• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
29
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Nov 28 2026

      କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

କିଛି ଖୁସି ମୁହୂର୍ତ୍ତ ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ସହିତ

Details
Odia Ray Admin
ଓଡିଶା
20 April 2025

ଭୁବନେଶ୍ୱର: କିଛି ଖୁସି ମୁହୂର୍ତ୍ତ ଅବହେଳିତ ଗୁରୁଜନ ଓ ଛୋଟ ପିଲା ମାନଙ୍କ ସହିତ। ଅଭିଜ୍ଞ ଡାକ୍ତର ମାନକ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମେଡ଼ିସିନ ଡାକ୍ତର ବିଭୁ ପ୍ରସାଦ ପ୍ରଧାନ ଙ୍କ ପରାମର୍ଶ,ଆୟୁର୍ବେଦ ଡାକ୍ତର ପରାମର୍ଶ ଓ ଡେଣ୍ଟିଷ୍ଟ, ରକ୍ତ ପରୀକ୍ଷା, ଆଖି ପରୀକ୍ଷା,ଶ୍ୱାସ ନଳୀ ପରୀକ୍ଷା, ହୋମିଓପାଥି ଡ଼ ରବୀନ କର ଙ୍କ ପରାମର୍ଶ ଅନୁଯାଇ ଔଷଧ ମାଗଣା ବଣ୍ଟନ, କାର୍ଯ୍ୟକ୍ରମ ଆଜି ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ଓ଼ଲ୍ଡ ଏଜ ହୋମ, ଗଡ଼ ଗୋପୀନାଥ ପ୍ରସାଦ କଲୋନୀ, ପାଣ୍ଡରା ଭୁବନେଶ୍ୱର ଠାରେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଓ ଓଡିଶୀ ଫାଉଣ୍ଡେସନ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୬୩ ଜଣ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡ଼ ନାରାୟଣ ମହାପାତ୍ର, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ,ଅକ୍ଷୟ ସାହୁ, ବିଜୟ ପଣ୍ଡା ଓ ସୋନାଲିଶା ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଚିତ୍ର ଖୁଣ୍ଟିଆ, ଡ଼ ସୁଶୀଲ ପଟ୍ଟନାୟକ, ଶ୍ରୀନିବାସ ରାଓ, ଅଚ୍ୟୁତ ପ୍ରସାଦ ବେହେରା, ବିଜୟଲଷ୍ମୀ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ଓ ସହଯୋଗ କରିଥିଲେ।

powered by social2s

ନଦୀରେ ବୁଡ଼ି ଛାତ୍ରୀ ମୃତ

Details
Odia Ray Admin
ଓଡିଶା
20 April 2025

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଉଚ୍ଚଢିହ ଗାଁରେ ବିରୂପା ନଦୀରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟ୍ ହୋଇଛି। ମୃତକ ରବୀନ୍ଦ୍ର ସେଠୀଙ୍କ ଝିଅ ସୁପ୍ରିୟା ସେଠୀ। ନଦୀରେ ଗାଧୋଇବାବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

