ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ
ସମ୍ବଲପୁର: କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଧମକ ପରେ କୋର୍ଟ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଥିବା ସୂଚନା। ସନ୍ଧାନୀ କୁକୁର ସହ ବୋମା ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ ଆରମ୍ଭ ହୋଇଛି।
ସମ୍ବଲପୁର: କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଧମକ ପରେ କୋର୍ଟ ପରିସରରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଥିବା ସୂଚନା। ସନ୍ଧାନୀ କୁକୁର ସହ ବୋମା ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ ଆରମ୍ଭ ହୋଇଛି।
ଭୁବନେଶ୍ୱର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ) ପକ୍ଷରୁ ଭୁବନେଶ୍ବର ଏସଆଇଆରଡି (SIRD) କ୍ୟାମ୍ପସଠାରେ ‘ରଙ୍ଗୋତ୍ସବ-୨୦୨୬’ ଶୁଭାରମ୍ଭ ହୋଇଯାଇଛି। ସୁରକ୍ଷିତ ଓ ପରିବେଶ ଅନୁକୂଳ ହୋଲି ପାଳନକୁ ପ୍ରୋତ୍ସାହିତ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କୁ ଏକ ସ୍ଥାୟୀ ବଜାର ଯୋଗାଇଦେବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ମେଳାରେ କେବଳ ପ୍ରାକୃତିକ ରଙ୍ଗ ନୁହେଁ, ବରଂ ଓଡ଼ିଶାର ପାରମ୍ପରିକ ସ୍ୱାଦିଷ୍ଟ ଖାଦ୍ୟ, ସୂକ୍ଷ୍ମ ହସ୍ତଶିଳ୍ପ ଏବଂ ହାତତିଆରି ଗୃହଉପକରଣ ସାମଗ୍ରୀ ପରି ଅନେକ ଗ୍ରାମୀଣ ଉତ୍ପାଦର ସମ୍ଭାର ଦେଖିବାକୁ ମିଳୁଛି। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏହି ପ୍ରୟାସକୁ ସ୍ୱାଗତ କରି କହିଛନ୍ତି "ରଙ୍ଗୋତ୍ସବ ହେଉଛି ସୁରକ୍ଷିତ ରଙ୍ଗ ଓ ନାରୀ ସଶକ୍ତିକରଣର ଏକ ସୁନ୍ଦର ସମନ୍ୱୟ। ଏସଏଚଜି (SHG) ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଆମେ ପରିବେଶକୁ ସୁରକ୍ଷିତ ରଖିବା ସହ ଗ୍ରାମୀଣ ଅର୍ଥନୀତିକୁ ସମର୍ଥନ କରିପାରିବା।" ସମସ୍ତେ ସ୍ଥାନୀୟ ଉତ୍ପାଦକୁ ଆପଣାଇବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଡଃ. ମୋନିକା ପ୍ରିୟଦର୍ଶିନୀ କହିଛନ୍ତି, "ରଙ୍ଗୋତ୍ସବ ଗ୍ରାମୀଣ ଓଡ଼ିଶାର ନାରୀ ଉଦ୍ୟୋଗୀଙ୍କ ଦକ୍ଷତାକୁ ପ୍ରତିଫଳିତ କରୁଛି। ସେମାନଙ୍କୁ ଆଧୁନିକ ବଜାର ସହ ଯୋଡ଼ିବା ଏବଂ ସେମାନଙ୍କ ପରିଶ୍ରମକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଓରମାସ ପ୍ରତିବଦ୍ଧ। ଉନ୍ନତ ମାନର ପ୍ୟାକେଜିଂ ଓ ବ୍ରାଣ୍ଡିଂ ମାଧ୍ୟମରେ ଏହି ଉତ୍ପାଦଗୁଡ଼ିକୁ ମୁଖ୍ୟ ବଜାରରେ ପ୍ରତିଷ୍ଠିତ କରାଯାଉଛି।" ମେଳାର ମୁଖ୍ୟ ଆକର୍ଷଣ: ★ପ୍ରାକୃତିକ ରଙ୍ଗ (ହରବାଲ ଗୁଲାଲ): ଗଞ୍ଜାମ ଜିଲ୍ଲାର RIPC ସହାୟତାରେ ଏସ୍.ଏଚ୍. ଜି. ମହିଳାମାନଙ୍କ ଦ୍ୱାରା ହଳଦୀ, ବିଟରୁଟ୍ ଏବଂ ଫୁଲ ପରି ପ୍ରାକୃତିକ ଉପାଦାନରୁ କେମିକାଲ୍ ମୁକ୍ତ ହର୍ବାଲ୍ ଗୁଲାଲ୍ ପ୍ରସ୍ତୁତ କରାଯାଇଛି, ଯାହା ଚର୍ମ ଓ ପରିବେଶ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। ★ଗ୍ରାମୀଣ ଉତ୍ପାଦ: ମେଳାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ, ହସ୍ତଶିଳ୍ପ ଏବଂ ହାତତିଆରି ଘରକରଣା ସାମଗ୍ରୀ ଉପଲବ୍ଧ ହେଉଛି। ★ସିଧାସଳଖ ବଜାର: ଏହି ପ୍ଲାଟଫର୍ମ ମାଧ୍ୟମରେ ଗ୍ରାମୀଣ ମହିଳାମାନେ କୌଣସି ମଧ୍ୟସ୍ଥି ବିନା ସିଧାସଳଖ ସହରୀ ଗ୍ରାହକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି। ଏହି ମେଳା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍-୮ ସ୍ଥିତ ଏସ୍.ଆଇ.ଆର୍.ଡି କ୍ୟାମ୍ପସରେ ଚାଲିବ। ନାଗରିକମାନେ ଏଠାରୁ ପ୍ରାକୃତିକ ହୋଲି ରଙ୍ଗ ଓ ପାରମ୍ପରିକ ସାମଗ୍ରୀ କ୍ରୟ କରି ଗ୍ରାମୀଣ ସମୁଦାୟକୁ ସମର୍ଥନ କରିବା ପାଇଁ ଓରମାସ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ପ୍ରୟାସ ଓଡ଼ିଶାର ପରମ୍ପରାକୁ ଆଧୁନିକ ବଜାରରେ ପହଞ୍ଚାଇବା ସହ ନାରୀମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ।
