• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଖଜଣା ଉପବିଭାଗର କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
13 December 2025

ଭୁବନେଶ୍ୱର : ଓଡ଼ଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଖଜଣା ଉପବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ବିଭାଗର ଇଷ୍ଟେଟ୍ସ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମ୍ମିଳନୀ କକ୍ଷ, ଲୋକସେବା ଭବନ ଠାରେ ଗତକାଲି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଭୁବନେଶ୍ୱର ଏବଂ କଟକରେ ସରକାରୀ କ୍ୱାଟର୍ସର ସୁପରିଚାଳନା ବିଷୟରେ ବିଶଦ୍ ଆଲୋଚନା କରାଯାଇଥିଲା । ଅନଲାଇନ୍ ବାସଗୃହ ପରିଚାଳନା ପ୍ରଣାଳୀ କ୍ୱାର୍ଟର୍ସ ମ୍ୟାନେଜମେଣ୍ଟ ସିଷ୍ଟମ (କ୍ୟୁ.ଏମ୍.ଏସ୍ ୨.୦) ର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ସିଏମଜିଆଇକୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ସରକାରୀ କ୍ୱାର୍ଟର୍ସରେ ଅବସ୍ଥାନ(ଦଖଲ) ସମୟ ଏବଂ ପରିତ୍ୟାଗକୁ ବାସ୍ତବ ସମୟ ଆଧାରରେ ଅଦ୍ୟତନ କରାଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏତଦ୍ ବ୍ୟତୀତ, ସରକାରୀ ବାସଗୃହକୁ ଭଡା ଲଗାଇବାର ଘଟଣା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ ପୂର୍ବକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଖଜଣା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଧିକାରୀମାନେ ଅବସର ପରେ ଅନୁମୋଦିତ ସମୟ ଅତିକ୍ରମ କରି ସରକାରୀ ବାସଗୃହରେ ଅବସ୍ଥାନ ଜାରି ରଖିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ ଉଚ୍ଛେଦ କାର୍ଯ୍ୟକ୍ରମ ନିୟମିତ ଭାବରେ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ଖଜଣା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ଇଷ୍ଟେଟ୍ସ ଅତିରିକ୍ତ ନିର୍ଦ୍ଦେଶକ ଅଞ୍ଜନ କୁମାର ଦାସ, ଇଷ୍ଟେଟ୍ସ ଅନୁସଚିବ ନିରଞ୍ଜନ ପାଢ଼ୀ, ପୂର୍ତ୍ତ ବିଭାଗର ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବିଭାଗୀୟ ସହକାରୀ ଯନ୍ତ୍ରୀ ଏବଂ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍‌ (ସିଏମଜିଆଇ ) ର ଅଧିକାରୀ ଏବଂ ଖଜଣା ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ ।

