• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଯଶୀପୁରକୁ ଏନଏସି ମାନ୍ୟତା: ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା

Details
Odia Ray Admin
ଓଡିଶା
31 December 2025

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଜିଲ୍ଲାର ପ୍ରମୁଖ ସ୍ଥାନ ମଧ୍ୟରୁ ଅନ୍ୟତମ ଯଶୀପୁରକୁ ଏଣିକି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନଏସି) ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସମ୍ବିଧାନର ଧାରା ୨୪୩-କ୍ୟୁ ଏବଂ ଓଡ଼ିଶା ପୌର ଆଇନ, ୧୯୫୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଯଶୀପୁରକୁ ଏହି ନୂତନ ମାନ୍ୟତା ଦିଆଯାଇଛି। ଏହି ଖୁସିର ମୁହୂର୍ତ୍ତରେ ସମଗ୍ର ଯଶିପୁରବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ବିମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ଯଶୀପୁର ଏବଂ ଏହାର ଆଖପାଖ ଗ୍ରାମଗୁଡ଼ିକୁ ନେଇ ଏକ ସଂକ୍ରମଣକାଳୀନ ଅଞ୍ଚଳ ଗଠନ କରାଯାଇଛି। ଏହାକୁ ଆଧାର କରି ଯଶୀପୁର ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ ଏ ସି ଗଠିତ ହୋଇଛି। ଓଡ଼ିଶା ଗେଜେଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ହିଁ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ଲୋକମାନେ ସହରାଞ୍ଚଳର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ବିଜ୍ଞପ୍ତି ଯଶୀପୁର ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି। ଏହି ନୂତନ ପରିଷଦ ଗଠନ ହେବା ଫଳରେ ଯଶୀପୁରର ଯୋଜନାବଦ୍ଧ ବିକାଶ, ପରିମଳ ବ୍ୟବସ୍ଥା ଏବଂ ନାଗରିକ ସେବାରେ ବ୍ୟାପକ ସଂସ୍କାର ଆସିବ ବୋଲି ଆଶା କରାଯାଉଛି।

powered by social2s

ଏମ୍ସ ଭୁବନେଶ୍ୱରରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳତାର ସହିତ ସମ୍ପନ୍ନ; ଭାତୃତ୍ବ ପ୍ରେମର ଅପୂର୍ବ ନିଦର୍ଶନ, ବଡ଼ ଭାଇଙ୍କୁ ଜୀବନ ଦେଲେ ସାନ ଭାଇ

