• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
21
Sat, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଆଜି ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲା ପ୍ରଭାବ

Details
Odia Ray Admin
ଓଡିଶା
08 October 2026

ଭୁବନେଶ୍ୱର : ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ୍। ଏମ୍ ଏମ୍ ଡି ଆର୍ ବିଲ୍ ପ୍ରତ୍ୟାହାର, ସିଇସି ଙ୍କ ଇସ୍ତଫା ଦାବି ସହ ବହି ତ୍ରୁଟିକୁ ନେଇ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ କଂଗ୍ରେସ ସହ ୭ଟି ଦଳ ସମର୍ଥନ କରୁଛନ୍ତି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। କଟକ ରେଳ ଷ୍ଟେସନରେ ରେଳ ରୋକ ଉଦ୍ୟମ ବେଳେ ରେଳବାଇ ସୁରକ୍ଷା ଫୋର୍ସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ କର୍ମୀଙ୍କୁ ଅଟକ ରଖିଲା ରେଳବାଇ ସୁରକ୍ଷା ଫୋର୍ସ। ନେତାଜୀ ବସ ଟରମିନାଲରୁ ଗଡ଼ୁନି ବସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ରାସ୍ତା ଅବରୋଧ କଲେ ବିକ୍ଷୋଭକାରୀ। ତେବେ ସକାଳୁ ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସ ଚଳାଚଳ ସ୍ୱାଭାବିକ ରହିଥିଲା। ଭଦ୍ରକରେ ଜାତୀୟ ରାଜପଥ ୧୬ ଅବରୋଧ କରାଯାଇଛି। ବନ୍ଦ ରହିଛି ସ୍କୁଲ, ଦୋକାନ, ବଜାର ଓ ଗାଡ଼ି ଚଳାଚଳ।

powered by social2s

ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ତରଫରୁ ବିଜ୍ଞପ୍ତି ପ୍ରକାଶିତ

Details
Odia Ray Admin
ଓଡିଶା
07 October 2026

ଭୁବନେଶ୍ୱର : ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଛାତ୍ରନେତା ନିର୍ବାଚନ କରିବା (Election) ବା ଛାତ୍ରନେତା ଚୟନ (selection) କରିବା ପାଇଁ ଆଜି ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଅକ୍ଟୋବର ୭ ତାରିଖ ରାତି ୮ ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ଟି ମହାବିଦ୍ୟାଳୟ ଓ ୧୩ ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୩୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରନେତା ବାଛିବା ପାଇଁ ନିର୍ବାଚନ (Election) କରିବେ। ସେହିପରି ଭାବେ ୨୦୨ଟି ମହାବିଦ୍ୟାଳୟ ଓ ୩ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୨୦୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଚୟନ ପଦ୍ଧତିରେ (Selection) ଛାତ୍ରନେତା ବାଛିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୩ଟି ବିଶ୍ୱ ବିଦ୍ୟାଳୟ ଯଥା ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଛାତ୍ରନେତା ଚୟନ (Selection) କରିବେ। ଅନ୍ୟ ୧୩ ଟି ବିଶ୍ୱ ବିଦ୍ୟାଳୟ ନିର୍ବାଚନ (Election) କରି ଛାତ୍ରନେତା ବାଛିବେ। ଆଜି ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହେବା ପରେ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନୋମିନେସନ୍‌ ଦାଖଲ କରିପାରିବେ। ଅକ୍ଟୋବର ୯ ତାରିଖ ଅପରାହ୍ନ ୨ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ନୋମିନେସନ୍‌ ଯାଞ୍ଚ କରାଯିବ। ଅକ୍ଟୋବର ୯ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ବୈଧ ନୋମିନେସନ୍‌ ତାଲିକା ପ୍ରକାଶିତ ହେବ। ଅକ୍ଟୋବର ୧୦ ତାରିଖ ଦିନ ସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ମଧ୍ୟରେ ଯେଉଁ ପ୍ରାର୍ଥୀ ନିଜର ନୋମିନେସନ୍‌ ପ୍ରତ୍ୟାହାର କରିବାକୁ ଚାହୁଁଥିବେ, ସେ ତାହାକୁ ପ୍ରତ୍ୟାହାର କରିପାରିବେ। ଅକ୍ଟୋବର ୧୦ ତାରିଖ ଅପରାହ୍ନ ୩ ଘଟିକାରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। ଅକ୍ଟୋବର ୧୪ ତାରିଖରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ 'Why I Stand For' ମିଟିଙ୍ଗ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ ତାରିଖ ସକାଳ ୮ ଘଟିକାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ। ଭୋଟିଙ୍ଗ ପରେ ଅକ୍ଟୋବର ୧୫ ତାରିଖ ଦିନ ହିଁ ଭୋଟ ଗଣତି ହେବା ସହ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ ତାରିଖ ଦିନ ବିଜୟୀ ଛାତ୍ରନେତାଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

