କଟକରେ ଗଣେଶ ପୂଜାରେ ଡିଜେ, ଆତସବାଜି ବନ୍ଦ
କଟକ: କଟକରେ ଗଣେଶ ପୂଜାରେ ଡିଜେ ଓ ଆତସବାଜି ବନ୍ଦ ରହିବ। ଡିଜେ ବଦଳରେ ବାଜିବ ପାରମ୍ପରିକ ବାଦ୍ୟ। ରାତି ୧୦ଟା ପରେ ଚାଲିପାରିବନି ମେଲୋଡି। ପୂଜା ମଣ୍ଡପ ଗୁଡ଼ିକରେ CCTV ବାଧ୍ୟତାମୂଳକ କରାଯାଉଛି। କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି।
କଟକ: କଟକରେ ଗଣେଶ ପୂଜାରେ ଡିଜେ ଓ ଆତସବାଜି ବନ୍ଦ ରହିବ। ଡିଜେ ବଦଳରେ ବାଜିବ ପାରମ୍ପରିକ ବାଦ୍ୟ। ରାତି ୧୦ଟା ପରେ ଚାଲିପାରିବନି ମେଲୋଡି। ପୂଜା ମଣ୍ଡପ ଗୁଡ଼ିକରେ CCTV ବାଧ୍ୟତାମୂଳକ କରାଯାଉଛି। କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି।
ଭୁବନେଶ୍ୱର: ଗଣେଶ ପୂଜାରେ ଭିଜିବ ସାରା ଓଡ଼ିଶା। ୨୬ ଅଗଷ୍ଟରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଅଗଷ୍ଟ ୨୬-୨୭ରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି) ଫାଉଣ୍ଡେସନ୍ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏହି ବୁଝାମଣାର ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟସେବା ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ବିନିଯୋଗ ପାଇଁ ଏକ ଦୃଢ଼ ପ୍ଲାଟଫର୍ମ ସୃଷ୍ଟି କରିବା, ଏବଂ ସ୍ୱାସ୍ଥ୍ୟସେବା ନବସୃଜନ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେରେ କାର୍ଯ୍ୟରତ ଷ୍ଟାର୍ଟଅପ୍ସଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ମଧ୍ୟ ଏହାର ପ୍ରାଥମିକତା ରହିବ। ଏହା ସ୍ୱାସ୍ଥ୍ୟସେବା, ନିଦାନ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟରେ ମିଳିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାରେ ମଧ୍ୟ ସାହାଯ୍ୟ କରିବ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ବିସିକେଆଇସି ଅଧ୍ୟକ୍ଷ ଏବଂ କିଟ୍-ଟିବିଆଇ ସିଇଓ ମୃତ୍ୟୁଞ୍ଜୟ ସୁଆରଙ୍କ ଉପସ୍ଥିତିରେ ଏମ୍ସ ଭୁବନେଶ୍ୱରରେ ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ବୁଝାମଣା, ଏମ୍ସ ଭୁବନେଶ୍ୱରକୁ ଏକ ଜାତୀୟ ଟ୍ରାନ୍ସଲେସନାଲ୍ ଇନୋଭେସନ୍ ହବ୍ ଭାବରେ ପ୍ରତିଷ୍ଠା କରିବ, ଯାହା ଚିକିତ୍ସା ଉତ୍ପାଦ ବିକାଶ, ପ୍ରଯୁକ୍ତିବିଦ୍ୟାର ଉନ୍ନତି, ପ୍ରଭାବଶାଳୀ ଆଇପି ପରିଚାଳନା ଏବଂ କ୍ଲିନିକାଲ୍ ଉଦ୍ୟୋମୀତାକୁ ପ୍ରୋତ୍ସାହିତ କରିବ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଏବଂ ବିସିକେଆଇସି ମିଳିତ ଭାବରେ ନବସୃଜନ ଏବଂ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ବୁଟକ୍ୟାମ୍ପ, ନିୟାମକ କର୍ମଶାଳା ଏବଂ ଷ୍ଟାର୍ଟଅପ୍-ନିବେଶକ ଗୋଲଟେବୁଲ ଆୟୋଜନ ଦିଗରେ କାର୍ଯ୍ୟ କରିବେ। ଏହା ସହିତ, ଟେଲିହେଲ୍ଥ ପ୍ଲାଟଫର୍ମର ବାସ୍ତବ-ବିଶ୍ୱ ପରୀକ୍ଷଣ, ଏଆଇ-ଆଧାରିତ ଡାଇଗ୍ନୋଷ୍ଟିକ୍ ଉପକରଣ ଏବଂ ଦୂରବର୍ତ୍ତୀ ମନିଟରିଂ ଡିଭାଇସଗୁଡ଼ିକ ମଧ୍ୟ ବିକାଶ କରାଯିବ। ସେହିପରି, ଦକ୍ଷତା ବିକାଶ ଏବଂ ଉଦ୍ୟୋମୀତା ପାଇଁ, କ୍ଲିନିକାଲ୍ ଇନୋଭେସନ୍, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ଗୁଡ଼ିକର ଇନକ୍ୟୁବେସନ୍କୁ ପ୍ରୋତ୍ସାହିତ କରାଯିବ। ଉଚ୍ଚ-ସ୍ତରୀୟ ଡାଇଗ୍ନୋଷ୍ଟିକ୍ ଉପକରଣ, କ୍ଲିନିକାଲ୍ ବୈଧତା ପଥ ଏବଂ ଉନ୍ନତ ଗବେଷଣା ସୁବିଧା