• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
22
Sun, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

Details
Odia Ray Admin
ଓଡିଶା
28 September 2026

ଭୁବନେଶ୍ୱର : ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରଖାଯାଇଛି। ଆଜିଠୁ ହେବାକୁ ଥିବା ଧର୍ମଘଟକୁ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ସ୍ଥଗିତ ରଖାଯାଇଛି। ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦାବିଗୁଡ଼ିକ ବାବଦରେ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ମାସର ସବୁ ଶନିବାର ଛୁଟି ସମେତ ଅନ୍ୟାନ୍ୟ ଦାବିରେ ଧର୍ମଘଟ ଡାକରା ଦିଆଯାଇଥିଲା।

powered by social2s

ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Details
Odia Ray Admin
ଓଡିଶା
27 September 2026

ଭୁବନେଶ୍ୱର: ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ ଐତିହାସିକ ଗୌରବକୁ ପର୍ଯ୍ୟଟକମାନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଭୁବନେଶ୍ୱରର ଐତିହାସିକ ଖଣ୍ଡଗିରିଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏହି ମନୋରମ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ITDC) ଦ୍ୱାରା ଏହି ଆକର୍ଷଣୀୟ ଶୋ’ ବିକଶିତ କରାଯାଇଛି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆଲୋକ, ଶବ୍ଦ ଏବଂ କାହାଣୀ କଥନ ଶୈଳୀର ସମାହାରରେ ଐତିହାସିକ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର ମାହାତ୍ମ୍ୟକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା। ଏହି ଶୋ’ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଦୁଇଟି ପର୍ଯ୍ୟାୟରେ ପ୍ରଦର୍ଶିତ ହେବ। ପ୍ରତ୍ୟେକ ପ୍ରଦର୍ଶନୀର ଅବଧି ପ୍ରାୟ ୧୬ ମିନିଟ୍ ୭ ସେକେଣ୍ଡ ରହିଥିବା ବେଳେ ଏକାସାଙ୍ଗରେ ୧୨୦ ଜଣ ଦର୍ଶକ ବସି ଏହାକୁ ଉପଭୋଗ କରିବାର ବ୍ୟବସ୍ଥା ରହିଛି। ଦୈନିକ ଦୁଇଟି ଶୋ’ର ସମୟସୂଚୀ: ପ୍ରଥମ ଶୋ’: ସନ୍ଧ୍ୟା ୭:୦୦ ରୁ ୭:୩୫ ଦ୍ୱିତୀୟ ଶୋ’: ସନ୍ଧ୍ୟା ୭:୪୫ ରୁ ୮:୨୦ ପର୍ଯ୍ୟଟକମାନେ ଓଡ଼ିଶା ପର୍ଯ୍ୟଟନର ଅଫିସିଆଲ୍ ଟିକେଟିଂ ପୋର୍ଟାଲ୍ www.bookodisha.com ମାଧ୍ୟମରେ ସହଜରେ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ। ଖଣ୍ଡଗିରି-ଉଦୟଗିରି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ଓଡ଼ିଶାର ଐତିହ୍ୟ ପର୍ଯ୍ୟଟନ ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନା। ରାଜ୍ୟର ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ ଗୌରବକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ି ଏହି ପ୍ରକଳ୍ପ ପର୍ଯ୍ୟଟକମାନଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବା ସହ ଭୁବନେଶ୍ୱରର ଏହି ପ୍ରମୁଖ ଐତିହ୍ୟ ସ୍ଥଳର ଗୁରୁତ୍ୱକୁ ବୃଦ୍ଧି କରିବ। ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱରର ବିଧାୟକ ଶ୍ରୀ ବାବୁ ସିଂହ, ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ଶ୍ରୀ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

powered by social2s

'ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନର ୧୩ ଦିନରେ ୧୫୫୫ଟି ପ୍ରତିଷ୍ଠାନର ଅଗ୍ନିଶମ ନିରାପତ୍ତା ଅଡିଟ୍

Details
Odia Ray Admin
ଓଡିଶା
27 September 2026

ଭୁବନେଶ୍ୱର : ଓଡ଼ିଶାରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିଭିନ୍ନ ବ୍ୟବସାୟିକ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାର ସଠିକ୍ ଯାଞ୍ଚ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଆରମ୍ଭ ହୋଇଥିବା ‘ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା’ ଅଭିଯାନ ବ୍ୟାପକ ଭାବେ ଜାରି ରହିଛି। ସେପ୍ଟେମ୍ବର ୧୫, ୨୦୨୬ରୁ ସେପ୍ଟେମ୍ବର ୨୭, ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ୱତନ୍ତ୍ର ଅଗ୍ନିଶମ ନିରାପତ୍ତା ଅଡିଟ୍ ଅଭିଯାନରେ ରାଜ୍ୟ ଅଗ୍ନିଶମ ସେବାର ବରିଷ୍ଠ ଅଧିକାରୀ ଓ ସ୍ୱତନ୍ତ୍ର ଟିମ୍‌ଗୁଡ଼ିକ ଦ୍ୱାରା ମୋଟ ୧୫୫୫ସଂସ୍ଥାନ/ପ୍ରତିଷ୍ଠାନରେ ବିସ୍ତୃତ ଅଗ୍ନିଶମ ନିରାପତ୍ତା ଯାଞ୍ଚ କରାଯାଇଛି। ଯାଞ୍ଚ ତଥ୍ୟ ଅନୁସାରେ, କେନ୍ଦ୍ରାଞ୍ଚଳ (କଟକ) ଅଧୀନରେ ସର୍ବାଧିକ ୫୮୪ଟି ପ୍ରତିଷ୍ଠାନ, ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଅଧୀନରେ ୪୮୦ଟି ଏବଂ ଉତ୍ତରାଞ୍ଚଳ (ସମ୍ବଲପୁର) ଅଧୀନରେ ୪୮୫ଟି ପ୍ରତିଷ୍ଠାନର ଅଡିଟ୍ କରାଯାଇଛି। ଏଥିସହିତ, ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ୩ଟି ପ୍ରତିଷ୍ଠାନର ଅଡିଟ୍ କରାଯାଇଛି। ଦୈନିକ ତଥ୍ୟ: ଏହି ଅଭିଯାନ ଅବଧିରେ ସେପ୍ଟେମ୍ବର ୧୫ ତାରିଖରେ ୧୧୯ଟି, ୧୬ ତାରିଖରେ ୯୦ଟି, ୧୭ ତାରିଖରେ ୯୦ଟି, ୧୮ ତାରିଖରେ ୧୫୫ଟି, ୧୯ ତାରିଖରେ ୧୩୪ଟି, ୨୦ ତାରିଖରେ ୯୧ଟି, ୨୧ ତାରିଖରେ ୧୫୯ଟି, ୨୨ ତାରିଖରେ ୧୨୬ଟି, ୨୩ ତାରିଖରେ ୧୧୫ଟି, ୨୪ ତାରିଖରେ ୧୧୫ଟି, ୨୫ ତାରିଖରେ ୧୦୧ଟି, ୨୬ ତାରିଖରେ ୧୩୬ଟି ଏବଂ ୨୭ ତାରିଖରେ ୧୨୪ଟି ସଂସ୍ଥାନ/ପ୍ରତିଷ୍ଠାନର ଅଗ୍ନିଶମ ନିରାପତ୍ତା ଯାଞ୍ଚ କରାଯାଇଛି। ଅଡିଟ୍ ସମୟରେ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର (Fire Safety Certificate) ବୈଧ ଭାବେ ରହିଛି କି ନାହିଁ, ଆବଶ୍ୟକୀୟ ଅଗ୍ନିଶମ ଓ ନିରାପତ୍ତା ଉପକରଣଗୁଡ଼ିକ ଉପଲବ୍ଧ ଏବଂ କାର୍ଯ୍ୟକ୍ଷମ ଅଛି କି ନାହିଁ, ଜରୁରୀକାଳୀନ ପ୍ରସ୍ଥାନ ପଥ ଓ ଦ୍ୱାରଗୁଡ଼ିକ ଅବରୋଧମୁକ୍ତ ଅଛି କି ନାହିଁ, ଅଗ୍ନି ନିର୍ବାପଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି କି ନାହିଁ ଏବଂ ଜରୁରୀକାଳୀନ ସମୟରେ ନିରାପଦ ଭାବେ ବାହାରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଛି କି ନାହିଁ, ସେସବୁ ଦିଗ ଯାଞ୍ଚ କରାଯାଉଛି। ଏଥିସହିତ, ପ୍ରତିଷ୍ଠାନର କର୍ମଚାରୀମାନଙ୍କୁ ଅଗ୍ନିକାଣ୍ଡ ସମୟରେ ନିରାପଦ ଭାବେ ନିର୍ଗମନ କରିବା, ଆବଶ୍ୟକ ପ୍ରାଥମିକ ଅଗ୍ନି ନିରାପତ୍ତା ପଦକ୍ଷେପ ଗ୍ରହଣ କରିବା ଏବଂ ଅଗ୍ନି ନିର୍ବାପକ ଯନ୍ତ୍ରର ସଠିକ୍ ବ୍ୟବହାର ସମ୍ପର୍କରେ ଆବଶ୍ୟକୀୟ ସଚେତନତା ଓ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ଯାଞ୍ଚ ସମୟରେ ଯେଉଁ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ନିୟମାବଳୀର ଉଲ୍ଲଂଘନ, ଆବଶ୍ୟକୀୟ ଅଗ୍ନିଶମ ଉପକରଣର ଅଭାବ କିମ୍ବା ଅନ୍ୟାନ୍ୟ ନିରାପତ୍ତା ତ୍ରୁଟି ପରିଲକ୍ଷିତ ହେଉଛି, ସେହି ପ୍ରତିଷ୍ଠାନଗୁଡ଼ିକୁ ତ୍ରୁଟି ସୁଧାରିବା ଏବଂ ଆବଶ୍ୟକୀୟ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ସହିତ “Compliance Notice” ଜାରି କରାଯାଉଛି। ନିର୍ଦ୍ଦେଶିତ ସମୟସୀମା ମଧ୍ୟରେ ତ୍ରୁଟିଗୁଡ଼ିକର ସୁଧାର ନିଶ୍ଚିତ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ କେବଳ ତ୍ରୁଟି ଚିହ୍ନଟ କରିବା ନୁହେଁ, ବରଂ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରତିରୋଧ, ପ୍ରସ୍ତୁତି, ପ୍ରତିକ୍ରିୟା ଓ ନିରାପଦ ନିର୍ଗମନ ବ୍ୟବସ୍ଥାକୁ ସୁଦୃଢ଼ କରି ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା। ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ଏହି ସ୍ୱତନ୍ତ୍ର ଅଗ୍ନିଶମ ନିରାପତ୍ତା ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ସାରା ରାଜ୍ୟରେ ଆହୁରି ବ୍ୟାପକ, ନିୟମିତ ଓ କଡ଼ାକଡ଼ି ଭାବେ ଜାରି ରହିବ

powered by social2s

ମହାନଦୀରେ ଆସୁଛି ଛୋଟ ବନ୍ୟା

Details
Odia Ray Admin
ଓଡିଶା
27 September 2026

ଭୁବନେଶ୍ୱର : ମହାନଦୀ ଓ ଶାଖା ନଦୀରେ ଆସୁଛି ଛୋଟ ବନ୍ୟା ବୋଲି କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ଚଳିତ ବର୍ଷର ଚତୁର୍ଥ ବନ୍ୟା ମହାନଦୀରେ ଆସୁଛି। ଲଘୁଚାପ ପ୍ରଭାବରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷାଯୋଗୁଁ ଜଳସ୍ତର ବଢ଼ିଛି। ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୨୮.୧୯ ଫୁଟ ରହିଛି। ହୀରାକୁଦରୁ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ପଡ଼ିଲେ ଆଉ କିଛି ଗେଟ୍ ଖୋଲାଯିବ। ଆଜି ମଧ୍ୟରାତ୍ରିରେ ମୁଣ୍ଡଳୀରେ ୭ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିବ। କାଲି ସକାଳ ୯ଟା ଭିତରେ ପ୍ରାୟ ୮ଲକ୍ଷ ଜଳ ପ୍ରବାହିତ ହେବା ସମ୍ଭାବନା ରହିଛି। କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଓ ଦୟାରେ ବନ୍ୟା ଆସିବ। କଟକ, ପୁରୀ, ଖୋରଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପ୍ରଭାବିତ ହେବ। ବାଙ୍କୀ, ଆଠଗଡ଼ ଓ ବଡ଼ମ୍ୱା ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି। ଜଳବନ୍ଦୀ ସ୍ଥିତି ୨୪ରୁ ୪୮ଘଣ୍ଟା ଲାଗି ରହିବ ବୋଲି ସୂଚନା ଦେଲେ ସର୍ବୋଚ୍ଚ ଯନ୍ତ୍ରୀ।

powered by social2s

ବେଦାନ୍ତ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ବକ୍ସାଇଟ ଯୋଗାଣକୁ ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