powered by social2s

ନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ

Details
Odia Ray Admin
ଓଡିଶା
07 October 2026

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ଦ୍ୱାରା ପୋଲିସ ଅଧିକାରୀମାନଙ୍କ ସହଯୋଗରେ ଅକ୍ଟୋବର ପହିଲାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ ଚାଲୁ ରହିଛି । ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କ ଦ୍ୱାରା ସମଗ୍ର ରାଜ୍ୟର ବିଭିନ୍ନ ହୋଲସେଲ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବ୍ୟାପକ ଚଢ଼ାଉ କରାଯାଉଛି। ଚଢ଼ାଉ ସମୟରେ ଆଲ୍ପ୍ରାଜୋଲାମ୍ (Alprazolam), ନାଇଟ୍ରାଜେପାମ୍ (Nitrazepam), ପେଣ୍ଟାଜୋସିନ୍ (Pentazocine), ଟ୍ରାମାଡୋଲ୍ (Tramadol) ଇତ୍ୟାଦି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସକ୍ରିପ୍ସନ୍ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ, ତାହା ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଛି। ଏଥିମଧ୍ୟରୁ ୧୩୭ଟି ପ୍ରତିଷ୍ଠାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ, ୧୯୪୦ ଏବଂ ଏହା ଅଧୀନରେ ପ୍ରଣୀତ ନିୟମାବଳୀର ଉଲ୍ଲଂଘନ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ାଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୯,୭୦,୦୦୦ ଟଙ୍କା ଅଟେ । ସେହିପରି, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା, ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସବିହୀନ ପ୍ରତିଷ୍ଠାନରୁ ପ୍ରାୟ ୧,୯୨,୦୦୦ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି । ଏହି ଘଟଣାଗୁଡ଼ିକରେ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

powered by social2s

ଚିଲିକା ମଝିରେ ଅଟକିଲା ଡଙ୍ଗା, ଫସିଲେ ୫୦ରୁ ଅଧିକ ଯାତ୍ରୀ

Details
Odia Ray Admin
ଓଡିଶା
07 October 2026

କୃଷ୍ଣପ୍ରସାଦ: ଚିଲିକା ମଝି ମହିଁଷା ଗାଁ ନିକଟରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି। ଯାତ୍ରୀବାହୀ ଡଙ୍ଗାରେ ୫୦ରୁ ଅଧିକ ଲୋକ ଓ ୨୦ଟି ବାଇକ୍ ରହିଛନ୍ତି। ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାଉଥିଲା ଡଙ୍ଗା। ଚିଲିକାରେ ପ୍ରବଳ ପାଣି ଥିବାରୁ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

powered by social2s

ଓଡ଼ିଶାରେ ବନ୍ଦ ପାଳନକୁ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

Details
Odia Ray Admin
ଓଡିଶା
07 October 2026

ଭୁବନେଶ୍ୱର : ଆସନ୍ତା ୮ ଅକ୍ଟୋବରରେ ରାଜନୈତିକ ଦଳ ପକ୍ଷରୁ ଓଡିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆଜି ସନ୍ଧ୍ୟାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମ୍ଭାବ୍ୟ ବନ୍ଦ ପରିସ୍ଥିତିରେ ଆଇନ-ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ବ୍ୟବସ୍ଥା ଓ ସରକାରୀ ତଥା ଜନସାଧାରଣଙ୍କ ସମ୍ପତ୍ତିର ସୁରକ୍ଷା ଉପରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମସ୍ତ ଥାନା ଅଞ୍ଚଳରୁ ସୂଚନା ସଂଗ୍ରହ କରି ସ୍ଥାନୀୟ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସମସ୍ତ ଜିଲ୍ଲା ଏସ୍‌ପିମାନଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରାଜପଥ, ଜାତୀୟ ରାଜପଥ, ରେଳ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ପାଟ୍ରୋଲିଂ ଓ ନାକା ଚେକିଂ ବୃଦ୍ଧି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ପ୍ରମୁଖ ସ୍ଥାନ ଚିହ୍ନଟ କରି ସେଠାରେ ଆଗୁଆ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ ଏବଂ ଗୁଇନ୍ଦା ସୂଚନାକୁ ସୁଦୃଢ଼ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ବନ୍ଦ ସମୟରେ କୌଣସି ପ୍ରକାର ହିଂସା, ଭଙ୍ଗାରୁଜା, ବଳପୂର୍ବକ ଦୋକାନ ବଜାର ବନ୍ଦ କିମ୍ବା ସାଧାରଣ ଯାତାୟାତରେ ବାଧା ସୃଷ୍ଟି ଯେପରି ନହୁଏ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲା ଏସ୍‌ପି ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଓ ଦୃଢ଼ ଆଇନଗତ ପଦକ୍ଷେପ ନେବା ଦିଗରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀମାନେ ସମ୍ବେଦନଶୀଳ ଅଞ୍ଚଳରେ ନିରନ୍ତର ନଜର ରଖିବା ସହ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଥିଲା। ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସମସ୍ତ ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର, ଡିଆଇଜିପି (କାର୍ମିକ) ଶ୍ରୀ ଯୁଗଳ କିଶୋର କୁମାର ବନୋଥ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ମଡ଼କର ସନ୍ଦୀପ ସମ୍ପଦ, ଏସପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିବେକାନନ୍ଦ ଶର୍ମା, ଏଆଇଜିପି( ଆଇନ ଓ ଶୃଙ୍ଖଳା) ଶ୍ରୀ ପ୍ରଭାଶଙ୍କର ନାୟକ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ସମସ୍ତ ରେଞ୍ଜର ଆଇଜି/ଡିଆଇଜି, ସମସ୍ତ ଜିଲ୍ଲାର ଏସ୍‌ପି, ଡିସିପି ଭୁବନେଶ୍ୱର, ଡିସିପି କଟକ ଏବଂ ଏସ୍‌ଆର୍‌ପି କଟକ ଓ ରାଉରକେଲା ପ୍ରମୁଖ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।

