• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
27
Fri, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ଉପରେ କଟକଣା

Details
Odia Ray Admin
ଓଡିଶା
24 November 2025

ଭୁବନେଶ୍ଵର: ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ଅନିୟମିତ ପାର୍କିଂ ଯୋଗୁଁ ଯାତାୟାତରେ ସମସ୍ୟା ହେଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଅର୍ବାନ ପୋଲିସ (OUP) ଆଇନ ଅନୁଯାୟୀ କଟକଣା ଜାରି କରାଯାଇଛି। ରାଜମହଲରୁ ଜୟଦେବ ବିହାର ଦେଇ କଳାରାହାଙ୍ଗ ପର୍ଯ୍ୟନ୍ତ ପାର୍କିଂ ମନା। ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍‌କୋ ଛକ ପର୍ଯ୍ୟନ୍ତ ମନା। ଶିଶୁଭବନ ଛକରୁ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର, ରସୁଲଗଡ଼ରୁ ଜୟଦେବ ବିହାର, ଶ୍ରୀୟାରୁ ପିଏଚ୍‌ଡି ଅଫିସ୍‌ ପର୍ଯ୍ୟନ୍ତ ମନା। ଗୋପବନ୍ଧୁ ଛକ ଠାରୁ କଳ୍ପନା, କଳାରାହାଙ୍ଗ ଛକଠୁ ନନ୍ଦନକାନନ, ସିଆର୍‌ପି ଠାରୁ ୟୁନିଟ୍‌-୮ ଡିଏଭି ସ୍କୁଲ, ଫାୟାର ଷ୍ଟେସନରୁ ସିଟି କଲେଜ, ଖଣ୍ଡଗିରିଠାରୁ ପୋଖରୀପୁଟ, ଡମଣା ଛକରୁ ଶୈଳଶ୍ରୀ ବିହାର ପର୍ଯ୍ୟନ୍ତ ମନା। ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ଦେଇ ସାଇ ମନ୍ଦିର ଛକ ପର୍ଯ୍ୟନ୍ତ ମନା।

powered by social2s

ବ୍ୟାଙ୍କ୍ ରେ ଯୁବକଙ୍କ ତାଣ୍ଡବ: ଟଙ୍କା ନମିଳିବାରୁ ଭଙ୍ଗାରୁଜା, କର୍ମଚାରୀ ଆହତ

Details
Odia Ray Admin
ଓଡିଶା
24 November 2025

କେନ୍ଦୁଝର: ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିର ବ୍ୟାଙ୍କ୍ ଅଫ ଇଣ୍ଡିଆ ବ୍ରାଞ୍ଚରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ରଗୁଢ଼ୀ ଥାନା ଅନ୍ତର୍ଗତ ଭୂୟାଁରୋଇଡା ଗ୍ରାମର ଦେବ ଆପଟ ନାମକ ଜଣେ ଯୁବକ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିବାବେଳେ ବ୍ୟାଙ୍କ୍ କର୍ମଚାରୀ ଟଙ୍କା ନଥିବା କହିବାରୁ ସେ ଉତ୍ୟକ୍ତ ହୋଇଯାଇଥିଲେ। କ୍ରୋଧରେ ଉକ୍ତ ଯୁବକ ବ୍ୟାଙ୍କ୍ ଭିତରେ ଥିବା ଏକ ବେଲଚା ଧରି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ। ଏହା ଦେଖି ବ୍ୟାଙ୍କ୍ ଭିତରେ ଥିବା ଗ୍ରାହକମାନେ ଭୟରେ ପଳାଇଯାଇଥିଲେ। ଭଙ୍ଗାରୁଜା ବେଳେ ବ୍ୟାଙ୍କ୍ ର ଗ୍ଲାସ୍ ସଜ୍ଜା ଭାଙ୍ଗିଯାଇଯିବା ସହ କର୍ମଚାରୀ ଜଣେ ଆହତ ହୋଇଥିଲେ। ଯୁବକ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ଘଟଣା ସମୟରେ ଗ୍ରାହକ ସୁରେଶ ପଳେଇ ପୋଲିସ୍‌କୁ ଖବର ଦେଇଥିଲେ ଓ ଆହତ କର୍ମଚାରୀଙ୍କୁ ନିଜ କାର୍‌ରେ ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ। ଖବର ପାଇ ବଡ଼ବିଲ ପୋଲିସ୍ ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରି ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ପୋଲିସ୍ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।

powered by social2s

୩ ମହାନଗରରେ ୪ ନୂଆ ତହସିଲ

Details
Odia Ray Admin
ଓଡିଶା
18 November 2025

ଭୁବନେଶ୍ବର: ଓଡ଼ିଶାର ୩ ମହାନଗରରେ ସ୍ରୁଷ୍ଟି ହେଲା ୪ ନୂଆ ତହସିଲ । ଭୁବନେଶ୍ବରରେ ସ୍ରୁଷ୍ଟି ହେଲା ଦୁଇ ନୂଆ ତହସିଲ। ଭୁବନେଶ୍ବରରେ ତହସିଲ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। କଟକରେ ସ୍ରୁଷ୍ଟି ହେଲା ଗୋଟିଏ ନୂଆ ତହସିଲ। କଟକରେ ତହସିଲ ସଂଖ୍ୟା ୨ କୁ ବୃଦ୍ଧି ପାଇଛି। ସେହିପରି ସମ୍ବଲପୁରରେ ସ୍ରୁଷ୍ଟି ହୋଇଛି ଗୋଟିଏ ନୂଆ ତହସିଲ। ଏହା ପରେ ସମ୍ବଲପୁରରେ ତହସିଲ ସଂଖ୍ୟା ୨ କୁ ବୃଦ୍ଧି ପାଇଛି। ନଗରାଞ୍ଚଳ ସୀମା ବଢିବାକୁ ଗୃହ ବିଭାଗ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ।

