• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
22
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଟାଟା ଏଆଇଏ ପକ୍ଷରୁ ଭାଲ୍ୟୁ ୫ଏଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ

Details
Odia Ray Admin
ଓଡିଶା
24 September 2026

ଭୁବନେଶ୍ୱର: ଇକ୍ୱିଟି ବଜାର ବେଶ୍ ବ୍ୟାପକ ଯେଉଁଠାରେ ବିଭିନ୍ନ କ୍ଷେତ୍ର, କମ୍ପାନି ଓ ନିବେଶ ବିଷୟ ଭିନ୍ନ ଭିନ୍ନ ସୁଯୋଗ ସୃଷ୍ଟି କରୁଛନ୍ତି। ସେହି ନିବେଶ ଚକ୍ରକୁ ଅତିକ୍ରମ କରିବା ନିବେଶକଙ୍କୁ ଏଭଳି ଆଭିିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ ଯାହା ଦ୍ୱାରା ସେ ଗୋଟିଏ ନିବେଶ ଚକ୍ର ବାହାରେ ଥିବା ସୁଯୋଗକୁ ଅନୁଶୀଳନ କରିପାରିବେ। ବଜାରର ସେହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ୟୁନିଟ୍ ଲିଙ୍କଡ୍ ନିବେଶ ବିକଳ୍ପ “ଟାଟା ଏଆଇଏ ମୋମେଂଟମ୍ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌”ର ଶୁଭାରମ୍ଭ କରାଯାଇଛି। ସେଥିରେ ଦୁଇ ପ୍ରକାର ନିବେଶ ଆଭିମୁଖ୍ୟ ରହିଛି। ତାହା ହେଉଛି ‘ମୋମେଂଟମ୍ ଇନଭେଷ୍ଟିଂ’ ଓ ‘ଭାଲ୍ୟୁ ଇନଭେଷ୍ଟିଂ’। ଏହା ନିବେଶକମାନଙ୍କୁ ବଜାର ସୁଯୋଗରେ ଭାଗ ନେବା ସହିତ ଜୀବନ ବୀମା ସୁରକ୍ଷାର ଲାଭ ପ୍ରଦାନ କରିବ। ନିବେଶ ବଜାର ସାଧାରଣତଃ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ, ଯେଉଁଠାରେ ନେତୃତ୍ୱ ବର୍ଗରେ ସର୍ବଦା କ୍ଷେତ୍ର ଓ କମ୍ପାନିରେ ପରିବର୍ତ୍ତନ ହୋଇଥାଏ। କିଛି କମ୍ପାନି ଦୃଢ଼ ପ୍ରଦର୍ଶନ କରୁଥିବା ବେଳେ ଆଉ କିଛି ମୂଲ୍ୟ ଦୃଷ୍ଟିରୁ ସୁଯୋଗ ସୃଷ୍ଟି କରିଥାନ୍ତି। ‘ଟାଟା ଏଆଇଏ ମୋମେଂଟମ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ’ ସେହି ଦୁଇ ନିବେଶ ଆଭିମୁଖ୍ୟକୁ ଏକତ୍ରୀତ କରିପାରିଛି। ମୋମେଂଟମ ଇନଭେଷ୍ଟିଂରେ ଦୃଢ଼ ପ୍ରଦର୍ଶନ କରୁଥିବା କମ୍ପାନି ଉପରେ ଗୁରୁତ୍ୱାରୋପ କରାଯାଏ। ସେହିପରି ଭାଲ୍ୟୁ ଇନଭେଷ୍ଟିଂରେ ସେହି କମ୍ପାନିଗୁଡ଼ିକୁ ଚିହ୍ନଟ କରାଯାଏ, ଯେଉଁମାନେ ଅପେକ୍ଷାକୃତ ଆକର୍ଷଣୀୟ ମୂଲ୍ୟାଙ୍କନ ପ୍ରଦାନ କରିଥାନ୍ତି। ଟାଟା ଏଆଇଏ ଲାଇଫ୍ ଇନସ୍ୟୁରାନ୍ସର ମୁଖ୍ୟ ନିବେଶ ଅଧିକାରୀ ହର୍ଷଦ ପାଟିଲ କହିଛନ୍ତି ଯେ, “ଇକ୍ୱିଟି ବଜାରରେ ପରିବର୍ତ୍ତନ ଜାରି ରହିଛି ଯେଉଁଠାରେ ବିଭିନ୍ନ କ୍ଷେତ୍ର ଓ ନିବେଶ ଷ୍ଟାଇଲ ସମଗ୍ର ବଜାର ଚକ୍ରରେ ଗୁରୁତ୍ୱ ହାସଲ କରୁଛନ୍ତି। ଏଭଳି ଏକ ପରିବେଶରେ ଏକ ବହୁବିଧ ଆଭିମୁଖ୍ୟ ଯେଉଁଠାରେ ଉଭୟ ଧାରା ଓ ମୂଲ୍ୟକୁ ଗୁରୁତ୍ୱ ଦିଆଯାଏ ତାହା ନିବେଶକମାନଙ୍କୁ ଏକ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବ ଏବଂ ଇକ୍ୱିଟି ସୁଯୋଗର ମୂଲ୍ୟାଙ୍କନ କରିବ। ଏକ ବ୍ୟବସ୍ଥିତ ଓ ସ୍ୱଚ୍ଛ ଫ୍ରେମୱର୍କଜରିଆରେ ଦୁଇ ନିବେଶ ବ୍ୟବସ୍ଥାକୁ ‘ଟାଟା ଏଆଇଏ ମୋମେଂଟମ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ’ ଏକତ୍ରୀତ କରିଛି ଯାହା ଗ୍ରାହକମାନଙ୍କୁ ଏଭି ସୁଯୋଗ ସହ ଇକ୍ୱିଟି ବଜାରରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି ଯାହା ଉଭୟ ବଜାର ଧାରା ଓ ମୂଲ୍ୟାଙ୍କନ ଶୃଙ୍ଖଳାକୁ ଏକତ୍ରୀତ କରୁଛି। ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ଅନୁସାରେ ଅଭିନବ ନିବେଶ ସମାଧାନ ପ୍ରଦାନ କରିବାର ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ଶୁଭାରମ୍ଭ ପ୍ରତିଫଳିତ କରୁଛି।” ଧାରା ଓ ମୂଲ୍ୟ ଓ ଆଇଆରଡିଏଆଇର ଆବଶ୍ୟକତା ବିଚାରକୁ ନେଇ ଏହି ଫଣ୍ଡରେ ବିଏସ୍‌ଇ ୫୦୦ ୟୁନିଭର୍ସରୁ କମ୍ପାନି ଚୟନ କରାଯାଇ ତାହାକୁ ବିଏସଇ ୫୦୦ ମୋମେଂଟମ ଭାଲ୍ୟୁ ୫୦ ଇଣ୍ଡେକ୍ସ ସହ ବେଂଚମାର୍କ କରାଯାଉଛି। ଏହା ନିବେଶକମାନଙ୍କୁ ବିବିଧ ଇକ୍ୱିଟି ବଜାରରେ ଅଂଶଗ୍ରହଣ କରିବା, ବିଏସ୍‌ଇ ୫୦୦ ୟୁନିଭର୍ସରେ ଭାଗ ନେବା, ଏକ ଶୃଙ୍ଖଳିତ ନିବେଶ ଫ୍ରେମୱର୍କ ଅନୁସରଣ କରିବା ଏବଂ ଦୀର୍ଘକାଳୀନ ସଂପତି ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ଏହାର ଏନଏଫଓ ୨୦୨୬ ସେପ୍ଟେମ୍ବର ୨୩ରୁ ୩୦ ମଧ୍ୟରେ ଖୋଲିବ। ୟୁନିଟ ପିଛା ଏନଏଭି ଇସ୍ୟୁ ଦର ୧୦ ଟଙ୍କା ରହିଛି। ଏଥିରେ ୮୦-୧୦୦% ରାଶିକୁ ଇକ୍ୱିଟି ଓ ଇକ୍ୱିଟି ସମ୍ପର୍କିତ ଓ ୦-୨୦ ପ୍ରତିଶତ ରାଶିକୁ ନଗଦ, ମନି ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରାଯିବ।

powered by social2s

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ, ୩ ଅଭିଯୁକ୍ତ ଗିରଫ

Details
Odia Ray Admin
ଓଡିଶା
24 September 2026

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍‌ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯) ଏବଂ ସମ୍ବଲପୁର ମୋତିଝରଣର ପାପୁ ଓରଫ ଶେଖ ପରୱେଜ (୩୨)। ସମ୍ବଲପୁର ସାଇବର ଥାନା ମାମଲା ନଂ-୩୪, ତା. ୨୨.୦୯.୨୦୨୬ର ତଦନ୍ତ ବେଳେ ଏହି ନକଲି ସିମ୍‌ କାରବାର ସାମ୍ନାକୁ ଆସିଥିଲା। ଅଭିଯୁକ୍ତମାନେ ଗ୍ରାହକଙ୍କ ପରିଚୟ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ବ୍ୟବହାର କରି ଗୋଟିଏ ନମ୍ବର ବଦଳରେ ଏକାଧିକ ସିମ୍‌ ପ୍ରସ୍ତୁତ କରୁଥିଲେ। ଗ୍ରାହକଙ୍କୁ ଗୋଟିଏ ସିମ୍‌ ଦେବା ପରେ ଅତିରିକ୍ତ ସିମ୍‌ଗୁଡ଼ିକୁ ନିଜ ପାଖରେ ରଖି ଅନ୍ୟମାନଙ୍କୁ ବିକ୍ରି କରୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଏହିପରି ଭାବେ ପ୍ରସ୍ତୁତ କିଛି ସିମ୍‌ ଝାଡ଼ଖଣ୍ଡର ଜାମତାରା ଅଞ୍ଚଳରେ ସାଇବର ଅପରାଧରେ ବ୍ୟବହୃତ ହେଉଥିଲା। ସିମ୍‌ ବିକ୍ରିରୁ ମିଳୁଥିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଣ୍ଟାଯାଉଥିବା ନେଇ ମଧ୍ୟ ତଥ୍ୟ ମିଳିଛି। ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ମୋବାଇଲ୍‌ ଫୋନ୍‌, ୪ଟି ସକ୍ରିୟ ସିମ୍‌, ୧୨୦ଟି ସିଲ୍‌ ଥିବା ଖାଲି ଏୟାରଟେଲ୍‌ ସିମ୍‌ କାର୍ଡ, ୩ଟି ବ୍ୟାଙ୍କ ପାସ୍‌ବୁକ୍‌, ଚେକ୍‌ବୁକ୍‌, ଆଧାର କାର୍ଡ, ଗୋଟିଏ ଫୋନ୍‌ପେ କ୍ୟୁଆର୍‌ କୋଡ୍‌ ସ୍କାନର, ୪ଟି ଆଫିଡେଭିଟ୍‌, ଘରଭଡ଼ା ଚୁକ୍ତିପତ୍ର, ୧୦ଟି ଏୟାରଟେଲ୍‌ ପାମ୍ପଲେଟ୍‌ ଓ ୪ଟି ଏୟାରଟେଲ୍‌ ୫ଜି ପ୍ଲସ୍‌ ସାଇନ୍‌ବୋର୍ଡ ଜବତ କରାଯାଇଛି। ଏହି ନେଟୱର୍କରେ ଆଉ କେଉଁମାନେ ସମ୍ପୃକ୍ତ, କେତେ ସିମ୍‌ ପ୍ରସ୍ତୁତ ହୋଇଛି, କାହାକୁ ଯୋଗାଇ ଦିଆଯାଇଛି ଏବଂ କେତେ ପରିମାଣରେ ଅର୍ଥ କାରବାର ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜାମତାରା ସହ ଏହି ନେଟୱର୍କର ସମ୍ପର୍କ ନେଇ ମଧ୍ୟ ତଦନ୍ତ କରାଯାଉଛି।

powered by social2s

ପିଲାଦିନର ଆଦର୍ଶ, ଜର୍ସି ନମ୍ବର ଓ କ୍ରିକେଟ୍‌ର ସ୍ୱପ୍ନ: ଭୁବନେଶ୍ୱର ଟାଇଗର୍ସର ପେସର୍‌ ରାଜେଶ ମହାନ୍ତିଙ୍କ ‘ସୌରଭ ଗାଙ୍ଗୁଲି’ କନେକ୍ସନ୍‌

