• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
29
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

Details
Odia Ray Admin
ଓଡିଶା
18 April 2025

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କଲଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଥିବା ସୂଚନା। ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଦଳିଦେଲା ଦନ୍ତା। ମୃତକ କଲଣ୍ଡା ଗାଁର ୬୦ ବର୍ଷୀୟ ଛବି ଦେହୁରୀ। ଗତକାଲି ଅନୁଗୁଳରେ ଜଣଙ୍କ ଜୀବନ ନେଇଥିଲା ହାତୀ।

powered by social2s

ଏପ୍ରିଲ ୨୦ ରୁ ବଢ଼ିବ ତାତି

Details
Odia Ray Admin
ଓଡିଶା
18 April 2025

ଭୁବନେଶ୍ୱର: ଏପ୍ରିଲ ୨୦ ତାରିଖରୁ ଓଡ଼ିଶାରେ ବଢ଼ିବ ତାତି। ଉସ୍ମ ବାୟୁ ପ୍ରଭାବ ଯୋଗୁଁ ରାଜ୍ୟରେ ବଢ଼ୁଛି ତାତି। ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ପଶ୍ଚିମ ଦିଗରୁ ବହିବ ପବନ। ଆସନ୍ତା ୨୩ ଓ ୨୪ ବେଳକୁ କିଛି ସ୍ଥାନରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ। ଆଜି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨ ଦିନ କାଳବୈଶାଖୀ ଲାଗି ରହିବା ନେଇ ଆକଳନ କରାଯାଇଛି।

