ଭୁବନେଶ୍ବର: ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବଢାଇଲେ ଓଡ଼ିଶା ସରକାର। ଅବଧି ବୃଦ୍ଧି ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି। ପୂର୍ବରୁ ଜାନୁୟାରୀ ୩୧ ତାରିଖ ନିର୍ଦ୍ଧାରଣ ହୋଇଥିଲା ଅବଧି। ଏପ୍ରିଲ ୧ ତାରିଖରୁ କଡ଼ାକଡ଼ି ହେବ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଯାଞ୍ଚ। ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା ହେବ। ଯେଉଁମାନେ ପ୍ରମାଣପତ୍ର କରି ସାରିଛନ୍ତି, ସେମାନେ ଷ୍ଟିକର ଆଂଚଳିକ ପରିବହନ କାର୍ଯ୍ୟାଳୟରୁ ପାଇବେ।
powered by social2s