Details
Odia Ray Admin
ଓଡିଶା
31 December 2025

ଭୁବନେଶ୍ୱର: ନିଜର ସଫଳତାର ଯାତ୍ରାରେ ଆଉ ଏକ ଗୌରବମୟ ଫର୍ଦ୍ଦ ଯୋଡ଼ିଛି ଏମ୍ସ ଭୁବନେଶ୍ବର। ସମ୍ପୂର୍ଣ୍ଣ ପୂର୍ବ ଭାରତରେ ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ନିର୍ଭରଯୋଗ୍ୟ ବ୍ରାଣ୍ଡ୍ ପାଲଟିଥିବା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ସଫଳତାର ସହିତ ପ୍ରଥମ ଯକୃତ(ଲିଭର) ପ୍ରତିରୋପଣ ସମ୍ପନ୍ନ କରିଛି। ଏହି ଜୀବନ ରକ୍ଷାକାରୀ ଚିକିତ୍ସା ସେବା ପ୍ରଦାନ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ବିଶେଷ ଲାଭ ପ୍ରଦାନ କରିବ। ଚଳିତ ମାସ ୨୦ ତାରିଖରେ ଏମ୍ସ ଭୁବନେଶ୍ୱର ପ୍ରଥମ ଲିଭର ପ୍ରତିରୋପଣ କରି ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ୨୦୨୩ରେ ଆରମ୍ଭ ହୋଇଥିବା ଲିଭର ପ୍ରତିରୋପଣ କାର୍ଯ୍ୟକ୍ରମର ପରିକଳ୍ପନା, ସେହି ବର୍ଷ ହିଁ ସରକାରୀ ଲାଇସେନ୍ସ ପାଇଥିଲା, ପ୍ରକ୍ରିୟା ଆରମ୍ଭ କରିବାକୁ। ଯକୃତ ପ୍ରତିରୋପଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ବର୍ଷ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଯକୃତ ପ୍ରତିରୋପଣ ଓପିଡି। ପ୍ରତିରୋପଣ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ, ୧୦ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ପ୍ରତିରୋପଣ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ନଭେମ୍ବର ୨୦୨୫ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏପରି ସଫଳତା ନିମନ୍ତେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମଗ୍ର ପ୍ରତିରୋପଣ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍ସ ଭୁବନେଶ୍ବର ଏହିଭଳି ଭାବେ ଓଡ଼ିଶା ଏବଂ ଦେଶର ଜନସାଧାରଣଙ୍କୁ ନୂତନ ଅଭିନବ ପ୍ରକ୍ରିୟା ଏବଂ ସେବା ପ୍ରଦାନ କରିବାର ପ୍ରତିବଦ୍ଧତା ରଖିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଆଜିର ଏହି ପ୍ରତିରୋପଣ ପ୍ରକ୍ରିୟା, ଭାତୃତ୍ବଭାବର ଅପୂର୍ବ ପ୍ରେମକୁ ପୁନର୍ବାର ପ୍ରମାଣିତ କରିଛି। ସାନ ଭାଇର ଯକୃତ ଗ୍ରହଣ କରି ବଡ଼ ଭାଇ ଏକ ନୂତନ ଜୀବନ ପାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଅଞ୍ଚଳର ୩୭ ବର୍ଷୀୟ ଯୁବକ, ନିଜର ଅସୁସ୍ଥ ଯକୃତ କାରଣରୁ ଲକ୍ଷାଧିକ ଟଙ୍କା ବ୍ୟୟ କରି ଏକପ୍ରକାର ଅସହାୟ ହୋଇପଡ଼ିଥିଲେ। ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାଯାଇନଥିଲା। ଉନ୍ନତ ଚିକିତ୍ସା ପାଇଁ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବା ନେଇ ତଥ୍ୟ ରଖିଥିଲେ ବିଭିନ୍ନ ହସ୍ପିଟାଲ। ମାତ୍ର ଏମ୍ସରେ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସୁଲଭ ମୂଲ୍ୟରେ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗରେ ସେ ଆଜି ସୁସ୍ଥ ହୋଇପାରିଥିବା ଭାବବିହ୍ବଳ ହୋଇ ପ୍ରକାଶ କରିଛନ୍ତି ତାଙ୍କ ପିତା। ୩୦ ବର୍ଷୀୟ ସାନ ଭାଇ ବଡ଼ ଭାଇଙ୍କୁ ନିଜର ଯକୃତ ପ୍ରଦାନ କରିଛନ୍ତି। ପ୍ରତିରୋପଣ ପରେ ଉଭୟ ଭାଇ ସୁସ୍ଥ ଅଛନ୍ତି। ସାନ ଭାଇ ହସ୍ପିଟାଲରୁ ଡିସ୍ଚାର୍ଯ ହୋଇଥିବା ବେଳେ ଆଉ କିଛିଦିନ ମଧ୍ୟରେ ବଡ଼ ଭାଇ ମଧ୍ୟ ଘରକୁ ଯିବାନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ୫୦ ରୁ ଅଧିକ ସଦସ୍ୟଙ୍କୁ ନେଇ ଗଠିତ ଏହି ଅସ୍ତ୍ରୋପଚାର ଦଳ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରାୟ ୧୪ ଘଣ୍ଟା ସମୟ ନେଇଥିଲା। ଉତ୍କର୍ଷତା ଏବଂ ସ୍ଥାୟୀ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ, ଏମ୍ସ ଭୁବନେଶ୍ୱର ଲିଭର ଏବଂ ପିତ୍ତ ରୋଗ ପାଇଁ ଦେଶର ପ୍ରମୁଖ ସରକାରୀ କ୍ଷେତ୍ର ପ୍ରତିଷ୍ଠାନ, ନୂଆଦିଲ୍ଲୀର ଆଇଏଲ୍ବିଏସ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛି। ଏମ୍ସ ଭୁବନେଶ୍ବର ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକ, ଡ. ତନ୍ମୟ ଦତ୍ତ ଏବଂ ଡ. ସୁନୀତା ଗୁପ୍ତାଙ୍କ ନେତୃତ୍ୱରେ, ନୂଆଦିଲ୍ଲୀର ଆଇଏଲ୍ବିଏସ, ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ମୁଖ୍ୟ ପ୍ରଫେସର (ଡ.) ବିନୟେନ୍ଦ୍ର ପାମେଚା ଏବଂ ତାଙ୍କ ବିଶେଷଜ୍ଞ ଦଳର ମାର୍ଗଦର୍ଶନରେ ଏହି ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ଏମ୍ସ ଭୁବନେଶ୍ବର ପେଡିଆଟ୍ରିକ୍ସ ସର୍ଜରୀ ବିଭାଗର ଡ. ସୁବ୍ରତ କୁମାର ସାହୁ, (ତାଲିମପ୍ରାପ୍ତ ଶିଶୁ ଯକୃତ ପ୍ରତିରୋପଣ ସର୍ଜନ) ମଧ୍ୟ ଶଲ୍ୟଚିକିତ୍ସା ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ। ଏହି କାର୍ଯ୍ୟକ୍ରମକୁ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଶିଶୁ ଚିକିତ୍ସା ବିଭାଗ ମୁଖ୍ୟ ତଥା ଓଟି କମିଟି ଅଧ୍ୟକ୍ଷ ଡ. ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଆନୁଷ୍ଠାନିକ ସମର୍ଥନ ମିଳିଥିଲା। ଆନାସ୍ଥେସିଓଲୋଜି ଏବଂ କ୍ରିଟିକାଲ୍ କେୟାର ମୁଖ୍ୟ ଡ. ସତ୍ୟଜିତ ମିଶ୍ର, ଡ. ଶ୍ରୀତମ ସ୍ୱରୂପ ଜେନା ଏବଂ ଡ. ପ୍ରସନ୍ନ କୁମାର ଦାସ ପ୍ରମୁଖ ନିଶ୍ଚେତକ ସହାୟତା ପ୍ରଦାନ କରିଥିଲେ। ଡ. ତାରା ପ୍ରସାଦ ତ୍ରିପାଠୀ ଏବଂ ଡ. ରଞ୍ଜନ କୁମାର ପଟେଲଙ୍କ ଦ୍ୱାରା ରେଡିଓଲୋଜିକାଲ୍ ସହାୟତା ସୁନିଶ୍ଚିତ କରାଯାଇଥିଲା। ଏମ୍ସ ଭୁବନେଶ୍ବର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ମାନସ କୁମାର ପାଣିଗ୍ରାହୀ ଏବଂ ଡ. ହେମନ୍ତ କୁମାର ନାୟକ ଏହି ପ୍ରକ୍ରିୟାରେ ଏକ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ଡ. ସୋମନାଥ ମୁଖାର୍ଜୀ, ଡ. ଅଂଶୁମାନ ସାହୁ ଏବଂ ଟିମ୍ ପକ୍ଷରୁ ରକ୍ତଭଣ୍ଡାର ସେବା ଯୋଗାଇ ଦିଆଯାଇଥିଲା। ନର୍ସିଂ ଅଧୀକ୍ଷକ ଡ. ଭି. ମହାଲିଙ୍ଗମଙ୍କ ନେତୃତ୍ୱରେ ନର୍ସିଂ ଏବଂ କ୍ରିଟିକାଲ୍ କେୟାର ନର୍ସିଂ ବୃତ୍ତିଗତଙ୍କ ଏକ ପ୍ରତିବଦ୍ଧ ଦଳ ଦ୍ୱାରା ସାମଗ୍ରୀକ ନର୍ସିଂ ସେବା ପ୍ରତିରୋପଣର ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଦୀପକ ନାରାୟଣଙ୍କ ଦ୍ୱାରା ଅଙ୍ଗ ପ୍ରତିରୋପଣ ରୋଗୀ ପରାମର୍ଶ ପ୍ରକ୍ରିୟା ସମନ୍ୱିତ କରାଯାଇଛି। ପ୍ରକାଶ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା। ଏମ୍ସ ଭୁବନେଶ୍ୱରରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ମଧ୍ୟ ଯକୃତ ପ୍ରତିରୋପଣ ରୋଗୀଙ୍କ ତାଲିକା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ପ୍ରତି ମଙ୍ଗଳବାର ଦିନ ଅଢ଼େଇଟାରୁ ଲିଭର ଟ୍ରାନ୍ସପ୍ଲାଣ୍ଟ ଓପିଡି ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଦୁଇ ଶହରୁ ଅଧିକ ରୋଗୀ ଏହି ଓପିଡିରୁ ସେବା ପାଇସାରିଛନ୍ତି।

