• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
22
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚେ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାମାନଙ୍କରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ଦିନ ପ୍ରାର୍ଥୀମାନଙ୍କର ନୋମିନେସନ୍‌ ଫାଇଲିଂ ଥିବାବେଳେ ଅକ୍ଟୋବର ୧୫ ତାରିଖ ଦିନ ନିର୍ବାଚନ ହେବା ସହ ନିର୍ବାଚନର ଫଳାଫଳ ଘୋଷଣା ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ହିଂସା ବା ବିଶୃଙ୍ଖଳା ପରିସ୍ଥିତି ନ ଉପୁଜେ, ତାହାକୁ ଜିଲ୍ଲାପାଳ ଓ ଏସ୍‌ପିମାନେ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ରମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି। ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ,ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଛାତ୍ର ସଂସଦ ନିର୍ବାଚନର ସମୟ ସାରଣୀ ଓ ନିୟମାବଳୀ ଉପରେ ଆଜିର ବୈଠକରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ନିର୍ବାଚନ ପରିଚାଳନାର ଏସ୍‌ଓପି ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥିସହ ନିର୍ବାଚନ ସମୟରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଓ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀକୁ ପାଳନ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର. ପି. କୋଚେ କହିଥିଲେ ଯେ, ନୋମିନେସନ୍‌ ଫାଇଲିଂ ପୂର୍ବରୁ ଏସ୍‌ପିମାନେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରିଦର୍ଶନ କରିବେ। ନୋମିନେସନ୍‌ ଫାଇଲିଂ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ଓ ନିର୍ବାଚନ ପରବର୍ତ୍ତୀ ସମୟର କଲେଜ ବାତାବରଣକୁ ଅନୁଧ୍ୟାନ କରିବା ସହ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତିକୁ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପୂର୍ବ ବର୍ଷମାନଙ୍କରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ରିପୋର୍ଟ ଅନୁଯାୟୀ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହା ଉପରେ ବିଶେଷ ଭାବେ ଧ୍ୟାନ ଦେଇ ଚଳିତ ବର୍ଷ ପ୍ରସ୍ତୁତି କରିବାକୁ ଆଜିର ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ସୁନିଶ୍ଚିତ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ବଜାୟ ରଖିବା ହେଉଛି ଆମର ପ୍ରାଥମିକତା । ଏହାକୁ ଧ୍ୟାନରେ ରଖି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗରେ, ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମୌସୁମୀ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