powered by social2s

ମାନବିକତା ଦେଖାଇଲେ "ମୋ ପରିବାର"ର ପ୍ରତିଷ୍ଠାତା

Details
Odia Ray Admin
ଓଡିଶା
17 April 2025

ଜଟଣୀ: (ଶୁଭେନ୍ଦ୍ର ଶତପଥୀ)ସଦାସର୍ବଦା"ମୋ ପରିବାର" ନିଆରା ପ୍ରୟାସ କରିଚାଲିଛି ସେଥିପାଇଁ ଅନେକ ସ୍ଥାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛି l ରବିବାର ଦିନ "ମୋ ପରିବାର"ର ପ୍ରତିଷ୍ଠାତା ସମାଜସେବୀ ଶୁଭେନ୍ଦ୍ର ଶତପଥୀ ଘୋରଡ଼ିଆରେ ଚାଲିଥିବା କୁଞ୍ଜ ମେଳଣରୁ ସମ୍ବର୍ଦ୍ଧିତ ହେବା ପରେ ନିଜ ମୋଟର ସାଇକେଲରେ ଅନ୍ଧାର ରାତି ବର୍ଷା ଘଡଘଡ଼ି ଭୟଭିତ ହୋଇ ଆସିବା ବାଟରେ କିଛି ଲୋକଙ୍କୁ ଜଟଣୀ ରାସ୍ତା ପଚାରିଥିଲେ କେହି ଶୁଣି ନଥିଲେ l ଘୋରଡିଆରୁ କିଛି ବାଟ ଜଟଣୀ ନଦୀବନ୍ଧ ଦେଇ ଆସିବାକୁ ପଡେ ପ୍ରଥମ କରି ସେ ଏକା ଯାଇଥିଲେ l କିଛି ସମୟ ପରେ ନଦୀବନ୍ଧରେ ଏକ ସ୍କୁଟି ଅଟକି ଥିଲା ସେ ଜଟଣୀକୁ ଯିବା ରାସ୍ତା ଟି କହିଥିଲେ l ଶ୍ରୀ ଶତପଥୀ ଧନ୍ୟବାଦ ଦେଇ ଯେତେବେଳେ ମୋଟର ସାଇକେଲ ଷ୍ଟାଟ କରି ବାହାରିଲେ ସେହି ସମୟରେ ସ୍କୁଟି ଟି ଷ୍ଟାଟ ହୋଇ ନ ଥିଲା ତେଣୁ ସେ ପାଖକୁ ଯାଇ ଦେଖିଥିଲେ ଜଣେ ଯୁବତୀ ଥିଲେ ପାଖ ଗ୍ରାମର ସେହି ଠାରୁ ୭ରୁ୮କିଲୋମିଟର ହେବ ସେ ବହୁ ଚେଷ୍ଟା କରିଥିଲେ କିନ୍ତୁ ସ୍କୁଟି ଷ୍ଟାଟ ହୋଇ ନ ଥିଲା l ନଦୀବନ୍ଧ,ଅନ୍ଧାର ରାତି ଗୋଟେ ଝିଅ ତେଣୁ ଶ୍ରୀ ଶତପଥୀଙ୍କ ମନରେ ଅନେକ ଭୟଙ୍କର ପ୍ରଶ୍ନ ହେଉଥାଏ ତଥାପି ମନରେ ସାହସ କରି ସେ ବାଟରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ଯୁବତୀଙ୍କୁ ଘରକୁ ଫୋନ କରି ଡାକିବାକୁ କହିଥିଲେ କିନ୍ତୁ ଦୁଃଖର ବିଷୟ କେହି ଶୁଣି ନ ଥିଲେ କି ଯୁବତୀଙ୍କ ଘରୁ ଆସିବାକୁ କେହିବି ନ ଥିଲେ l ୨୦ ମିନିଟ ପରେ ସେହି ବାଟ ଦେଇ ଯିବା ସମୟରେ ଜଣେ ଯୁବକଙ୍କ ଫୋନ ଆସିବାରୁ ସେ ଅଟକି ଫୋନରେ କଥା ହେଉଥିବା ସମୟରେ ସେ ବିକଳ ହୋଇ ଡାକିଥିଲେ l ଶ୍ରୀ ଶତପଥୀଙ୍କ କଥା ଶୁଣି ଆସିଥିଲେ l ଯୁବକଙ୍କ ସହଯୋଗରେ ପୁଣି ଘୋରଡ଼ିଆ ଫେରିଥିଲେ ଏବଂ ଗ୍ୟାରେଜରେ ସ୍କୁଟିକୁ କାମକରିବାକୁ ଦେଇଥିଲେ ଯେ ହେତୁ କାମ କାଲି ହେବ କହିବାରୁ ସେ ଯୁବତୀଙ୍କୁ ତାଙ୍କ ଘରକୁ ଛାଡିବାକୁ ଅନୁରୋଧ କରିଥିଲେ ଯେ ହେତୁ ସେ ଯୁବକ ପାଖ ଗାଁ ର ଥିଲେ l ଘଡ ଘଡି,ବର୍ଷା ଅନ୍ଧାର ରାତି ୧୫ କିଲୋମିଟର ଶ୍ରୀ ଶତପଥୀ ମନରେ ସାହସ ଓ ଭଗବାନଉପରେ ଦୃଢ଼ ବିଶ୍ୱାସ ମା"ଙ୍କୁ ଡାକିଡାକି ପହଞ୍ଚିଥିଲେ ଘରେ ଏବଂ ଉଭୟ ଭଲରେ ଘରେ ପହଞ୍ଚି ଥିବାର ଶ୍ରୀ ଶତପଥୀ ଫୋନ କରି ବୁଝି ଥିଲେ।

powered by social2s

ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀ ଅନୁଷ୍ଠିତ; ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Details
Odia Ray Admin
ଓଡିଶା
17 April 2025

