ୍ଲ ସମ୍ବନ୍ଧୀୟ ସୁରକ୍ଷା ପ୍ରଟୋକଲ୍‌” ବିଷୟରେ ଉପସ୍ଥାପନା କରିଥିଲେ। ସେହିପରି ଦ୍ୱିତୀୟ ପ୍ରାଯୁକ୍ତିକ ସତ୍ରରେ ଜେ.କେ. ପେପର ଲିମିଟେଡ୍, ରାୟଗଡ଼ାର ଶ୍ରୀ ସନ୍ୟାସୀ କୁମାର ଡାକୁଆ “କ୍ଲୋରିନ ଓ ହାଇପୋକ୍ଲୋରାଇଟ୍” ଏବଂ ସାପିଜେନ ବାଏୋଲଜିକ୍ସର ଡ଼ା. ଅଭିଷେକ ଆଚାର୍ଯ୍ୟ “ଔଷଧ ଉତ୍ପାଦ ସମ୍ବନ୍ଧୀୟ ବିପଦ ଓ ସୁରକ୍ଷା ପ୍ରୋଟୋକଲ୍” ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରାୟ ୪୦ ଜଣ କାର୍ଯ୍ୟରତ ଇଞ୍ଜିନିୟର ଯୋଗଦେଇ ରାସାୟନିକ ପଦାର୍ଥର ସୁରକ୍ଷିତ ବ୍ୟବହାର ଓ ଆପତ୍କାଳୀନ ପରିସ୍ଥିତିରେ ନିବାରଣ ଉପାୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଆୟୋଜିତ ଉଦଯାପନୀ ସଭାରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା।

powered by social2s

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ୱାରା “ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ଶ୍ରାଦ୍ଧୋତ୍ସବ” ପାଳିତ

Details
Odia Ray Admin
ଓଡିଶା
13 March 2026

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଦ୍ୱାରା ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷ ଭୁବନେଶ୍ୱର ଠାରେ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ଶ୍ରାଦ୍ଧୋତ୍ସୋବ ଆୟୋଜିତ ହୋଇଯାଇଛି । ଏହି ଶ୍ରାଦ୍ଧୋତ୍ସବ ଅବସରରେ ଓଡ଼ିଶାର ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ରାମହରି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ ସାହୁ, ପୂର୍ବତନ ସଚିବ, ଓଡ଼ିଶା ଲଳିତ କଳା ଏକାଡ଼େମୀ, ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପାଢୀ, ପୁର୍ବତନ ଅଧ୍ୟକ୍ଷ ସମ୍ମାନିତ ଅତିଥି ଭାବରେ ଓ ଶ୍ରୀମତୀ କବିତା ମହାନ୍ତି, ବରିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗଦାନକରିଥିଲେ । ଶ୍ରୀଯୁକ୍ତ ପଞ୍ଚାନନ ସାମଲ, ଅଧ୍ୟକ୍ଷ, ଧଉଳି ଚାରୁକଳା ମହାବିଦ୍ୟାଳୟ, ଶ୍ରୀଯୁକ୍ତ ସୁବ୍ରତ କୁମାର ମଲ୍ଲିକ୍, ପୂର୍ବତନ ଅଧ୍ୟକ୍ଷ, ଖଲ୍ଲିକୋଟ ଚାରୁକଳା ମହାବିଦ୍ୟାଳୟ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅତିଥିମାନେ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତ ଗୋପାଳ କାନୁନଗୋଙ୍କ ଶ୍ରାଦ୍ଧୋତ୍ସବ ଜୀବନି ଓ ତାଙ୍କର କଳାତ୍ମକ ଜୀବନର ସଂଙ୍ଘର୍ଷ ବିଷୟରେ ଅନେକ ତଥ୍ୟ ତଥା ଅନେକ ପ୍ରେରଣାଦାୟୀ କଥା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଚାରୁକଳା ମହାବିଦ୍ୟାଳୟର ବହୁ ଛାତ୍ର, ଛାତ୍ରୀ ଓ ଅନେକ ଚିତ୍ରଶିଳ୍ପୀ ମାନେ ଅଂଶଗ୍ରହଣ କରି ସେହି ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଜୀବନି, ସଂଙ୍ଘର୍ଷ ଓ ଚିତ୍ର କଳା କରିବାର କଳା କୈଶଳ ସଂମ୍ପର୍କରେ ଅନେକ ମୁଲ୍ୟବାନ ଉପଦେଶ ମାନ ବିଶିଷ୍ଟ ବକ୍ତା ମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ସ୍ୱର୍ଗତ କାନୁନଗୋଙ୍କ ରାଜ୍ୟରେ ସୃଜନମୂଳକ କାର୍ଯ୍ୟକ୍ରମମାନ କରି ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ତାଙ୍କ ଜୀବନରେ ଅନେକ ସଂଗ୍ରାମ କରିଥିଲେ । ଆଗାମୀ ଦିନରେ ତାଙ୍କର ଚିତ୍ରକଳା ବିଷୟରେ ରାଜ୍ୟର କଳାପ୍ରେମୀଙ୍କୁ ଜଣାଇବା ପାଇଁ ଯୁବପିଢ଼ୀଙ୍କୁ ବକ୍ତା ମାନେ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଡ଼େମୀର କାର୍ଯ୍ୟକ୍ରମକୁ ଏକାଡ଼େମୀର ସୁନୀଲ୍ କୁମାର ଡ଼ାକୁଆ ଏହି ସଭାକୁ ପରିଚାଳନା କରିବା ସହିତ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