powered by social2s

ଜଳ ସମ୍ପଦ ବିଭାଗରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

Details
Odia Ray Admin
ଓଡିଶା
31 December 2025

ଭୁବନେଶ୍ୱର: ନୂଆବର୍ଷରୁ ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଯୋଜନା ଓ ସଂଯୋଜନ ବିଭାଗ ସହିତ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ । ନୂତନ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଶ୍ରୀମତୀ ଗର୍ଗ ଜଳ ସଂପଦ ବିଭାଗ ସ୍ଥିତ ସମ୍ମିଳନୀ କକ୍ଷରେ ଆଜି ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ । ଶ୍ରୀମତୀ ଗର୍ଗ ତାଙ୍କର ଏହି ବିଭାଗରେ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସେବା ସମୟର ଆହ୍ୱାନ ଓ ସଫଳତା ଆଦି ସଂପର୍କରେ ନିଜ ଅନୁଭୂତି ପ୍ରକାଶ କରି ବିଭିନ୍ନ ପରାମର୍ଶ ଦେଇଥିଲେ । ଜଳ ସମ୍ପଦ ବିଭାଗର ସଚିବ ଭାବେ ତାଙ୍କର ଜଳସେଚନ, ବନ୍ୟା ନିୟନ୍ତ୍ରଣ, ନଦୀ ପରିଚାଳନା, ଜଳ ସଂରକ୍ଷଣ ,ଭୁଗର୍ଭ ଜଳ ପୂନର୍ଭରଣ ଆଦି ନିମନ୍ତେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସଂପର୍କରେ ବୈଠକରେ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ । ଏଥିରେ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମାନସୀ ନିମ୍ଭାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ନରହରି ସେଠୀ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ପାଢୀଙ୍କ ସମେତ ବିଭିନ୍ନ କାର୍ଯ୍ୟ ଦାୟିତ୍ୱରେ ଥିବା ଜଳ ସଂପଦ ବିଭାଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ବୃନ୍ଦ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ବକ୍ତବ୍ୟ ରଖି ଶ୍ରୀମତୀ ଗର୍ଗଙ୍କ ଠାରୁ ପାଇଥିବା ଉଚିତ୍ ଦିଗଦର୍ଶନ ଏବଂ କାର୍ଯ୍ୟ ତତ୍ପରତା ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲା ବୋଲି ପ୍ରକାଶ କରିଥିଲେ । ତାଙ୍କ ସମୟରେ ଜଳ ସଂପଦ ବିଭାଗରେ ବହୁ ସଂଖ୍ୟକ ଜଳ ସେଚନ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କରାଯାଇଛି ଓ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାରେ ତାଙ୍କର ସମୟୋପଯୋଗୀ ନିଷ୍ପତ୍ତି ସଫଳତା ଦେଇଛି । ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ପରିବର୍ତ୍ତେ କାର୍ଯ୍ୟସ୍ଥଳୀରେ କର୍ମଚାରୀ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ, ଯଦ୍ୱାରା ବିଭାଗରେ ଅଧିକାରୀ ଓ ଯନ୍ତ୍ରୀମାନେ ଅଧିକ ଉତ୍ସାହିତ ଓ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିଲେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଶ୍ରୀମତୀ ଗର୍ଗଙ୍କର ମୁଖ୍ୟ ଶାସନ ସଚିବ ଭାବେ ନୂତନ କାର୍ଯ୍ୟଭାର ପ୍ରତି ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ସହ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀମତୀ ଗର୍ଗ ରାଜ୍ୟରେ ଜଳ ସଂପଦ କ୍ଷେତ୍ରରେ କରାଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନିର୍ମାଣରେ ଅବଦାନ ଓ ଅନୁଭୂତି ବାଣ୍ଟିଥିଲେ । ସମସ୍ତଙ୍କ ସାମଗ୍ରିକ ପ୍ରୟାସରେ ବିଭାଗରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି । ସେ ଅଧିକାରୀମାନଙ୍କୁ କାର୍ଯ୍ୟର ପ୍ରକୃତ ମୂଲ୍ୟବୁଝି ସଠିକ୍ ଭାବେ ନିର୍ବାହ କରିବା, ସାଧୁତା ,ଏକାଗ୍ରତାର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ହାସଲ ହୋଇଥିବା ସଫଳତା ସବୁକୁ ପାଥେୟ କରି ଆଗାମୀ ଦିନରେ ଆହୁରି ଭଲ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

