ନକଲି ବିଦେଶୀ ମଦ କାରାଖାନା ଠାବ
ଜୟପୁର: କୋରାପୁଟ ଜିଲା କୋଟପାଡ଼ ଥାନା ବଣ୍ଡାଗୁଡ଼ାରେ ନକଲି ବିଦେଶୀ ମଦ କାରାଖାନା ଠାବ ହୋଇଛି। ନାମୀଦାମୀ କମ୍ପାନୀର ନକଲି ମଦ ଜବତ କଲା ଅବକାରୀ ବିଭାଗ। ଜବତ ମଦର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହୋଇଥିବା ଜଣାପଡ଼ିଛି। କାରଖାନାର ୨ ମାଲିକ ଫେରାର ହୋଇଯାଇଛନ୍ତି।
ଜୟପୁର: କୋରାପୁଟ ଜିଲା କୋଟପାଡ଼ ଥାନା ବଣ୍ଡାଗୁଡ଼ାରେ ନକଲି ବିଦେଶୀ ମଦ କାରାଖାନା ଠାବ ହୋଇଛି। ନାମୀଦାମୀ କମ୍ପାନୀର ନକଲି ମଦ ଜବତ କଲା ଅବକାରୀ ବିଭାଗ। ଜବତ ମଦର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ହୋଇଥିବା ଜଣାପଡ଼ିଛି। କାରଖାନାର ୨ ମାଲିକ ଫେରାର ହୋଇଯାଇଛନ୍ତି।
ଭୁବନେଶ୍ବର: ଝାରସୁଗୁଡାରେ ଡିସେମ୍ବରର ଚତୁର୍ଥ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୫ ରେକର୍ଡ ହୋଇଛି। ଗତ ୧୫ ବର୍ଷରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିବା ଜଣାପଡ଼ିଛି। ଗତ ୧୫ ବର୍ଷରେ ରେକର୍ଡ ହେଲା ଡ଼ିସେମ୍ବରର ଚତୁର୍ଥ ସର୍ବନିମ୍ନ ତାପମାତ୍ରା।
ଭୁବନେଶ୍ବର: ଭୁବନେଶ୍ବର ଶିଖରଚଣ୍ଡୀ ପାହାଡ଼ରୁ ଫେରିଲେ ଦୁଇ ଦନ୍ତା ହାତୀ। ୬ ଦିନ ପରେ ଭରତପୁର ଜଙ୍ଗଲକୁ ଫେରିଲେ ୨ ହାତୀ। ବିଳମ୍ବିତ ରାତ୍ରିରେ ହାତୀଙ୍କୁ ଘଉଡ଼ାଇଲା ବନ ବିଭାଗ। ହାତୀଙ୍କୁ ଘଉଡ଼ାଇବାକୁ ନାକେଦମ୍ ହୋଇଥିଲା ବନ ବିଭାଗ। ନାଇଟ୍ ଭିଜନ କ୍ୟାମେରାରୁ ଥିଲା ହାତୀଙ୍କ ଉପରେ ନଜର। ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ ପାହାଡ଼। ଶିଖରଚଣ୍ଡୀ ପୀଠରେ ମା' ଙ୍କ ଦର୍ଶନ ସହ ଭୋଜି ପାଇଁ ମିଳିଲା ଅନୁମତି।
ଭୁବନେଶ୍ବର: ଭୁବନେଶ୍ବର ଖାରବେଳ ନଗର ଥାନା ମଦର ଟେରେସା ମାର୍ଗରେ ବୁଲିଲା ଖଣ୍ଡା। ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କର ଭୋଜି ବେଳେ ବଚସାରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆଦିତ୍ୟ ପ୍ରଧାନ ନାମକ ଯୁବକଙ୍କର ଖଣ୍ଡା ଚୋଟରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ୨ ଯୁବକ - ରମେଶ ସେଠୀ ଓ ଅମର ପ୍ରଧାନ - କ୍ୟାପିଟାଲ୍ ହସ୍ପିଟଲ୍ରେ ଭର୍ତ୍ତି ହୋଇଛନ୍ତି।
ଭୁବନେଶ୍ବର: ଡିସେମ୍ବର ୩୧ ରେ ଦକ୍ଷୀଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପରେ ଏହା ଲଘୁଚାପ ରୂପ ନେବା ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆବର୍ଷ ଯାଏଁ ଶୀତର ପ୍ରକୋପରୁ ମିଳିବନି ନିସ୍ତାର। ଆସନ୍ତା ପାଞ୍ଚ ଦିନ ଘନକୁହୁଡ଼ି ପାଇଁ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ଜାନୁଆରୀ ୧ ତାରିଖ ପରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ଆଶଙ୍କା ରହିଛି।
ଭୁବନେଶ୍ୱର/କେନ୍ଦୁଝର : ଓଡ଼ିଶାର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଆଜି କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ *ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି ହୋଇଛି*। ଏହି ନିଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାର ମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ବାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ।
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣାକୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ବଜରଙ୍ଗ ଦଳ ଜିଲା ସଭାପତି ପ୍ରମୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜି.ଉଦୟଗିରି ବଜରଙ୍ଗ ଦଳ ସଂଯୋଜକ ଆଶିଷ କାନ୍ଦି, ସହ ସଂଯୋଜକ ଜିତେନ୍ଦ୍ର ନାୟକ, ରବିନ୍ଦ୍ର ଦାସଙ୍କ ସମେତ ଦଳର କର୍ମକର୍ତ୍ତା ମାନେ ବାଂଲାଦେଶରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା।