• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
22
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

Details
Odia Ray Admin
ଓଡିଶା
04 October 2026

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନ ହଳଦିଆ ଟାଙ୍ଗିରିଠାରେ ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଛକୁ ଧକ୍କା ଦେଲା ସରକାରୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ। ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ଚାଲୁଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକ ଜିଲ୍ଲା ବାଙ୍କୀ ବ୍ଲକ ଭେଡ଼ା ଦୁର୍ଗାପୁର ଶବର ସାହିଠାରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌। ୪ ଜଣ ଆହତ ହୋଇ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା। ବାଙ୍କୀରୁ ପୁଇଞ୍ଚା ଯାଉଥିବା ବେଳେ ଗଛକୁ ଧକ୍କା ଦେଲା ବସ୍‌।

powered by social2s

ମା' ସରଳା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ପ୍ରତୀକ : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

Details
Odia Ray Admin
ଓଡିଶା
04 October 2026

ଭୁବନେଶ୍ୱର : ମା' ସରଳା ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମା' ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ମା' ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ମା' ସରଳା ଦେବୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ମା' ସରଳା ଦେବୀ। ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବିଧାୟିକା ଭାବେ ମା' ସରଳା ଦେବୀ କାର୍ଯ୍ୟ କରିଥିଲେ। ଓଡିଶାରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେବାସହ ନାରୀ ଶିକ୍ଷା, ନାରୀ ଜାଗରଣ ଓ ସମାଜର ବିକାଶ ପାଇଁ ମା' ସରଳା ଦେବୀ କାର୍ଯ୍ୟ କରିଥିଲେ। ସରଳା ଦେବୀଙ୍କ ଆଦର୍ଶ ଓ ସେବା ମନୋଭାବ ସଦାସର୍ବଦା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି। ଆଜି ମା' ସରଳା ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ମା' ସରଳା ଦେବୀଙ୍କ ସ୍ମୃତିଚାରଣ କରିଛନ୍ତି।

powered by social2s

ବେଙ୍ଗବତୀ ଗ୍ରାମର ୪ ନମ୍ବର ୱାର୍ଡର ଅଙ୍ଗନବାଡି କେନ୍ଦ୍ରରେ ନବମ ଆଙ୍ଗନିକା ଉତ୍ସବ ପାଳିତ ହୋଇଛି

Details
Odia Ray Admin
ଓଡିଶା
03 October 2026

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଙ୍ଗବତୀ ଗ୍ରାମର ୪ ନମ୍ବର ୱାର୍ଡର ଅଙ୍ଗନବାଡି କେନ୍ଦ୍ରରେ ନବମ ଆଙ୍ଗନିକା ଉତ୍ସବ ପାଳିତ ହୋଇଛି। ଏଥିରେ ଥିବା ଅଙ୍ଗନବାଡି ଅଧ୍ୟାପିକା ମମତାଜ ବେଗମ ଏବଂ ତାଙ୍କର ପାଚିକା ସୋରିଆ ବିବି ଏବଂ ତାଙ୍କର ବ୍ଲକ ତରଫରୁ ଉପସ୍ଥିତ ଥିବା ଅଫିସର ମାନେ ଉପସ୍ଥିତ ଥିଲେ। ଅଭିଭାବକ ଅବଦୁଲ ନୁରୁଲ୍ଲା ଖାଁ ଏମଡି ରାହିଲ ମଧ୍ୟ ଉପସ୍ଥିତ ଥିଲେ। ଅଭିଭାବଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରାଯାଇଥିଲା। ଏହାକୁ ଦେଖି ବହୁତ ଖୁସି ଥିଲେ ଅଧିକାରୀ ମାନେ।

powered by social2s

ଓଡ଼ିଶା ଟ୍ରାଭେଲ ବଜାରରେ ଉତ୍ତର ଓଡ଼ିଶାର ପର୍ଯ୍ୟଟନ ଅନୁଭୂତିକୁ ନେଇ ପହଞ୍ଚିଲା ପଦ୍ମାବତୀ

Details
Odia Ray Admin
ଓଡିଶା
03 October 2026

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଦେଶ ଓ ବିଦେଶର ପର୍ଯ୍ୟଟନ ବଜାର ସହ ଯୋଡ଼ିବା ଲକ୍ଷ୍ୟରେ ଆୟୋଜିତ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣରେ ଉତ୍ତର ଓଡ଼ିଶାରୁ ଅଂଶଗ୍ରହଣ କରିଛି ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କ ଆଣ୍ଡ ରିସର୍ଟ, ବାଲେଶ୍ୱର। ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ ଚାଲିଥିବା ଏହି ପର୍ଯ୍ୟଟନ ମଞ୍ଚରେ ପଦ୍ମାବତୀ ନିଜର ପର୍ଯ୍ୟଟନ, ମନୋରଞ୍ଜନ ଓ ଆତିଥ୍ୟର ସମନ୍ୱିତ ଅନୁଭୂତିକୁ ପ୍ରଦର୍ଶିତ କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ଗନ୍ତବ୍ୟ ଭାବେ ଗଢ଼ିତୋଳିବା ସହ ‘ଅତିଥି ଦେବୋ ଭବଃ’ ଭାବନାକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ନୂଆ ନିବେଶ ଓ ଗୁଣାତ୍ମକ ଆତିଥ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପର୍ଯ୍ୟଟନ ଶିଳ୍ପ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ଏହି ବ୍ୟାପକ ପର୍ଯ୍ୟଟନ ପରିପ୍ରେକ୍ଷିତରେ ପଦ୍ମାବତୀ ଉତ୍ତର ଓଡ଼ିଶାର ଏକ ଆଧୁନିକ ପରିବାରଭିତ୍ତିକ ପର୍ଯ୍ୟଟନ ଓ ମନୋରଞ୍ଜନ ଗନ୍ତବ୍ୟ ଭାବେ ନିଜର ପରିଚୟକୁ ଆହୁରି ମଜବୁତ କରିବାର ପ୍ରୟାସ କରୁଛି। ବାଲେଶ୍ୱରରେ ଅବସ୍ଥିତ ଏହି ପ୍ରତିଷ୍ଠାନରେ ୱାଟର ପାର୍କ, ଡ୍ରାଏ ରାଇଡ୍, ବୋଟିଂ, ରିସର୍ଟ, ବ୍ୟାଙ୍କ୍ୱେଟ୍, ଆୟୁରବେଦିକ୍ ପାର୍କ, ଓ ରେଷ୍ଟୁରାଣ୍ଟ ଭଳି ମନୋରଞ୍ଜନର ବିଭିନ୍ନ ସୁବିଧା ଏକାଠି ଉପଲବ୍ଧ କରି ପାରିଛି । ଫଳରେ ପରିବାର, ବନ୍ଧୁବର୍ଗ ଓ ବିଭିନ୍ନ ଦଳ ପାଇଁ ମନୋରଞ୍ଜନ ସହ ବିଶ୍ରାମ ଓ ଆତିଥ୍ୟର ଏକ ସମ୍ପୂର୍ଣ୍ଣ ଅନୁଭୂତି ମିଳୁଛି। