ଶିମିଳିପାଳ ଅଭ୍ୟାରଣ୍ୟରେ ହେବ ଜନଶୁଣାଣି
ବାରିପଦା: ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭ୍ୟାରଣ୍ୟରେ ହେବ ଜନଶୁଣାଣି। ଅଭ୍ୟାରଣ୍ୟ ଭିତରେ ଥିବା ୩ ପଞ୍ଚାୟତବାସୀଙ୍କ ସମସ୍ୟାକୁ ନେଇ ଜନଶୁଣାଣି କରାଯିବ। ଅସ୍ତ କୁଆଁର, ବରେହିପାଣି ଓ ଗୁଡୁଗୁଡ଼ିଆବାସୀଙ୍କ ସମସ୍ୟା ବୁଝିବ ଜିଲ୍ଲା ପ୍ରଶାସନ ।
ବାରିପଦା: ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭ୍ୟାରଣ୍ୟରେ ହେବ ଜନଶୁଣାଣି। ଅଭ୍ୟାରଣ୍ୟ ଭିତରେ ଥିବା ୩ ପଞ୍ଚାୟତବାସୀଙ୍କ ସମସ୍ୟାକୁ ନେଇ ଜନଶୁଣାଣି କରାଯିବ। ଅସ୍ତ କୁଆଁର, ବରେହିପାଣି ଓ ଗୁଡୁଗୁଡ଼ିଆବାସୀଙ୍କ ସମସ୍ୟା ବୁଝିବ ଜିଲ୍ଲା ପ୍ରଶାସନ ।
ଭୁବନେଶ୍ବର: ଭୁବନେଶ୍ୱରରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି। ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ କରାଯାଇଛି। ୨୫ ବର୍ଷରେ ରାଜଧାନୀରେ ନଭେମ୍ବରର ସବୁଠାରୁ ଥଣ୍ଡା ରାତି । ଗତକାଲି ୧୩ ଡିଗ୍ରୀ ସହ ଥିଲା ଦ୍ୱିତୀୟ ସର୍ବାଧିକ ଥଣ୍ଡା ରାତି।
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପୋଲିସ ନିକଟରେ ଛତିଶଗଡ଼ ଅଞ୍ଚଳ ର ମାଓବାଦୀ ଦମ୍ପତି କନ୍ଧମାଳ ପୋଲିସ ନିକଟରେ ଆତ୍ମସାମର୍ପଣ କରିଛନ୍ତି l ଏହି ଦୁହେଁ ମାଓବାଦୀ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ କାଲମୁ ଓରଫ କିଶୋରର ଗ୍ରାମ ଛତିଶଗଡ଼ ସୁକୁମା ଜିଲ୍ଲା ଅନ୍ତର୍ଗତ ଜାଗୁରଗୁଣ୍ଡା ଥାନା ଅନ୍ତର୍ଗତ ପାର୍ଲାଗଟା ହୋଇଥିବା ବେଳେ ମାଦଭି ର ଘର ସୁକୁମା ଜିଲ୍ଲା ବାଜେ ଥାନା ଅର୍ନ୍ତଗତ କୀନ୍ଦ୍ରାମ୍ ଗ୍ରାମରେ ବୋଲି ଜଣାପଡିଛି I ଉଭୟେ ୨୦୧୮ରୁ କ୍ୟାଡ଼ର ମାଓବାଦୀ ଭାବେ ବଂଶଧାରା- ଘୁମସର - ନାଗାବଳି ଡ଼ିଭିଜନ ରେ ରହି ଛତିଶଗଡ଼ ଓ ଓଡ଼ିଶାରେ କାର୍ଯ୍ୟ କରୁଥିଲେ l କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଓ କୋଟଗଡ଼ ଅଞ୍ଚଳ ରେ ବିଜିଏନ ଡିଭିଜନ ର ସକ୍ରିୟ ସଦଶ୍ୟ ରୂପେ କାର୍ଯ୍ୟ କରୁଥିଲେ l ଉଙ୍ଗା କଲାମୁ ଓରଫ କିଶୋର ଓ ମାସେ ମାଧବୀ, ଉଭୟ ମାଓ କ୍ୟାମ୍ପ ରେ ବିବାହ କରିଥିଲେ। ପୋଲିସ ର ମାଓ ଦମନ ରଣନୀତି ଯୋଗୁଁ ଭୟଭୀତ ହୋଇ ଏହି ମାଓ ଦମ୍ପତି ଆଜି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, କନ୍ଧମାଳ ଏସପି ହରିଶ ବିସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ନିକଟ ରୁ, ରକେଟ ଲଞ୍ଚର, ଟିଫିନ ବୋମା, ଚାଉଳ, ମେଡ଼ିସିନ, ଚପଲ, ମାଓ ପୋଷାକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି। ମୁଖ୍ୟ ସ୍ରୋତ ରେ ସାମିଲ ହେବା ପରେ, ସମସ୍ତ ସରକାରୀ ସୁବିଧା ଓ ସହାୟତା ସେମାନଙ୍କୁ ପ୍ରଦାନ କରିହେବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର। କେନ୍ଦ୍ର ସରକାର ଙ୍କ ମାଓ ଦମନ ନୀତି, ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶ ରେ ମାଓ ମୁକ୍ତ ଅଭିଯାନ କୁ ଜୋରଦାର କରାଯାଇ କୁମ୍ବି ଅପରେସନ କୁ ଜୋରଦାର କରାଯିବା ଫଳରେ, ଏବେ ବଣ ଜଙ୍ଗଲ ରେ ମାଓବାଦୀ ମାନେ ନିଜକୁ ସୁରକ୍ଷିତ ମଣୁ ନଥିବା କହିଛନ୍ତି ଦୁଇ ମାଓ ବାଦୀ l
ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ ପ୍ରେସ୍ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ୱୟଂ ନିୟନ୍ତ୍ରିତ ଗଣମାଧ୍ୟମ ସମାଜ ଗଠନ ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାର ନଜିର୍ ରହିଛି । ତେଣୁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ପ୍ରତନିଧି ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଲେ ଯେ ଗଣମାଧ୍ୟମ ସର୍ବଦା ଗଣତନ୍ତ୍ରର ସୁରକ୍ଷା ଦିଗରେ ନିଜର ନୀତି ସ୍ପଷ୍ଟ କରିଆସିଛି । ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଉପରେ ଆଲୋକପାତ କରି ଭ୍ରମାତ୍ମକ ତଥା ଭୁଲ ଖବରରୁ ଦୂରେଇ ରହି ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ନିଜେ ନିଜର ଭୂମିକା ନିର୍ଣ୍ଣୟ କରୁ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଦେବୀଲାଲ ମିଶ୍ର କହିଲେ ଯେ ଖବର ପ୍ରସାରଣ ପୂର୍ବରୁ ପ୍ରତ୍ୟେକ ତଥ୍ୟର ଗଭୀର ସମୀକ୍ଷାର ଆବଶ୍ୟକତା ରହିଛି । ଭ୍ରମାତ୍ମକ ଖବର ଗଣତନ୍ତ୍ର ଓ ସମାଜ ପ୍ରତି କ୍ଷତିକାରକ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ପୌରୋହିତ୍ୟ କରି କହିଥିଲେ ଯେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ପ୍ରତିଯୋଗୀମାନେ ସବୁବେଳେ ଗଣମାଧ୍ୟମ ଉପରେ ନିର୍ଭର କରି ଆସିଛନ୍ତି । ଗଣମାଧ୍ୟମ ତଥ୍ୟକୁ ଆଧାର କରି ସେମାନେ ଅନେକ ସ୍ତରରେ ସଫଳ ହେବା ସହ ନିଜର ଜ୍ଞାନବୃଦ୍ଧି କରିପାରିଛନ୍ତି । ତେଣୁ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମଗୁଡ଼ିକ ଖବର ପ୍ରସାରଣ ସମୟରେ ଭ୍ରମାତ୍ମକ ଖବରଠୁ ଦୂରେଇ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁର୍ବୀର୍ ସିଂ କହିଲେ ଯେ ଭୁଲ ଖବର ବେଳେବେଳେ ଉଦ୍ଦେଶ୍ୟମୂଳକ ନହୋଇଥିଲେ ମଧ୍ୟ ସମାଜ ଓ ଗଣତନ୍ତ୍ର ନିମନ୍ତେ କ୍ଷତିକାରକ ହୋଇଥାଏ । ଏଣୁ ଖବର ପ୍ରସାରଣ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ସଚେତନ ରହିବା ନିହାତି ଆବଶ୍ୟକ । ବୈଠକରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପୀତବାସ ମିଶ୍ର ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବିର୍ଲା ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟର ସୁଶ୍ରୀ ସିମରନ୍ ପ୍ରଥମ, ଉତ୍କଳ ବିଶ୍ୱବିଦ୍ୟାଳୟର ଶାଶ୍ୱତୀ ପ୍ରିୟଦର୍ଶିନୀ ଦ୍ଵିତୀୟ ଓ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ବର୍ଷା ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ । ସେହପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟର ସାମିନା ଟି. ଗଣ୍ଡୱା ପ୍ରଥମ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରିଷ୍ଣା ପ୍ରିୟଦର୍ଶିନୀ ହୋତା ଦ୍ୱିତୀୟ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଅର୍ଚ୍ଚିତା ଭଞ୍ଜ ତୃତୀୟ ସ୍ଥାନ ନିମନ୍ତେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍ ଇଣ୍ଡିଆ’ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉଦ୍ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ଦେଶ ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ୯୩ଟି ପତ୍ରପତ୍ରିକା, ୧୭ଟି ବିଦେଶୀ ଖବରକାଗଜ, ୨୪୦ଟି ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ୫୦୧ଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି । ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୂଚନା ଅଧିକାରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନଙ୍କ ସମେତ ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବ ଯୋଗଦେଇଥିଲେ ।