Details
Odia Ray Admin
ଓଡିଶା
27 September 2026

ଭୁବନେଶ୍ୱର: ଓଡ଼ିଶାରେ ବେଦାନ୍ତର ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆଲୁମିନିୟମ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଶନିବାର ଲୋକସେବା ଭବନରେ ଆଲୋଚନା କରିଛନ୍ତି। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ସହ ଶିଳ୍ପ ଓ ସରକାର ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ବୈଠକରେ ବକ୍ସାଇଟ ଯୋଗାଣ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ସ୍ଥିତ ବେଦାନ୍ତର ଅତ୍ୟାଧୁନିକ ଆଲୁମିନା ରିଫାଇନାରୀ ପାଇଁ ସ୍ଥାନୀୟ ଅଞ୍ଚଳରୁ ବକ୍ସାଇଟ ଯୋଗାଣ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ବେଦାନ୍ତ ପକ୍ଷରୁ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରେ ଢେଙ୍କାନାଳ ଜିଲ୍ଲାରେ ବାର୍ଷିକ ୩୦ ଲକ୍ଷ ଟନ କ୍ଷମତାର ଆଲୁମିନିୟମ ସ୍ମେଲ୍ଟର ଏବଂ ରାୟଗଡ଼ା ଜିଲ୍ଲାରେ ବାର୍ଷିକ ୬୦ ଲକ୍ଷ ଟନ କ୍ଷମତାର ଆଲୁମିନା ରିଫାଇନାରୀ ପ୍ରତିଷ୍ଠା ହେବ। ଏହା ଭାରତର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ମାଇଲଖୁଣ୍ଟ ହେବ ବୋଲି କୁହାଯାଇଛି। ଢେଙ୍କାନାଳ ପ୍ଲାଣ୍ଟରୁ ଉଚ୍ଚମାନର ହଟ୍ ମେଟାଲ ଓଡ଼ିଶାରେ ବେଦାନ୍ତର ଡାଉନଷ୍ଟ୍ରିମ ଆଲୁମିନିୟମ ପାର୍କଗୁଡ଼ିକୁ ଯୋଗାଣ କରାଯିବ। ଏହା ଦେଶର ଆଲୁମିନିୟମ ମୂଲ୍ୟଯୋଗ ଓ ଉତ୍ପାଦନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବେଦାନ୍ତର ସମୁଦାୟ ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୬୦ ଲକ୍ଷ ଟନକୁ ବୃଦ୍ଧି ପାଇବ। ଏହା ଦେଶର ଦ୍ରୁତ ବଢ଼ୁଥିବା ଆଲୁମିନିୟମ ଚାହିଦା ପୂରଣରେ ସହାୟକ ହେବ। ଆଲୋଚନା ସମୟରେ ଅନିଲ ଅଗ୍ରୱାଲ ଝାରସୁଗୁଡ଼ାରେ ଥିବା ଆଲୁମିନିୟମ ସ୍ମେଲ୍ଟରର କ୍ଷମତାକୁ ଆଉ ୧୦ ଲକ୍ଷ ଟନ ବଢ଼ାଇବା ପାଇଁ ବ୍ରାଉନଫିଲ୍ଡ ବିସ୍ତାର ପ୍ରସ୍ତାବ ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଯୁବପିଢ଼ି ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛି। ଏଥିପାଇଁ ରାଜ୍ୟ ସରକାର ଦେଶ ଓ ବିଦେଶରୁ ଅଧିକ ପୁଞ୍ଜିନିବେଶ ଆକର୍ଷଣ ପାଇଁ ପ୍ରୟାସ କରୁଛି। ଏହି ପ୍ରକଳ୍ପଗୁଡ଼ିକର ନିଯୁକ୍ତି ଓ ସ୍ଥାନୀୟ ବିକାଶ କ୍ଷେତ୍ରରେ ବିଶାଳ ସମ୍ଭାବନା ଥିବାରୁ ଆଲୁମିନିୟମ କ୍ଷେତ୍ରରେ ଏହି ପୁଞ୍ଜିନିବେଶକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି ସେ କହିଥିଲେ। ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଭୂମିସ୍ତରରେ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଥିଲେ ଯେ ପ୍ରସ୍ତାବିତ ପୁଞ୍ଜିନିବେଶର ଲକ୍ଷ୍ୟ ହେଉଛି ଭିତ୍ତିଭୂମି, ଶକ୍ତି ପରିବର୍ତ୍ତନ, ଉନ୍ନତ ଉତ୍ପାଦନ ଓ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ଆଗେଇ ନେବା ପାଇଁ ବିଶ୍ୱସ୍ତରୀୟ ଶିଳ୍ପ ପରିବେଶ ଗଢ଼ି ତୋଳିବା। ଓଡ଼ିଶା ସରକାର ସହ ମିଶି ବିଶ୍ୱସ୍ତରରେ ପ୍ରତିଯୋଗିତାକ୍ଷମ ଶିଳ୍ପ ସମ୍ପତ୍ତି ଗଢ଼ିବା, ବ୍ୟାପକ ନିଯୁକ୍ତି ସୃଷ୍ଟି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ସୁଦୃଢ଼ କରିବା ଏବଂ ‘ବିକଶିତ ଭାରତ’ ଗଠନରେ ଅର୍ଥପୂର୍ଣ୍ଣ ଯୋଗଦାନ କରିବାକୁ ବେଦାନ୍ତ ପ୍ରତିବଦ୍ଧ ବୋଲି ସେ କହିଥିଲେ। ପଶ୍ଚିମ ଓଡ଼ିଶାରେ ବେଦାନ୍ତ ପକ୍ଷରୁ ୧,୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଅନିଲ ଅଗ୍ରୱାଲ ସୂଚନା ଦେଇଥିଲେ। ବୈଠକରେ ଅନିଲ ଅଗ୍ରୱାଲ ଓଡ଼ିଶାର ସମୃଦ୍ଧି ପ୍ରତି ବେଦାନ୍ତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ସହ ବେଦାନ୍ତର ଏକ ଦୃଢ଼ ସହଭାଗିତା ଗଢ଼ିଉଠିଛି ବୋଲି ସେ କହିଥିଲେ। ପ୍ରସ୍ତାବିତ ପ୍ରକଳ୍ପରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ପରିବହନ, ଭିତ୍ତିଭୂମି, ଯାନ୍ତ୍ରିକ ଓ ସହାୟକ ଶିଳ୍ପ କ୍ଷେତ୍ରରେ ବ୍ୟାପକ ବହୁଗୁଣିତ ପ୍ରଭାବ ସୃଷ୍ଟି ହୋଇ ୨୦ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି। ଏହି ପୁଞ୍ଜିନିବେଶ ରଣନୈତିକ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଆମଦାନୀ ନିର୍ଭରତା କମାଇବା ସହ ହଜାର ହଜାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଯୋଗାଣକାରୀ ବ୍ୟବସାୟର ବିକାଶକୁ ମଧ୍ୟ ସହାୟତା କରିବ। ବିଶ୍ୱରେ ଶକ୍ତି ପରିବର୍ତ୍ତନ ପ୍ରକ୍ରିୟାରେ ଆଲୁମିନିୟମର ଗୁରୁତ୍ୱ ବଢ଼ୁଛି। ଅକ୍ଷୟ ଶକ୍ତି, ବିଦ୍ୟୁତ ପରିବହନ, ବିଦ୍ୟୁତ ଯାନ, ବିମାନ ଚଳାଚଳ ଏବଂ ଭବିଷ୍ୟତର ଭିତ୍ତିଭୂମି ଭଳି କ୍ଷେତ୍ରରେ ଏହା ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଛି। ସେହିପରି ବିଦ୍ୟୁତ ପରିବହନ ଓ ବଣ୍ଟନ ବ୍ୟବସ୍ଥାରୁ ଆରମ୍ଭ କରି ଶୀତଳୀକରଣ ପ୍ରଣାଳୀ ଓ ତାପ ବିନିମୟକାରୀ ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ଭିତ୍ତିଭୂମି ଓ ତଥ୍ୟ କେନ୍ଦ୍ରର ବିକାଶ ଆଲୁମିନିୟମର ଚାହିଦା ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଏକକ ସ୍ଥାନୀୟ ଆଲୁମିନିୟମ ସ୍ମେଲ୍ଟର ଏବଂ ଲାଞ୍ଜିଗଡ଼ରେ ବିଶ୍ୱସ୍ତରୀୟ ଆଲୁମିନା ରିଫାଇନାରୀ ଭଳି ପ୍ରସ୍ତାବିତ ଓ ବିଦ୍ୟମାନ ପୁଞ୍ଜିନିବେଶ ଓଡ଼ିଶାକୁ ଭାରତର ଆଲୁମିନିୟମ ହବ୍‌ରେ ପରିଣତ କରିବାର ସମ୍ଭାବନା ରଖୁଛି।