powered by social2s

ଭୁବନେଶ୍ୱରରେ ଚଳଚିତ୍ର ‘କେସରୀ ଚାପ୍‌ଟର ୨ର ସ୍ୱତନ୍ତ୍ର ପ୍ରଦର୍ଶନ

Details
Odia Ray Admin
ଓଡିଶା
19 April 2025

ଭୁବନେଶ୍ୱର: ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ଭୁବନେଶ୍ବରରେ ଚଳଚିତ୍ର ‘କେସରୀ ଚାପ୍‌ଟର ୨ର ସ୍ବତନ୍ତ୍ର ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି । ପ୍ରେକ୍ଷାଳୟରେ ମୁକ୍ତିଲାଭ କଲାପରେ ଏହି ଚଳଚିତ୍ରକୁ ଜବରଦସ୍ତ ସଫଳତା ମିଳିଛି । ‘କେସରୀ ଚାପ୍‌ଟର ୨' ହେଉଛି ଏକ କୋର୍ଟ କୁମ୍ ଡ୍ରାମା ଚଳଚ୍ଚିତ୍ର ଯାହାକି ୧୯୧୯ ର ଜାଲିଆନାୱାଲା ଦାଗ ହତ୍ୟାକାଣ୍ଡ ପରର ଘଟଣାଗୁଡ଼ିକୁ ଦର୍ଶାଉଛି । କାହାଣୀର କେନ୍ଦ୍ରବିନ୍ଦୁ ହେଉଛନ୍ତି ଓକିଲ ସି ଶଙ୍କରମ୍ ନାୟାର, ଯିଏ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟକୁ କୋର୍ଟର କାଠଗଡାକୁ ଟାଣିନେଇଥିଲେ । ସେ ଏହି ସତ୍ୟକୁ ପ୍ରକାଶ କରିବାକୁ ଚାହୁଁଥିଲେ ଯେ ଏହି ହତ୍ୟାକାଣ୍ଡ ମିଛ ନୁହେଁ ବରଂ ଏହା ଏକ ସୁଚିତ୍ତିତ ନରସଂହାର । ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ସୁମନ୍ତ କୁମାର ପଣ୍ଡା, ମନିନ୍ଦୁ ସୁନ୍ଦର ଦାଶ, ଗୋଲଖ ଚନ୍ଦ୍ର ଦାସ, ଜୟକୃଷ୍ଣ ପୃଷ୍ଟି, ଦୁଗ୍ଧଷ କୁମାର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍ବତନ୍ତ୍ର ପ୍ରଦର୍ଶନରେ ରାଜଧାନୀର ବହୁ ଆଇନଜାବା, ସାମ୍ବାଦିକ, ସ୍ତମ୍ଭଲେଖକ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଭାଗନେଇ କହିଛନ୍ତି କେସରୀ ୨ କେବନ ଏକ ଫିଲ୍ମ ନୁହେଁ ବରଂ ଏକ ଶକ୍ତିଶାଳୀ ନାଟକ – ସମ୍ବେଦନଶୀଳ, ଭାବପ୍ରବଣ, ଉପଙ୍କର ଏବଂ ଜାଲିଆନାଓ୍ବାଲ ବାଗ ଘଟଣାର ଏକ ହୃଦୟ ବିଦାରକ କାହାଣୀ । ଅକ୍ଷୟ କୁମାରଙ୍କ ଅଭିନୟ କୌଣସି ଗୁଣରେ କମ୍ ନୁହେଁ । ତାଙ୍କର ସଂଳାପ ପରିବେଷଣ, ଅଭିନୟ, ଶରୀର ଭାଷା, ଭାବପ୍ରବଣତା, ସବୁକିଛି ଅବିଶ୍ୱସନୀୟ । କାହାଣୀଟି ୧୩ ଏପ୍ରିଲ୍ ୧୯୧୯ରେ ଆରମ୍ଭ ହୁଏ, ଯେଉଁଠାରେ ରାଓଲତ ଆଇନର ପ୍ରତିବାଦ କରିବା ପାଇଁ ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣ ଭାବରେ ଅମୃତସରର ଜାଲିଆନାୱଲା ବଗରେ ଏକତ୍ରିତ ହୁଅନ୍ତି । ଜେନେରାଲ ଜାୟାର ତାଙ୍କର ସଶସ୍ତ୍ର ସୈନ୍ୟଙ୍କ ସହିତ ଘଟଣାସୁଳରେ ପହଁଚି କୌଣସି ସୂଚନା ନଦେଇ ନିରସ୍ତ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଅନ୍ତି । ହଜାର ହଜାର ଲୋକଙ୍କ ରକ୍ତରେ ଭାଲ ହୋଇ ଇଠିଲା ଏହି ସ୍ଥାନ । ବ୍ରିଟିଶ ସରକାର ଏଥିପାଇଁ ତଦନ୍ତ କମିଶନ ଗଠନ କରିଛନ୍ତି । କମିଶନରେ ସାର୍ ସି ଶଙ୍କରଣ ନାୟାର (ଅକ୍ଷୟ କୁମାର) ଏକମାତ୍ର ଭାରତୀୟ ଯିଏ କି ବ୍ରିଟିଶ ନ୍ୟାୟ ବ୍ୟବସ୍ଥା ଉପରେ ପୂର୍ଣ୍ଣ ବିଶ୍ବାସ ରଖିଛନ୍ତି । ତଦନ୍ତ ସମୟରେ ବ୍ରିଟିଶ ସରକାର ଏହି ମାମଳା ସହିତ ଜଡିତ ତଥ୍ୟକୁ ଚାପି ଦିଅନ୍ତି । ଯୁବ ବିପ୍ଳବୀ ବାନକ ପରଗତ ସିଂହ (କୃଷ୍ଣ ରାଓ) ଯୋଗୁଁ କାହାଣୀରେ ଏକ ଭିନ୍ନ ମୋଡ଼ ଆସିଛି, ଯାହା ସାର ଦି ଶଙ୍କରଣ ନାୟାରଙ୍କ ଚିନ୍ତାଧାରାକୁ ପରିବର୍ତନ କରିଛି । ନେଭିଲ୍ ମ୍ୟାନକିନଲି (ଆଉ ମାଧବନ) ନାୟାରଙ୍କ ବିରୁଦ୍ଧରେ ଜେନେରାଇ ଡାୟାରଙ୍କ ମମଳା ରହୁଛନ୍ତି । ଏହି ସମୟରେ ଜଣେ ଭାରତୀୟ, ଯିଏ ବ୍ରିଟିଶ ସରକାରଙ୍କ ଚାଟୁକାର (ଅମିତ ସିଆଇ), ସମସ୍ତଙ୍କୁ ନିଜ ତାଳେ ନାବାଉଥୁବାର ଦେଖାଯାଉଛି । ଶଙ୍କରନ୍ ଏବଂ ନେରିଲ୍‌ଙ୍କ ପୁରୁଣା ସମ୍ପର୍କ ସେମାନଙ୍କ ମଧ୍ୟରେ ନିଆଁକୁ ଆହୁରି ଘିଅ ଜାବୁଛି ଏବଂ ଏହାର ପ୍ରଭାବ କୋର୍ଟରେ ଦେଖାଯାଉଛି । ଏତେ ଦେଖୁଡାକୁ ହେବ ଯେ ଶଙ୍କରନ୍ ନାୟାର ଜାଲିଆନାୱାଲା ହାତରେ ହତ୍ୟା ହୋଇଥୁବା ନିର୍ବୋଷ ଲୋକଙ୍କୁ ନ୍ୟୟ ଦେଇପାରୁଛନ୍ତି କି ନାହିଁ I ଅକ୍ଷୟ କୁମାର ପ୍ରମାଣ କରିଛନ୍ତି ଯେ ଅଭିନୟ ପାଇଁ କୌଣସି ଚୟସ ସୀମା ନାହିଁ । ସେ "ସି ଶଙ୍କରନ୍ ନାୟାର" ଚରିତ୍ରକୁ ବହୁତ ଚମତ୍କାର ଭାବରେ ଅଭିନୟ କରିଛନ୍ତି, ଯାହା ପ୍ରକୃତରେ ପ୍ରଶଂସନୀୟ । ଅନନ୍ୟ ପାଣ୍ଡେ ମଧ୍ୟ ତାଙ୍କ ଚରିତ୍ରରେ ଜୀବରତା ଆଣିଛନ୍ତି । ଯେତେବେଳେ ଆର ମାଧବନ ଫିଲ୍ମରେ "ଆଡଲୋକେଟ୍ ନେଭିଲ୍ ମ୍ୟାକଳିନଲି’ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ କେନେରାଲ୍ ଜାୟରଙ୍କ ପକ୍ଷରୁ କୋର୍ଟରେ ମାମଲା ରହୁଥିଲେ । ମଧବନ ଏହି ଚରିତ୍ରକୁ ନିଜ ଶୈଳୀରେ ବହୁତ ଭଲ ଭାବରେ ଅଭିନୟ କରିଛନ୍ତି । ଏମାନଙ୍କ ବ୍ୟତୀତ, ଆପଣ ଦକ୍ଷିଣ ଅଭିନେତ୍ରୀ ରେଳିନା ଜାସାଣ୍ଡ ଙ୍କୁ ସି ଶଙ୍କରନ୍ ନାୟାରଙ୍କ ପତ୍ନୀ ଭୂମିକାରେ ଦେଖିବେ । ଏହି ଚଳଚିତ୍ରର ନିର୍ଦ୍ଦେଶନା କରଣ ସିଂହ ତ୍ୟାଗୀ ଦେଇଛନ୍ତି । ସଙ୍ଗୀତରେ ଶାଶ୍ବତ ସଦେବ ତାଙ୍କର ଯାଦୁ ଦେଖାଇଛନ୍ତି । ମନମୋହନ ପ୍ୟାରିସ, କମଲ ହିର, ଶଶ୍ବତ ସବଦେବ ଏବଂ ଶନୟ କଶ୍ୟପଙ୍କ କଣ୍ଠଦାନ ଆପଣଙ୍କୁ ବିସ୍ମିତ କରିଦେବ । ଏହା ନିଶ୍ଚିତ ଭାବରେ ସଂଗୀତ ପ୍ରେମୀଙ୍କ ପାଇଁ କିଛି ଆନନ୍ଦ ଆଣିଦେବ ।