powered by social2s

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

Details
Odia Ray Admin
ଓଡିଶା
18 November 2025

ଭୁବନେଶ୍ୱର: ଆମ୍ଭେମାନେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ଆମେ ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ ଏବଂ ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ ଶୁଣନ୍ତୁ ଓ ତାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରନ୍ତୁ, ଏହା ହିଁ ହେଉଛି ସୁଶାସନର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ ଅବସରରେ କହିଛନ୍ତି। ଭୁବନେଶ୍ବର ଲୋକସଭା ଭବନ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀର ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ, ସବ୍‍କା ପ୍ରୟାସ’ ମନ୍ତ୍ରରେ ରାଜ୍ୟର କଲ୍ୟାଣ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ଏବଂ କରୁଛନ୍ତି। ଯୋଜନା ଯେତେ ଅଭିନବ ହେଲେ ମଧ୍ୟ, ଏହାର ପ୍ରକୃତ ସଫଳତା ଏହାର ସଠିକ୍ ରୂପାୟନ ଉପରେ ନିର୍ଭର କରେ। ତେଣୁ, ଲୋକଙ୍କ ସୁବିଧା ପାଇଁ ସମସ୍ତେ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ହୁଅନ୍ତୁ ଏବଂ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସମନ୍ୱୟ ରକ୍ଷା ମାଧ୍ୟମରେ ଯୋଜନାର ସଫଳ ରୂପାୟନ କରନ୍ତୁ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମ ସରକାର ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୀତି, ନିୟମ ପରିସରରେ ରହି ଉଦ୍ୟୋଗୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତିଟି ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ମିଶନ ମୋଡ୍ ରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସରକାରୀ ସ୍ତରରେ ନିଆଯାଇଥିବା ନିଷ୍ପତ୍ତି ଓ ଘୋଷଣା ସହିତ ଯୋଜନା ଗୁଡିକର କାର୍ଯ୍ୟକାରୀତାର ଅଗ୍ରଗତି ସମ୍ପର୍କରେ ନିୟମିତ ତଦାରଖ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ କାର୍ଯ୍ୟକ୍ରମ ଓ ଯୋଜନା ବାବଦ ଖର୍ଚ୍ଚ ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରତି ତିନି ଚାରି ମାସରେ ଥରେ ସମୀକ୍ଷା କରିବା, ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାରକୁ କଡାକଡି ଭାବେ ରୋକିବା, ଚୋରା ମଦ କାରବାର ବିରୁଦ୍ଧରେ Enforcementକୁ ଅଧିକ କଡାକଡି କରିବା, ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଜନଜାତି ସମ୍ପ୍ରଦାୟଙ୍କୁ ଜଙ୍ଗଲଜାତ ଲଘୁ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୀବଟା କ୍ଷେତ୍ରରେ ଆଇନ ଅନୁଯାୟୀ ସହାୟତା ପ୍ରଦାନ କରିବା, ଧାନ ସଂଗ୍ରହ ଋତୁରେ ଧାନ ଚୋରାଚାଲଣ ପ୍ରତି ତିକ୍ଷ୍‌ଣ ନଜର ରଖିବା ଇତ୍ୟାଦି ବିଷୟରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ପାଇଁ କହିଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କ୍ଷମତାର ଉଚିତ୍ ବ୍ୟବହାର କରି ସବୁ ସ୍ତରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଆଣିବା ପାଇଁ ପ୍ରୟାସ କରିବା ପାଇଁ ଆହ୍ୱାନ ଦେଇଥିଲେ। ଜିଲ୍ଲା ଓ ବ୍ଲକ ସ୍ତରରେ ସମସ୍ତ ସରକାରୀ ନଥିପତ୍ର, ନୋଟିସ୍, ବିବରଣୀ ଓ ବିଜ୍ଞାପନ ଓଡିଆ ଭାଷାରେ କରିବା ସହିତ କାର୍ଯ୍ୟାଳୟକୁ ଆସୁଥିବା ଜନପ୍ରତିନିଧିମାନଙ୍କୁ ସମ୍ମାନର ସହିତ ସୌଜନ୍ୟମୂଳକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଜିଲ୍ଲାପାଳମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ସରକାର ଓ ପ୍ରଶାସନର ଗତି ସମାନ୍ତରାଳ ଭାବେ ନ ରହିଲେ ସମାଜର ଶେଷଧାଡି ପର୍ଯ୍ୟନ୍ତ ଯୋଜନାର ସୁଫଳ ପହଞ୍ଚିବ ନାହିଁ। ତେଣୁ, ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଯାହାସବୁ ଯୋଜନା ଓ କାର୍ଯ୍ୟକ୍ରମ ରହିଛି ତାକୁ ସଠିକ୍ ସମୟରେ ସାରି ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ୧୬ ମାସ ମଧ୍ୟରେ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ଧନ୍ୟବାଦ ଜଣାଇ ସେ କହିଥିଲେ ଯେ, ଆପଣମାନେ ନିୟମିତ ଭାବେ ବ୍ଲକ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣନ୍ତୁ ଓ ତା’ର ପ୍ରତିବିଧାନ କରନ୍ତୁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବିଗତ ଦେଢ ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ସଫଳତା ପୂର୍ବକ ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରାଯାଇଛି। ଲୋକଙ୍କୁ ମୌଳିକ ସୁବିଧା ତଥା ସେମାନଙ୍କୁ ସାଧାରଣ ସେବା ଯୋଗାଇଦେବା ପାଇଁ ଲୋକଙ୍କ ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ରାଜସ୍ୱ ବିଭାଗ ହେଉଛି ସରକାରଙ୍କ ମେରୁଦଣ୍ଡ। ସାଧାରଣ ଜନତାଙ୍କ ପାଇଁ ରାଜସ୍ୱ ସେବାକୁ ଅଧିକ ସରଳ କରିବା ପାଇଁ ରାଜସ୍ୱ ଆଇନ ଗୁଡିକରେ ସଂଶୋଧନ କରାଯାଇଛି। ଏହା ଦ୍ୱାରା ଲୋକଙ୍କ ଅସୁବିଧା ଦୂର ହୋଇପାରିଛି । ଜିଲ୍ଲାମାନଙ୍କରେ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଯାହା ସବୁ ପ୍ରସ୍ତାବ ଅଛି, ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଆଦିବାସୀ ଲୋକମାନଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଜମି ଅଧିଗ୍ରହଣ ସମୟରେ ବିସ୍ଥାପିତ ଜନତାଙ୍କୁ ଉଚିତ୍ ରିଲିଫ୍ ଓ ଥଇଥାନ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କୁ ଏକ People Friendly Administration ଯୋଗାଇ ଦେବା ପାଇଁ ସେ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ତୃଣମୂଳ ସ୍ତରରେ ପ୍ରତ୍ୟେକ ସ୍ଥାନକୁ ପ୍ରଶାସନ ପହଞ୍ଚିବା ଦରକାର ଏବଂ ପ୍ରତ୍ୟେକ ନାଗରିକଙ୍କୁ ଉଚିତ୍ ସମ୍ମାନର ସହିତ ସେବା ଯୋଗାଇଦେବା କ୍ଷେତ୍ରରେ ଯତ୍ନବାନ ହେବା ଆବଶ୍ୟକ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s