powered by social2s

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ

Details
Odia Ray Admin
ଓଡିଶା
12 December 2025

ଭୁବନେଶ୍ୱର: ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଂଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରିଟ୍ରିଟ ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କରିପାରିଛି। ଭାରତବର୍ଷରେ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ସୋନାପୁର ଏବଂ କୋଣାର୍କରେ ଏହି ସବୁ ଇକୋ-ରିଟ୍ରିଟ୍ ଗୁଡ଼ିକ ଓଡ଼ିଶାର ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିଛି। ସ୍ଥାନୀୟ ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି, ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି, ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି-ଏସବୁ କ୍ଷେତ୍ରରେ ଇକୋ-ରିଟ୍ରିଟ୍ ଏକ ମଡେଲ ଅଭିଯାନ ବୋଲି କହିବା ସହିତ ଓଡ଼ିଶାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନରେ ଏହିପରି ବ୍ୟବସ୍ଥା କରାଯାଉ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଏକ ଅଗ୍ରଣୀ ଭୂମିକା ନେବା ପାଇଁ ଓଡ଼ିଶା ଯାତ୍ରା ଆରମ୍ଭ କରିଛି । ଏଥିରେ ବିଭିନ୍ନ କ୍ଷେତ୍ର ସହିତ ପର୍ଯ୍ୟଟନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ପର୍ଯ୍ୟଟନ ହେଉଛି ଏପରି ଏକ କ୍ଷେତ୍ର, ଯାହା ନିମ୍ନ ଆୟକାରୀ ବର୍ଗଙ୍କ ମଧ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରେ । କେବଳ ସେତିକି ନୁହେଁ, ଏହା ଆମ ଐତିହ୍ୟ, ସଂସ୍କୃତି, ପରମ୍ପରା, ଖାଦ୍ୟ, ଜୀବନଶୈଳୀ ସବୁକିଛିର ପ୍ରଚାର ପ୍ରସାରରେ ସହାୟକ ହୁଏ । ଭିଜନ ଓଡ଼ିଶା ଅନୁଯାୟୀ ଆମର ଲକ୍ଷ୍ୟ ହେଉଛି ଏସିଆର ଶ୍ରେଷ୍ଠ ୫ଟି Eco Cultural Tourism Hub ମଧ୍ୟରେ ସ୍ଥାନ ହାସଲ କରିବା । ଅତି କମ୍‌ରେ ୧୫ଟି ଆଇକନିକ୍ ସ୍ଥାନକୁ ବିକଶିତ କରିବା ଏବଂ ୨୫ ଲକ୍ଷ ଜୀବିକା ସୃଷ୍ଟି କରିବା ଆମର ଲକ୍ଷ୍ୟ । ଓଡ଼ିଶାରେ ଇକୋ ଟୁରିଜିମ, ଆଡଭେଞ୍ଚର ଟୁରିଜିମ, ହେରିଟେଜ ଟୁରିଜିମ, କଲ୍‌ଚରାଲ ଟୁରିଜିମ ଆଦି ଅନେକ ପ୍ରକାର ଟୁରିଜିମ ପ୍ରଡକ୍ଟ ପାଇଁ ସୁଯୋଗ ଭରି ରହିଛି । ୨୦୪୭ ସୁଦ୍ଧା ବର୍ଷକୁ ୫ କୋଟି ସ୍ୱଦେଶୀ ପର୍ଯ୍ୟଟକ ଓ ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଓଡ଼ିଶା ତା’ର ଯାତ୍ରା ଆରମ୍ଭ କରିଛି ବୋଲି ସେ କହିଥିଲେ। ଓଡିଶାକୁ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ପସନ୍ଦଯୋଗ୍ୟ ଲକ୍ଷ୍ୟସ୍ଥଳରେ ପରିଣତ କରିବାକୁ ହେଲେ, ଚିରାଚରିତ ମଡେଲରେ ସମ୍ଭବ ନୁହେଁ। ଆଗାମୀ ବର୍ଷ ମାନଙ୍କରେ ଓଡିଶାକୁ ବହୁତ ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ଅଛି। ତେବେ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡିବ। ପର୍ଯ୍ୟଟନରେ PPP ମୋଡ ଅତ୍ୟନ୍ତ ଆବଶ୍ୟକ। ତେଣୁ, ଆଗାମୀ ଦିନରେ ଆମ ସରକାର ଏହି ବିଷୟରେ ଅଧିକ ମାନସ ମନ୍ଥନ କରିବେ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଗକୁ କିପରି ଏହି ଇକୋ ରିଟ୍ରିଟକୁ ଆହୁରି ବ୍ୟବସ୍ଥିତ କରାଯାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଯାଇ ପାରିବ ସେ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ଉକ୍ତ ଉଦଘାଟନ ଉତ୍ସବରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ପର୍ଯ୍ୟଟନ ସଚିବ ଶ୍ରୀ ବଳବନ୍ତ ସିଂ, ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ।

powered by social2s

ମାଲକାନଗିରି ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷତି

Details
Odia Ray Admin
ଓଡିଶା
12 December 2025

ମାଲକାନଗିରି: ମାଲକାନଗିରି ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନ କରାଯାଇଛି। ଏହି ସୂଚନା ଦେଲେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଜିଲ୍ଲାପାଳ କହିବା ଅନୁଯାୟୀ, କ୍ଷୟକ୍ଷତି ଆକଳନରେ ଘରକୁ ସାମିଲ୍ କରାଯାଇନାହିଁ। ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍ କରୁଛନ୍ତି। କୌଣସି ଅପ୍ରୀତିକରି ଘଟଣା ଆଉ ଘଟିନାହିଁ, ସ୍ବାଭାବିକ ସ୍ଥିତି ଫେରୁଛି' ଏମ୍‌ଭି ୨୬ ଗାଁକୁ ଲୋକେ ଫେରୁଛନ୍ତି ଓ ରିଲିଫ୍ ବଣ୍ଟାଯାଉଛି। ବିଦ୍ୟୁତ ଓ ଜଳ ଯୋଗାଣ ପାଇଁ ଜୋରଦାର କାମ ଚାଲିଛି।