powered by social2s

୨୦୨୫-୨୬ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ ଶିକ୍ଷକ ବୈଠକ ସାରା ଓଡ଼ିଶାରେ ଅନୁଷ୍ଠିତ

Details
Odia Ray Admin
ଓଡିଶା
19 April 2025

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ପ୍ରଥମ ଅଭିଭାବକ, ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଶିକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାର୍ଥୀଙ୍କ ଅଭିଭାବକ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ସମାପ୍ତି ସୂଚକ ଆକଳନ- ୨ ର ଉପଲବ୍ଧିକୁ ଅଭିଭାବକଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଶୈକ୍ଷିକ କ୍ୟାଲେଣ୍ଡର, ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅଧାରୁ ପାଠ ଛାଡୁଥିବା, ନାମ ଲେଖାଇ ନଥିବା, ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ସର୍ବେକ୍ଷଣ ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅଭିଯାନ, ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶରେ ଗୃହକାର୍ଯ୍ୟ, ଅଂଶୁଘାତ ପ୍ରତି ସାବଧାନତା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଛି । ଏଠାରେ ପ୍ରକାଶ ଥାଉକି, ଅଭିଭାବକ ଶିକ୍ଷକ-ସମ୍ମିଳନୀ ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଉନ୍ନତିକରଣ ପ୍ରକ୍ରିୟାରେ ଗୋଷ୍ଠୀ ଓ ଅଭିଭାବକମାନେ ସମ୍ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟସରକାରଙ୍କ ତରଫରୁ ଆୟୋଜିତ ଏହି ସମ୍ମିଳନୀରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଅଭିଭାବକମାନେ ପ୍ରଶଂସା କରିଥିଲେ । ଉକ୍ତ ସମ୍ମିଳନୀକୁ ଶିକ୍ଷାବିଭାଗର ବିଭିନ୍ନ ଅଧିକାରୀମାନେ ଯୋଗଦାନ କରି ଏହାର ତଦାରଖ ଓ ପରିଦର୍ଶନ କରିଥିଲେ । ଅଭିଭାବକମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଅଭିଭାବକ ଶିକ୍ଷକ / ଶିକ୍ଷୟିତ୍ରୀ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି / ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ କରାଯାଉଛି । ଏହି ବୈଠକ ଦ୍ବାରା ଅଭିଭାବକମାନେ ସିଧାସଳଖ ବିଦ୍ୟାଳୟ ସହିତ ସମ୍ପୃକ୍ତ ହୋଇ ବିଦ୍ୟାଳୟର ବହୁବିଧ ବିକାଶ ପାଇଁ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇଥାନ୍ତି । ସୂଚନା ଥାଉକି, ଚଳିତ ଶିକ୍ଷା ବର୍ଷରେ ୪ ଗୋଟି ଅଭିଭାବକ ଶିକ୍ଷକ / ଶିକ୍ଷୟିତ୍ରୀ ବୈଠକ ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି ।

powered by social2s

ଭୁବନେଶ୍ୱର ଉପକଣ୍ଠରେ ଯୁବକଙ୍କୁ ଗୁଳିମାଡ଼

Details
Odia Ray Admin
ଓଡିଶା
20 April 2025

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଦୀପ୍ତି ରଞ୍ଜନ ମହାପାତ୍ର ଗତକାଲି ବିଳମ୍ବିତ ରାତିରେ ତାଙ୍କ ଭଉଣୀ ଘରୁ ଫେରୁଥିଲେ। ଏହି ସମୟରେ ଦୁଇ ଦୁର୍ବୁତ୍ତ ଏକ ବାଇକ୍ ରେ ଆସି ଗୁଳିମାଡ଼ କରି ଫେରାର ହୋଇଥିବା ସୂଚନା। ଦୀପ୍ତିଙ୍କ ବାମ ହାତରେ ଗୁଳି ବାଜିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପ୍ତି କିଛି ଦିନ ହେବ ଜେଲ୍ ରୁ ଜାମିନରେ ମୁକୁଳିଥିଲେ। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

powered by social2s

ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ହେବ ମେଗା ବି-ଫେଷ୍ଟ "ବ୍ରହ୍ମାସ୍ତ୍ର ୩. ୦"

Details
Odia Ray Admin
ଓଡିଶା
19 April 2025

ଭୁବନେଶ୍ୱର: ଭୁବନେଶ୍ୱରରେ ଥିବା ରିଜିଓନାଲ୍ କଲେଜ ଅଫ୍ ମ୍ୟାନେଜମେଣ୍ଟ୍ ପାଳନ କରିବାକୁ ଯାଉଛି ତା'ର ମେଗା ଫେଷ୍ଟ ବ୍ରହ୍ମାସ୍ତ୍ର ୩. ୦ l ଏହି ଅବସରରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଆରସିଏମ ର ନିର୍ଦ୍ଦେଶକ ଡକ୍ଟର ପ୍ରିତମ ପାଲ, ଆରଜିବିଏସ ର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପାଲ, ଡକ୍ଟର ମନୋଜ କୁମାର ଶତପଥୀ, ଡକ୍ଟର ଶ୍ରଦ୍ଧା ପାଢ଼ୀ, ପ୍ରଜ୍ଞା ଆନନ୍ଦ ମିଶ୍ର, ପ୍ରଫେସର ପ୍ରଜ୍ଞା ପାରମିତା ଦାସ, ଡକ୍ଟର ମୋନାଲିସା ମିଶ୍ର, ପ୍ରଫେସର ଶବନୁର ଖାତୁନ ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମକୁ ଏହି ବ୍ରହ୍ମାସ୍ତ୍ର ୩. ୦ ବିଷୟରେ ସମସ୍ତ ବିବରଣୀ ପ୍ରଦାନ କରିଥିଲେ l ବ୍ରହ୍ମାସ୍ତ୍ର ପାଳନ କରୁଛି, ଏହାର ବାର୍ଷିକ ମେଗା-ଫେଷ୍ଟ l ଏକ ଅଭୂତପୂର୍ବ ବିଶାଳ କାର୍ଯ୍ୟକ୍ରମ ଯାହା କେବଳ ଓଡ଼ିଶା ରାଜ୍ୟ ନୁହେଁ ବରଂ ସାରା ଦେଶର ଶିକ୍ଷା ଭାଇଚାରାମାନଙ୍କୁ ଏକତ୍ରିତ କରି ଏକ ଶିକ୍ଷା ଇକୋସିଷ୍ଟମ୍ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି, ଯେଉଁଠାରେ ଛାତ୍ରଛାତ୍ରୀ ଭବିଷ୍ୟତର ବୃତ୍ତିଗତମାନେ ସେମାନଙ୍କର ସହଜାତ ସମ୍ଭାବନାକୁ ଏକତ୍ରିତ କରିପାରନ୍ତି । ଶକ୍ତି, ଆଗ୍ରହ ଏବଂ ଆକାଂକ୍ଷା ଶିଖନ୍ତି। ବ୍ରହ୍ମାସ୍ତ୍ର ଏକ ସୁଯୋଗ ପ୍ରଦାନ କରେ ଯେ "ଶିକ୍ଷଣ କରିବା ମାଧ୍ୟମରେ ହୁଏ" ଯାହା ନେତୃତ୍ୱ, ସଂଗଠନ ଦକ୍ଷତା, ଦଳଗତ କାର୍ଯ୍ୟ, ଯୋଜନା ଏବଂ ରଣନୀତିରେ ଏକ ବାସ୍ତବ ଜୀବନ ଏବଂ ଚାକିରି ସମୟରେ ଅଭିଜ୍ଞତା ପାଇ ଏକ ଦ୍ରୁତ ପରିବର୍ତ୍ତିତ ବିଶ୍ୱ ବ୍ୟବସାୟ ପରିସ୍ଥିତି ଏବଂ ମନକୁ ବିଚଳିତ କରୁଥିବା ବୈଷୟିକ ବିପ୍ଳବରେ ନୂତନତମ ବଜାର ଚାଳିତ ଚାହିଦା ପ୍ରତି ସେମାନଙ୍କର ଆଖି ଖୋଲିଥାଏ। ଅସାଧାରଣ ଯୋଗ୍ୟତାସମ୍ପନ୍ନ ଅଭିଜ୍ଞ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଆୟୋଜିତ, ବ୍ରହ୍ମାସ୍ତ୍ର ଏହାର