powered by social2s

ଡିଜିଟାଲ୍ ନବସୃଜନ, ନିରନ୍ତର ଅନୁଭୂତି ଏବଂ ସମୁଦାୟ ନେତୃତ୍ୱାଧୀନ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬

Details
Odia Ray Admin
ଓଡିଶା
27 September 2026

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ଓଡ଼ିଶା ରାଜ୍ୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। "ପର୍ଯ୍ୟଟନର ପୁନଃ ପରିକଳ୍ପନା ପାଇଁ ଡିଜିଟାଲ୍ ଆଜେଣ୍ଡା ଏବଂ କୃତ୍ରିମ ବୁଦ୍ଧିମତ୍ତା (AI)" – ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ର ଏହି ମୂଳ ଭାବନା କୁ ଆଧାର କରି ଏହି ସମାରୋହ ଆୟୋଜିତ ହୋଇଥିଲା। ଏହା ପର୍ଯ୍ୟଟନ କ୍ଷେତ୍ରକୁ ସୁଗମ, ସଂଯୋଜିତ ଏବଂ ଭବିଷ୍ୟତ-ଉପଯୋଗୀ କରିବାରେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ଡିଜିଟାଲ୍ ସମାଧାନର ବୃଦ୍ଧିପାଉଥିବା ଭୂମିକାକୁ ଦର୍ଶାଇଥାଏ। ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ ଜୀବିକା ସୃଷ୍ଟି, ଉଦ୍ୟୋଗିତାର ବିକାଶ ଏବଂ ସ୍ଥାନୀୟ ସମୁଦାୟକୁ ଓଡ଼ିଶାର ବିକାଶ ଯାତ୍ରାରେ ମୁଖ୍ୟ ଭାଗିଦାରୀ କରିବାରେ ପର୍ଯ୍ୟଟନର ପରିବର୍ତ୍ତନକାରୀ ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର ପର୍ଯ୍ୟଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ପ୍ରଯୁକ୍ତିବିଦ୍ୟା, ନିରନ୍ତରତା, ଐତିହ୍ୟ, ନବସୃଜନ ଏବଂ ସମୁଦାୟର ସହଭାଗିତାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପର୍ଯ୍ୟଟନର ଲାଭ ଯେପରି ସ୍ଥାନୀୟ ସମୁଦାୟ ନିକଟରେ ପହଞ୍ଚିପାରିବ ଏବଂ ଯୁବବର୍ଗ, ମହିଳା, ଉଦ୍ୟୋଗୀ, କାରିଗର ଓ ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ, ତାହା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହାଛଡ଼ା, ଡିଜିଟାଲ୍ ନବସୃଜନ ଓ ଉଦ୍‌ଭାବିତ ପ୍ରଯୁକ୍ତିବିଦ୍ୟା, ଗନ୍ତବ୍ୟ ସ୍ଥଳର ଆବିଷ୍କାର, ପର୍ଯ୍ୟଟନ ସେବା ପ୍ରାପ୍ତି ଏବଂ ପର୍ଯ୍ୟଟକଙ୍କ ସମଗ୍ର ଅନୁଭୂତିରେ ସୁଧାର ଆଣିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓଡ଼ିଶାର ପର୍ଯ୍ୟଟନ ପରିସଂସ୍ଥାକୁ ସୁଦୃଢ଼ କରିବା ପାଇଁ ସମନ୍ୱିତ ଉଦ୍ୟମ, ସଂସ୍ଥାଗତ ଭାଗିଦାରୀ ଏବଂ ନବସୃଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପର୍ଯ୍ୟଟନ ବିକାଶ ଦ୍ୱାରା ଗନ୍ତବ୍ୟ ସ୍ଥଳଗୁଡ଼ିକର ସୁପରିଚାଳନା ସହ ସ୍ଥାନୀୟ ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ସେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଆଗମନ ସହ ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଓ ଭ୍ରମଣ ଅନୁଭୂତିକୁ ଉନ୍ନତ କରିବା ପାଇଁ OTDC ଲକ୍ସରୀ କୋଚ୍‌ଗୁଡ଼ିକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାପରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ମନ୍ କି ବାତ୍" କାର୍ଯ୍ୟକ୍ରମର ପ୍ରସାରଣ ଏବଂ ଓଡ଼ିଶା ପର୍ଯ୍ୟଟନର ବିବିଧ ଆକର୍ଷଣ ଓ ପଦକ୍ଷେପ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ତୃଣମୂଳ ସ୍ତରର ଉଦ୍ୟୋଗିତା ଏବଂ ସ୍ଥାନୀୟ ସମୁଦାୟର ନେତୃତ୍ୱରେ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ମଧ୍ୟରେ ହୋମ୍‌ଷ୍ଟେଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା। ସେହିପରି, ସାହସିକ ପର୍ଯ୍ୟଟନର ପ୍ରସାର ପାଇଁ "ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍" ସହ ଅନ୍ୟ ଏକ ବୁଝାମଣାପତ୍ର (MoU )ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ବାରକୁଲଠାରେ OTDC ଇଭି (EV) ବୋଟ୍ ଏବଂ ଚିଲିକା ହ୍ରାଦରେ ସ୍ୱସ୍ତି (Swosti) ଦ୍ୱାରା ପରିଚାଳିତ କ୍ୟାଟାମାରାନ୍‌ର ଆଭାସୀ (Virtual) ଶୁଭାରମ୍ଭ କରାଯାଇଥିଲା। ଐତିହ୍ୟ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ASIର ମହାନିର୍ଦ୍ଦେଶକ ଶ୍ରୀ ଯଦୁବୀର ସିଂ ରାୱତ ସମାବେଶକୁ ସମ୍ବୋଧିତ କରି ଭାରତର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର-ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ। UNDPର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ଶ୍ରୀମତୀ ଇସାବେଲ୍ ତ୍ସାନ୍ ମଧ୍ୟ ଆନ୍ତର୍ଜାତୀୟ ବିକାଶ ଦୃଷ୍ଟିକୋଣରୁ ପର୍ଯ୍ୟଟନ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହୋମ୍‌ଷ୍ଟେ ଯୋଜନା ଅଧୀନରେ ୧୭୬ ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର (PRC) ଏବଂ ସାହସିକ ପର୍ଯ୍ୟଟନ ଆୟୋଜକଙ୍କୁ LTO/RTS ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। "ଡିଜିଟାଲ୍ ନବସୃଜନ ସହ ପର୍ଯ୍ୟଟନର ପୁନଃ ପରିକଳ୍ପନା" ଶୀର୍ଷକ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ହୋମ୍‌ଷ୍ଟେ ପରିଚାଳକଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର କର୍ମଶାଳା ଏବଂ ଏଥନିକ୍ ପର୍ଯ୍ୟଟନ ସମ୍ପର୍କରେ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳୱନ୍ତ ସିଂହ ପ୍ରକାଶ କରିଥିଲେ ଯେ, ଏହି ସମାରୋହରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଓଡ଼ିଶାରେ ନୂତନ ଏବଂ ବିବିଧ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି କରିବା ସହ ସ୍ଥାନୀୟ ଉଦ୍ୟୋଗିତା, ସଂସ୍ଥାଗତ ସହଯୋଗ ଓ ସମୁଦାୟର ସହଭାଗିତାକୁ ମଜବୁତ କରିବ। ସୂଚନାଯୋଗ୍ୟ ଯେ ଦିନବ୍ୟାପୀ ଚାଲିଥିବା ଏହି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ସମାପନ କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଐତିହାସିକ ଖଣ୍ଡଗିରିଠାରେ ନୂତନ 'ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ'ର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ।