powered by social2s

ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ଚେତନାର ବିଭିନ୍ନ ଦିଗ ଉପରେ ଗବେଷଣା, ଦଲିଲୀକରଣ ଓ ନୂତନ ତଥ୍ୟ ତଥା ସୂଚନାକୁ ପ୍ରୋତ୍ସାହନ ଦେଇ ଗବେଷକ, ଲେଖକ ଓ ଯୁବପିଢ଼ିଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରାଯାଇପାରିଲେ ଓଡ଼ିଆ ଚେତନାକୁ ବିଶ୍ୱସ୍ତରରେ ଗୁରୁତ୍ୱ ମିଳିବ ବୋଲି ମତ ପ୍ରକାଶ ପାଇଛି । ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ଆନୁକୂଲ୍ୟରେ ଗତକାଲି ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳାରେ ଅତିଥିମାନେ ଶ୍ରୀଜଗନ୍ନାଥ ଚେତନାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ମତ ବ୍ୟକ୍ତ କରିଛନ୍ତି । କର୍ମଶାଳାର ଉଦ୍ଯା ପନ ଅଧିବେଶନରେ ପୌରୋହିତ୍ୟ କରି ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀର ସଚିବ ତଥା ‘ଓକାକ୍‍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଦୀପ କୁମାର ରାଉତ କହିଛନ୍ତି ଯେ, ସଂପ୍ରତି ଦ୍ରୁତ ପରିବର୍ତ୍ତନଶୀଳ ଡିଜିଟାଲ୍‍ ଯୁଗରେ ଯୁବପିଢ଼ିଙ୍କୁ ଆମର ଐତିହ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହୀ କରିବା ଏବଂ ଏଥିପାଇଁ ଭର୍ଚୁଆଲ୍‍ ଏକାଡେମୀର ଡିଜିଟାଲ୍‍ ପ୍ଲାର୍ଟଫର୍ମକୁ ସମୃଦ୍ଧ କରିବା ପାଇଁ ଏହି କର୍ମଶାଳା ସହାୟକ ହେବ । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ କର୍ମଶାଳାର ଆବାହକ ଡା.କୃଷ୍ଣକେଶବ ଷଡ଼ଙ୍ଗୀ ଓ ସଂଯୋଜକ ଡ. ଭୁବନାନନ୍ଦ ଅଧିକାରୀ । କର୍ମଶାଳାର ଦୁଇଟି ଅଧିବେଶନରେ ଶ୍ରୀଜଗନ୍ନାଥ ତତ୍ତ୍ୱର କ୍ରମ ବିକାଶ, ନବ କଳେବର, ଶ୍ରୀଜୀଉମାନଙ୍କ ବେଶ, ମହାପ୍ରସାଦ, ରଥନିର୍ମାଣ ଓ ପ୍ରତିଷ୍ଠାବିଧି, ଶ୍ରୀଜୀଉଙ୍କ ଯାନିଯାତ୍ରା, ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ, କଳା ଓ ଭାସ୍କର୍ଯ୍ୟ, ନୀତିକାନ୍ତି, ସେବକ ପରମ୍ପରା, ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ, ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ ଶ୍ରୀଜଗନ୍ନାଥ, ମଠ ସଂସ୍କୃତି, ନୃତ୍ୟ-ସଙ୍ଗୀତ ପରମ୍ପରାରେ ଶ୍ରୀଜଗନ୍ନାଥ, ବିବିଧ କଳା ଓ ଶିଳ୍ପରେ ଶ୍ରୀଜଗନ୍ନାଥ, ବିବିଧ ମତବାଦ ଓ ଶ୍ରୀଜଗନ୍ନାଥ ଏବଂ ଶ୍ରୀକ୍ଷେତ୍ର ମହାତ୍ମ୍ୟ ଇତ୍ୟାଦି ପ୍ରସଙ୍ଗ ଉପରେ ବିଦ୍ୱାନମାନେ ବକ୍ତବ୍ୟ ରଖିଥିଲେ । ସର୍ବଶ୍ରୀ ହରେକୃଷ୍ଣ ପ୍ରତିହାରୀ, ଶ୍ରୀନିବାସ ଆଚାର୍ଯ୍ୟ, ଅସିତ୍‍ ମହାନ୍ତି, ଭାସ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ପୀତବାସ ରାଉତରାୟ, ଅଭୟ କୁମାର ନାୟକ, କୃଷ୍ଣକେଶବ ଷଡ଼ଙ୍ଗୀ, ବାବାଜୀ ଚରଣ ପଟ୍ଟନାୟକ, ପ୍ରେମାନନ୍ଦ ମହାପାତ୍ର, କୃଷ୍ଣଚନ୍ଦ୍ର ମିଶ୍ର, ବିଶ୍ୱନାଥ ସାମନ୍ତରାୟ, ଦେବପ୍ରସାଦ ଦାଶ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ନରେଶ ଚନ୍ଦ୍ର ଦାଶ, ସୁବାସ ଚନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ରଥ, ଚିନ୍ତାମଣି ବିଶ୍ୱାଳ, ପଦ୍ମନାଭ ତ୍ରିପାଠୀ, ସନତ୍‍ ସୁଜାତାନନ୍ଦ ଦାସ ଓ ମନସ୍ୱିନୀ ମିଶ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଗବେଷକ ତଥା ବିଶେଷଜ୍ଞ ଶ୍ରୀଜଗନ୍ନାଥ ଚେତନା ଉପରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ବୈଷୟିକ ପରିଚାଳକ ସ୍ମୃତିରଞ୍ଜନ ମିଶ୍ର, ପରାମର୍ଶଦାତା ସୂର୍ଯ୍ୟ ମିଶ୍ର, ସଚ୍ଚିଦାନନ୍ଦ ପଣ୍ଡା, ଦେବାନନ୍ଦ ଭଞ୍ଜ, ଦେବେନ୍ଦ୍ର ନାଥ ମହାନ୍ତି, ଏକାଡେମୀର ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