powered by social2s

ସତ୍ୟବିହାର ସ୍ଥିତ ବାର୍‌ରେ ଅଗ୍ନିକାଣ୍ଡ

Details
Odia Ray Admin
ଓଡିଶା
12 December 2025

ଭୁବନେଶ୍ବର: ଭୁବନେଶ୍ବର ସତ୍ୟବିହାର ସ୍ଥିତ ଏକ ବାର୍‌ରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସର୍ଟ ସର୍କିଟ ହୋଇଥିବା ଅନୁମନ କରାଯାଉଛି। ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଛି ନିଆଁ।

powered by social2s

ରାମଚଣ୍ଡୀରେ 'ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ' ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
12 December 2025

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର  ମଧ୍ୟ ସ୍ଥାପନ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ଯ ସ୍ଵାକ୍ଷର ହୋଇଥିଲା । ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ NIWS ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନର ପରିସରକୁ ବୃଦ୍ଧି କରିବା ପାଇଁ ଏହି ଏମ୍ଓୟୁ (MoU) ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଓ ଜୀବନ ରକ୍ଷା କୌଶଳ, ଏବଂ ଉପକୂଳବର୍ତ୍ତୀ ଜରୁରୀକାଳୀନ ପ୍ରସ୍ତୁତି ଉପରେ ଆଧାରିତ ଏକ ଚମତ୍କାର ୱାଟରମ୍ୟାନସିପ୍ ସୋ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ଏମ୍ଓୟୁ (MoU) ସ୍ୱାକ୍ଷର ଅବସରରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ରଚିତ କାଳଜୟୀ କବିତା "ରାମଚଣ୍ଡୀରେ ସନ୍ଧ୍ୟା" ବିଷୟ ଉଲ୍ଲେଖ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ସୁରକ୍ଷା, ଲାଇଫ ଗାର୍ଡ ତାଲିମ ଏବଂ ଉପକୂଳବର୍ତ୍ତୀ ସହନଶୀଳତା ପାଇଁ OSWALI ପ୍ରତିଷ୍ଠାନ ଏକ ଉତ୍ସର୍ଗୀକୃତ ଜାତୀୟ ତଥା ଅନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ତଥା ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଓଡ଼ିଶାର କ୍ଷମତାକୁ ବୃଦ୍ଧି କରିବ। ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସରକାର ଅଗ୍ନିଶମ ସେବାକୁ ସୁଦୃଢ଼ କରିବା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅଧିକାରୀ ତଥା ଯୁବକମାନଙ୍କ ପାଇଁ ତାଲିମ ସୁଯୋଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ଅଗ୍ନିଶମ ବିଭାଗ ନେତୃତ୍ଵାଧୀନ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛି। ଗତ ଦେଢ ବର୍ଷ ମଧ୍ୟରେ ଆମ ସରକାର ଅମଳରେ ଦୁଇଟି ବୃହତ୍ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଥିଲେ। କିନ୍ତୁ, ଆମେ ତାହାର ସଫଳ ମୁକାବିଲା କରିବାରେ ସମର୍ଥ ହୋଇଛୁ। ଆଜି ଏଠାରେ ଯେଉଁ ପ୍ରଶିକ୍ଷଣ କେନ୍ଦ୍ରଟି ଆରମ୍ଭ ହୋଇଛି ତାହା ଦେଶର ଅଗ୍ନିଶମ ବାହିନୀ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ଏନ.ଡି.ଆର.ଏଫ୍ ଓ ବିଭିନ୍ନ ରାଜ୍ୟରେ ବିପର୍ଯ୍ୟୟ ସମୟରେ ଉଦ୍ଧାର କାମରେ ନିଯୁକ୍ତ ପୋଲିସ, ଗୃହରକ୍ଷୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେବ । ନୌସେନା ବାହାରେ, ଏ କ୍ଷେତ୍ରରେ ଏହା ଦେଶର ପ୍ରଥମ ପ୍ରତିଷ୍ଠାନ । ତେଣୁ ଏହାକୁ ଆମେ ଏକ ଜାତୀୟ ସ୍ତରର ପ୍ରଶିକ୍ଷଣ କେନ୍ଦ୍ର ଭାବେ କହିଲେ ଅତ୍ଯୁକ୍ତି ହେବ ନାହିଁ। ବୋଲି ସେ କହିଥିଲେ। ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଯେଉଁ ଉତ୍କର୍ଷ ହାସଲ କରିଛି ତାହାକୁ ବ୍ୟବହାର କରି ଆମେ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଙ୍କୁ ଏହି ପ୍ରତିଷ୍ଠାନ ମାଧ୍ୟମରେ ପ୍ରଶିକ୍ଷଣ ଦେବୁ। ଏହି ପ୍ରତିଷ୍ଠାନର ମୂଳ ଉଦ୍ଦେଶ୍ୟ ହେଲା, ବିଭିନ୍ନ ବିପର୍ଯ୍ୟୟରେ ଧନ ଜୀବନ ବଞ୍ଚାଇବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ୧୨ କୋଟି ଟଙ୍କା ଖର୍ଚ୍ଚରେ ଏହି ‘ସନ୍ତରଣ ଶିକ୍ଷା ଓ ଲାଇଫ୍ ଗାର୍ଡ’ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଚଳିତ ବଜେଟରେ ବୁଡାଳୀ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ଆଉ ଅଧିକ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ମାଧ୍ୟମରେ ଆଜି ଏହି ବୁଡାଳୀ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ଦିଆଗଲା। ଏହି ନୂଆ ପ୍ରକଳ୍ପର କାମ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ପୁରା ଦେଶପାଇଁ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରୁଛୁ । ତେଣୁ, ଏହାକୁ ପୂର୍ଣ୍ଣାଙ୍ଗ କରିବା ଓ ଏହାର ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପ୍ରତି ଆପଣମାନେ ଯତ୍ନବାନ ହେବେ। ଏହି ପ୍ରଶିକ୍ଷଣ କେନ୍ଦ୍ର ଆମ ରାଜ୍ୟର ସମ୍ମାନ ବୃଦ୍ଧି କରିବ। ଆମ ରାଜ୍ୟକୁ ଦେଶରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କ୍ଷେତ୍ରରେ ଏକ ଉଦାହରଣ ଭାବେ ନୂଆ ପରିଚୟ ଦେବ। ଅନ୍ୟ ରାଜ୍ୟର କର୍ମଚାରୀମାନେ ଏଠାକୁ ଆସିବେ ଓ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‍ରୁ ଶିଖିବେ । ଏଇ ଆହୁରି କହିଥିଲେ ଯେ ବର୍ତ୍ତମାନ ମଧ୍ୟ ଆମ ଗହଣରେ ନାଗାଲାଣ୍ଡ, ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ ଇତ୍ୟାଦି ରାଜ୍ୟରୁ ଆସିଥିବା ପ୍ରଶିକ୍ଷାର୍ଥୀ ଅଛନ୍ତି । ନିକଟରେ ଆମ ପ୍ରତିଷ୍ଠାନ NDRFର କର୍ମଚାରୀଙ୍କୁ ବୁଡାଳୀ ପ୍ରଶିକ୍ଷଣ ଓ NAVYର କର୍ମଚାରୀଙ୍କୁ ନିଆଁ ଲିଭାଇବା ପ୍ରଶିକ୍ଷଣ ଦେଇଛନ୍ତି । ଆପଣମାନେ ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଓଡ଼ିଶାରେ ଅନ୍ୟ ରାଜ୍ୟର ଓ ରାଷ୍ଟ୍ରୀୟ ସଂସ୍ଥା ମାନଙ୍କର କର୍ମଚାରୀ ପ୍ରଶିକ୍ଷଣ ନେବା ନିଶ୍ଚିତ ରୂପେ ଏକ ଗର୍ବର କଥା। ଯେହେତୁ ଏହି ପ୍ରତିଷ୍ଠାନ ଗୁଡିକ ଜାତୀୟ ମାନ୍ୟତା ପାଇଛନ୍ତି, ସେଗୁଡିକୁ ଯତ୍ନର ସହ ଆଗକୁ ବଢେଇବା ଆମ ସମସ୍ତଙ୍କର ଦାୟିତ୍ୱ। ଆଜିର ଦିନଟି ଆଉ ଗୋଟିଏ ଦିଗରୁ ମଧ୍ୟ ଐତିହାସିକ । ସମଗ୍ର ଦେଶରେ ପ୍ରଥମଥର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଅଗ୍ନିଶମ ବିଭାଗ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି । ପର୍ଯ୍ୟଟନ ବିଭାଗ ଏହି କେନ୍ଦ୍ରଟିକୁ ଦୁଇଟି ଉପାୟରେ ବ୍ୟବହାର କରିବ । ପ୍ରଥମ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ହୋଟେଲ ଇତ୍ୟାଦିରେ ନିଯୁକ୍ତ ଲାଇଫ ଗାର୍ଡ ମାନଙ୍କର ପ୍ରଶିକ୍ଷଣ କରାଇବେ । ଦ୍ଵିତୀୟରେ ଏଠାରେ ଦୁଃସାହସିକ ଜଳକ୍ରୀଡାର ସୁବିଧା ଯୋଗାଇବା । ନିକଟରେ ଆମ ସରକାର ଆଡ଼ଭେନ୍‍ଚର୍‌ ସ୍ପୋର୍ଟ୍‍ସ ନୀତି ଗ୍ରହଣ କରିଛନ୍ତି । ଏଠି ଥିବା ସ୍କୁବା ପ୍ରଶିକ୍ଷଣ ବ୍ୟବସ୍ଥାଟିକୁ ବ୍ୟବହାର କରି ପର୍ଯ୍ୟଟକଙ୍କୁ ସ୍କୁବା ଅନୁଭୂତି ମିଳିବ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ଡ. ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି, କାକଟପୁର ବିଧାୟକ ଶ୍ରୀ ତୁଷାର କାନ୍ତି ବେହେରା, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ପର୍ଯ୍ୟଟନ ସଚିବ ଡଃ ବଲବନ୍ତ ସିଂହ, ପୋଲିସ ଡିଆଇଜି ଡ. ଉମା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୋଲିସ୍ ହାଉସିଙ୍ଗ୍ କରପୋରେସନ୍‍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଧନ୍ୟବାଦ ଦେଇଥିଲେ।