Details
Odia Ray Admin
ଓଡିଶା
24 September 2026

କଟକ: ଭୁବନେଶ୍ୱର ଟାଇଗର୍ସର ରାଜେଶ ମହାନ୍ତିଙ୍କ ପାଇଁ କ୍ରିକେଟ୍‌ ଆରମ୍ଭ ହୋଇଥିଲା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରେରଣାରୁ। ଗାଙ୍ଗୁଲିଙ୍କ ବ୍ୟାଟିଂ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ହେଲେ ସମୟ ସହିତ ବ୍ୟାଟ୍‌ ଛାଡ଼ି ବଲ୍‌ ହାତରେ ନେଇ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି ଓଡ଼ିଶାର ଏହି ପେସର୍‌। ବ୍ୟାଟର୍‌ ଭାବେ ଆରମ୍ଭ ହୋଇଥିବା ତାଙ୍କ କ୍ରିକେଟ୍‌ ଯାତ୍ରା ପରେ ଫାଷ୍ଟ ବୋଲିଂ ଦିଗକୁ ମୁହାଁଇଥିଲା। ଭାରତ U-19 ଦଳର ପ୍ରତିନିଧିତ୍ୱ, MRF Pace Foundationରେ ପ୍ରଶିକ୍ଷଣ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ କ୍ରିକେଟ୍‌ରେ ନିଜ ଛାପ ଛାଡ଼ିଥିବା ଅନେକ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌ ସେୟାର କରିବା—ରାଜେଶଙ୍କ କ୍ରିକେଟ୍‌ ଯାତ୍ରାରେ ରହିଛି ଅନେକ ସ୍ମରଣୀୟ ଅଧ୍ୟାୟ। ନିକଟରେ ବର୍ଷା ବାଧିତ ଭାରତ ମସଲା ଓଡ଼ିଶା T20 ଲିଗ୍‌ – CM ଟ୍ରଫିରେ କଟକ ପାନ୍ଥର୍ସ ବିପକ୍ଷରେ ଭୁବନେଶ୍ୱର ଟାଇଗର୍ସର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ପରେ ରାଜେଶ ନିଜ କ୍ରିକେଟ୍‌ ଯାତ୍ରା ବିଷୟରେ ଅନେକ କଥା ସେୟାର କରିଥିଲେ। #ବର୍ଷା ବାଧିତ ମ୍ୟାଚ୍‌ ପାଇଁ ଥିଲା ପୂର୍ବ ପ୍ରସ୍ତୁତି ବର୍ଷା ଯୋଗୁଁ ମ୍ୟାଚ୍‌ ଛୋଟ ହେବ ବୋଲି ଦଳ ପୂର୍ବରୁ ପ୍ରସ୍ତୁତ ଥିଲା। ରାଜେଶ କହିଥିଲେ, “ହୋଟେଲରୁ ବାହାରିବା ପୂର୍ବରୁ ଆମର ମିଟିଂରେ ସ୍ପଷ୍ଟ ଥିଲା ଯେ ମ୍ୟାଚ୍‌ କମ୍‌ ଓଭରର ହେବ। ବ୍ୟାଟରମାନଙ୍କ ପାଇଁ ଯାହା ଯୋଜନା ଥିଲା ଏବଂ ବୋଲରମାନଙ୍କ ପାଇଁ ଯାହା ପ୍ଲାନ୍‌ ଥିଲା, ସେହି ଅନୁସାରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିଲୁ। ପ୍ରତ୍ୟେକ ଓଭରକୁ ପୂରା ଉଦ୍ଦେଶ୍ୟ ସହ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ।” ଏହି ପ୍ରସ୍ତୁତି ବୋଲିଂରେ ମଧ୍ୟ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଟାଇଗର୍ସ କଟକ ପାନ୍ଥର୍ସକୁ ୫୩/୬ରେ ଅଟକାଇଥିଲା। ରାଜେଶ ନିଜେ ମାତ୍ର ଗୋଟିଏ ଓଭରରେ ୩ ରନ୍‌ ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ। #ସିନିୟର ଭାବେ ଜୁନିୟରଙ୍କୁ ପ୍ରେରଣା ଦେବା ଲକ୍ଷ୍ୟ ରାଜେଶଙ୍କ ପାଇଁ ଏହି ପ୍ରଦର୍ଶନ କେବଳ ନିଜ ୱିକେଟ୍‌ କିମ୍ବା ରନ୍‌ ପାଇଁ ନଥିଲା। ଦଳର ଯୁବ ଖେଳାଳିମାନଙ୍କ ମନୋବଳ ବଢ଼ାଇବା ମଧ୍ୟ ତାଙ୍କ ଲକ୍ଷ୍ୟ ଥିଲା। ସେ କହିଥିଲେ, “ଜଣେ ସିନିୟର ଖେଳାଳି ଭାବେ ଏଭଳି ସମୟରେ ଆଗକୁ ଆସିଲେ ଜୁନିୟର ଖେଳାଳିମାନେ ମଧ୍ୟ ପ୍ରେରଣା ପାଆନ୍ତି। ସେମାନେ ମଧ୍ୟ ଭଲ ଖେଳିବା ଆରମ୍ଭ କରନ୍ତି। ମୁଖ୍ୟ ବ୍ୟାଟରମାନେ ଆସିଲେ ମୁଁ ବୋଲିଂ କରିବି ବୋଲି ମୋର ଯୋଜନା ଥିଲା। ଆମେ ପ୍ଲାନ୍‌ ଅନୁସାରେ ଖେଳିଲୁ ଏବଂ ଭାଗ୍ୟକ୍ରମେ ସଫଳ ହେଲୁ।” #ବ୍ୟାଟର୍‌ରୁ ଫାଷ୍ଟ ବୋଲର୍‌ ରାଜେଶଙ୍କ କ୍ରିକେଟ୍‌ ଯାତ୍ରା ଜଣେ ସ୍ପେସାଲିଷ୍ଟ ଫାଷ୍ଟ ବୋଲର୍‌ ଭାବେ ଆରମ୍ଭ ହୋଇନଥିଲା। ସେ ୨୦୧୫ରେ ତୁଳନାମୂଳକ ଭାବେ ବିଳମ୍ବରେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ପ୍ରାରମ୍ଭରେ ତାଙ୍କ ଧ୍ୟାନ ବ୍ୟାଟିଂ ଉପରେ ଅଧିକ ଥିଲା। କିନ୍ତୁ ତାଙ୍କ କୋଚ୍‌ ଓ ମେଣ୍ଟର ଦୀପକ ମଙ୍ଗରାଜ ତାଙ୍କ ଭିତରେ ଜଣେ ବୋଲର୍‌କୁ ଦେଖିଥିଲେ ଏବଂ ପେସ୍‌ ବୋଲିଂ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ରାଜେଶ କହିଥିଲେ, “ମୁଁ ୨୦୧୫ରେ ଟିକେ ବିଳମ୍ବରେ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲି। ମୋର ମେଣ୍ଟର ଓ କୋଚ୍‌ ଦୀପକ ମଙ୍ଗରାଜ ମୋତେ ବୋଲିଂ ଆରମ୍ଭ କରିବାରେ ସାହାଯ୍ୟ କରିଥିଲେ। ମୁଁ ଆଜି ମଧ୍ୟ ସେହି ପ୍ରକ୍ରିୟାକୁ ଅନୁସରଣ କରୁଛି। ଫଳାଫଳ ମୋ ହାତରେ ନାହିଁ। ମୁଁ ଫଳାଫଳ ବିଷୟରେ ଅଧିକ ଚିନ୍ତା କରେନି। ଟ୍ରେନିଂ ହେଉ କି ବୋଲିଂ, ମୁଁ କେବଳ ପ୍ରକ୍ରିୟା ଉପରେ ଧ୍ୟାନ ଦିଏ ଏବଂ ଫଳାଫଳ ଭଗବାନଙ୍କ ଉପରେ ଛାଡ଼ି ଦିଏ।” ସେ ଆହୁରି କହିଥିଲେ, “ମୁଁ ଜଣେ ବ୍ୟାଟର୍‌ ଥିଲି, କିନ୍ତୁ ମୋ କୋଚ୍‌ ଫାଷ୍ଟ ବୋଲିଂରେ ମୋ ଭିତରେ କିଛି ଦେଖିଥିଲେ। ସେ ମୋତେ ବୋଲିଂ ଉପରେ ଧ୍ୟାନ ଦେବାକୁ କହିଥିଲେ। ଧୀରେ ଧୀରେ ମୁଁ ଅଧିକ ବୋଲିଂ କଲି ଏବଂ ବ୍ୟାଟିଂ ଉପରେ ଧ୍ୟାନ କମାଇଲି। ବୋଲିଂକୁ ଉପଭୋଗ କରିବା ଆରମ୍ଭ କଲି ଏବଂ ପରେ ଲାଗିଲା ଯେ ବୋଲିଂ ହିଁ ମୋର କ୍ୟାରିୟର ହୋଇପାରେ।” #ସୌରଭ ଗାଙ୍ଗୁଲିଙ୍କଠାରୁ ପ୍ରେରଣା ରାଜେଶଙ୍କ ପ୍ରଥମ କ୍ରିକେଟ୍‌ ଆଇଡଲ୍‌ ଜଣେ ଫାଷ୍ଟ ବୋଲର୍‌ ନଥିଲେ। ସେ ସୌରଭ ଗାଙ୍ଗୁଲିଙ୍କୁ ଦେଖି କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ଗାଙ୍ଗୁଲିଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସହ ତାଙ୍କର ବୋଲିଂ ଦକ୍ଷତା ମଧ୍ୟ ରାଜେଶଙ୍କୁ ପ୍ରଭାବିତ କରିଥିଲା। ଏହି ପ୍ରଭାବ ତାଙ୍କ ଜର୍ସି ନମ୍ବରରେ ମଧ୍ୟ ଦେଖାଯାଏ। ଓଡ଼ିଶାର ଏହି ପେସର୍‌ ୯୯ ନମ୍ବର ଜର୍ସି ପିନ୍ଧନ୍ତି, ଯାହା ଗାଙ୍ଗୁଲି ତାଙ୍କ ଖେଳ ଜୀବନରେ ପିନ୍ଧୁଥିଲେ। ରାଜେଶ ସ୍ମୃତିଚାରଣ କରି କହିଥିଲେ, “ସୌରଭ ଗାଙ୍ଗୁଲିଙ୍କୁ ଦେଖିବା ପରେ ମୁଁ କ୍ରିକେଟ୍‌ ଆରମ୍ଭ କରିଥିଲି। ସେ ମିଡିୟମ୍‌ ପେସ୍‌ ବୋଲିଂ କରୁଥିଲେ ଏବଂ ବାମହାତୀ ବ୍ୟାଟର୍‌ ଥିଲେ। ମୁଁ ଓପନର୍‌ ଭାବେ ଖେଳୁଥିଲି ଏବଂ ନୂଆ ବଲ୍‌ରେ ବୋଲିଂ ମଧ୍ୟ କରୁଥିଲି।” #MRF Pace Foundationରେ ଶିଖିଲେ ଫାଷ୍ଟ ବୋଲିଂର ନୂଆ ଦିଗ ରାଜେଶଙ୍କ କ୍ରିକେଟ୍‌ ଜୀବନର ଏକ ବଡ଼ ମୋଡ଼ ଥିଲା MRF Pace Foundationରେ ପ୍ରଶିକ୍ଷଣ ନେବାର ସୁଯୋଗ। ସେଠାରେ ଫାଷ୍ଟ ବୋଲିଂର ବିଭିନ୍ନ ଦିଗ ଉପରେ କାମ କରିବା ସହ ଭଲ ବ୍ୟାଟରଙ୍କ ବିପକ୍ଷରେ କିପରି ବୋଲିଂ କରିବାକୁ ହୁଏ, ସେ ବିଷୟରେ ଅନେକ କିଛି ଶିଖିଥିଲେ। “MRF ଯିବା ପରେ ମୁଁ ବହୁତ କିଛି ଶିଖିଲି। ସେତେବେଳେ ମୋ ବୋଲିଂ ବୋଧହୁଏ ୨୦-୩୦ ପ୍ରତିଶତ ଭଲ ଥିଲା, କିନ୍ତୁ ସେଠାକୁ ଯିବା ପରେ ମୁଁ ବହୁତ ଉନ୍ନତି କଲି। କୋଚିଂ ଓ ଟ୍ରେନିଂ ମୋତେ ମୋ ବୋଲିଂକୁ ଆହୁରି ଭଲ ଭାବେ ବୁଝିବାରେ ସାହାଯ୍ୟ କଲା,” ବୋଲି ସେ କହିଥିଲେ। #ଭାରତ U-19 ଯାତ୍ରାକୁ ନେଇ ଗର୍ବିତ ରାଜେଶଙ୍କ କ୍ରିକେଟ୍‌ କ୍ୟାରିୟରର ଅନ୍ୟତମ ବଡ଼ ସଫଳତା ହେଉଛି ଭାରତ U-19 ଦଳରେ ସ୍ଥାନ ପାଇବା। ସେହି ଦଳରେ ଯଶସ୍ୱୀ ଜୈସୱାଲ, ପ୍ରଭସିମ୍ରନ ସିଂହଙ୍କ ଭଳି ଖେଳାଳିମାନେ ମଧ୍ୟ ଥିଲେ, ଯେଉଁମାନେ ପରବର୍ତ୍ତୀ ସମୟରେ IPL ଏବଂ ଘରୋଇ କ୍ରିକେଟ୍‌ରେ ନିଜ ଛାପ ଛାଡ଼ିଛନ୍ତି। ରାଜେଶ କହିଥିଲେ, “ଆମେ ଏବେ ମଧ୍ୟ ପରସ୍ପର ସହ ଯୋଗାଯୋଗରେ ଅଛୁ। ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମ୍ରନ ଏବଂ ନେହାଲ ୱାଧେରାଙ୍କ ସମେତ ତିନି-ଚାରି ଜଣଙ୍କ ସହ ଆମର କଥାବାର୍ତ୍ତା ହୁଏ। ସେମାନଙ୍କୁ IPLରେ ଖେଳୁଥିବା ଏବଂ ଘରୋଇ କ୍ରିକେଟ୍‌ରେ ଭଲ କରୁଥିବା ଦେଖି ବହୁତ ଭଲ ଲାଗେ।” ସେ ଆହୁରି କହିଥିଲେ, “ଆମେ ଏକାଠି ଖେଳୁଥିଲୁ ଏବଂ ଏସିଆ କପ୍‌ ଜିତିଥିଲୁ। ସେମାନେ ଆଜି ଭଲ କରୁଥିବା ଦେଖି ମୋତେ ବହୁତ ଗର୍ବ ଲାଗେ।” ଭାରତ U-19 ଯାତ୍ରା ତାଙ୍କ କ୍ୟାରିୟରର ସବୁଠୁ ପସନ୍ଦର ସ୍ମୃତି ବୋଲି ମଧ୍ୟ ସେ କହିଥିଲେ। “ମୋତେ ଗୋଟିଏ ଟ୍ରାଏଲ୍‌ ମ୍ୟାଚ୍‌ରେ ଶେଷ ଓଭରରେ ୬-୭ ରନ୍‌ ବଞ୍ଚାଇବାକୁ ପଡ଼ିଥିଲା। ମୁଁ ମାତ୍ର ୨ ରନ୍‌ ଦେଲି ଏବଂ ଆମେ ମ୍ୟାଚ୍‌ ଜିତିଲୁ। ମୋ କ୍ୟାରିୟରରେ ଏହା ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା। ତେଣୁ ଭାରତ U-19 ଯାତ୍ରା ମୋର ସବୁଠୁ ପ୍ରିୟ ସ୍ମୃତି,” ବୋଲି ରାଜେଶ କହିଥିଲେ। #ଫଳାଫଳ ନୁହେଁ, ପ୍ରକ୍ରିୟା ଉପରେ ଭରସା କ୍ୟାରିୟରରେ ଅନେକ ମାଇଲଷ୍ଟୋନ୍‌ ହାସଲ କରିଥିଲେ ମଧ୍ୟ ରାଜେଶ ମୌଳିକତାକୁ ଅଧିକ ଗୁରୁତ୍ୱ ଦିଅନ୍ତି। “ଫଳାଫଳ ମୋ ହାତରେ ନାହିଁ। ମୋ ହାତରେ ଯାହା ଅଛି, ତାହା ହେଉଛି ପ୍ରକ୍ରିୟା—ଟ୍ରେନିଂ ହେଉ କି ବୋଲିଂ। ମୁଁ କେବଳ ସେଥିରେ ଧ୍ୟାନ ଦିଏ ଏବଂ ଫଳାଫଳ ଭଗବାନଙ୍କ ଉପରେ ଛାଡ଼ି ଦିଏ। ଯେତେଦିନ ଖେଳିବି, ସେତେଦିନ ମୋ ପ୍ରକ୍ରିୟା ଉପରେ ଧ୍ୟାନ ଦେବି,” ବୋଲି ସେ କହିଥିଲେ। ଫିଟନେସ୍‌ ଉପରେ ମଧ୍ୟ ରାଜେଶ ବିଶେଷ ଧ୍ୟାନ ଦିଅନ୍ତି। କଟକ ପାନ୍ଥର୍ସ ସହ ଜଡ଼ିତ Strength & Conditioning Coach ଶକ୍ତି ସ୍ୱରୂପ ମହାପାତ୍ରଙ୍କୁ ସେ ନିଜ ଫିଟନେସ୍‌ ପାଇଁ ଶ୍ରେୟ ଦେଇଛନ୍ତି। “ତାଙ୍କର ମୋ ପାଇଁ ଏକ ଭଲ ଟ୍ରେନିଂ ପ୍ରୋଗ୍ରାମ୍‌ ରହିଛି। ସେ ଚାହାନ୍ତି ଯେ ମୁଁ ଫିଟ୍‌ ରହି ତିନୋଟି ଫର୍ମାଟ୍‌ରେ ଖେଳିବି। ଜଣେ S&C କୋଚ୍‌ଙ୍କ ବିନା ତିନୋଟି ଫର୍ମାଟ୍‌ ଖେଳିବା ବହୁତ କଷ୍ଟକର ବୋଲି ମୁଁ ଭାବେ। ତାଙ୍କୁ ମୁଁ ବହୁତ ଶ୍ରେୟ ଦିଏ,” ବୋଲି ରାଜେଶ କହିଥିଲେ। #‘ଓଡ଼ିଶା T20 ଲିଗ୍‌ ଏକ ବଡ଼ ପ୍ଲାଟଫର୍ମ’ ଯୁବ କ୍ରିକେଟରଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ଓଡ଼ିଶା T20 ଲିଗ୍‌ ଏକ ବଡ଼ ପ୍ଲାଟଫର୍ମ ବୋଲି ରାଜେଶ ମନେ କରନ୍ତି। “ଏହା ଏକ ବହୁତ ଭଲ ପ୍ଲାଟଫର୍ମ। ଆମେ ଘରୋଇ କ୍ରିକେଟ୍‌ ଖେଳୁଛୁ ଏବଂ ନୂଆ ଖେଳାଳିମାନେ ମଧ୍ୟ ଏଠାରେ ଖେଳିବାକୁ ଆସୁଛନ୍ତି। ସାରା ଭାରତରୁ ନୂଆ ପ୍ରତିଭା ଆସୁଛନ୍ତି ଏବଂ ଲୋକମାନେ ଏହି ମ୍ୟାଚ୍‌ଗୁଡ଼ିକୁ ଦେଖୁଛନ୍ତି,” ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ, “ସ୍କାଉଟ୍‌ମାନେ ମଧ୍ୟ ଆସୁଛନ୍ତି। ତେଣୁ ନୂଆ ଷ୍ଟାର୍‌ ତିଆରି ହେବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ। ଯେଉଁମାନେ ଏଠାରେ ଭଲ କରିବେ, ସେମାନଙ୍କୁ IPL ଖେଳିବାର ସୁଯୋଗ ମିଳିପାରେ।” ଜଣେ ଯୁବ ବ୍ୟାଟର୍‌ ଭାବେ ସୌରଭ ଗାଙ୍ଗୁଲିଙ୍କଠାରୁ ପ୍ରେରଣା ନେଇ ଯାତ୍ରା ଆରମ୍ଭ କରିଥିବା ରାଜେଶ ମହାନ୍ତି ଆଜି ଜଣେ ଭାରତ U-19 ପେସର୍‌ ଭାବେ ନିଜ ପରିଚୟ ତିଆରି କରିଛନ୍ତି। ଆଗକୁ ମଧ୍ୟ ତାଙ୍କ ଲକ୍ଷ୍ୟ ସ୍ପଷ୍ଟ—ପ୍ରକ୍ରିୟା ଉପରେ ଭରସା, ନିରନ୍ତର ଉନ୍ନତି ଏବଂ ପ୍ରଦର୍ଶନ ଜରିଆରେ ନିଜ କଥା କହିବା।