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଉତ୍ତର ଓଡ଼ିଶାର ନିଜସ୍ୱ ଗୁରୁତ୍ୱ ରହିଛି। ପ୍ରାକୃତିକ ସମ୍ପଦ, ସମୁଦ୍ରତଟ, ଐତିହ୍ୟ, ସଂସ୍କୃତି ଓ ସ୍ଥାନୀୟ ଜୀବନଶୈଳୀ ସହ ଆଧୁନିକ ମନୋରଞ୍ଜନ ଓ ଆତିଥ୍ୟକୁ ଯୋଡ଼ିବାରେ ଏହି ଅଞ୍ଚଳରେ ବିପୁଳ ସୁଯୋଗ ରହିଛି। ପଦ୍ମାବତୀ ଏହି ସମ୍ଭାବନାକୁ ଆହୁରି ବ୍ୟାପକ କରିବା ସହ ପର୍ଯ୍ୟଟନ ବଜାର କୁ ଯୋଡ଼ିବା ଦିଗରେ କାର୍ଯ୍ୟ କରୁଛି। ପଦ୍ମାବତୀ ଆମ୍ୟୁଜମେଣ୍ଟ ୱାଟର ପାର୍କ ଆଣ୍ଡ ରିସର୍ଟର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ମୌସମ ସିଂହ କହିଛନ୍ତି, “ଓଡ଼ିଶା ଟ୍ରାଭେଲ ବଜାର ଭଳି ଏକ ବଡ଼ ମଞ୍ଚରେ ପଦ୍ମାବତୀ ମାଧ୍ୟମରେ ଉତ୍ତର ଓଡ଼ିଶାର ପର୍ଯ୍ୟଟନ ଓ ମନୋରଞ୍ଜନର ସମ୍ଭାବନାକୁ ଉପସ୍ଥାପନ କରିବା ଆମ ପାଇଁ ଏକ ଖୁସିର ବିଷୟ। ଆମେ ବିଶ୍ୱାସ କରୁଛୁ ଯେ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ କେବଳ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଖିବା ନୁହେଁ, ଏକ ଭଲ ଅନୁଭୂତି ନେଇ ଫେରିବାକୁ ଚାହାଁନ୍ତି। ପଦ୍ମାବତୀରେ ଆମର ଚେଷ୍ଟା ରହିଛି ମନୋରଞ୍ଜନ, ପରିବାର ସହ ସମୟ, ଭଲ ଖାଦ୍ୟ ଓ ଆତିଥ୍ୟକୁ ଏକ ସ୍ଥାନରେ ଦେବା। ଆଗାମୀ ଦିନରେ ଅଧିକ ପର୍ଯ୍ୟଟକଙ୍କୁ ଉତ୍ତର ଓଡ଼ିଶା ସହ ଯୋଡ଼ିବା ଏବଂ ବାଲେଶ୍ୱରକୁ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ଦୃଢ଼ ଭାବେ ପରିଚିତ କରାଇବା ଆମର ଲକ୍ଷ୍ୟ।” ଓଡ଼ିଶା ଟ୍ରାଭେଲ ବଜାରରେ ପଦ୍ମାବତୀର ଷ୍ଟଲ୍ ନମ୍ବର ୪୦ରେ ପର୍ଯ୍ୟଟନ ବ୍ୟବସାୟୀ, ଟୁର୍ ଅପରେଟର୍ ଓ ପର୍ଯ୍ୟଟନପ୍ରେମୀମାନେ ପଦ୍ମାବତୀର ବିଭିନ୍ନ ସୁବିଧା ଓ ଅନୁଭୂତି ସମ୍ପର୍କରେ ଜାଣିପାରୁଛନ୍ତି। ୱାଟର ପାର୍କ ଓ ଡ୍ରାଏ ରାଇଡ୍‌ଠାରୁ ଆରମ୍ଭ କରି ରିସର୍ଟ, ବ୍ୟାଙ୍କ୍ୱେଟ୍ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ପଦ୍ମାବତୀ ଏକ ସ୍ଥାନରେ ବିଭିନ୍ନ ଅନୁଭୂତିକୁ ଏକାଠି କରିଛି। ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ, ନୂଆ ନିବେଶ, ଉନ୍ନତ ଆତିଥ୍ୟ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ସମୟରେ, ଘରୋଇ ପର୍ଯ୍ୟଟନ ଉଦ୍ୟମଗୁଡ଼ିକର ସକ୍ରିୟ ଭୂମିକା ମଧ୍ୟ ଏହି କ୍ଷେତ୍ରକୁ ଆହୁରି ସମୃଦ୍ଧ କରୁଛି। ପଦ୍ମାବତୀର ଏହି ଅଂଶଗ୍ରହଣ ଉତ୍ତର ଓଡ଼ିଶାର ଏଭଳି ନୂଆ ପର୍ଯ୍ୟଟନ ଅନୁଭୂତିକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରୟାସ।

powered by social2s

ଗୁଣପୁରରେ ବୁଲା କୁକୁର ଆତଙ୍କ, ୨୪ ଘଣ୍ଟାରେ ୧୩ ଆହତ

Details
Odia Ray Admin
ଓଡିଶା
04 October 2026

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ପାଗଳ କୁକୁର ଆତଙ୍କ। ଗୋଟିଏ ଦିନରେ ୧୩ ଜଣଙ୍କୁ କାମୁଡ଼ିଲା ବୁଲା କୁକୁର। ଆହତମାନେ ଗୁଣପୁର ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କୁ ଆଣ୍ଟି ରାବିଜ୍ ଟିକା ଦିଆଯାଇଛି। କୁକୁରକୁ କାବୁ କରିବା ପାଇଁ ପୌର ପରିଷଦ ପକ୍ଷରୁ ଅଭିଯାନ ଆରମ୍ଭ।

powered by social2s

ଉତ୍କଳ ସାହିତ୍ୟ ସମାଜ'ର ଲେଖକ କଲ୍ୟାଣ ପାଣ୍ଠିକୁ ଦାନ

Details
Odia Ray Admin
ଓଡିଶା
03 October 2026

କଟକ: ଆଜି 'ଉତ୍କଳ ସାହିତ୍ୟ ସମାଜ'ର ଲେଖକ କଲ୍ୟାଣ ପାଣ୍ଠିକୁ ରେଭେନସା ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗମୁଖ୍ୟ ଡକ୍ଟର ଉର୍ମିଶ୍ରୀ ବେଦମତ୍ତା ୨୫ ହଜାର ଟଙ୍କା ଓ ବରିଷ୍ଠ ସାହିତ୍ୟିକା ସୁଷମା ପରିଜା ୧୦ ହଜାର ଟଙ୍କା Cheque ଆକାରରେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ଓ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀଙ୍କ ମାଧ୍ୟମରେ ଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ - କିଛିଦିନ ତଳୁ ଗତକାଲି ମଧ୍ୟରେ ଏହି ପାଣ୍ଠିକୁ ବରିଷ୍ଠ ସାମ୍ୱାଦିକ ଓ ସ୍ତମ୍ଭକାର ତଥା 'ଉତ୍କଳ ସାହିତ୍ୟ ସମାଜ'ର ପୂର୍ବତନ କର୍ମକର୍ତ୍ତା ଡକ୍ଟର ସତ୍ୟ ରାୟ ଏଵଂ ତାଙ୍କ ସହଧର୍ମିଣୀ ତଥା ପାକ୍ଷିକ ଖବରକାଗଜ 'ବିଶ୍ୱାସ'ର ସମ୍ପାଦିକା କସ୍ତୁରୀ ରାୟ ୫୦ ହଜାର ୫ ଶହ ୫୫ ଟଙ୍କା, ବିଶିଷ୍ଟ ସାରସ୍ବତ ସାଧିକା ଡକ୍ଟର କବିତା ବାରିକ ୧ ଲକ୍ଷ ଟଙ୍କା, ବରିଷ୍ଠ କଥାଶିଳ୍ପୀ ସଂଯୁକ୍ତା ମହାନ୍ତି ୧୦ ହଜାର ଟଙ୍କା, ବରିଷ୍ଠ ଲେଖିକା ଲକ୍ଷ୍ମୀ ମିଶ୍ର ୧୦ ହଜାର ଟଙ୍କା ଓ ବିଶିଷ୍ଟ ଲେଖକ ଅଭିମନ୍ୟୁ ନାୟକ ୧୧ ହଜାର ଟଙ୍କା ଦେଇଛନ୍ତି । ସୂଚନାଯୋଗ୍ୟ ଯେ - ଏହି ପାଣ୍ଠିର ସୁଧରୁ ଆର୍ଥିକ ସଂକଟରେ ଥିବା ବିପଦଗ୍ରସ୍ତ ଲେଖକ-ଲେଖିକାଙ୍କୁ ସାହାଯ୍ୟ କରାଯିବ । ଏଣୁ ଏହି ପାଣ୍ଠିବୃଦ୍ଧି ନିମିତ୍ତ ସାହିତ୍ୟିକ, ସାହିତ୍ୟପ୍ରେମୀ, ସହୃଦୟ ତଥା ବଦାନ୍ୟ ବ୍ୟକ୍ତି ଓ ବିଭିନ୍ନ ସଂସ୍ଥା ମୁକ୍ତହସ୍ତରେ ଦାନ କରିବାକୁ ଅନୁଷ୍ଠାନର କର୍ମକର୍ତ୍ତା ଏଵଂ କାର୍ଯ୍ୟ ନିର୍ବାହିକା ସମିତି ସଭ୍ୟବୃନ୍ଦ ନିବେଦନ କରିଛନ୍ତି । ଦାତାମାନେ Cheque କର୍ମକର୍ତ୍ତାଙ୍କୁ ଡାକି କିମ୍ୱା ପାଖକୁ ଆସି ଅଥବା ଡାକ / କୋରିଅର୍ ଯୋଗେ Utkal Sahitya Samaj ନାମରେ ଦେଇପାରିବେ । ଆହୁରି ମଧ୍ୟ ଉତ୍କଳ ସାହିତ୍ୟ ସମାଜର State Bank of India, C.T. Branch, College Square, Katak ରେ ଥିବା ଆକାଉଣ୍ଟ ନମ୍ବର - 10508850221, ଆଇଏଫଏସସି କୋଡ୍ - SBIN0001663 ଜରିଆରେ ଅର୍ଥରାଶି ପଠାଇପାରିବେ । - ଯୋଗାଯୋଗ - ରାଜୀବ କୁମାର ଷଡ଼ଙ୍ଗୀ ସାଧାରଣ ସଂପାଦକ ଉତ୍କଳ ସାହିତ୍ୟ ସମାଜ, କଟକ ଫୋନ୍ - ୯୪୩୯୭୩୫୩୧୧

powered by social2s

ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶା ରାଜ୍ୟ ଫ୍ଲୋରବଲ୍ ଚୟନ ଶିବିର ଉଦଯାପିତ