୩ ଦିନ ଯାଏ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର : ଆସନ୍ତା ୩ ଦିନ ଯାଏ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆଜି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରି। ଅକ୍ଟୋବର ୭ ତାରିଖରେ ବଲାଙ୍ଗୀର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା ରହିଛି। ୭ ଓ ୮ ତାରିଖରେ ୨୭ ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା ସମ୍ଭାବନା।

powered by social2s

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ କଡ଼ା ନଜର ରଖିବ ପୁଲିସ

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଲିସ ଡିଜି ବିନୟତୋଷ ମିଶ୍ର କହିଲେ ଯେ, ଅଣଛାତ୍ରଙ୍କ ଉପରେ କଡ଼ା ନଜର ରଖିବାକୁ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ନ କରି ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ଡିଜିପି ଅପିଲ କରିଛନ୍ତି। କ୍ୟାମ୍ପସରେ ସୁରକ୍ଷା କଡ଼ାକଡ଼ି ପାଇଁ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡିଜିପି କହିଛନ୍ତି।

powered by social2s

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର : ସିଲଭର ଗାନ୍ଧୀ ଭାବରେ ପ୍ରସିଦ୍ଧ ମୋହନ ମହାପାତ୍ର ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଦୀର୍ଘ ୧୪ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କଳା ଶିକ୍ଷା ନିର୍ଦ୍ଦେଶକ ଓ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ (ପିଇଟି)ମାନଙ୍କର ନିୟମିତକରଣ ପାଇଁ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି । ଏନେଇ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ପ୍ରାୟ ୧୨୦୦ ଜଣ ସ୍ଵଳ୍ପକାଳୀନ/ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କର ଗମ୍ଭୀର ସମସ୍ୟା ପ୍ରତି ଜରୁରୀ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀ ମହାପାତ୍ର ଏହି ଶିକ୍ଷକମାନଙ୍କ ପାଇଁ ଖୁବ ଶୀଘ୍ର ଏକ ବ୍ୟାପକ ଚାକିରି ନୀତି ପ୍ରସ୍ତୁତ କରାଯିବା ସହ ସେମାନଙ୍କର ନିୟମିତକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ମାନବିକ ସମସ୍ୟାକୁ ସହାନୁଭୂତିର ସହ ବିଚାର କରିବେ ବୋଲି ଆଶ୍ୱାସନା ଦେଇଥିବା ଜଣାଯାଇଛି । ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତ ଚୁକ୍ତିଭିତ୍ତିକ/ସ୍ଵଳ୍ପକାଳୀନ କଳା ଶିକ୍ଷା ନିର୍ଦ୍ଦେଶକ, ସଙ୍ଗୀତ ,ଦୃଶ୍ୟ କଳା ଏବଂ ଶାରୀରିକ ଶିକ୍ଷା ନିର୍ଦ୍ଦେଶକ (ପିଇଟି)ମାନଙ୍କର ସେବା ସର୍ତ୍ତ ସମ୍ପର୍କିତ ସମସ୍ୟା ଦୀର୍ଘଦିନ ଧରି ଅମୀମାଂସିତ ରହିଛି। ଏହି ନିର୍ଦ୍ଦେଶକମାନେ ବହୁ ବର୍ଷ ଧରି ନିଷ୍ଠାର ସହ ସେବା ଯୋଗାଇ ଆସିବା ସହ ସଙ୍ଗୀତ, ଦୃଶ୍ୟ କଳା, ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛନ୍ତି। କାର୍ଯ୍ୟଭିତ୍ତିକ ଶିକ୍ଷାର କାର୍ଯ୍ୟକାରିତା, ଶାରୀରିକ ସୁସ୍ଥତା ବୃଦ୍ଧି, କଳାତ୍ମକ ପ୍ରତିଭାର ପରିସ୍ଫୁଟନ, ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ଦିଗରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଜାତୀୟ ଶିକ୍ଷା ନୀତି (ଏନ୍ଇପି)–୨୦୨୦ ଅନୁଯାୟୀ କଳା ଶିକ୍ଷା, ସଙ୍ଗୀତ ଶିକ୍ଷା ଓ ଶାରୀରିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସ୍ୱୀକାର କରାଯାଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି। ଏହି ବିଷୟଗୁଡ଼ିକୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ କରିବାକୁ ମଧ୍ୟ କୁହା ଯାଇଛି। ଏହା ସହିତ ଉପଯୁକ୍ତ ମାନବ ସମ୍ବଳ ବିନିଯୋଗ ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାକୁ ଆହୁରି ଅଧିକ ଉପାଦେୟ କରିବାର ଆବଶ୍ୟକତା ଉପରେବି ଜୋର ଦିଆଯାଇଛି। ତେବେ ଏହି ଶିକ୍ଷକମାନେ ଦୀର୍ଘଦିନ ଧରି ସେବା ଯୋଗାଇ ଆସୁଥିଲେ ମଧ୍ୟ ନିୟମିତ ସେବା ସୁବିଧା, ନିର୍ଦ୍ଧାରିତ ସେବା ଢାଞ୍ଚା, ପଦୋନ୍ନତିର ସୁଯୋଗ, ଚାକିରୀ ସୁରକ୍ଷା ଏବଂ ଅନ୍ୟାନ୍ୟ ବୈଧ ଅଧିକାରରୁ ବଞ୍ଚିତ ରହିଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ଦୀର୍ଘକାଳୀନ ସୂତ୍ରରେ ଜାରି ରହିବା ଫଳରେ ଶତାଧିକ ଯୋଗ୍ୟ ଶିକ୍ଷକ ଓ ସେମାନଙ୍କ ପରିବାର ବର୍ଗ ଗୁରୁତର ଆର୍ଥିକ ଓ ସାମାଜିକ ଅନିଶ୍ଚିତତାର ଶୀକାର ହୋଇଆସୁଛନ୍ତି ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବୀ ଗୁଡିକ ଉପସ୍ଥାପନ କରିଛନ୍ତି। ସେମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ/ ସାମୟିକ କଳା ଶିକ୍ଷା ନିର୍ଦ୍ଦେଶକ ଓ ପିଇଟିମାନଙ୍କ ନିୟମିତକରଣ ପାଇଁ ଏକ ବ୍ୟାପକ ସରକାରୀ ନୀତି ପ୍ରସ୍ତୁତ କରାଯିବା, କଳା ଶିକ୍ଷା ଓ ଶାରୀରିକ ଶିକ୍ଷା ନିର୍ଦ୍ଦେଶକମାନଙ୍କ ପାଇଁ ସ୍ପଷ୍ଟ ନିଯୁକ୍ତି ନିୟମ, ସେବା ସର୍ତ୍ତ, ବରିଷ୍ଠତା ଓ ପଦୋନ୍ନତି ସୁଯୋଗ ସହ ଏକ ପୃଥକ ବୈଧାନିକ ସେବା କ୍ୟାଡର ଗଠନ କରାଯିବା,ସରକାରୀ ନିୟମ ଅନୁଯାୟୀ ବେତନ ସୁରକ୍ଷା, ବେତନ ବୃଦ୍ଧି, ଛୁଟି, ପେନ୍‌ସନ୍ ଏବଂ ଅନ୍ୟାନ୍ୟ ଅନୁମୋଦିତ ସେବା ଓ ସୁଯୋଗ ଉପଲବ୍ଧ କରାଯିବା,ଏହି ନିର୍ଦ୍ଦେଶକମାନେ ଅତୀତରେ ପ୍ରଦାନ କରିଥିବା ସେବାକୁ ବରିଷ୍ଠତା ଓ ସେବାର ନିରନ୍ତରତା ଭାବେ ଗ୍ରହଣ କରାଯିବା, ପ୍ରସ୍ତାବିତ ନୀତିକୁ ଏନ୍ଇପି–୨୦୨୦ର ଦୃଷ୍ଟିକୋଣ ଓ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିର ସୁପାରିଶ ଭିତ୍ତିରେ ହିଁ ପ୍ରସ୍ତୁତ କରାଯିବା ଆଦି ନ୍ୟାଯ୍ୟ ଦାବୀ ମାନ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଦାବୀ ଗୁଡିକ କେବଳ ଚାକିରୀକୁ ନିୟମିତ କରିବା ପାଇଁ ନୁହେଁ; ଏହା ରାଜ୍ୟର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ଉତ୍ଥାନ ଓ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ପାଇଁ ଅଭିପ୍ରେତ ବୋଲି ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସୁଚାଇଥିଲେ। ତେଣୁ ଦୀର୍ଘ ୧୪ ବର୍ଷ ଧରି ସେବା ଦେଇ ଆସୁଥିବା ଏହି ଶିକ୍ଷକମାନଙ୍କର ସମସ୍ୟାକୁ ମାନବିକ ଦୃଷ୍ଟିକୋଣରୁ ବିଚାରକୁ ନେଇ ସରକାର ଯଥା ଶୀଘ୍ର ଏକ ସ୍ଥାୟୀ ଓ ସମ୍ମାନଜନକ ସମାଧାନ ସୂତ୍ର ବାହାର କରିବାକୁ ସିଲଭର ଗାନ୍ଧୀ ଶ୍ରୀ ମାଝୀଙ୍କୁ ନିବେଦନ କରିଥିଲେ । ଶ୍ରୀ ମହାପାତ୍ରଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତକାର ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁ ସିଂହ, ପ୍ରସିଦ୍ଧ ହାସ୍ୟ ଅଭିନେତା ହରି ମହାପାତ୍ର ଏବଂ ଓଲିଉଡ ତାରକା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