powered by social2s

ମଧ୍ୟାହ୍ନ ଭୋଜନ ଚାଉଳ ଜବତ

Details
Odia Ray Admin
ଓଡିଶା
12 December 2025

ଆଠଗଡ଼: ଜବତ ହେଲା ମଧ୍ୟାହ୍ନ ଭୋଜନ ଚାଉଳ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଛଅ ଗାଁ ସ୍ଥିତ ସ୍କୁଲର ଚାଉଳ କାରରେ ନିଆଯାଉଥିବା ବେଳେ ଅଟକାଇଲେ ଗ୍ରାମବାସୀ। ପ୍ରଧାନଶିକ୍ଷୟିତ୍ରୀ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

powered by social2s

ଶ୍ରୀଜଗନ୍ନାଥ ଭକ୍ତ ସମାଜ ତରଫରୁ କମ୍ବଳ ବଣ୍ଟନ

Details
Odia Ray Admin
ଓଡିଶା
11 December 2025

ପୁରୀ: ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀଶଙ୍କର୍ଷଣ ମଙ୍ଗରାଜଙ୍କ ତତ୍ତ୍ଵାବଧାନରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ନିସହାୟ ଅବସ୍ଥାରେ ପିଲା ଛୁଆ ମାନଙ୍କୁ ଧରି ଖୋଲା ଆକାଶ ତଳେ ଶୀତ କାକରରେ ଆଶ୍ରୟ ନେଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ମାର୍ଗଦର୍ଶକ ପ୍ରୋ.ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର, ଡ. ବଳରାମ ଦାଶ, ଶ୍ରୀବୀର ଅନନ୍ତ ପଣ୍ଡା, ସଂପାଦକ ଡ.ଶଶିକାନ୍ତ ରଥ, ଶ୍ରୀମତୀ ସୌମ୍ୟାଶ୍ରୀ ଦାଶ, କାର୍ତ୍ତିକ ସାହୁ, ଶ୍ରୀ ଆଶୁତୋଷ ପଣ୍ଡା, ଶ୍ରୀ ଓମ୍ ପ୍ରଧାନ କମ୍ବଳ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ଅନୁଷ୍ଠାନର ଭକ୍ତ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ଆଶା କରାଯାଉଛି।

powered by social2s

More Articles ...

  1. କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  2. ତ୍ରୟୋଦଶତମ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ୨୦୨୫ ଆୟୋଜିତ; ତିନୋଟି ବିଭାଗରେ ନିଯୁକ୍ତି ପାଇଲେ ୫୯୧
  3. କଟକରେ ବିପୁଳ ଚାଇନିଜ୍ ମାଞ୍ଜା ସୂତା ଜବତ
Page 286 of 2255
  • Start
  • Prev
  • 281
  • 282
  • 283
  • 284
  • 285
  • 286
  • 287
  • 288
  • 289
  • 290
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.