powered by social2s

ଭୁବନେଶ୍ୱରରେ ଟେଣ୍ଟ ହାଉସ୍‌ ଷ୍ଟୋର ରୁମ୍‌ରେ ଅଗ୍ନିକାଣ୍ଡ

Details
Odia Ray Admin
ଓଡିଶା
24 September 2026

ଭୁବନେଶ୍ୱର: ଭୁବନେଶ୍ୱର ପାଇକରାପୁରରେ ଥିବା ଏକ ଟେଣ୍ଟ ହାଉସ୍‌ ଷ୍ଟୋର ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା, ବାସନ, ଇଲେକଟ୍ରିକାଲ ସାମଗ୍ରୀ। ନିଆଁକୁ ଆୟତ୍ତ କଲେ ୪ଟି ଅଗ୍ନିଶମ ବାହିନୀ ଟିମ୍। ପ୍ରାୟ ୨୫ ଲକ୍ଷ ତାଙ୍କର ସାମଗ୍ରୀ ପୋଡ଼ି ପାଉଁଶ ହୋଇଛି।

powered by social2s

ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ଓଡ଼ିଶାରେ ପରିସ୍ଥିତି ଉପରେ ନିରନ୍ତର ନଜର

Details
Odia Ray Admin
ଓଡିଶା
24 September 2026

ଭୁବନେଶ୍ୱର: ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ (Deep Depression) ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟନମର ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ଏହାର ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୫୫–୬୫ କି.ମି. ଥିବାବେଳେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୫ କି.ମି. ପର୍ଯ୍ୟନ୍ତ ରହିଥିଲା। ଏହା ପରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଅବସ୍ଥିତ ଥିବାବେଳେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୧୭୦ କି.ମି. ଦକ୍ଷିଣ-ପଶ୍ଚିମରେ ରହିଥିଲା। ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୭ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଆଜି, ୨୪ ସେପ୍ଟେମ୍ବର ୨୦୨୬, ସକାଳ ୮ଟା ୩୦ ମିନିଟ୍‌ ସମୟରେ ଏହା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପରେ, ଅକ୍ଷାଂଶ ୧୮.୫° ଉତ୍ତର ଓ ଦ୍ରାଘିମା ୮୩.୫° ପୂର୍ବରେ କେନ୍ଦ୍ରୀଭୂତ ହୋଇଥିଲା। ଏହା କଳିଙ୍ଗପଟ୍ଟନମ୍‌ (ଆନ୍ଧ୍ରପ୍ରଦେଶ)ର ପ୍ରାୟ ୭୦ କି.ମି. ପଶ୍ଚିମ-ଉତ୍ତରପଶ୍ଚିମ, ରାୟଗଡ଼ା (ଓଡ଼ିଶା)ର ୮୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, କୋରାପୁଟ (ଓଡ଼ିଶା)ର ୯୦ କି.ମି. ପୂର୍ବ-ଦକ୍ଷିଣପୂର୍ବ ଏବଂ ଜଗଦଲପୁର (ଛତିଶଗଡ଼)ର ୧୭୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଅବସ୍ଥିତ ଥିଲା। ଏହି ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି, ୨୪ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଧୀରେ ଧୀରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ମଧ୍ୟ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହାର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଗଭୀର ଅବପାତ ଉପକୂଳ ଅତିକ୍ରମ କରି ଏବେ ସ୍ଥଳଭାଗ ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ପରିସ୍ଥିତି ଉପରେ ନିରନ୍ତର ତଦାରଖ କରାଯାଉଛି। ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରରେ ନିୟୋଜିତ ପ୍ରତିକ୍ରିୟାଶୀଳ ବାହିନୀଗୁଡ଼ିକ ସତର୍କ ରହିଛନ୍ତି। ନିୟମିତ ଭାବେ କ୍ଷେତ୍ରସ୍ତରୀୟ ସ୍ଥିତି ଆକଳନ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପ୍ରସ୍ତୁତିମୂଳକ ପଦକ୍ଷେପ, ରାତ୍ରିକାଳୀନ ପାଟ୍ରୋଲିଂ, ଯାତାୟାତ ପରିଚାଳନା, ଜଳସ୍ତର ନିରୀକ୍ଷଣ ଏବଂ ପୁନରୁଦ୍ଧାର ବ୍ୟବସ୍ଥା ଜାରି ରହିଛି। ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଜିଲ୍ଲାଗୁଡ଼ିକରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିଥିବା ରିପୋର୍ଟ ମିଳିନାହିଁ। କୋରାପୁଟ : ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି। ସିମିଳିଗୁଡ଼ା ବ୍ଲକ୍‌ରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲେ ମଧ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ଘଟିନାହିଁ। ମାଲକାନଗିରି : ଜାତୀୟ ରାଜପଥର କେତେକ ସ୍ଥାନରେ ପାଣି ଉଛୁଳିବା ଯୋଗୁଁ କାଙ୍ଗୁରକୋଣ୍ଡା, ଏମ୍‌ଭି-୯୦ ଓ କନ୍ୟାଶ୍ରମ ନିକଟସ୍ଥ ତିନୋଟି ସେତୁ ଦେଇ ଯାତାୟାତକୁ ବିକଳ୍ପ ମାର୍ଗରେ ପରିଚାଳନା କରାଯାଇଛି। ଏଥିପାଇଁ ଛତିଶଗଡ଼ ପୋଲିସ ସହ ସମନ୍ୱୟ କରାଯାଇଛି। କଳାହାଣ୍ଡି : ବିଚ୍ଛିନ୍ନ ଭାବେ ଗଛ ଉପୁଡ଼ିଯିବା ଘଟଣାଗୁଡ଼ିକୁ ତୁରନ୍ତ ସଫା କରାଯାଇଛି। ଜିଲ୍ଲାର ସାମଗ୍ରିକ ପରିସ୍ଥିତି ସ୍ୱାଭାବିକ ରହିଛି। ନବରଙ୍ଗପୁର : ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଏକ ସେତୁ ଉପରେ ପାଣି ଉଛୁଳିବା ପରେ ସେଠାରେ ଯାତାୟାତକୁ ବିକଳ୍ପ ମାର୍ଗରେ ପରିଚାଳନା କରାଯାଇଛି। ଗଛ ଉପୁଡ଼ିଯିବା ଯୋଗୁଁ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରଭାବିତ ଲୋକମାନଙ୍କୁ ନିରାପଦ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗଜପତି : ଗତକାଲି ସନ୍ଧ୍ୟା ୫ଟା ୩୦ରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷା ପରିମାଣ ପ୍ରାୟ ୭୦ ମି.