ଶକ୍ତି ପରିବର୍ତ୍ତନ, ଗ୍ରୀଡ୍ ଆଧୁନିକୀକରଣ ଓ ନବୀକରଣୀୟ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଏବଂ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

Details
Odia Ray Admin
ଓଡିଶା
24 November 2025

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ପାଇଁ ଏକ ସମନ୍ୱିତ କାର୍ଯ୍ୟକ୍ରମରେ ସହଭାଗୀ ହୋଇ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ କରିଛନ୍ତି। ଏହି ଚୁକ୍ତିନାମା ଏକ ବହୁମୁଖୀ ସହଯୋଗ ସ୍ଥାପନ କରିଛି ଯାହା ଯୋଜନା, ବୈଷୟିକ ସହାୟତା, ପାଇଲଟ୍ ନିୟୋଜନ ଏବଂ ଆର୍ଥିକ ସୁବିଧାକୁ ମିଶ୍ରଣ କରି ଶକ୍ତି ବ୍ୟବସ୍ଥା ଓ ଜୀବିକା ସୁଯୋଗରେ ରାଜ୍ୟର ମହତ୍ତ୍ୱାକାଂକ୍ଷାକୁ କାର୍ଯ୍ୟକାରୀ କରିବ। ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି, ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବୁଝାମଣାପତ୍ର ଏକ ରଣନୈତିକ ସହଭାଗୀତା ଯାହା ବୈଷୟିକ ବିଶେଷଜ୍ଞତା, ନୀତି ସମର୍ଥନ ଏବଂ ଆର୍ଥିକ ପଥଗୁଡ଼ିକୁ ସମନ୍ୱିତ କରି ଏକ ସ୍ଥିର, ସମାନ ଓ ନିବେଶ ପାଇଁ ପ୍ରସ୍ତୁତ ସ୍ୱଚ୍ଛ ଶକ୍ତି ଭବିଷ୍ୟତ ଆଡ଼କୁ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ। ରାଜ୍ୟବାସୀଙ୍କୁ ନିରନ୍ତର ଓ ସୁନିଶ୍ଚିତ ବିଦ୍ୟୁତ ପ୍ରବାହ ଯୋଗାଇ ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିବଦ୍ଧ । ଏହି ଏମଓୟୁ ଅନ୍ତର୍ଗତ, ଅଂଶୀଦାରମାନେ ଶକ୍ତି ପରିବର୍ତ୍ତନ ଯୋଜନା ଓ ଗ୍ରୀଡ୍ ଆଧୁନିକୀକରଣରେ ସହଯୋଗ କରିବେ, ଯାହା ରାଜ୍ୟକୁ ବହୁ-କ୍ଷେତ୍ର ପରିବର୍ତ୍ତନ ଯୋଜନା ବିକାଶ କରିବାରେ ଏବଂ ନବୀକରଣକୁ ଭଲ ଭାବରେ ସଂଯୁକ୍ତ କରିବାରେ ସାହାଯ୍ୟ କରିବ। ଏହି ବିଷୟବସ୍ତୁ ଅନୁଯାୟୀ କାର୍ଯ୍ୟ ଦକ୍ଷତା ଓ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଉନ୍ନତ ବୈଷୟିକ ପଦ୍ଧତି ଏବଂ ପିକ୍-ଲୋଡ୍ ପରିଚାଳନାକୁ ଅପ୍ଟିମାଇଜ୍ କରିବ। ବ୍ୟାଟେରୀ ଶକ୍ତି ସଂରକ୍ଷଣ ସିଷ୍ଟମ୍ (BESS) ର ନିୟୋଜନକୁ ତ୍ୱରାନ୍ୱିତ କରିବା ମଧ୍ୟ ଏକ ମୁଖ୍ୟ ଲକ୍ଷ୍ୟ ହେବ । ଆଲାଏନ୍ସ ଓଡ଼ିଶାରେ ଶକ୍ତି ବିଭାଗ, ଗ୍ରୀଡ଼କୋ, ଓରେଡା ଓ ଡିସକମ ମଧ୍ୟରେ ବୈଷୟିକ-ଅର୍ଥନୈତିକ, ସବଷ୍ଟେସନର ଚିହ୍ନଟ ଓ ପିକ୍ ସିଫ୍ଟିଂ, ନବୀକରଣୀୟ ସମନ୍ୱୟ ରକ୍ଷା ସହ ଏବଂ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାରେ ମଧ୍ୟ ସହାୟତା କରିବ। ଏହି ବୁଝାମଣାପତ୍ର ରାଜ୍ୟବ୍ୟାପୀ ଉତ୍ପାଦନରେ ବୃଦ୍ଧି, ବିଦ୍ୟୁତ ଇନପୁଟ୍ ଖର୍ଚ୍ଚ ହ୍ରାସ ଏବଂ ସବୁଜ ଜୀବିକା ସୁଯୋଗ ବିସ୍ତାର କରି ଶକ୍ତି-ଦକ୍ଷତା ବୃଦ୍ଧି କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ବୁଝାମଣାପତ୍ର ସ୍ୱାକ୍ଷରିତ ସମୟରେ ଉପରୋକ୍ତ ସଂସ୍ଥା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାକୁ ମଡେଲ ଜିଲ୍ଲା ଭାବେ ଚୟନ କରି କରିଥିଲା । ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ କୁମାର ଦେବ, ସିଏମ୍ଡି, ଓପିଟିସିଏଲ, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ଫର ପିପୁଲ୍ ଆଣ୍ଡ ପ୍ଲାନେଟ୍ ର ପ୍ରତିନିଧି, ଶକ୍ତି ବିଭାଗ, ଓପିଟିସିଏଲର ଅଧିକାରୀ ମାନେ ଉପସ୍ଥିତ ଥିଲେ।