ଟିକାବାଲି: (ବାଳକୃଷ୍ଣ କହଁର )ଟିକାବାଲି ବ୍ଳକ ଗାର୍ଡିଙ୍ଗିଆ ପଞ୍ଚାୟତ ର କଟଡି ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ତଥା ଜନଜାତୀୟ ଗୌରବ ଦିବସ ଅବସରରେ ' ଆମେ ଜାଣିବା ଆମେ ଜିଣିବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିସଭା ଟିକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ ନାୟକ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସି ଆର ସିସି ଉମେଶ କୁମାର ଦୁଗାଲ, ସମ୍ମାନିତ ଅତିଥି ଭାବେ ମାନେଶ୍ୱର ପ୍ରଧାନ , ସହକାରୀ ଶିକ୍ଷକ ସନତ କୁମାର ନାୟକ, ଲିଟୁ କୁମାର ବେହେରା, ସାମ୍ବାଦିକ ବାଳକୃଷ୍ଣ କହଁର,ପୂର୍ବତନ ସରପଞ୍ଚ ସଂଗ୍ରାମ ସିଂହ ପ୍ରଧାନ, ବକ୍ତା ଭାବେ SMC କମିଟି ସଭାପତି ଅଶୋକ ପ୍ରଧାନ, ୱାଡ ମେମ୍ବର ଅମ୍ବିକା ପ୍ରଧାନ ଉପସ୍ଥିତ ରହିଥିଲେ। ଏଥିରେ ପ୍ରଧାନ ଶିକ୍ଷକ ଅଭିଭାବକ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ର ଆସୁଥିବା ସରକାରୀ ସୁବିଧା ଓ ବିଭିନ୍ନ ଯୋଜନା ଠିକ୍ ଭାବରେ ପାଇ ପାରୁଛନ୍ତି କି ନାହିଁ ସେହି ବିଷୟରେ ଅବଗତ କରାଇଥିଲେ । ଅନୁଷ୍ଠାନ ରେ ପିଲାଙ୍କ ଶୈକ୍ଷିକ ଅଗ୍ରଗତି ସହ କିଭଳି ଭାବରେ ସ୍କୁଲ ଅଧିକ ରୁ ଅଧିକ ଉନ୍ନତି ହୋଇପାରିବ ତାହାରି ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଟଡି, ଗିରୁଟି ତଥା ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ଶେଷରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ସହ କିଛି ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷକ ପରିଚାଳନା କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କନ୍ଧମାଳ ରୁ ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ।
ଭୁବନେଶ୍ବର: ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ ହୋଇଥିଲା ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ l ଯେଉଁଠି ଓଡ଼ଶା ର ଚିତ୍ରକର ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଶ୍ର ଙ୍କ ର କଳା କୃତି ପ୍ରଦର୍ଶନ ହୋଇଥିଲା l ଏଥିରେ vision ଗ୍ରୁପ ର କଳାକାର ମାନେ ବିଶେଷ କରି ତୈଳଚିତ୍ର, oil paintings, acrolyc paintings ଆଦି ପ୍ରଦର୍ଶନ କରିଥିଲେ l ଓଡିଶା ର କଳା କାରୁକାର୍ଯ୍ୟ ସୂର୍ଯ୍ୟ ମନ୍ଦିର, କୋଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର, ମୁକ୍ତେଶ୍ୱର ଏବଂ ଲିଙ୍ଗରାଜ ମନ୍ଦିର ଅନ୍ତର୍ଭୁକ୍ତ ଅଟେ l ଏହା ବ୍ୟତୀତ ଓଡ଼ିଶା ର ଐତିହ୍ୟ କଳା ଭାସ୍କର୍ଯ୍ୟ ସୂକ୍ଷ୍ମ କଳା କାରୁକାର୍ଯ୍ୟ ର ପ୍ରଦର୍ଶନୀ କରାଯାଇଛି l ପୁଙ୍ଖାନୁପୁଙ୍ଖ ଭାବରେ ତୂଳୀ ଓ ରଙ୍ଗ ର ସମିଶ୍ରଣ ରେ ଚିତ୍ରକର ର