ପୂର୍ବ ସଂସ୍କରଣଗୁଡ଼ିକରେ ଅଭୂତପୂର୍ବ ସଫଳତା ଦେଖିଛି। ଚଳିତ ବର୍ଷ ଏହି ମେଗା-ଇଭେଣ୍ଟକୁ ଅନେକ ଗୁଣରେ ବୃଦ୍ଧି କରାଯାଇଛି ଯେଉଁଥିରେ ପରିଚାଳନା ଏବଂ ଆଇଟି ପ୍ରତିଯୋଗିତା, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ଫିଏଷ୍ଟା/ପ୍ରତିଯୋଗିତା ଏବଂ ଦ୍ରୋଣ, ଏକ ଅନନ୍ୟ ଅଧ୍ୟାପକ ନିବେଶ କାର୍ଯ୍ୟକଳାପ ଏବଂ ପ୍ରତିଯୋଗିତା ଭଳି ୩୭ଟି ଇଭେଣ୍ଟ ଅନ୍ତର୍ଭୁକ୍ତ ହୋଇଛି, ଯାହା ନେତା ସୃଷ୍ଟି କରୁଥିବା ଏବଂ ଦେଶ ନିର୍ମାଣ କରୁଥିବା ଲୋକଙ୍କୁ ବହୁତ ଉତ୍ସାହ ଏବଂ ପ୍ରେରଣା ଦେବ । ବ୍ରହ୍ମାସ୍ତ୍ର ୨୦୨୫ ଦୀର୍ଘ ୫ ଦିନ ବ୍ୟାପୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୫ ଏପ୍ରିଲରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଏହି ମେଗା-ବି-ଫେଷ୍ଟ ବିଷୟରେ ଆରସିଏମର ନିର୍ଦ୍ଦେଶକ ଡକ୍ଟର ପ୍ରୀତମ ପାଲ କହିଛନ୍ତି - "ପରିବର୍ତ୍ତିତ ସମୟ ପାଇଁ ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ଏବଂ ଆମର ଭବିଷ୍ୟତ ପିଢ଼ିକୁ ଆମେ କ’ଣ ଏବଂ କିପରି ଶିକ୍ଷା ଦେଉଛୁ ସେଥିରେ ୩୬୦ଡିଗ୍ରୀ ପାରଦର୍ଶିତା ପରିବର୍ତ୍ତନ ଆବଶ୍ୟକ; ଏହା ଯେକୌଣସି ଏକ ପ୍ରତିଷ୍ଠାନ ପାଇଁ ଏକ ଅସମ୍ଭବ କାର୍ଯ୍ୟ। ମୁଁ ଆମର ସମସ୍ତ ଛାତ୍ର ଏବଂ ଆମର ସମକକ୍ଷ ଅନୁଷ୍ଠାନକୁ ଅନୁରୋଧ ଏବଂ ନିମନ୍ତ୍ରଣ କରୁଛି - ଆସନ୍ତୁ ସମସ୍ତେ ମିଶି କାଲିଠାରୁ ଆଗକୁ ଦେଖିବା।" ଓଡ଼ିଶା ରାଜ୍ୟରେ ପରିଚାଳନା ଶିକ୍ଷାର ଅଗ୍ରଣୀ ଆର.ସି.ଏମ ଏହାର ଟେକ୍ନୋଲୋଜି-ଚାଳିତ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନରେ ସମସାମୟିକ ବଜାର ଚାହିଦା ସହିତ ସମନ୍ୱୟ ରକ୍ଷା କରି ଅଭିନବ ପାଠ୍ୟକ୍ରମ ପାଇଁ ସ୍ୱୀକୃତିପ୍ରାପ୍ତ, ସମସ୍ତ ଶିକ୍ଷାନୁଷ୍ଠାନ, ଛାତ୍ର ଏବଂ ଅଧ୍ୟାପକଙ୍କୁ ଭବିଷ୍ୟତ ଅଭିମୁଖେ ଏକ ଯାତ୍ରାରେ ଯୋଗଦେବା ପାଇଁ ପ୍ରସ୍ତୁତ ହେଉଛି ଏବଂ ଏକ ନୂତନ ବିଶ୍ୱ ନିର୍ମାଣ କରିବା ପାଇଁ ଯୁବ ପ୍ରତିଭାର ଏକ ପୁଲ ସୃଷ୍ଟି କରିବାକୁ ଆମନ୍ତ୍ରଣ କରୁଛି।