powered by social2s

ଓଡିଶା ବିଧାନସଭା ପରିଦର୍ଶନ କଲେ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି

Details
Odia Ray Admin
ଓଡିଶା
18 November 2025

​ଭୁବନେଶ୍ଵର : ଆଜି ​ନୂଆଦିଲ୍ଲୀ ସ୍ଥିତ ଲୋକ ସଭା ସଚିବାଳୟର Parliamentary Research and Training Institute for Democracies (PRIDE) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ପରିଦର୍ଶନ କରିବା ସହ ସଚିବାଳୟ ସମ୍ମିଳନୀ କକ୍ଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଓଡିଶା ସଚିବାଳୟର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି ବୈଠକକୁ ଉଦଘାଟନ କରିଥିଲେ । ସେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ବିଧାନସଭାର ଗୌରବମୟ ଇତିହାସ ଓ ଏହାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ​ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ସର୍ବଶ୍ରେଷ୍ଠ | ଚଳିତ ୧୭ ତମ ବିଧାନସଭାର ପ୍ରଥମ ବର୍ଷରେ ମୋଟ ୬୨ ଦିନ ଅଧିବେଶନ କାର୍ଯ୍ୟ ଦିବସ ସମ୍ପାଦନ କରିବା ପାଇଁ ସକ୍ଷମ ହୋଇପାରିଛି ।ଏତଦବ୍ୟତୀତ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଇଜେସନ୍ ଏବଂ କମ୍ପ୍ୟୁଟରୀକରଣ ହେବା ସହ ନେଭା (NeVA) ପ୍ରୋଜେକ୍ଟ ଦ୍ଵାରା ସମସ୍ତ କାର୍ଯ୍ୟ କୁ କାଗଜ ଶୂନ୍ୟ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି କହିଥିଲେ । ​ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଓଡିଶା ବିଧାନସଭାର ବିଧି ବ୍ୟବସ୍ଥା ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ସମସ୍ତ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ | ସେହିପରି ବିଭିନ୍ନ ଦେଶର ଲୋକଙ୍କ ମଧ୍ୟରେ ସଂସଦୀୟ ଓ ସାଂସ୍କୃତିକ ପରମ୍ପରାର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଆହୁରି ନିବିଡ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ​ଅନ୍ୟତମ ଅତିଥି ମାନ୍ୟବର ସାଂସଦ ଶ୍ରୀ ସୁଜିତ କୁମାର ଭାରତୀୟ ସଂସଦୀୟ ପରମ୍ପରା ଓ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ । ​ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ବିଧାନସଭାର ଗବେଷଣା ନିର୍ଦ୍ଦେଶକ ଶ୍ରୀ ତ୍ରିବିକ୍ରମ ପ୍ରଧାନ, ଶ୍ରୀ ପ୍ରଶାନ୍ତ ମଲ୍ଲିକ, ନିର୍ଦ୍ଦେଶକ ପ୍ରାଇଡ ଏବଂ ବିଧାନସଭାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