ଅନ୍ତର୍ଶକ୍ତି ସୃଜନୀ ଆଧ୍ୟାତ୍ମିକ ଭାବ କୁ ପ୍ରକାଶ କରା ଯାଇଛି l କଳାକାର ର କଳ୍ପନା, ସୂକ୍ଷ୍ମ ଚେତନା ଅନ୍ତର୍ଶକ୍ତି ପ୍ରକୃତିର ସ୍ବର୍ଗୀୟ ଶାଶ୍ୱତ ଅନୁଭୂତି ର ପ୍ରକାଶ ମାତ୍ର l କେଵଳ ମନ୍ଦିର ନୁହେଁ ସମୁଦ୍ର,ପlହlଡ ପର୍ବତ ଜଙ୍ଗଲ, ଝରଣା, ଉପତ୍ୟକା ପ୍ରକୃତି ର ଅନୁପମ ସୁଷମା ସୌନ୍ଦର୍ଯ୍ୟ କୁ ପରିପ୍ରକାଶ କରିଛନ୍ତି ନିଜ କଳା କୌଶଳ ମାଧ୍ୟମରେ l 'ସୁନ୍ଦର ସୃଷ୍ଟି ର ଅବସାଦ ନାହିଁ ଯେତେ ଦେଖୁଥିଲେ ସେତେ ଦେଖୁଥାଇ' l ସେହିପରି ଦିବ୍ୟ ଅନୁଭୂତି କୁ ନେଇ ପ୍ରକୃତିର ସୌନ୍ଦର୍ଯ୍ୟ ରେ ନିଜକୁ ନିମଗ୍ନ କରି ଈଶ୍ୱରୀୟ ଭାବ ହୃଦୟ ରେ ଧରି ନିଜର କଳ୍ପନା ର ରଙ୍ଗ ରେ ତାକୁ ରଙ୍ଗେଇଛନ୍ତି l 'A thing of beauty is joy for ever ', ଈଶ୍ୱର ଙ୍କ ଆଶୀର୍ବାଦ ରୁ ଏହା ସମ୍ଭବ ହେଇପାରିଛି l (ଲେଖିକା ଇନ୍ଦିରା ମିଶ୍ର, ତମlଣ୍ଡୋ, କେନ୍ଦ୍ରୀୟ ବିହାର, ଭୂବନେଶ୍ୱର)।
ଭୁବନେଶ୍ବର: ଅତିବଡ଼ି ଜଗନ୍ନାଥ ଦାସ, ଶ୍ରୀମନ୍ଦିର ରେ ପଞ୍ଚୁକ, ଭକ୍ତ ମାଧବ କାହାଣୀ ପାଣ୍ଡରା ଶ୍ରୀଜଗନ୍ନାଥ ମନ୍ଦିର ରେ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କାର୍ଯ୍ୟକ୍ରମ ଅବସରରେ ୟୁ ଟ୍ୟୁବ ରେ ଲୋକାର୍ପିତ ହୋଇଯାଇଛି। ଡ଼ ନାରାୟଣ ମହାପାତ୍ର, ଭଗବାନ ଦାଶ ଓ ତନ୍ମୟ କୁମାର ସାହୁ ଙ୍କ ସଂଯୋଜନା ରେ ଆଜି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଓ ଜୟ ଜଗନ୍ନାଥ ପରିବାର ଟ୍ରଷ୍ଟ ପକ୍ଷରୁ ଶ୍ରୀଜଗନ୍ନାଥ ସହସ୍ର ନାମ ପଠନ କାର୍ଯ୍ୟକ୍ରମ ଅବସରରେ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଭିଡ଼ିଓ ଅତି ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତ ମାଧବ ଜଗନ୍ନାଥଙ୍କ ଭଉଣୀ ମାଳତୀ ର ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ କୁଜଙ୍ଗ ର ବିସର ମହାନ୍ତି ଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ୱର ରେ ସ୍ଥାପନା, ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ନାମ କେହି ନେଇ ପାରିବେନି ବା ପେଟେଣ୍ଟ କରିବା ଘୋଷଣା ଶୀଘ୍ର କାର୍ଯ୍ୟକରି କରିବାକୁ ପଦକ୍ଷେପ ନିଆ ଯାଉ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ କିମ୍ବା ଅନ୍ୟ ରେ ମହାପ୍ରଭୁ ଙ୍କ ୩୫୬ ଦିନ ର ସମସ୍ତ ତିଥି ବାର ନେଇ ଜାନି ଯାତ୍ରା ଓ ଭକ୍ତ ମାନଙ୍କ କାହାଣୀ କୁ ତିଆରି କରାଯାଇ ସାରା ବିଶ୍ୱରେ ବହୁଳ ପ୍ରଚାର ଓ ପ୍ରସାର କରିବାକୁ ପଦକ୍ଷେପ ନେବାକୁ ଆମେ ପୂଜ୍ୟ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ,ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପୁରୀ ଙ୍କୁ ବିନମ୍ରତା ର ସହ ଅନୁରୋଧ କରୁଅଛୁ ବୋଲି କହିଛନ୍ତି ଡ଼ ମହାପାତ୍ର। ପୂର୍ବରୁ ଶ୍ରୀଜଗନ୍ନାଥ ସଂସ୍କୃତି ରେ ବିସର ମହାନ୍ତି,ଶ୍ରୀମନ୍ଦିର ରେ ପଞ୍ଚୁକ,ଶ୍ରୀୟା ଚଣ୍ଡାଳୁଣୀ ଓ ଶ୍ରୀଜଗନ୍ନାଥ, ଶ୍ରୀଜଗନ୍ନାଥ ବଡ଼ ଦେଉଳ, ଭକ୍ତ ଶିରୋମଣି ଦାସିଆ ଦାସିଆ, ପ୍ରଥମାଷ୍ଟମୀ, ରୋହିଣୀ କୁଣ୍ଡ ଓ ଭୂଷଣ୍ଡ କାକ, ମୁକ୍ତି ମଣ୍ଡପ, କାଣ୍ଡଗୋଦା ମନେଇ ସାହୁ, କରମାବାଇ ଖେଚୁଡ଼ି, ଗଜେନ୍ଦ୍ର ହାତୀ, ହରି କଥା ,ଅଅଁଳା ନବମୀ ଓ ରାଧା ପାଦ ଦର୍ଶନ, "ଶ୍ରୀ ଜଗନ୍ନାଥ ଓ ଭକ୍ତ ରାଜା ଇନ୍ଦ୍ରଦୁମ୍ନ" "ଶ୍ରୀଜଗନ୍ନାଥ ମନ୍ଦିର " ଉପରେ କରାଯାଇଥିବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ଭିଡ଼ିଓ ମଧ୍ୟ ଲୋକାର୍ପିତ କରାଯାଇଛି । ବିଭିନ୍ନ ସମୟ ରେ ବହୁ ସାଧୁ ସନ୍ଥ ଓ ଭକ୍ତ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିଯାଇଛନ୍ତି। ଜଗତ ର ନାଥ ଶ୍ରୀଜଗନ୍ନାଥ ସାରା ଜଗତ ର ନାଥ ଅଟନ୍ତି ତେଣୁ ତାଙ୍କୁ ଭାରତ ର ବିଭିନ୍ନ ମହାନ ଗୁରୁ, ଭକ୍ତ ଜଗନ୍ନାଥ ପ୍ରେମି ଓ ସଦଗୁରୁ ମାନେ ଆସି ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଯାଇଛନ୍ତି । ସେମାନଙ୍କ ବିଷୟରେ ମଧ୍ୟ ଆଗାମୀ ଦିନରେ ଭିଡ଼ିଓ କରାଯଆଇ ୟୁ ଟ୍ୟୁବ ରେ ଲୋକାର୍ପିତ କରାଯିବାକୁ ସ୍ଥିର କରା କରାଯାଇଛି। ମହାପ୍ରଭୁ ଙ୍କ ଲୀଳା ଓ ମହିମା ବିଷୟରେ ଜନସାଧାରଣ ଙ୍କ ଅବଗତି ଓ ପ୍ରଚାର ଓ ପ୍ରସାର ପାଇଁ ଏହି ପରି କାର୍ଯ୍ୟକ୍ରମ କରାଯାଉଛି ଓ ଆଗାମୀ ଦିନରେ ମଧ୍ୟ ମହାପ୍ରଭୁଙ୍କ ବିଷୟରେ ବହୁ ଭିଡ଼ିଓ କରାଯିବାକୁ ସ୍ଥିର କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୁରେଶ କୁମାର ମିଶ୍ର, ତ୍ରିଲୋଚନ ନାୟକ, ଅକ୍ଷୟ ସାହୁ, ବିଜୟ ପଣ୍ଡା, ଭାରତୀ ଭୂଷଣ ପଟ୍ଟନାୟକ, ଶରତ ମହାପାତ୍ର, ବଂଶୀଧର ନାୟକ, ତନ୍ମୟ ସାହୁ, ଶ୍ରୀନିବାସ ରାଓ, ବିଜୟଲଷ୍ମୀ ନନ୍ଦ, ପ୍ରଫୁଲ ଦାସ ପ୍ରମୁଖ ମାନଙ୍କ ଉପସ୍ଥିତି ରେ ଭଜନ ଶ୍ରୀଜଗନ୍ନାଥ ସହସ୍ରନାମ ପଠନ କରାଯାଇଥିଲା । ଶେଷରେ ଗୀତ ଗୋବିନ୍ଦ ର ଶ୍ରୀତ କମଳା... ଗାନ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ତା' ପରେ ୟୁ ଟ୍ୟୁବ ରେ ପାଣ୍ଡରା ଶ୍ରୀଜଗନ୍ନାଥ ମନ୍ଦିର ରେ ଭକ୍ତ ମାନଙ୍କ କାହାଣୀ ଗୁଡିକ ଲୋକାର୍ପଣ କରାଯାଇଛି।