powered by social2s

ଭୁବନେଶ୍ୱରରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ

Details
Odia Ray Admin
ଓଡିଶା
13 March 2026

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’କୁ ଉଦଘାଟନ କରି ‘ବିକଶିତ ଓଡ଼ିଶା @୨୦୩୬’ ଅଧୀନରେ ରାଜ୍ୟର ଦୂରଦୃଷ୍ଟି ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସାମୁଦ୍ରିକ ସମ୍ପଦର ସମ୍ଭାବନା ଉପରେ ଆଲୋକପାତ କରି ସେ ଓଡ଼ିଶାର ୫୭୫ କିଲୋମିଟର ବେଳାଭୂମି ସହିତ ଅର୍ଥନୀତି, ଜନସଂଖ୍ୟା, ଭୌଗୋଳିକ ସ୍ଥିତି ଏବଂ ପରିସଂସ୍ଥା (EDGE) ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ୨୦୪୭ ସୁଦ୍ଧା ଦେଶର ଜିଡିପିରେ ୫% ଅବଦାନ ରଖିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି, ଯେଉଁଥିରେ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ଭିତ୍ତିଭୂମି, ଉପକୂଳ ପର୍ଯ୍ୟଟନ ଏବଂ ‘ଓମ୍ବ୍ରିକ୍’ (OMBRIC) ମାଧ୍ୟମରେ ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଅବଦାନ ରହିବ। ଶେଷରେ ସେ “Think India, Think Odisha” ର ଦର୍ଶନକୁ ଦୋହରାଇ ଓଡ଼ିଶାକୁ ନୀଳ ଅର୍ଥନୀତିର ବିକାଶ ଓ ନବସୃଜନର ଏକ କେନ୍ଦ୍ର ଭାବରେ ଉପସ୍ଥାପିତ କରିଥିଲେ। ‘ବିକଶିତ ଭାରତ @୨୦୪୭’ ଅଧୀନରେ ଜାତୀୟ ଦୃଷ୍ଟିକୋଣ ପ୍ରଦାନ କରି ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍. ରବିଚନ୍ଦ୍ରନ ସମୁଦ୍ରର ବିଶାଳ ସମ୍ଭାବନା ସମ୍ବନ୍ଧ ରେ କହିଥିଲେ ଯେ, ବିଶ୍ୱସ୍ତରରେ ସମୁଦ୍ରର ପ୍ରାୟ ୯୫% ଅଂଶ ଏବେ ମଧ୍ୟ ଅନୁସନ୍ଧାନ ଅପେକ୍ଷାରେ ଅଛି। ସେ ଅଫସୋର ଶକ୍ତି ଏବଂ ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଥିବା ସୁଯୋଗ ଏବଂ ଜଳବାୟୁ ପ୍ରଭାବ, ଉପକୂଳ କ୍ଷୟ ଏବଂ ସାମୁଦ୍ରିକ ପ୍ରଦୂଷଣ ଭଳି ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିବା ସହ ସାମୁଦ୍ରିକ ସମ୍ପଦର ସ୍ଥାୟୀ ବ୍ୟବହାର ପାଇଁ ଅଧିକ ଗବେଷଣା ଏବଂ ନବସୃଜନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଭାରତରେ ତିମୋର-ଲେଷ୍ଟେର ରାଷ୍ଟ୍ରଦୂତ ମହାମହିମ କାର୍ଲିଟୋ ନୁନେସ୍ ତାଙ୍କ ଦେଶର ସାମୁଦ୍ରିକ ଏବଂ ଉପକୂଳ କ୍ଷେତ୍ରକୁ ମଜବୁତ କରିବା ଉପରେ ଆଲୋକପାତ କରିବା ସହ ନୀଳ ଅର୍ଥନୀତିର ଅଗ୍ରଗତି ପାଇଁ ଆନ୍ତର୍ଜାତୀୟ ସହଯୋଗ ଏବଂ ସହଭାଗିତାର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍. ରାଜପୁତ (ଆଇଏଏସ୍) ଓଡ଼ିଶାର ଉପକୂଳ ଏବଂ ସାମୁଦ୍ରିକ ସମ୍ପଦର ରଣନୈତିକ ଗୁରୁତ୍ୱ ବିଷୟରେ ଉଦବୋଧନ ଦେଇ କହିଥିଲେ ଯେ, ମତ୍ସ୍ୟ ଚାଷ ଓ ଜଳଜ ପ୍ରାଣୀ ପାଳନ ଭଳି ପ୍ରମୁଖ କ୍ଷେତ୍ରକୁ ମଜବୁତ କରିବା ଏବଂ ଉପକୂଳବର୍ତ୍ତୀ ଜୀବିକାକୁ ସହାୟତା କରିବା ପାଇଁ ଅଧିକ ସହଯୋଗ, ଉନ୍ନତ ଭିତ୍ତିଭୂମି, ନବସୃଜନ ଏବଂ ସ୍ଥାୟୀ ଅଭ୍ୟାସର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ BCKIC ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ସ୍ୱାଗତ ଭାଷଣ ଦେଇ ଭାରତର ନୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ସହଯୋଗ ଏବଂ ନବସୃଜନର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ଏହି ଦୁଇ ଦିନିଆ ସମ୍ମିଳନୀ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ‘ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ କ୍ଲଷ୍ଟର’ (BCKIC) ଫାଉଣ୍ଡେସନ ଦ୍ୱାରା PM-STIAC ର ମାର୍ଗଦର୍ଶନରେ ଏବଂ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଛି। ଉଦଘାଟନୀ ଅଧିବେଶନରେ ନୀତି ନିର୍ଦ୍ଧାରକ, ଶିଳ୍ପ ଜଗତର ପ୍ରତିନିଧି, ଗବେଷକ, ଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ‘ବ୍ଲୁ ଇକୋନୋମି ଟେକ୍ନୋଲୋଜି କମ୍ପେଣ୍ଡିୟମ୍’ ଏବଂ ‘ଏକାଡେମିକ ଆବଷ୍ଟ୍ରାକ୍ଟ ବୁକ୍’ ଉନ୍ମୋଚିତ ହୋଇଥିଲା। ଏଥିସହ ‘ଷ୍ଟାର୍ଟଅପ୍ ସୋକେସିଂ ପାଭିଲିୟନ’ ଉଦଘାଟିତ ହୋଇଥିଲା, ଯେଉଁଠାରେ ଓଡ଼ିଶାର ଉପକୂଳ ଅଞ୍ଚଳର ୨୬ଟି ଷ୍ଟାର୍ଟଅପ୍ ସାମୁଦ୍ରିକ ବିକାଶ କ୍ଷେତ୍ରରେ ସେମାନଙ୍କର ନବସୃଜନ ପ୍ରଦର୍ଶନ କରିଥିଲେ। ଦୁଇ ଦିନିଆ କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷ, ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ସହନଶୀଳତା, ସାମୁଦ୍ରିକ ସୁରକ୍ଷା, ପ୍ରଦୂଷଣ, ଅଫସୋର ଶକ୍ତି, ଗଭୀର ସମୁଦ୍ର ଖନନ, ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ AI-ଆଧାରିତ ସାମୁଦ୍ରିକ ବୁଦ୍ଧିମତା (Ocean Intelligence) ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀ ଭାରତର ‘ମ୍ୟାରିଟାଇମ ଇଣ୍ଡିଆ ଭିଜନ ୨୦୩୦’ ଏବଂ ‘ବିକଶିତ ଭାରତ @୨୦୪୭’ ର ଲକ୍ଷ୍ୟ ସହିତ ଜଡ଼ିତ।