ଭୁବନେଶ୍ଵର: ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୋଲିସକୁ ଆଜି ଐତିହାସିକ ସଫଳତା ମିଳିଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ , ଆଜି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ। ଯାହା ଫଳରେ,ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ, ଗୁଇନ୍ଦା ସୂଚନା, କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ବାହିନୀଙ୍କ ସମନ୍ୱିତ ପଦକ୍ଷେପ ଏବଂ ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ପୋଲିସ ବାହିନୀର ସାହସ, ସଂଯମ ଓ ପ୍ରତିବଦ୍ଧତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି। ସେ ଏହି ଅଭିଯାନରେ ଯୋଗଦେଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସାଧାରଣ ଲୋକଙ୍କ ଭରସା ଓ ସହଯୋଗ ଯୋଗୁଁ ସେ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ଅଭିଯାନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବା ସହ ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।
ଜଟଣୀ:(ଶୁଭେନ୍ଦ୍ର ଶତପଥୀ)ଜଟଣୀର ଅଗ୍ରଣୀ ସାମାଜିକ ସଂଗଠନ "ମୋ ପରିବାର"ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହେଉଛି l ଯାଜପୁର ଜିଲାର ସାମାଜିକ ସଂଗଠନ କନକ ମହାବୀର ଆଶାର ଆଲୋକ ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଧର୍ମଶାଳାର ଜାରକା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଆୟୋଜନ ହୋଇଥିଲା l ଫାଉଣ୍ଡେସନ୍ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ" ସେବା ରତ୍ନ ସମ୍ମାନ"ରେ "ମୋ ପରିବାର"କୁ ସମ୍ମାନୀତ କରାଯାଇଥିଲା l "ମୋ ପରିବାର" ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସମ୍ମାନ ଗ୍ରହଣ କରିଥିଲେ lଆୟୋଜିତ କାର୍ଯ୍ୟକ୍ରମ ରେ ଟ୍ରଷ୍ଟର ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ ଉପସ୍ଥିତ ଥିଲେ l ସମାରୋହରେ ଓଡିଶାର ପ୍ରତିଷ୍ଠିତ ସମାଜସେବୀ ଓ ସାମାଜିକ ସଂଗଠନ ମାନଙ୍କୁ ସମ୍ମାନୀତ କରାଯାଇଥିଲା l ସମ୍ମାନ ଗ୍ରହଣ କରିବା ପରେ "ମୋ ପରିବାର"ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ l
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ । ପ୍ରକୃତି କୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି । ବିମାନରେ ବସିଛନ୍ତି ଶ୍ରୀ ରାଧା ଓ ଶ୍ରୀ କୃଷ୍ଣ । ଘରକୁ ଘର ବୁଲୁଛନ୍ତି ଠାକୁର ଓ ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର ରାଧା ମୋହନ। କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଫଗୁ ଦଶମୀ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ପ୍ରତି ସାହି ରେ ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ତରଫରୁ ଦୋଳ ବିମାନ ବୁଲିବା ସହ ପୂଜା ପାଉଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣ ଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି । ପରମ୍ପରା ମୁତାବକ ଭୋଗପରେ ବିମାନରେ ବସି ଭକ୍ତକୁ ଦର୍ଶନ ଦେଉଛନ୍ତି ରାଧା ମାଧବ । ବର୍ଷକ ପରେ ମନ୍ଦିରରୁ ବାହାରପ୍ରାଙ୍ଗଣ କୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର । ଭକ୍ତ ପରିବାର ପକ୍ଷରୁ ପଇଡ଼,ଲିଆ,ଉଖୁଡା ପ୍ରଭୁତି ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ । ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି ।ଦୋଳ ଓ ହୋଲି ପାଇଁ ସମଗ୍ର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢା ଯାଏଁ ସଭିଁଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ । ପ୍ରତି ଗାଁ ଗାଁ ରେ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଆୟୋଜିତ ହୋଇ ସମଗ୍ର ଅଞ୍ଚଳ ଉତ୍ସବ ପରିବେଶ ଲାଗି ରହିଥାଏ l ହରିବୋଲ,ହୁଳହୁଳି, ଶଙ୍ଖନାଦ, ଭଜନ କୀର୍ତ୍ତନରେ ଗାଁଦାଣ୍ଡ ଉଛୁଳି ପଡୁଥିବା ବେଳେ ଦୋଳ ବିମାନ କୁ କାନ୍ଧେଇ ଗାଁ ଗାଁ ବୁଲି ଦୋଳ ବିମାନ ପୂଜା ସହ ଦୋଳ ଉତ୍ସବ ପାଇଁ ସବୁ ଗାଁ ଏବେ ଉତ୍ସବମୁଖର ହୋଇଉଠିଛି ।
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ କିଛି ଓଡ଼ିଆ ନାଗରିକ ଫସି ରହିଥିବା ସୂଚନା ମିଳିଛି। ବିଶେଷକରି ଇରାନ୍ ରେ ରହୁଥିବା କିଛି ଓଡ଼ିଆଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ ହୋଇଛି। ଏନେଇ ଓଡ଼ିଶା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି। ଫସିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, କେନ୍ଦ୍ରର ବୈଦେଶିକ ମନ୍ତ୍ରାଳୟ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ସୁରକ୍ଷିତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ପକ୍ଷରୁ କେନ୍ଦ୍ର ସହ ସମନ୍ୱୟ ରଖି ସମସ୍ତ ଓଡ଼ିଆଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି।
କଟକ : ପ୍ରଫେସର ଗଙ୍ଗାଧର ବଳ ସାରସ୍ୱତ ଗବେଷଣା ତଥା ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ କ୍ଷେତ୍ରରେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ । ବିଶେଷକରି ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟ-କବିତା ସମୀକ୍ଷା କରିବାରେ ତାଙ୍କର ବୌଦ୍ଧିକତା ଓ ସୂକ୍ଷ୍ମ ବିଚାରଶୀଳତା ଲକ୍ଷଣୀୟ । ଶନିବାର ସଂଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ପ୍ରଫେସର ଗଙ୍ଗାଧର ବଳ ସ୍ମୃତିସଂଧ୍ୟାରେ ମଞ୍ଚାସୀନ ବକ୍ତାମାନେ ଉପରୋକ୍ତ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଗଙ୍ଗାଧର ବଳଙ୍କ ପ୍ରଜ୍ଞାଶୀଳତା ଓ ସାଧନାର ପରାକାଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଶିଷ୍ଟ ଯୁବ ଗବେଷକ ଡକ୍ଟର ଅନୁପ ରଞ୍ଜନ ମାର୍ଥା ମୁଖ୍ୟବକ୍ତା ରୂପେ ଯୋଗଦେଇ ‘ରୀତି ସାହିତ୍ୟରେ ଭକ୍ତି ଚେତନା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟର ଏକନିଷ୍ଠ ଗବେଷକ ତପନ କୁମାର ଶତପଥୀଙ୍କୁ ମର୍ଯ୍ୟାଦାଜନକ ‘ପ୍ରଫେସର ଗଙ୍ଗାଧର ବଳ ସ୍ମୃତି ପୁରସ୍କାର’ ସ୍ୱରୂପ ପାଞ୍ଚ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀଯୁକ୍ତ ଶତପଥୀ ଆମ ପୂର୍ବସୂରୀ ସାରସ୍ୱତ ସାଧକଙ୍କ କୃତି ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଉତ୍ସବରେ ଅନୁଷ୍ଠାନର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ ସ୍ୱାଗତ ଭାଷଣ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟନିର୍ବାହିକା ସମିତି ସଭ୍ୟା ମୀରା ବେଉରା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ମାନପତ୍ର ପାଠ କରିଥିଲେ ଗୀତାଞ୍ଜଳି ପୃଷ୍ଟି । କୋଷାଧକ୍ଷ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।