ମି. ରହିଛି। ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀତଟ ଅଞ୍ଚଳରେ ନିରନ୍ତର ପାଟ୍ରୋଲିଂ କରାଯାଉଛି। ଏଥିରେ ଓଡ୍ରାଫ୍‌ର ଏକ ଟିମ୍ ନିୟୋଜିତ ରହିଛି। ଗଞ୍ଜାମ : ଜିଲ୍ଲା ପ୍ରଶାସନ ପକ୍ଷରୁ ବଂଶଧାରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି। ଜଳ ପରିଚାଳନା ବ୍ୟବସ୍ଥାର ଅଂଶ ଭାବେ ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ବ୍ୟାରେଜ୍‌ ଗେଟ୍‌ଗୁଡ଼ିକର ପରିଚାଳନା ମଧ୍ୟ କରାଯାଉଛି। ରାୟଗଡ଼ା : ବଂଶଧାରା ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ସୂଚନାଯୋଗ୍ୟ ଯେ, ଏହି ପାଣିପାଗ ପ୍ରଣାଳୀ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ ବର୍ଷା ହୋଇଛି। ୨୪ ସେପ୍ଟେମ୍ବରରେ ବିଭିନ୍ନ ବ୍ଲକ୍‌ରେ ୧୦୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ସେଥିମଧ୍ୟରେ କୋରାପୁଟର ସିମିଳିଗୁଡ଼ାରେ ୧୯୩.୯ ମି.ମି., ମାଲକାନଗିରିର ଚିତ୍ରକୋଣ୍ଡାରେ ୧୬୮.୮ ମି.ମି., ଖୋର୍ଦ୍ଧାର ଟାଙ୍ଗୀରେ ୧୪୨.୦ ମି.ମି., କଟକର ବଡ଼ମ୍ବାରେ ୧୩୪.୦ ମି.ମି., କନ୍ଧମାଳର ଜି. ଉଦୟଗିରିରେ ୧୨୫.୪ ମି.ମି., ଗଜପତିର ପାରଳାଖେମୁଣ୍ଡିରେ ୧୨୧.୪ ମି.ମି. ଏବଂ ଗଜପତିର ଗୋଷାଣୀରେ ୧୨୦.୦ ମି.ମି. ବର୍ଷା ରେକର୍ଡ ହୋଇଛି। ଯଦିଓ ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି, ତଥାପି କେତେକ ଜିଲ୍ଲା ପାଇଁ ପାଣିପାଗ ସତର୍କତା ଜାରି ରହିଛି। ଆଜି ପାଇଁ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଯେତେବେଳେ କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟ ପ୍ରଶାସନ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ପରିସ୍ଥିତି ଏବଂ ସମ୍ଭାବ୍ୟ ସ୍ଥାନୀୟ ପ୍ରଭାବ ଉପରେ ନିରନ୍ତର ନଜର ରଖାଯାଉଛି। ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ରସ୍ତରୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ପ୍ରାକ୍‌-ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏଥିରେ ସମ୍ବେଦନଶୀଳ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ, ନଦୀ ଓ ଜଳସ୍ତର ନିରୀକ୍ଷଣ, ଆବଶ୍ୟକତା ଅନୁଯାୟୀ ଯାତାୟାତ ବିକଳ୍ପ ମାର୍ଗରେ ପରିଚାଳନା, ଉପୁଡ଼ିଥିବା ଗଛଗୁଡ଼ିକୁ ତୁରନ୍ତ ସଫା କରିବା, ପ୍ରଭାବିତ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ଏବଂ ନିରନ୍ତର ପୁନରୁଦ୍ଧାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଜିଲ୍ଲାଗୁଡ଼ିକର ପରିସ୍ଥିତିର ନିରନ୍ତର ଆକଳନ କରାଯାଉଥିବାବେଳେ ଆବଶ୍ୟକତା ଅନୁଯାୟୀ କ୍ଷେତ୍ରସ୍ତରରେ ତୁରନ୍ତ ପ୍ରତିକ୍ରିୟାମୂଳକ ପଦକ୍ଷେପ ନିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ଅତ୍ୟାବଶ୍ୟକ ଯୋଗାଯୋଗ ଓ ଯାତାୟାତ ବ୍ୟବସ୍ଥା ବଜାୟ ରଖିବା ଏବଂ ସ୍ଥାନୀୟ ସ୍ତରରେ ଉପୁଜୁଥିବା ଯେକୌଣସି ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଗଭୀର ଅବପାତ ବର୍ତ୍ତମାନ ସ୍ଥଳଭାଗ ଆଡ଼କୁ ଗତି କରୁଥିବା ଏବଂ କ୍ରମେ ଦୁର୍ବଳ ହେବାର ସମ୍ଭାବନା ଥିବାରୁ, ସ୍ଥାନୀୟ ସ୍ତରରେ ସୃଷ୍ଟି ହୋଇପାରୁଥିବା ଯେକୌଣସି ପ୍ରଭାବର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି। ଜିଲ୍ଲା ପ୍ରଶାସନ ଓ ପ୍ରତିକ୍ରିୟାଶୀଳ ଟିମ୍‌ଗୁଡ଼ିକ ସତର୍କ ରହିବା ସହ ନଦୀ ଜଳସ୍ତର, ବର୍ଷା ପରିମାଣ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ବର୍ତ୍ତମାନର ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ବ୍ୟାପକ ଭାବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମଗ୍ରିକ ପରିସ୍ଥିତି ବର୍ତ୍ତମାନ ମୁଖ୍ୟତଃ ନିୟନ୍ତ୍ରଣାଧୀନ ରହିଛି ଏବଂ ଆବଶ୍ୟକ ପ୍ରତିକ୍ରିୟା ଓ ପୁନରୁଦ୍ଧାରମୂଳକ ପଦକ୍ଷେପ କ୍ଷେତ୍ରସ୍ତରରେ ନିରନ୍ତର ଜାରି ରହିଛି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଛନ୍ତି l