ସହିତ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ଅବସରରେ ବିସିକେଆଇସି ସିଇଓ ଏବଂ କିଟ୍-ଟିବିଆଇ ପରାମର୍ଶଦାତା ଡ. ନମ୍ରତା ମିଶ୍ର, ଏମ୍ସ ଭୁବନେଶ୍ୱରର ଡିନ୍ (ଗବେଷଣା) ଡ. ସତ୍ୟଜିତ ମିଶ୍ର, ଏମ୍ସ ଭୁବନେଶ୍ୱରର ଏମଓୟୁ କମିଟିର ସଚିବ ଡ. ଋତୁପର୍ଣ୍ଣା ମାଇତି, କିଟ୍-ଟିବିଆଇ ପରିଚାଳିକା (ଟେକ୍-ଇନୋଭେସନ୍) ଡ. ଜୟଲକ୍ଷ୍ମୀ ଦାଶ ଏବଂ ବିସିକେଆଇସି ପରିଚାଳକ ଅର୍ପଣ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରଣନୈତିକ ସହଭାଗୀତା ଓଡ଼ିଶାକୁ ସ୍ୱାସ୍ଥ୍ୟସେବା ନବସୃଜନ ଏବଂ ଉଦ୍ୟୋଗର ଏକ କେନ୍ଦ୍ରରେ ପରିଣତ କରିବା ନେଇ ଆଶା କରାଯାଉଛି, ଯାହା ଭାରତର ଡିଜିଟାଲ୍ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ପ୍ରଗତି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
ଭୁବନେଶ୍ୱର: ଖୋର୍ଦ୍ଧାରେ ଜଳିଗଲା ଆମ ବସ୍। ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ନିକଟରେ ଜଳିଗଲା ଚଳନ୍ତା ବସ୍। ବ୍ୟାଟେରୀ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଇଞ୍ଜିନ୍ ରୁ ନିଆଁ ବାହାରିଥିବା ଦେଖି ବସ୍ ଅଟକାଇଥିଲେ ଚାଳକ। ଏହା ପରେ ବସ୍ ରେ ଥିବା ୩୦ ଜଣ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ।
ଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର। ସନ୍ତୋଷ ବାଲା ଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ମିଳିଲା ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ। ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲ EOW ଆଇଜି। ପ୍ରତୀକ ସିଂ ହେଲେ ପୁରୀ ଏସ୍ପି। ପ୍ରତ୍ୟୁଷ ଦିବାକର- ବାଲେଶ୍ବର ଏସ୍ପି। ବୀନିତ ଅଗ୍ରୱାଲ- କଟକ ଗ୍ରାମାଞ୍ଚଳ ଏସ୍ପି। ରାଜ ପ୍ରସାଦ- ସ୍ପେଶାଲ ବ୍ରାଞ୍ଚ୍ ଏସ୍ପି। ଜି ରେଡ୍ଡୀ ରାଘବେନ୍ଦ୍ର- ଝାରସୁଗୁଡ଼ା ଏସ୍ପି। ଅଙ୍କିତ କୁମାର ବର୍ମା- ଜଗତସିଂହପୁର ଏସ୍ପି। ଅମ୍ରିତପାଲ ସିଂ- ନୂଆପଡ଼ା ଏସ୍ପି। ବିବେକାନନ୍ଦ ଶର୍ମା ହେଲେ ଖୋର୍ଦ୍ଧା ଏସ୍ପି। ଅମ୍ରିତପାଲ କୌର- ସୁନ୍ଦରଗଡ଼ ଏସ୍ପି। ଭବାନୀ ଶଙ୍କର ଉଦ୍ଗାତା- ରେଲୱେ, କଟକ ଏସ୍ପି।
ଭୁବନେଶ୍ୱର: କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ଅଗଷ୍ଟ ୩୧, ୨୦୨୫ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଉଥିବା ଯେକୌଣସି ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ ଏବଂ ଏପରି ଅଧିକାରୀମାନଙ୍କର ଦରମା ଆସନ୍ତା ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦିଆଯାଇଛି। ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ, ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବାକୁ ଏବଂ କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି।
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗାଁ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରରୁ ୫ଟି ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୃର୍ବୁତ୍ତ। ମନ୍ଦିରର ବିଭିନ୍ନ କୋଠରୀର ତାଲା ଭାଙ୍ଗି ସାମଗ୍ରୀ ଲୁଟ୍ ହୋଇଥିବା ସୂଚନା।