ମାଲକାନଗିରି: ମାଲକାନଗିରି ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନ କରାଯାଇଛି। ଏହି ସୂଚନା ଦେଲେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଜିଲ୍ଲାପାଳ କହିବା ଅନୁଯାୟୀ, କ୍ଷୟକ୍ଷତି ଆକଳନରେ ଘରକୁ ସାମିଲ୍ କରାଯାଇନାହିଁ। ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍ କରୁଛନ୍ତି। କୌଣସି ଅପ୍ରୀତିକରି ଘଟଣା ଆଉ ଘଟିନାହିଁ, ସ୍ବାଭାବିକ ସ୍ଥିତି ଫେରୁଛି' ଏମ୍ଭି ୨୬ ଗାଁକୁ ଲୋକେ ଫେରୁଛନ୍ତି ଓ ରିଲିଫ୍ ବଣ୍ଟାଯାଉଛି। ବିଦ୍ୟୁତ ଓ ଜଳ ଯୋଗାଣ ପାଇଁ ଜୋରଦାର କାମ ଚାଲିଛି।
powered by social2s