ଭୁବନେଶ୍ୱର: ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଜାତୀୟ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ଓଡିଶାରେ ଶିକ୍ଷାର ବିକାଶ କରି ଡ. ମହତାବ ପ୍ରମାଣିତ କରି ଦେଇଥିଲେ ଯେ, ଆତ୍ମବିଶ୍ୱାସ ସହ ଜ୍ଞାନର ସଂଯୋଗ ରହିବା ନିହାତି ଆବଶ୍ୟକ । ହୀରାକୁଦ ବନ୍ଧ ନିର୍ମାଣ ହେଉ, ଅବା ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରିବା ହେଉ, ସବୁଥିରେ ତାଙ୍କ ଅବଦାନକୁ ଇତିହାସ ସବୁବେଳେ ମନେ ରଖିବ। ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାରାଷ୍ଟ୍ରର ଅହମଦ ନଗର ଜେଲରେ ଥିବା ବେଳେ ସେ ଓଡିଶାରେ ନୂତନ ସୂର୍ଯ୍ୟୋଦୟର ସ୍ୱପ୍ନ ଦେଖିଥିଲେ ବୋଲି ଶ୍ରୀ ଗଡକରୀ ନିଜ ଅଭିଭାଷଣରେ କହିଥିଲେ। ସେ ପୁଣି କହିଥିଲେ ଯେ, ବିକାଶ ପାଇଁ କେବଳ ବ୍ୟକ୍ତିଗତ ପ୍ରୟାସ ନୁହେଁ, ସାମୁହିକ ପ୍ରୟାସ ଆବଶ୍ୟକ। ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ଦୃଢ ଇଚ୍ଛା ଶକ୍ତି ଆବଶ୍ୟକ । ଯଦି ଇଚ୍ଛା ଥିବ ବାଟ ଆପେ ମିଳିବ । ଦେଶରେ ଅର୍ଥ ଓ ଜ୍ଞାନକୌଶଳର ଅଭାବ ନାହିଁ । ପ୍ରତ୍ୟେକ ପ୍ରକଳ୍ପର ସଫଳତା ପାଇଁ ଇଚ୍ଛା ଶକ୍ତିର ଆବଶ୍ୟକତା ଅଛି । ଜଳ, ଶକ୍ତି, ପରିବହନ ଓ ଯୋଗାଯୋଗ, ଏହି ୪ଟି ମୂଳ ବିନ୍ଦୁ ଦ୍ୱାରା ଓଡିଶାର ବିକାଶ ସମ୍ଭବ । ଅସମ୍ଭବ ଶବ୍ଦ ମଧ୍ୟରେ ସମ୍ଭବକୁ ଖୋଜିବା ହିଁ ବିକାଶ । ଆଜିକାଲି ସମସ୍ତେ ଗାଁରୁ ସହର ଆଡକୁ ମୁଁହାଇଛନ୍ତି । କିନ୍ତୁ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ମୋତେ ଗାଁକୁ ରାସ୍ତା ନିର୍ମାଣର ଦାୟିତ୍ୱ ଦେଇଥିଲେ। ଆଜି ଆମେ କେବଳ ସ୍ମାର୍ଟ ସହର ନୁହେଁ, ସ୍ମାର୍ଟ ଭିଲେଜ ମଧ୍ୟ ବନାଇବାକୁ ଯାଉଛୁ। ଏଣୁ ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ। ଏହି ସଂସ୍କାର ବ୍ୟକ୍ତିର ବ୍ୟକ୍ତିତ୍ୱକୁ ବିକାଶ କରେ ଏବଂ ଡ. ମହତାବ ନିଜ କଲମ ମୁନରୁ ଏହା ଶିକ୍ଷା ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଡକ୍ଟର ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ମହାନ୍ ସ୍ୱାଧିନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, କୁଟନୀତିଜ୍ଞ, ସାହିତ୍ୟିକ, ସାମ୍ୱାଦିକ ଓ ଐତିହାସିକ ଥିଲେ। ସେ ଥିଲେ ଯଥାର୍ଥରେ ଆଧୁନିକ ଓଡିଶାର ନିର୍ମାତା। ଆଜି ଆମେ ଯେଉଁ ଓଡ଼ିଶାର ସ୍ୱରୂପ ଦେଖୁଛେ, ସେ ସ୍ୱରୂପକୁ ସାକାର କରିଥିଲେ ଡଃ ମହତାବ୍। ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଓ ଡଃ ମହତାବଙ୍କ ଉଦ୍ୟମରେ ୨୬ ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶିଲେ ଏବଂ ଓଡ଼ିଶାର କ୍ଷେତ୍ରଫଳ ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଲା। ଡଃ ମହତାବଙ୍କ ବୁଦ୍ଧି, ଜ୍ଞାନ ଓ ନିଷ୍ଠାପର ଉଦ୍ୟମ ପାଇଁ ଏହା ସଫଳ ହୋଇଥିଲା। ସେଥିପାଇଁ ତାଙ୍କୁ ଓଡିଶାର ସର୍ଦ୍ଦାର ପଟେଲ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାବାସୀଙ୍କ ହୃଦୟରେ ଡ. ମହତାବ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଥିଲେ ଯେ, ଡ. ମହତାବ ଥିଲେ ଓଡିଶାର ଏକ ବହୁମୁଖୀ ସ୍ୱୟଂ ସଂପୂର୍ଣ୍ଣ ଅନୁଷ୍ଠାନ। ପ୍ରଜାତନ୍ତ୍ର ଖବର କାଗଜ ମାଧ୍ୟମରେ ଡ. ମହତାବ ଓଡିଶାରେ ସାମ୍ବାଦିକତାକୁ ଏକ ନୂଆ ରୂପ ଦେଇଥିଲେ। ଓଡ଼ିଶା ପାଇଁ ତାଙ୍କର ତିନୋଟି ଶ୍ରେଷ୍ଠ ଅବଦାନ ହେଉଛି ଓଡ଼ିଶାରେ ଗଡଜାତ ରାଜ୍ୟ ଗୁଡ଼ିକର ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା ଓ ହୀରାକୁଦ ବନ୍ଧ ସ୍ଥାପନ। ଏହା ସହିତ, ଓଡିଶା ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଲଳିତ କଳା ଏକାଡେମୀ, ରବୀନ୍ଦ୍ର ମଣ୍ଡପ, କଟକରେ ରେଡିଓ ଷ୍ଟେସନ, ହାଇକୋର୍ଟ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, ଓଡିଶା ପବ୍ଲିକ ସର୍ଭିସ କମିଶନ ଇତ୍ୟାଦି ପାଇଁ ଡ. ମହତାବ ଚିର ସ୍ମରଣୀୟ ହୋଇ ରହିବେ। ରାଜ୍ୟ ସରକାର ଡ. ମହତାବଙ୍କ ସ୍ମୃତିକୁ ପୁନଃ ଉଜ୍ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀ ୨୦୨୪ ନଭେମ୍ୱର ୨୧ ଠାରୁ ଏକବର୍ଷ ବ୍ୟାପୀ ପାଳନ କରାଯାଉଛି। ଏଥିପାଇଁ ଏକ କମିଟି ଗଠନ କରାଯାଇ ଡ. ମହତାବଙ୍କ କୀର୍ତ୍ତିକୁ ସ୍ମରଣୀୟ କରି ରଖିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ଡ. ମହତାବଙ୍କ ୧୨୫ ତମ ଜନ୍ମବାର୍ଷିକୀକୁ ପାଳନ କରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଉଦ୍‍ଘାଟନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଡ. ମହତାବଙ୍କ ସ୍ମୃତିରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ଗଠନ, ତାଙ୍କ ଜନ୍ମପୀଠ ଆଗରପଡ଼ା ଠାରେ ଏକ ସ୍ମୃତି ସ୍ମାରକୀ ଓ ବ୍ୟାଖାନ କେନ୍ଦ୍ର ପ୍ରତିଷ୍ଠା; ଭୁବନେଶ୍ୱର, ହୀରାକୁଦ ଓ ହଦଗଡ଼ ଠାରେ ମହତାବ ସ୍ମାରକୀ ନିର୍ମାଣ ଆଦି ଅନେକ ପଦକ୍ଷେପ ନିଆଯିବ । ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ତାଙ୍କ ନାମରେ ଓଡ଼ିଆ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ସହିତ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ ତାଙ୍କ ନାମରେ ନାମିତ କରାଯିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ କହିଥିଲେ ଯେ, ଓଡିଶାର ବିକାଶ ପାଇଁ ଡ. ମହତାବଙ୍କ ଆକାଂକ୍ଷା, ଅଭିଳାଷ ଅନେକ ଥିଲା। ଆଜି ଏହାକୁ ସଫଳ ରୂପାୟନ ଦେବା ପାଇଁ ତାଙ୍କ ଦୂରଦୃଷ୍ଟିକୁ ପାଥେୟ କରି ଆମେ ଏକ ସମୃଦ୍ଧ ଓଡିଶା ଗଠନ କରିପାରିବୁ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଞ୍ଚାସୀନ ଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ୍ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଡ. ହରେକୃଷ୍ଣ ମହତାବଙ୍କର ଜୀବନୀ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରିବା ସହ ଏହାର ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ 'ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି 'ର ସଦସ୍ୟ