powered by social2s

ଭୀଷଣ ପବନ ଓ ବର୍ଷା ଯୋଗୁଁ ଚିଲିକାରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା

Details
Odia Ray Admin
ଓଡିଶା
24 September 2026

ଭୁବନେଶ୍ୱର : ଲଗାଣ ବର୍ଷା ଓ ଭୀଷଣ ପବନ ଯୋଗୁଁ ଚିଲିକାରେ ଓଲଟିଲା କୂଳରେ ବନ୍ଧା ହୋଇଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଲକ୍ଷ୍ମୀନାରାୟଣ ସାହିର ମତ୍ସ୍ୟଜୀବୀଙ୍କ ଡଙ୍ଗା ଚିଲିକାରେ ବୁଡି ଯାଇଥିବା ଜଣାପଡ଼ିଛି। ଅଘଟଣରେ କେହି ଆହତ ହୋଇନାହାନ୍ତି।

powered by social2s

ଓଡ଼ିଶାରେ ଅଗ୍ନିଶମ ସୁରକ୍ଷା ଯାଞ୍ଚ କଡ଼ାକଡ଼ି; ୮ ଦିନରେ ମୋଟ ୯୬୪ଟି ପ୍ରତିଷ୍ଠାନ ଅଡିଟ୍

Details
Odia Ray Admin
ଓଡିଶା
23 September 2026

ଭୁବନେଶ୍ୱର: ଓଡ଼ିଶାରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିଭିନ୍ନ ବ୍ୟାବସାୟିକ ଓ ସରକାରୀ-ବେସରକାରୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ ଯାଞ୍ଚ କରିବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଆରମ୍ଭ ହୋଇଥିବା "ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା" ଅଭିଯାନ ପୂର୍ଣ୍ଣ ପ୍ରାଣରେ ଜାରି ରହିଛି। ଗତ ସେପ୍ଟେମ୍ବର ୧୫, ୨୦୨୬ ରୁ ସେପ୍ଟେମ୍ବର ୨୨, ୨୦୨୬ ମଧ୍ୟରେ ରାଜ୍ୟର ଅଗ୍ନିଶମ ସେବାର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ମୋଟ ୯୬୪ଟି ସଂସ୍ଥାନ/ପ୍ରତିଷ୍ଠାନରେ ଅଗ୍ନିଶମ ନିରାପତ୍ତାର ବିସ୍ତୃତ ଯାଞ୍ଚ କରାଯାଇଛି । ଯାଞ୍ଚ ତଥ୍ୟ ଅନୁସାରେ ମଧ୍ୟ ଅଞ୍ଚଳ (କଟକ) ରେ ସବାଧିକ ୪୨୧ଟି ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ବେଳେ ଦକ୍ଷିଣ ଅଞ୍ଚଳ (ବ୍ରହ୍ମପୁର) ରେ ୨୯୮ଟି, ଉତ୍ତର ଅଞ୍ଚଳ (ସମ୍ବଲପୁର) ରେ ୨୪୧ଟି ଏବଂ ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁଙ୍କ ସ୍ୱତନ୍ତ୍ର ଟିମ୍ ଦ୍ୱାରା ୪ଟି ପ୍ରତିଷ୍ଠାନର ଅଡିଟ୍ କରାଯାଇଛି। ଏହି ଆଠ ଦିନିଆ ଅଭିଯାନ ମଧ୍ୟରେ ସେପ୍ଟେମ୍ବର ୧୫ ତାରିଖରେ ୧୧୯ଟି, ୧୬ ତାରିଖରେ ୯୦ଟି, ୧୭ ତାରିଖରେ ୯୦ଟି, ୧୮ ତାରିଖରେ ୧୫୫ଟି, ୧୯ ତାରିଖରେ ୧୩୪ଟି, ୨୦ ତାରିଖରେ ୯୧ଟି, ୨୧ ତାରିଖରେ ୧୫୯ଟି ଏବଂ ୨୨ ତାରିଖରେ ୧୨୬ଟି ସଂସ୍ଥାନ ଯାଞ୍ଚ କରାଯାଇଛି। ଏହି ଅଭିଯାନ ଅଧୀନରେ ବିଭିନ୍ନ ବର୍ଗର ପ୍ରତିଷ୍ଠାନଗୁଡ଼ିକୁ କଡ଼ାକଡ଼ି ଭାବେ ଅଡିଟ୍ କରାଯାଇଛି। ସମୁଦାୟ ୯୬୪ଟି ପ୍ରତିଷ୍ଠାନ ମଧ୍ୟରେ ୨୯୫ଟି ବିପଜ୍ଜନକ ଓ ଜ୍ୱଳନଶୀଳ ସଂସ୍ଥା (ପେଟ୍ରୋଲ୍ ପମ୍ପ, LPG ଗୋଦାମ, ଗ୍ୟାସ୍ ଏଜେନ୍ସି), ୨୪୩ଟି ଆବାସିକ ଓ ହୋଟେଲ (ହୋଟେଲ, ଲଜ୍, ଗେଷ୍ଟ ହାଉସ୍), ୧୫୨ଟି ବ୍ୟାବସାୟିକ ପ୍ରତିଷ୍ଠାନ (ସପିଂ ମଲ୍, ଶୋ’ରୁମ୍), ୯୦ଟି ଶିକ୍ଷାନୁଷ୍ଠାନ (ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ), ୮୪ଟି ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନ (ହସ୍ପିଟାଲ୍, କ୍ଲିନିକ୍, ନର୍ସିଂ ହୋମ୍), ୪୨ଟି ଶିଳ୍ପ ଓ ଗୋଦାମ, ୨୧ଟି ସଭାଗୃହ/ମଣ୍ଡପ/ସିନେମା ହଲ୍, ୨୦ଟି ବ୍ୟବସାୟିକ କାର୍ଯ୍ୟାଳୟ ଭବନ ଏବଂ ୨୦ଟି ଅନ୍ୟାନ୍ୟ ମିଶ୍ରିତ ସଂସ୍ଥାନ ସାମିଲ ରହିଛି। ଯାଞ୍ଚ ସମୟରେ ବିଶେଷ କରି ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର (FSC) ଅଛି କି ନାହିଁ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଆବଶ୍ୟକୀୟ ଅଗ୍ନିଶମ ଉପକରଣଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟକ୍ଷମ ଅଛି କି ନାହିଁ , ପ୍ରତ୍ୟେକ ପ୍ରସ୍ଥାନ ଦ୍ୱାରା ଗୁଡ଼ିକ ଖୋଲା ଅଛି କି ନାହିଁ ଏହା ସହିତ ଅଗ୍ନିକାଣ୍ଡ ସମୟରେ କିପରି ସୁରକ୍ଷିତ ଭାବେ ବାହାରିବେ ଏବଂ ସଠିକ ଭାବରେ କିପରି ନିଆଁ ଲିଭା ଯନ୍ତ୍ର ବ୍ୟବହାର କରିବେ, ସେ ନେଇ କର୍ମଚାରୀମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି, ଯାହାଦ୍ୱାରା ଜରୁରୀ ପରିସ୍ଥିତିରେ ସେମାନେ ନିଜେ ପ୍ରାଥମିକ ସୁରକ୍ଷା ପଦକ୍ଷେପ ନେଇପାରିବେ ଏନେଇ ଆବଶ୍ୟକୀୟ ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ ଯେଉଁସବୁ ପ୍ରତିଷ୍ଠାନରେ ଅଗ୍ନିଶମ ନିରାପତ୍ତା ନିୟମାବଳୀର ଉଲ୍ଲଂଘନ କିମ୍ବା ଆବଶ୍ୟକୀୟ ସୁରକ୍ଷା ଉପକରଣର ଅଭାବ ଦେଖିବାକୁ ମିଳୁଛି, ସେହି ସଂସ୍ଥାଗୁଡ଼ିକୁ ତୁରନ୍ତ ତ୍ରୁଟି ସୁଧାରିବା ପାଇଁ ଆଇନଗତ 'କାରଣ ଦର୍ଶାଅ ନୋଟିସ୍' (Compliance Notice) ଜାରି କରାଯାଉଛି। ଏହି ନୋଟିସ୍‌ରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଉଛି। ସାଧାରଣ ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ଓ ଧନସମ୍ପତ୍ତିକୁ ଅଗ୍ନିକାଣ୍ଡ ଭଳି ବିପଦରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। "ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା" ଗଠନର ସଂକଳ୍ପକୁ ପୂରଣ କରିବା ପାଇଁ ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆଗାମୀ ଦିନରେ ସାରା ରାଜ୍ୟରେ ଆହୁରି ଅଧିକ କଡ଼ାକଡ଼ି ଓ ବ୍ୟାପକ ଭାବେ ଜାରି ରହିବ।

powered by social2s

More Articles ...

  1. ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା "ମୋ ପରିବାର"
  2. ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
  3. ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି ; ସ୍ଥିତି ଉପରେ ନିରନ୍ତର ନଜର, ୩୩ ଓଡ୍ରାଫ୍ ଟିମ୍ ମୁତୟନ
Page 52 of 2250
  • Start
  • Prev
  • 47
  • 48
  • 49
  • 50
  • 51
  • 52
  • 53
  • 54
  • 55
  • 56
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.