powered by social2s

ବରଗଡ଼ ଜିଲ୍ଳା ପାଇଁ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ଘୋଷଣା

Details
Odia Ray Admin
ଓଡିଶା
30 December 2025

ଭୁବନେଶ୍ୱର/ବରଗଡ: ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ଼) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବରଗଡ଼ରେ ଆଜି ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ମହିଳାମାନଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ମଥୁରା ନଗରୀ (ବରଗଡ଼)ର ୩,୪୧, ୬୧୪ ଜଣ ମା ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ସେହିପରି, ୨୦୨୪-୨୫ ଖରିଫ୍‌ ଓ ରବି ଋତୁରେ ବରଗଡ଼ର ୨,୪୧, ୧୩୫ ଜଣ ଚାଷୀଙ୍କ ଠାରୁ ୧୩,୯୯,୦୦୦ ମେଟ୍ରିକ୍ ଧାନ ସଂଗ୍ରହ କରାଯାଇ ଇନ୍‌ପୁଟ୍‌ ସହାୟତା ସହିତ ୪୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିସାବ ଦେଇଥିଲେ । ଏଭଳି ଆର୍ଥିକ ସହାୟତା ପୂର୍ବରୁ କେବେ ବି ଦିଆଯାଇ ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିରେ ସନ୍ତୋଷପ୍ରକାଶ କରି କଂସ ମହାରାଜ କହିଲେ ‘ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର’ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବରଗଡ଼ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରି କହିଥିଲେ ଯେ, ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ଜିରା ନଦୀ ଉପରେ ଏକ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହା ସହିତ ୩୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ମ୍ୟୁନିସିପାଲଟିର ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍‌ର ବିକାଶ କରାଯିବ । ୬୫ କୋଟି ଟଙ୍କା ବିନିଯୋଗରେ ବରଗଡ଼ ସଦରରେ ଅଟଳ ବସ୍‌ଷ୍ଟାଣ୍ଡ ଯୋଜନାରେ ଏକ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍ ନିର୍ମାଣ କରାଯିବ ଓ ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଅନ୍ତନଦୀ ଜଳାଶୟ ନିର୍ମାଣ କରାଯିବ । ସୂଚନାଯୋଗ୍ୟ ଯେ, ଏହି ଚାରୋଟି ପ୍ରକଳ୍ପ ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି। ଧନୁଯାତ୍ରାକୁ ଭାରତର ସାଂସ୍କୃତିକ ଅର୍ଥନୈତିକ (Cultural Economy) ମଡେଲର ଉଦାହରଣ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପ୍ରକୃଷ୍ଟ ନିଦର୍ଶନ । ଏହି ଉତ୍ସବ ପାଇଁ ଅନୁଦାନ ରାଶି ଏକ କୋଟି ଟଙ୍କାରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ୨୦୦ ପ୍ରମୁଖ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଇଛି । ଏକ ବଡ଼ ପ୍ରତିଶୃତି ଥିଲା ଧନୁଯାତ୍ରା ପାଇଁ ରଙ୍ଗମହଲ ନିର୍ମାଣ । ଆଜି ଏହାର ମଧ୍ୟ ଶିଳାନ୍ୟାସ ହେଲା ଆଉ ସେଥିପାଇଁ ପ୍ରାୟ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏବଂ ଏହା ସାରା ବିଶ୍ୱରେ ଶ୍ରେଷ୍ଠ ରଙ୍ଗମହଲ ଭାବେ ପରିଚୟ ସୃଷ୍ଟି କରିବ । ୟୁନେସ୍କୋ ଦ୍ୱାରା ବିଶ୍ୱ ଦରବାରରେ କିଭଳି ମାନ୍ୟତା ପାଇବ, ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛୁ ଏବଂ ଏଥିରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି । ରାଜ୍ୟର ଦୁର୍ନୀତିଖୋର୍‌ କର୍ମଚାରୀମାନଙ୍କୁ କଂସ ମହାରାଜଙ୍କ ଦରବାରରୁ ଭିଜିଲାନ୍ସର ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ସୁଧୁରି ଯିବାପାଇଁ କହିଛନ୍ତି ଏବଂ ଆହ୍ୱାନ ଦେଇଛନ୍ତି ଯେ, ସରକାରୀ କର୍ମଚାରୀମାନେ ଜନସେବାକୁ ପ୍ରାଥମିକତା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧନୁଯାତ୍ରା, ମହାରାଜ କଂସଙ୍କ ରାଜତ୍ୱର ଅନନ୍ୟ ନାଟ୍ୟ ଚିତ୍ରଣ ସହିତ ସାଂସ୍କୃତିକ ଶୋଭାଯାତ୍ରା, ରଙ୍ଗୋଲି ଓ ଚିତ୍ରକଳା ପ୍ରଦର୍ଶନୀ, ଚିତ୍ରଶିଳ୍ପୀ ଶିବିର, ହସ୍ତତନ୍ତ ମେଳା, ମୀନାବଜାର ଏବଂ ପଲ୍ଲିଶ୍ରୀ ମେଳା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି ଏବଂ ଅର୍ଥନୀତିକୁ ମଧ୍ୟ ପ୍ରୋତ୍ସାହିତ କରିଆସିଛି। ନିଜର ଅନନ୍ୟ ନାଟ୍ୟ ମହିମା ବ୍ୟତୀତ, ଧନୁଯାତ୍ରା ବିଭିନ୍ନ ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ, ବାଣିଜ୍ୟ ଏବଂ ସାମୂହିକ ଅଂଶଗ୍ରହଣକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାଂସ୍କୃତିକ ରାଷ୍ଟ୍ରବାଦର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତର ସଂସ୍କୃତି ଓ ପରମ୍ପରାକୁ ପୁର୍ନଜାଗୃତି ପାଇଁ ମାନନୀୟ ମୋଦୀଜୀ ବ୍ୟକ୍ତିଗତ ସ୍ତରରେ ତଥା ତାଙ୍କ ନେତୃତ୍ୱାଧୀନ ସରକାର ଅନେକ କାର୍ଯ୍ୟ କରିଛନ୍ତି। ପୁଣ୍ୟଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର, କୁମ୍ଭମେଳାକୁ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଯାତ୍ରା, କାଶୀ ବିଶ୍ଵନାଥ ମନ୍ଦିରର ପୁନଃନିର୍ମାଣ, ମଥୁରା, ମହାକାଳ ପରି ବିଶ୍ଵ ବିଖ୍ୟାତ ମନ୍ଦିରର କୟାକଳ୍ପ, ଉତ୍ତର ଭାରତର ଚାରିଧାମ ଯାତ୍ରାପଥର ଉନ୍ନତିକରଣ ଏହି ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରକୃଷ୍ଟ ଉଦାହରଣ। ମୋଦୀଜୀଙ୍କ ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରରେ ଉଦ୍‍ବୁଦ୍ଧ ହୋଇ ଆମ ସରକାର ‘ଓଡିଆ ଅସ୍ମିତା’କୁ ଶାସନ-ପ୍ରଶାସନର ଏକ ଅଭିନ୍ନ ଅଙ୍ଗଭାବେ ବିବେଚନା କରୁଛନ୍ତି। ସେ ପୁଣି କହିଥିଲେ, ବରଗଡ଼ ସହରରେ ଅନେକ ମନୋରମ ତୋରଣ ନିର୍ମାଣ ହୋଇଛି । ଏହା ସହରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଏହା ସହିତ ଧନୁଯାତ୍ରା ଉପରେ ଅଧ୍ୟୟନ କରିବା ପାଇଁ National School of Drama ରୁ ଡାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରମାନେ ଆସିଛନ୍ତି । ଏହା ଉପରେ ସେମାନେ ଅଧ୍ୟୟନ କରିବେ, ରିପୋର୍ଟ ଦେବେ ଏବଂ ଏହାର ଉପଯୁକ୍ତ ଡକୁମେଣ୍ଟେସନ୍ କରାଯିବ । ସେ ଆହୁରି କହିଥିଲେ ଯେ, ଗତ ଦେଢ ବର୍ଷରେ ଆମ ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ରାଜ୍ୟର ପ୍ରତି ବର୍ଗ ଯେପରିକି ମହିଳା, ଗରିବ, ଯୁବା, ଅନ୍ନଦାତା, ଶ୍ରମିକ, ଛୋଟ ବେପାରୀ ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା କରିଛନ୍ତି। ଏହା ସହିତ ରାଜ୍ୟରେ ଭିତ୍ତିଭୂମି ଏବଂ ଉଦ୍ୟୋଗର ବିକାଶ ପାଇଁ ମୁଁ ନିରନ୍ତର ଭାବେ ଚେଷ୍ଟା କରି ଆସୁଅଛି। ଏହି କ୍ରମରେ ଓଡିଶା ଆଗାମୀ ଦିନରେ ଏକ ପ୍ରକାର ଶିଳ୍ପ ବିପ୍ଲବ ଦେଖିବ। ରାଜ୍ୟର ପ୍ରତି ଜିଲ୍ଲା ହେବ ଶିଳ୍ପାୟନ। ଏଥିପାଇଁ ଉଦ୍ୟମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହ୍ଲାଦ ସହାଇ ମୀନା ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ଶ୍ରୀ ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅବଧି ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି

Details
Odia Ray Admin
ଓଡିଶା
31 December 2025

ଭୁବନେଶ୍ବର: ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବଢାଇଲେ ଓଡ଼ିଶା ସରକାର। ଅବଧି ବୃଦ୍ଧି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି। ପୂର୍ବରୁ ଜାନୁୟାରୀ ୩୧ ତାରିଖ ନିର୍ଦ୍ଧାରଣ ହୋଇଥିଲା ଅବଧି। ଏପ୍ରିଲ ୧ ତାରିଖରୁ କଡ଼ାକଡ଼ି ହେବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଯାଞ୍ଚ। ଗ୍ରୀନ୍‌ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା ହେବ। ଯେଉଁମାନେ ପ୍ରମାଣପତ୍ର କରି ସାରିଛନ୍ତି, ସେମାନେ ଷ୍ଟିକର ଆଂଚଳିକ ପରିବହନ କାର୍ଯ୍ୟାଳୟରୁ ପାଇବେ।

powered by social2s

ସାନ୍ତାଳୀ ଭାଷାର ପ୍ରଚାରକ ମାଳତୀ ମୁର୍ମୁଙ୍କ ପରଲୋକ

Details
Odia Ray Admin
ଓଡିଶା
31 December 2025

ଭୁବନେଶ୍ବର: ସାନ୍ତାଳୀ ଭାଷାର ପ୍ରଚାରକ ମାଳତୀ ମୁର୍ମୁଙ୍କ ପରଲୋକ ଘଟିଛି। ଅଲଚିକି ଲିପି, ସାନ୍ତାଳୀ ଭାଷା ସାହିତ୍ୟର ପ୍ରଚାରକ ଥିଲେ ମାଳତୀ ମୁର୍ମୁ। ଭୁବନେଶ୍ବରର ୟୁନିଟ୍‌-୬ ସ୍ଥିତ ସରକାରୀ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୫୧ ବର୍ଷ ବୟସରେ ଆଖି ବୁଜିଲେ ମାଳତୀ ମୁର୍ମୁ। ମାସିକ ସାନ୍ତାଳୀ ସମ୍ବାଦ ପତ୍ରିକା ଫାଗୁନର ସମ୍ପାଦିକା ଥିଲେ ମାଳତୀ ମୁର୍ମୁ। ମୟୂରଭଞ୍ଜ ଜିଲ୍ଲା ସ୍ଥିତ ଚାନ୍ଦୁଆ ତାଙ୍କର ଗ୍ରାମ।

powered by social2s

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

Details
Odia Ray Admin
ଓଡିଶା
30 December 2025

ଭୁବନେଶ୍ବର: ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ଆକ୍ରମଣ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଣେ ନିରୀହ ଓଡ଼ିଆ ପୁଅ ଉପରେ ବର୍ବରୋଚିତ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି, ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ସରକାର । ପୀଡ଼ିତଙ୍କୁ ଉତ୍ତମ ଚିକିତ୍ସା ଓ ସହାୟତା ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

powered by social2s

More Articles ...

  1. ବରିଷ୍ଠ ଆଇ ପି ଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
  2. ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି
  3. ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ ଆସିବାକୁ ଅନୁରୋଧ
Page 271 of 2255
  • Start
  • Prev
  • 266
  • 267
  • 268
  • 269
  • 270
  • 271
  • 272
  • 273
  • 274
  • 275
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.