powered by social2s

ପୋଖରୀରେ ବୁଡ଼ି ୨ଛାତ୍ରୀ ମୃତ

Details
Odia Ray Admin
ଓଡିଶା
13 March 2026

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲ ଅରଣ୍ଡୁଆ ଗାଁ ପୋଖରୀରେ ବୁଡ଼ି ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍କୁଲ୍‌ରେ ରଙ୍ଗ ଖେଳି ଘରକୁ ଫେରି ଗାଧୋଇ ଯାଇଥିଲେ ୨ ଛାତ୍ରୀ। ଘରକୁ ନ ଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ। ପୋଖରୀରୁ ୨ ଜଣଙ୍କୁ ଉଦ୍ଧାର ପରେ ମୃତ ଘୋଷଣା କଲେ ଡାକ୍ତର।

powered by social2s

More Articles ...

  1. ଆସନ୍ତା ଶିକ୍ଷା ବର୍ଷରୁ ଶାରୀରିକ ଶିକ୍ଷା: ମନ୍ତ୍ରୀ
  2. ଗ୍ୟାସ୍ ସଙ୍କଟ ଯୋଗୁଁ ପୁରୀରେ ହୋଟେଲ ବନ୍ଦ
  3. ବାଲେଶ୍ଵରରେ ଜଳିଗଲା ୧୦ ବଖରା ଘର
Page 211 of 2255
  • Start
  • Prev
  • 206
  • 207
  • 208
  • 209
  • 210
  • 211
  • 212
  • 213
  • 214
  • 215
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.