powered by social2s

ମା' ତାରାତାରିଣୀଙ୍କ ହୁଣ୍ଡି ଗଣତି ଶେଷ

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର : ମା’ ତାରାତାରିଣୀଙ୍କ ହୁଣ୍ଡିର ସମସ୍ତ ଗଣତି ଶେଷ ହୋଇଛି। ୫ଟି ହୁଣ୍ଡିରୁ ମିଳିଲା ୨୫ ଲକ୍ଷ ୯୧ ହଜାର ୭୪୩ ଟଙ୍କା। ହୁଣ୍ଡିରୁ ମିଳିଲା ବିଦେଶୀ ନୋଟ୍ ଓ କଏନ୍। ସୁନା ଓ ରୂପା ଅଳଙ୍କାର ସହ ମିଳିଲା ସୁନା-ରୂପା ଆଖି, କିଛି ଭକ୍ତଙ୍କ କୋହଭରା ଚିଠି। ହୁଣ୍ଡିର ଅର୍ଥରେ ହେବ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ। ପୂର୍ବଥର ବାହାରିଥିଲା ୭ ଲକ୍ଷ ୧୭ ହଜାର ୫୪୦ ଟଙ୍କା।

powered by social2s

୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

Details
Odia Ray Admin
ଓଡିଶା
06 October 2026

ପୁରୀ : ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ୧୮୯୬ରୁ ତଥ୍ୟ ଅନୁଯାୟୀ ରେକର୍ଡ କଲା ପୁରୀ ସହର ତାପମାତ୍ରା। ଅକ୍ଟୋବର ମାସରେ ପୁରୀ ସହର ତାପମାତ୍ରା ୩୬.୬° ସେଲ୍ସିଇସ ରହିଛି। ଅକ୍ଟୋବର ମାସ ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୪ ଅକ୍ଟୋବର ୨୦୨୪ରେ ଥିଲା। ତେବେ ୪ ଅକ୍ଟୋବର ୨୦୨୪ରେ ୩୬.୩° ସେଲ୍ସିଏସ ରେକର୍ଡ ହୋଇଥିଲା।

powered by social2s

More Articles ...

  1. ସ୍ୱଚ୍ଛତା ହିଁ ସେବା-୨୦୨୬ ଅଧୀନରେ ଆଜି ରାଜ୍ୟବ୍ୟାପୀ ସ୍ୱଚ୍ଛତା ଅଭିଯାନ
  2. ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  3. ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଭାବେ ସୁଧୀର ସାବତ ମନୋନୀତ
Page 40 of 2250
  • Start
  • Prev
  • 35
  • 36
  • 37
  • 38
  • 39
  • 40
  • 41
  • 42
  • 43
  • 44
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.