powered by social2s

କୋରାପୁଟ ପିନ୍ଧିଛି ସୁନାର ଶାଢୀ, ଘୋଡାଇ ହୋଇଛି ରୂପାର ଚାଦର

Details
Odia Ray Admin
ଓଡିଶା
18 November 2025

କୋରାପୁଟ :ଶୀତ ଆସିଲେ ହସି ଉଠେ କୋରାପୁଟର ପାଣିି,ପବନ l କଥା କୁହେ ପାହାଡ଼, ପର୍ବତ ଏବଂ ହାତ ଠାରି ଡ଼ାକନ୍ତି ଅଳସୀ ଫୁଲ l ନଭେମ୍ବର ମାସ ଆସିଲେ ହସି ଉଠେ କୋରାପୁଟର ପାହାଡ଼, ପର୍ବତ, ଜଙ୍ଗଲ, ନଦୀ ନାଳ ଓ ରାସ୍ତାକଡ଼ l କେଉଁଠି କୁହୁଡି ରୂପାର ଚାଦର ଘୋଡାଇ ଦେଲା ଭଳି ଲାଗେ ତ ଆଉ କେଉଁଠି କ୍ଷେତରେ ଲହଡି ଭାଙ୍ଗୁଥିବା ଅଳସୀ ଫୁଲ ସୁନାର ଓଢଣୀ ବିଛାଇ ହୋଇ ପଡିଥିବାର ଅନୁଭୂତି ଆଣିଥାଏ l ସେପଟେ ହଳଦିଆ ରଙ୍ଗର ଫୁଲରେ ଭରିଯାଇଥିବା କ୍ଷେତରେ ଚାଲି ଦେଲେ ସେ ଫୁଲର ପରସରେ ପ୍ରେମିକାର ଉଡି ଯାଉଥିବା ସୁନାର ଓଢଣୀ ଛୁଇଁଦେଇ ଯିବାର ଅନୁଭୂତି ଆସେ କବିଙ୍କ ପ୍ରାଣରେ l ଏହି ସମୟରେ ଚାଲି ଆସନ୍ତି ବହୁ ପର୍ଯ୍ୟଟକ ଓ ଚଳଚିତ୍ର ନିର୍ମାତା l ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠିଥିବା ଫୁଲର ବାଡ଼ରେ ନାଚି ଉଠେ ଯୌବନ l ଦେଓମାଳିର ପାଦଦେଶରୁ କୋରାପୁଟ ଅଞ୍ଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ l ଚାଷୀ ତାର ପେଟ ପାଇଁ ଲଗାଇଥିବା ଅଳସୀ କ୍ଷେତ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ l ସକାଳ ସମୟରେ କୁହୁଡ଼ିର ଖେଳ ସାଙ୍ଗକୁ ଦିନ ତମାମ ଅଳସୀ ଫୁଲର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ l ଥରେ ଆସିଥିବା ଲୋକଟିଏ ବାରମ୍ବାର ଆସିବାର ଇଚ୍ଛା ପ୍ରକଟ କରିଥାଏ ବୋଲି ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମତ ପୋଷଣ କରିଅଛନ୍ତି l ଆଜି କୋରାପୁଟର ଚିନ୍ଦ୍ରି ଅଭିମୁଖେ ଫୁଟି ଉଠିଥିବା ଅଳସୀ ଫୁଲ ପର୍ଯ୍ୟଟକଙ୍କ ବେଶ୍ ମନ ମୋହିଥିବା ଦେଖା ଦେଇଅଛି l ସେପଟେ କୋରାପୁଟ ଆସିନଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ଆଣିବା ପାଇଁ ରାଜ୍ୟର ପର୍ଯ୍ୟଟନ ବିଭାଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି l

powered by social2s

More Articles ...

  1. ଆପୋଲୋ ଟାୟାର୍‌ସ ଲିମିଟେଡ ଓ କିଟ୍ ପକ୍ଷରୁ ଭାରତର ପ୍ରଥମ ରଣନୈତିକ ଶିକ୍ଷାନୁଷ୍ଠାନ ସହଭାଗିତା
  2. ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ
  3. ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ
Page 302 of 2255
  • Start
  • Prev
  • 297
  • 298
  • 299
  • 300
  • 301
  • 302
  • 303
  • 304
  • 305
  • 306
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.