Details
Odia Ray Admin
ଓଡିଶା
03 October 2026

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଇଣ୍ଡୋର ଷ୍ଟାଡିୟମ ଠାରେ ସ୍ୱତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶା ଦ୍ୱାରା ଆୟୋଜିତ ରାଜ୍ୟ ଫ୍ଲୋର୍ ବଲ୍ ଚୟନ ଶିବିର ଉଦଯାପିତ ହୋଇଛି। ଏଥିରେ ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼, କଟକ, ବଲାଙ୍ଗିର, ବାଲେଶ୍ୱର, ସୁବର୍ଣ୍ଣପୁର, କେନ୍ଦୁଝର, ପୁରୀ, ବରଗଡ଼ ଓ ଭଦ୍ରକ ଜିଲ୍ଲା ରୁ ପ୍ରାୟ ୧୫୦ ରୁ ଅଧିକ ପ୍ରତିଯୋଗୀ, ପ୍ରଶିକ୍ଷକ, ଅଭିଭାବକ ଓ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରଯୁକ୍ତ ଦିଲ୍ଲୀପ ହିଆଲ୍ ଯୋଗ ଦେଇ ତାଙ୍କର ସାଧ୍ୟ ମତେ ସମସ୍ତ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ ଓ ସମସ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ସ୍ବତନ୍ତ୍ର ଅଲିମ୍ପିକ୍ସ ଓଡ଼ିଶା ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ଅତିଥିଙ୍କୁ ଏହି ସ୍ବତନ୍ତ୍ର ଖେଳ ବିଷୟରେ ବୁଝାଇ ଥିଲେ।  ଅତିଥି ମଧ୍ଯ କିଛି   ସମୟ ଏହି ଖେଳ ରେ ଭାଗ ନେଇ ତାର ଅଭିଜ୍ଞତା ଆହରଣ କରିଥଲେ। ଯୋଗ୍ୟତା ଓ ପ୍ରଦର୍ଶନ ଭିତ୍ତିରେ ୬ ଜଣ କରି ପୁରୁଷ ଓ ମହିଳା କ୍ରିଡାବିତ୍ ଓ ୨ଜଣ ଲେଖାଏଁ ପ୍ରଶିକ୍ଷକ ଜାତୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ  ଚୟନିତ ହୋଇଛନ୍ତି । ଜାତୀୟ ସ୍ତରର ପ୍ରଶିକ୍ଷକ ଗୀତା ପଣ୍ଡା ଓ ଆର୍ନ୍ତଜାତୀୟ ସ୍ତରର ପ୍ରଶିକ୍ଷକ ସସ୍ମିତା ମହାପାତ୍ର ଖେଳ ପରିଚାଳନା ଓ ଦକ୍ଷତା ପରିକ୍ଷା କରିଥିଲେ। ସମସ୍ତ କ୍ରିଡାବିତ୍ ଓ ପ୍ରଶିକ୍ଷକ ମାନଙ୍କୁ ଅତିଥି ଶ୍ରୀ ହିଆଲ ମାନପତ୍ର ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ରାଜ୍ଯ ସଂଯୋଜକ ଅର୍ପିତା ମହାପାତ୍ର ଓ ବୋର୍ଡ ସଦସ୍ୟ ମନତୋଷ ବେହେରା, ସରିତା ରାଉତରାୟ, ତନ୍ମୟ ଭୂଷଣ ସେନାପତି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଓ ପ୍ରଶିକ୍ଷକ ଙ୍କ ସହାୟତାରେ ପରିଚାଳନା କରିଥିଲେ। ମନତୋଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମ ଟି ଓଡ଼ିଶା ସରକାରଙ୍କର କ୍ରୀଡ଼ା ବିଭାଗ ସହାୟତାରେ ଆୟୋଜିତ ହୋଇଥିଲା।

powered by social2s

More Articles ...

  1. ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୨୯ଟି ସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ ଏବଂ ‘ଓସ୍ୱାଲି’ ଜରିଆରେ ୧୦୦୦ ଲାଇଫ୍ ଗାର୍ଡ ନିଯୁକ୍ତ ହେବେ
  2. ଟ୍ରେନ୍‌ରେ ପ୍ରସବ ବେଦନା ପ୍ଲାଟଫର୍ମରେ ଜନ୍ମ ନେଲା ଶିଶୁକନ୍ୟା
  3. ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା
Page 42 of 2250
  • Start
  • Prev
  • 37
  • 38
  • 39
  • 40
  • 41
  • 42
  • 43
  • 44
  • 45
  • 46
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.