powered by social2s

ଓଡ଼ିଶା ମହିଳା ଓ ଶିଶୁ ପ୍ରତିଷ୍ଠାନର ୮ଟି ବିଲ୍‌ଡିଙ୍ଗ୍ ୮ ଜଣ ମହିୟସୀ ମହିଳାଙ୍କ ନାମରେ ନାମିତ

Details
Odia Ray Admin
ଓଡିଶା
19 April 2025

ଭୁବନେଶ୍ୱର: ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି। ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-2025 ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍‌ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍‌ଘାଟନ କରିଛନ୍ତି। ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର 8ଟି ବିଲ୍‌ଡିଙ୍ଗକୁ ଓଡିଶାର ମହିୟସୀ ମହିଳାଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିବା ସହିତ ପ୍ରତିଷ୍ଠାନର କନଫରେନସ୍ ହଲ୍‌କୁ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ କରି ଏହାର ପରିଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ସୂଚନାଥାଉ କି, ଏହି ପ୍ରତିଷ୍ଠାନର ଅଡିଟୋରିଅମ୍‌ ହଲ୍‌କୁ ସରଳା ଦେବୀ ପ୍ରେକ୍ଷାଳୟ, ଲାଇବ୍ରେରୀ ହଲ୍‌କୁ କମଳା ପୂଜାରୀ ଗ୍ରନ୍ଥାଗାର, ଅଙ୍ଗନବାଡି ଟ୍ରେନିଙ୍ଗ ସେଣ୍ଟରକୁ ଶୈଳବାଳା ଦାସ ପ୍ରଶିକ୍ଷଣ କକ୍ଷ, ନୂଆ ହଷ୍ଟେଲକୁ ମାଳତୀ ଚୌଧୁରୀ ନିବାସ, ଅଙ୍ଗନବାଡି କର୍ମୀ ହଷ୍ଟେଲକୁ ବାଙ୍ଗରା ଦେବୀ ନିବାସ ଏବଂ ଗେଷ୍ଟ ହାଉସ୍‌କୁ ଗୁରୁବାରୀ ଜାନୀ ଅତିଥି ଭବନ ନାମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ହୋଇପାରିବ ଓ ଭବିଷ୍ୟତରେ ଏକ ଆଦର୍ଶ ନାଗରିକ ହୋଇପାରିବ। ସୁସ୍ଥ ଶିଶୁ, ସୁସ୍ଥ ଭବିଷ୍ୟତର ପ୍ରତୀକ । ପୋଷଣ ପକ୍ଷ ପାଳନ ସମୟରେ ଶିଶୁ ଜୀବନର ପ୍ରଥମ ଏକ ହଜାର ଦିନ ମଧ୍ୟରେ ପୋଷଣର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ଶୈଶବରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁର ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ତା’ର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ପୋଷଣ ଉପରେ ଆମର ନୂଆ ସରକାର ଅଧିକ ଫୋକସ୍ ରଖି କାମ କରିବା ଆରମ୍ଭ କରିଛନ୍ତି। ୧୦୦ କୋଟି ଟଙ୍କା ଅନୁଦାନରେ ‘ଓଡିଶା ପୁଷ୍ଟି ମିଶନ’ ମଧ୍ୟ ପ୍ରତିଷ୍ଠା କରାଯିବ। ପୋଷଣ ଅଭିଯାନରେ ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବାପାଇଁ ଚଳିତ ବର୍ଷ ବଜେଟ୍‌ରେ ୨୮୪ କୋଟି ଟଙ୍କା ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦୁଇଟି କନ୍ୟା ସନ୍ତାନ ପାଇଁ ସହାୟତା ରାଶିକୁ ୧୦ହଜାର ଟଙ୍କାରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସବୁ ପଦକ୍ଷେପ ଓଡିଶାର ପିଲାମାନଙ୍କର ପୋଷଣରେ ଉନ୍ନତି ଆଣିବ। ଯେହେତୁ ଏକ ସମୃଦ୍ଧ ଓଡିଶା ଗଠନ ଆମର ଲକ୍ଷ୍ୟ ତେଣୁ, ଆମ ଓଡିଶାକୁ ସୁ-ପୋଷିତ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ପିଲାମାନଙ୍କ ପୋଷଣ ଦାୟିତ୍ୱ ସହିତ ସେମାନଙ୍କୁ ପ୍ରାରମ୍ଭିକ ମୌଳିକ ଶିକ୍ଷା ବି ଦେଉଛନ୍ତି। ଆପଣ ମାନେ ହେଉଛନ୍ତି ପିଲାଙ୍କ ପାଇଁ ଦ୍ୱିତୀୟ ମା’ । ଆମ ଦେଶରୁ କୁପୋଷଣ ଦୂର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ ମସିହାରୁ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଗର୍ଭବତୀ ଓ ପ୍ରସୂତି ମହିଳା, କିଶୋରୀ ଓ ଛ ବର୍ଷରୁ କମ୍ ବର୍ଷର ଶିଶୁ ମାନଙ୍କ ପୋଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ପୋଷଣ ପକ୍ଷ ସମୟରେ ଜନ ଆନ୍ଦୋଳନର ସମୂହ ସଚେତନତା କେବଳ ଏହି ବିଭାଗରେ ନୁହେଁ, ଏହାର ସଫଳ ରୂପାୟନ ପାଇଁ ସମସ୍ତ ସହଭାଗୀ ବିଭାଗ, ଯେପରିକି ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ମିଶନ ଶକ୍ତି ପ୍ରମୁଖ ବିଭାଗର ସହଯୋଗ ଓ ସମନ୍ଵୟ ଅଧିକ ହେବା ଜରୁରୀ। ସମସ୍ତ ଯୋଜନାର ସଫଳତା ପାଇଁ ‘Whole of Government Approach’ ବହୁତ୍ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ପିଲାମାନଙ୍କ ପୁଷ୍ଟିହୀନତା ଦୂର କରିବା ପାଇଁ ପୋଷଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନର ଅଂଶ ସ୍ୱରୂପ ପ୍ରତି ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୧୫ ଦିନ ଧରି ପୋଷଣ ପକ୍ଷ ପାଳନ କରାଯାଏ । ଚଳିତ ବର୍ଷ ଅଙ୍ଗନବାଡିଠୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଏପ୍ରିଲ ୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଉଛି। ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ନିଜେ ନିଜର ପୋଷକତତ୍ତ୍ୱକୁ ଠିକ୍ ରଖିବା ସହିତ ସମାଜ ପାଖରେ ପହଞ୍ଚାଇ ପାରିଲେ ଏକ ସୁସ୍ଥ ଓ ବିକଶିତ ଓଡିଶା ଆମେ ଗଠନ କରି ପାରିବା। ସେ କହିଥିଲେ, ଓଡିଶା ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସମ୍ପନ୍ନ ରାଜ୍ୟରେ ପରିଣତ ହୋଇଛି। ତୃଣମୂଳ ସ୍ତରରେ ଆମର ସମସ୍ତ କାର୍ଯ୍ୟ ଆତ୍ମୀୟତାର ସହ କରୁଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସୁଦୃଢ ଓ ସକ୍ଷମ କରିବୁ। ଜିଲ୍ଲା ସ୍ତରରେ କାମ କରୁଥିବା କର୍ମୀ ମାନଙ୍କୁ ଆହ୍ୱାନ ଦେଇ ସେ କହିଲେ ଯେ, ଆପଣ ମାନେ ସରକାରଙ୍କ କାମ ଗ୍ରାମାଞ୍ଚଳରେ ସୁନ୍ଦର ଭାବେ ତୁଲାଉଛନ୍ତି। ଆପଣଙ୍କ ପାଖରେ ରହୁଥିବା ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ, ସମାଧାନ କରାଯିବ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସୂଚକାଙ୍କରେ ଉନ୍ନତି ନଆସିଲେ ଦାରିଦ୍ର୍ୟ ହ୍ରାସ ହେବନାହିଁ। ୨୦୩୬ ସମୃଦ୍ଧ ଓଡିଶା ଗଠନ ବେଳକୁ ଶୂନ ପ୍ରତିଶତ କୁପୋଷଣ ଆମର ଲକ୍ଷ୍ୟ ରହିଛି। ପୋଷଣ ପକ୍ଷ ପାଳନ ଅବସରରେ ଏ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁରୀ, କେନ୍ଦ୍ରାପଡା ଓ ଭଦ୍ରକଙ୍କୁ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ ଏବଂ କେନ୍ଦୁଝର ଓ ବଲାଙ୍ଗୀରର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ କୋରାପୁଟ ଓ ମାଲକାନଗିରିର ସିଡିପିଓ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ICDS ନିର୍ଦ୍ଦେଶିକା ଶ୍ରୀମତୀ ମୋନୀଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରରେ ଅଙ୍ଗନବାଡି କର୍ମୀ ଓ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡିହୋଇ ରହିଥିଲେ।

powered by social2s

More Articles ...

  1. ୯ମ ଥର ପାଇଁ ବିଜେଡି ସଭାପତି ହେଲେ ନବୀନ
  2. ପୁରୀ ଚନ୍ଦନ ଚାପରେ ଫୁଟିବନି ବାଣ
  3. JEE ମେନ୍ ୨୦୨୫ ପରୀକ୍ଷା ଫଳ ପ୍ରକାଶିତ
Page 468 of 2257
  • Start
  • Prev
  • 463
  • 464
  • 465
  • 466
  • 467
  • 468
  • 469
  • 470
  • 471
  • 472
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.