Details
Odia Ray Admin
ଓଡିଶା
17 April 2025

ଭୁବନେଶ୍ୱର : ବିଶିଷ୍ଟ ଜନନାୟକ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ଗଠିତ 'ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି'ର ସଦସ୍ୟ ଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନେ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ବିଷୟରେ ଆଲୋଚନା କରିଛନ୍ତି। *ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ସହିତ ତାଙ୍କ ନାମରେ ଏକ ସଡ଼କକୁ ନାମିତ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ।* ଏହିସବୁ ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଏହି କମିଟିର ସଦସ୍ୟ ଭାବେ ଶ୍ରୀ ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ, ଶ୍ରୀ ଆର୍ଯ୍ୟ କୁମତ ଜ୍ଞାନେନ୍ଦ୍ର, ଶ୍ରୀ ଯଜ୍ଞେଶ୍ଵର ବାବୁ, ଶ୍ରୀ ଅନନ୍ତ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

powered by social2s

୪ ହଜାର ୧୭୩ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶୁଭାରମ୍ଭ କଲେ ନିତିନ ଗଡ଼କରୀ

Details
Odia Ray Admin
ଓଡିଶା
17 April 2025

ଭୁବନେଶ୍ୱର: ଆଜି ଓଡ଼ିଶାରେ ବିଭିନ୍ନ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଡବଲ ଇଞ୍ଜିନ ସରକାରର କାର୍ଯ୍ୟଶୈଳୀର ପ୍ରଭାବ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ବାରମ୍ୱାର କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ବିକାଶର ଗତି ଦୁଇଗୁଣ ହେବ। ଆଜି ବାସ୍ତବରେ ତାହା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଓଡ଼ିଶା ପାଇଁ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ଦେଇଥିଲେ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ତୁରନ୍ତ ସଭା ଉପରେ ସେହି ପ୍ରକଳ୍ପ ଗୁଡ଼ିକ ମଞ୍ଜୁର ହେଲା ବୋଲି ଘୋଷଣା କରିଥିଲେ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୮୪୫ କୋଟିରେ ଦୁଇଟି ସଡ଼କ ପ୍ରକଳ୍ପର ଲୋକାର୍ପଣ, ୩୩୩୨ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଭୂମିପୂଜନ କରାଯାଇଛି। ଏହାଦ୍ୱାରା ଓଡ଼ିଶାରେ ବିକାଶର ଗତି ତ୍ୱରାନ୍ୱିତ ହେବ ବୋଲି ବକ୍ତାମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ୧୩ ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକର ମୁଲ୍ୟ ୯୦୨୩ କୋଟି ଟଙ୍କା। ଏହି ପ୍ରକଳ୍ପ ଗୁଡ଼ିକ ହେଲା – ୧ - କନକତୋରା-ଝାରସୁଗୁଡା ରାସ୍ତା ୪ ଲେନ ବିଶିଷ୍ଟ ହେବ। ୬୮ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ୱାରା ଏହି ସଡ଼କରେ ୧୧ଟି ବ୍ଲାକ୍‍ ସ୍ପଟ୍‍ ଦୂର ହେବ। ଯାତ୍ରା ସମୟ ୩ ଘଣ୍ଟାରୁ କମି ୧ ଘଣ୍ଟା ହେବ। ୨ – ବଡରମା ବନ୍ୟଜୀବ କ୍ଷେତ୍ରରେ ୪ ଲେନ୍‍ ବିଶିଷ୍ଟ ରାସ୍ତା ହେବ । ୨୭ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୫୦ କୋଟି ଟଙ୍କା ବିନିଯୋଗ ହେବ। ୩ - ପୁରୀ-କୋଣାର୍କ ଲିଙ୍କ ରୋଡ଼ ୪ ଲେନ ବିଶିଷ୍ଟ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୮୦୦ କୋଟି ଟଙ୍କା ବିନିଯୋଗ ହେବ। ୪ - ଭଞ୍ଜପୁର-ତେଲବଣୀ ରାସ୍ତା ୪ ଲେନ ହେବ । ୨୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୫୧୦ କୋଟି ବିନିଯୋଗ ହେବ। ୫ – ମୋହନାରୁ - କୋରାପୁଟ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୦୨ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୫୨୬ କୋଟି ବିନିଯୋଗ ହେବ। ୬ - କୋଟାରୁ - ମୋଟୁ ପର୍ଯ୍ୟନ୍ତ ରାସ୍ତା ହେବ । ୧୮୬ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୬୦୦ କୋଟି ବିନିଯୋଗ ହେବ। ୭ - ଦେବଗଡ଼ – ଖେରାପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୭୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୪୭୨ କୋଟି ବିନିଯୋଗ ହେବ। ୮ - ଅଙ୍ଗ ନଦୀ ଉପରେ ୨ ଲେନ ବିଶିଷ୍ଟ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୩୫୦ କୋଟି ବିନିଯୋଗ ହେବ। ୯ – ପୋଡମାରୀ – ମୋହନା ପର୍ଯ୍ୟନ୍ତ ରାସ୍ତା ୨ ଲେନ ହେବ । ୨୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୩୫୦ କୋଟି ଟଙ୍କା ବିନିଯୋଗ ହେବ। ୧୦ – କଳାହାଣ୍ଡି ଜିଲ୍ଲାରେ ତେଲ ନଦୀ ଉପରେ ସେତୁ । ୨ କିଲୋମିଟର ବିଶିଷ୍ଟ ଏ ସେତୁ ପାଇଁ ୯୨ କୋଟି ଟଙ୍କା ବିନିଯୋଗ ହେବ। ୧୧ – ସୋନପୁରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୯ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୮ କୋଟି ଟଙ୍କା ବିନିଯୋଗ ହେବ। ୧୨ - ଆସ୍କା ସହରରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୧୧ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୭୫ କୋଟି ଟଙ୍କା ବିନିଯୋଗ ହେବ। ୧୩ – କୋଲାବିରାରେ ୨ ଲେନ ବିଶିଷ୍ଟ ବାଇପାସ୍‍ । ୫ କିଲୋମିଟର ବିଶିଷ୍ଟ ଏ ରାସ୍ତା ପାଇଁ ୧୨୦ କୋଟି ଟଙ୍କା ବିନିଯୋଗ ହେବ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶ୍ରୀ ଗଡକରୀ କହିଲେ ଯେ, ଓଡ଼ିଶାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସଡକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେ କହିଥିଲେ ଯେ, ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇସାରିଛି। ବର୍ତ୍ତମାନ ୬୦ ହଜାର କୋଟି ଟଙ୍କାର କାମ ଚାଲିଛି ଏବଂ ଅଳ୍ପ କିଛିଦିନ ମଧ୍ୟରେ ଆଉ ୭୫ ହଜାର କୋଟି ଟଙ୍କାର (Upcoming Projects) କାମ କରାଯିବ। ଆଗାମୀ ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ । ସଭାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (CRIF) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀ ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ। ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ । ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା। ସେ କହିଥିଲେ ଯେ, ଓଡ଼ିଶାରେ ନୂଆ ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶର ଗତିରେ ତ୍ୱରଣ ଆସିଛି। ଓଡ଼ିଶା ସରକାର ଓଡ଼ିଶାର ବିକାଶ ପାଇଁ ଯାହା ବି ପ୍ରସ୍ତାବ ଦେବେ, ତାହା ତୁରନ୍ତ ମଞ୍ଜୁର ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ ଯେ, କୌଣସି ଅଞ୍ଚଳର ବିକାଶର ଦର୍ପଣ ହେଉଛି ଏହାର ରାସ୍ତା। ତେଣୁ ଆମେ ଓଡ଼ିଶା ବିକାଶ ପାଇଁ ଯେଉଁ ସଂକଳ୍ପ ନେଇଛୁ ସେଥିପାଇଁ ଆମେ ଆମର ସଡକ ଭିତ୍ତିଭୂମିକୁ ସୁଦୃଢ଼ କରିବୁ। ସେ କହିଥିଲେ ଯେ, ପୁଞ୍ଜି ଆକର୍ଷଣରେ ଓଡ଼ିଶା ଅଭୁତପୂର୍ବ ସଫଳତା ହାସଲ କରିଛି। ଏହି ସବୁ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସୁଦୃଢ଼ ଭିତ୍ତିଭୂମି ଆବଶ୍ୟକ। ତେଣୁ ଭିତ୍ତିଭୂମି ଉପରେ ଗୁରୁତ୍ବାରୋପ କରାଯାଉଛି। ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଗଠନ ପାଇଁ ବିଲ୍‍ ପାସ୍‍ କରାଯାଇଛି। ଆସନ୍ତା ୫ ବର୍ଷରେ ଓଡ଼ିଶାରେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସହରରୁ ପଞ୍ଚାୟତ ପର୍ଯ୍ୟନ୍ତ ସବୁ ରାସ୍ତାର ଉନ୍ନତିକରଣ କରାଯିବ। ସେ କହିଲେ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଭରସା ଦେଇଛନ୍ତି ଯେ ଓଡିଶାର ସବୁ ପ୍ରସ୍ତାବକୁ ଗ୍ରହଣ କରାଯିବ। ତେଣୁ ଆମେ ଯେଉଁ ପ୍ରସ୍ତାବ ଦେଇଛୁ ତା ସହିତ ଆଗାମୀ ଦିନରେ ଆହୁରି ଅଧିକ ପ୍ରସ୍ତାବ ଅନୁଧ୍ୟାନ କରି ଦିଆଯିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ, ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଅନ୍ୟ ସାଂସଦ ଓ ବିଧାୟକମାନେ ଯୋଗ ଦେଇଥିଲେ ।

powered by social2s

ଓଡ଼ିଶା ପୋଲିସ୍ ଦରମା ବୃଦ୍ଧି

Details
Odia Ray Admin
ଓଡିଶା
17 April 2025

ଭୁବନେଶ୍ଵର: ଓଡ଼ିଶା ପୋଲିସ୍ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ସ୍ଵତନ୍ତ୍ର ଷ୍ଟ୍ରାଇକିଙ୍ଗ ଫୋର୍ସରେ ନିଯୁକ୍ତ କର୍ମଚାରୀଙ୍କ ଦରମା ୩୦,୦୦୦ ରୁ ବଢ଼ି ହେଲା ୪୫,୦୦୦ ଟଙ୍କା। ରାଜ୍ୟ ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ଶାଖା ସୁଦୃଢ଼ କରିବାକୁ ନିଆଯାଇଛି ନିଷ୍ପତ୍ତି। ରାଜ୍ୟ ଟ୍ରାଫିକ୍ ରେ ୨୦୦୦ ନୂଆ ପଦବୀ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।

powered by social2s

More Articles ...

  1. ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ୨୮ତମ ତିରୋଧାନ ଦିବସ
  2. ଓଡ଼ିଶାରେ ଶବ ପରିବହନ ପାଇଁ ରହିବ କଲ୍ ସେଣ୍ଟର
  3. ଆୟୁଷ୍ମାନ ଭାରତ କାର୍ଡ ବାଣ୍ଟୁଥିବା ଆଶା କର୍ମୀ ଓ ଅନ୍ୟମାନଙ୍କୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
Page 470 of 2257
  • Start
  • Prev
  • 465
  • 466
  • 467
  • 468
  • 469
  • 470
  • 471
  • 472
  • 473
  • 474
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.