powered by social2s

ପୋଖରୀରେ ବୁଡ଼ି ୨ ନାବାଳକ ମୃତ

Details
Odia Ray Admin
ଓଡିଶା
07 October 2026

ରାୟଗଡ଼ା: ବଡ଼ନାୟକଗୁଡ଼ା ଗାଁରେ ପୋଖରୀରେ ବୁଡ଼ି ୨ ସାଙ୍ଗ ପ୍ରାଣ ହରାଇଛନ୍ତି। ସ୍କୁଲ୍‌ ଯିବା ପୂର୍ବରୁ ଶାନ୍ତିନଗର ବନ୍ଧକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ୨ ନାବାଳିକ। ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ସପ୍ତମ ଶ୍ରେଣୀରେ ପଢୁଥିଲେ। ଖବର ପାଇ ତଦନ୍ତ ଆରମ୍ଭ କରିଛି କଲ୍ୟାଣସିଂହପୁର ପୋଲିସ।

powered by social2s

ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

Details
Odia Ray Admin
ଓଡିଶା
06 October 2026

ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ, ସେ ନେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚେ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିବା ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ଜିଲ୍ଲାମାନଙ୍କରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ଦିନ ପ୍ରାର୍ଥୀମାନଙ୍କର ନୋମିନେସନ୍‌ ଫାଇଲିଂ ଥିବାବେଳେ ଅକ୍ଟୋବର ୧୫ ତାରିଖ ଦିନ ନିର୍ବାଚନ ହେବା ସହ ନିର୍ବାଚନର ଫଳାଫଳ ଘୋଷଣା ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ହିଂସା ବା ବିଶୃଙ୍ଖଳା ପରିସ୍ଥିତି ନ ଉପୁଜେ, ତାହାକୁ ଜିଲ୍ଲାପାଳ ଓ ଏସ୍‌ପିମାନେ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନଗୁଡିକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଅନୁଯାୟୀ ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ରମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି। ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ,ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଛାତ୍ର ସଂସଦ ନିର୍ବାଚନର ସମୟ ସାରଣୀ ଓ ନିୟମାବଳୀ ଉପରେ ଆଜିର ବୈଠକରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ନିର୍ବାଚନ ପରିଚାଳନାର ଏସ୍‌ଓପି ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥିସହ ନିର୍ବାଚନ ସମୟରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଓ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀକୁ ପାଳନ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ପୋଲିସ ଡିଜି ଶ୍ରୀ ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର. ପି. କୋଚେ କହିଥିଲେ ଯେ, ନୋମିନେସନ୍‌ ଫାଇଲିଂ ପୂର୍ବରୁ ଏସ୍‌ପିମାନେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରିଦର୍ଶନ କରିବେ। ନୋମିନେସନ୍‌ ଫାଇଲିଂ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ଓ ନିର୍ବାଚନ ପରବର୍ତ୍ତୀ ସମୟର କଲେଜ ବାତାବରଣକୁ ଅନୁଧ୍ୟାନ କରିବା ସହ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତିକୁ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପୂର୍ବ ବର୍ଷମାନଙ୍କରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ରିପୋର୍ଟ ଅନୁଯାୟୀ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହା ଉପରେ ବିଶେଷ ଭାବେ ଧ୍ୟାନ ଦେଇ ଚଳିତ ବର୍ଷ ପ୍ରସ୍ତୁତି କରିବାକୁ ଆଜିର ବୈଠକରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ସୁନିଶ୍ଚିତ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ବଜାୟ ରଖିବା ହେଉଛି ଆମର ପ୍ରାଥମିକତା । ଏହାକୁ ଧ୍ୟାନରେ ରଖି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗରେ, ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମୌସୁମୀ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

powered by social2s

More Articles ...

  1. ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
  2. ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ
  3. ୩ ଦିନ ଯାଏ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି
Page 38 of 2249
  • Start
  • Prev
  • 33
  • 34
  • 35
  • 36
  • 37
  • 38
  • 39
  • 40
  • 41
  • 42
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.