powered by social2s

ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ

Details
Odia Ray Admin
ଓଡିଶା
27 September 2026

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ନିକଟରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ବହୁତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହା ସମାରୋହ ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ ଦ୍ୱାରା ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଜାତିସଂଘର ଆନ୍ତର୍ଜାତିକ ଶାନ୍ତି ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିଲା। ସମ୍ମିଳନୀରେ ଆଧ୍ୟାତ୍ମିକ ନେତା, ଶିକ୍ଷାବିତ, ଯୋଗ ଶିକ୍ଷକ, ଶାନ୍ତି ପ୍ରବକ୍ତା ଏବଂ ବିଭିନ୍ନ ପେଶାର ପ୍ରମୁଖ ବ୍ୟକ୍ତି ମାନେ ଏକତ୍ରିତ ହୋଇଥିବା ଦେଖାଯାଇଥିଲା। ବିଶ୍ୱ ଶାନ୍ତି ସମ୍ମିଳନୀ ଦିବ୍ୟ ଜୀବନ ସଂଘର ପୂର୍ବତନ ଅଧ୍ୟକ୍ଷ, ପୂଜ୍ୟ ଆଧ୍ୟାତ୍ମିକ ଗୁରୁ, ମାନବତାର ପ୍ରଚାରକ ଏବଂ ଶାନ୍ତିର ଦୂତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପବିତ୍ର ସ୍ମୃତିରେ ଅନୁଷ୍ଠିତ ହୋଇଥାଏ। “ଚିଦାନନ୍ଦ ଦଶକ ୨୦୧୬–୨୦୨୬ : ଏକ ବିଶ୍ୱ ଶାନ୍ତି ଅଭିଯାନ“ ର ଅଂଶ ବିଶେଷ ଭାବେ ଆୟୋଜିତ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା “ଶାନ୍ତି, ମାନବଜାତିର ଆବଶ୍ୟକତା”। ଉତ୍ସବ ବେଦ ମନ୍ତ୍ର ପାଠ ସହିତ ଆରମ୍ଭ ହୋଇଥିଲା। ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ୍‌ର ମହାସଚିବ ଅମରନାଥ ସେଠୀ ଉଦ୍‌ଘାଟନୀ ମନ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମିଳନୀର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରି ସ୍ୱାମୀ ଚିଦାନନ୍ଦ ବିଶ୍ୱ ଶାନ୍ତି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ, ସ୍ଥାୟୀ ଶାନ୍ତି କେବଳ ସମ୍ମିଳନୀ, ଚୁକ୍ତି, ସଂକଳ୍ପ କିମ୍ୱା କୂଟନୈତିକ ପଦକ୍ଷେପ ମାଧ୍ୟମରେ ହାସଲ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଶାନ୍ତି ପ୍ରଥମେ ମନୁଷ୍ୟ ଭିତରେ ବ୍ୟାପ୍ତ ହେବା ଆବଶ୍ୟକ, ତା’ପରେ ପରିବାର, ସମାଜ, ରାଷ୍ଟ୍ର ଏବଂ ଶେଷରେ ସମଗ୍ର ବିଶ୍ୱକୁ ବ୍ୟାପିବା ଉପରେ ସ୍ୱାମୀଜୀ ଜୋର ଦେଇଥିଲେ। ସାମ୍ପ୍ରତିକ ସମୟରେ ଯୋଗ ଓ ଆୟୁର୍ବେଦର ପ୍ରାସଙ୍ଗିକତା ଉପରେ ମତ ବ୍ୟକ୍ତ କରି କେରଳର ୟୁନିଭର୍ସାଲ୍ ଯୋଗ କନ୍‌ସସନେସ୍‌ ଏବଂ ଦର୍ଶନଯୋଗ ର ଯୋଗୀ ଜୟଦେବନ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣ ଦିଗରେ ଯୋଗର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିଥିଲେ। “ଏକ ସ୍ୱାସ୍ଥ୍ୟ ଓ ଏକ ବିଶ୍ୱ” ଉପରେ ଆଲୋକପାତ କରି, ଲଣ୍ଡନର ଡକ୍ଟର ଦିବାକର ସୁକୁଲ ମାନବ ସ୍ୱାସ୍ଥ୍ୟ ଓ ଗ୍ରହର ସ୍ୱାସ୍ଥ୍ୟ ମଧ୍ୟରେ ରହିଥିବା ଅବିଚ୍ଛେଦ୍ୟ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ସ୍ୱାମୀ ଶିବାନନ୍ଦଙ୍କ ଯୋଗକୁ ଏକ ସମ୍ପୂର୍ଣ୍ଣ ଜୀବନ ଯାପନ ଶୈଳୀ ଭାବେ ଗ୍ରହଣ କରାଯିବାକୁ ସୁପାରିଶ କରି ବରିଷ୍ଠ ସନ୍ଥ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ ପ୍ରାର୍ଥନା, ଧ୍ୟାନ ଓ ଯୋଗ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ଶାନ୍ତି ଆହରଣ ପାଇଁ ବ୍ୟବହାର କରାଯିବାକୁ ପରାମର୍ଶ ଦେଇଥିଲେ। ଆନ୍ତର୍ଜାତିକ ସମ୍ବନ୍ଧର ପ୍ରସିଦ୍ଧ ବିଦ୍ୱାନ ପ୍ରଫେସର ମନୋରଞ୍ଜନ ମହାନ୍ତି ଶାନ୍ତିକୁ ଏକ ବିଶ୍ୱବ୍ୟାପୀ ବିପ୍ଳବର ରୂପ ଦେବା ପାଇଁ ଆହ୍ୱାନ ଜଣାଇଥିଲେ। ଦିଲ୍ଲୀ ଗୁରୁଗ୍ରାମର ରାମକୃଷ୍ଣ ମଠ ଓ ମିଶନର ସ୍ୱାମୀ ପ୍ରାଣପ୍ରଦାନନ୍ଦ, ଶ୍ରୀ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନରେ ଶାନ୍ତିର ପ୍ରାସଙ୍ଗିକତା ଉପରେ ଉପରେ ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଋଷିକେଶର ସ୍ୱର୍ଗIଶ୍ରମର ସ୍ୱାମୀ ବିଶ୍ୱରୂପାନନ୍ଦ ସରସ୍ୱତୀ ଏବଂ ବେଙ୍ଗାଲୁରୁ ର କର୍ପୋରେଟ ଟ୍ରେନର ଶିବାନନ୍ଦ ଚୌଧୁରୀ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭାର ଅଧ୍ୟକ୍ଷତା ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜ କରିଥିଲେ। ଏହି ଅବସରରେ ଇଂରାଜୀ ଭାଷା ରେ ଲିଖିତ “ଶିବାନନ୍ଦ ଯୋଗ–ଏ ୱାର୍ଲଡ଼ ୱ।ଇଡ଼ ଫେଂନୋମେନନ” ଶୀର୍ଷକ ପୁସ୍ତକକୁ ଏହାର ଲେଖକ ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ ଓ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ପ୍ରକାଶନରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ଯୋଗ ସମ୍ପର୍କିତ ମୌଳିକ ଶିକ୍ଷା ଏବଂ ସମସାମୟିକ ଜଗତରେ ତାଙ୍କ ଦୃଷ୍ଟିକୋଣର ପ୍ରାସଙ୍ଗିକତା ସ୍ଥାନ ପାଇଛି। ପୁସ୍ତକଟି ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଲିଖିତ ଅଗ୍ରସୂଚନା ଲାଭ କରିବାର ବିରଳ ସମ୍ମାନ ଉପଲବ୍ଧ କରିଛି। ସମ୍ମିଳନୀର ମୁଖ୍ୟ ଆକର୍ଷଣ ଆଧ୍ୟାତ୍ମିକତା, ଯୋଗ, ସେବା, ଶାନ୍ତି, ଯୁବ ନେତୃତ୍ୱ, ସାମାଜିକ ଓ ଡିଜିଟାଲ ବିଶେଷତ୍ୱ ନେଇ ଅବଦାନ ପାଇଁ ସମ୍ମାନ ପ୍ରଦାନ ଥିଲା । ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ମହାରାଜଙ୍କୁ ଲାଇଟ୍ ଅଫ୍ ହ୍ୟୁମାନିଟି ସମ୍ମାନ, ସ୍ୱାମୀ ବିଶ୍ୱରୂପାନନ୍ଦ ସରସ୍ୱତୀଙ୍କୁ ଶିବାନନ୍ଦ ଯୋଗ ରତ୍ନ, ଯୋଗୀ ଜୟଦେବନଙ୍କୁ ପତଞ୍ଜଳି ମହର୍ଷି ସମ୍ମାନ, ଲଣ୍ଡନର ଡକ୍ଟର ଦିବାକର ସୁକୁଲଙ୍କୁ ନିଷ୍କାମ କର୍ମ ଯୋଗୀ ସମ୍ମାନ ଏବଂ ଆଚାର୍ଯ୍ୟ ସୌମ୍ୟାଙ୍କୁ ପୁରାଣ ପୁରୁଷ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ୟ ସମ୍ମାନିତ ପ୍ରତିଭା ମାନଙ୍କ ମଧ୍ୟରେ ନନ୍ଦନ ଦ୍ୱିବେଦୀ କୃତ୍ରିମ ବୁଦ୍ଧିମତ୍ତା ମାଧ୍ୟମରେ ଜେନ୍‌ଜେଡ୍‌ର ବିଶ୍ୱ ଶାନ୍ତିରେ ଯୋଗଦାନ ଉପରେ ଉତ୍କୃଷ୍ଟ ଉପସ୍ଥାପନା ପାଇଁ ଯୁବ ଭାରତୀ ସମ୍ମାନ ପାଇଥିଲେ। ଶେଖର ଗୋସ୍ୱାମୀ ଓ ଦମୟନ୍ତୀ ଚୌଧୁରୀଙ୍କୁ ମଧ୍ୟ ଯୁବ ଭାରତୀ ସମ୍ମାନ ପ୍ରଦାନ କରାଯାଇଥିଲା। ବେଦାଙ୍ଗ ଗୋଏଲ ଯୁବ ପ୍ରତିଭା ପୁରସ୍କାର ପାଇଥିବା ବେଳେ ବିଜୟ କୁମାର ପାତ୍ରଙ୍କୁ ଅଡିଓ, ଭିଡିଓ ଓ ଡିଜିଟାଲ୍ ମିଡିଆ ମାଧ୍ୟମରେ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଚାର କରିବା ପାଇଁ ଶିବାନନ୍ଦ ସେବା ରତ୍ନ ପୁରସ୍କାର ଦିଆଯାଇଥିଲା। ରାଜୀବ କୁମାର ପୁରୋହିତ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଉଭୟ ଚିଦାନନ୍ଦ ଭକ୍ତି ରତ୍ନ ପୁରସ୍କାର ପାଇଥିଲେ।

powered by social2s

More Articles ...

  1. ଗଣେଶ ମେଢ ଭସାଣି ବେଳେ ଡିଜେ ଶବ୍ଦରେ ଭୁଶୁଡ଼ିଲା କୋଠାଘରର କଂକ୍ରିଟ୍‌ ତାଜା; ଜଣେ ମୃତ, ୧୩ ଆହତ
  2. ଶ୍ରୀଜିଉଙ୍କ ପାଇଁ ତିଆରି ହେବ ଆଉ ଏକ ସୁବର୍ଣ୍ଣ ସେଟ୍
  3. ୧୬ତମ ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ- ୨୦୨୬ ରେ ମିଡିଆ ୧୧ ଟିମ୍ ଚମ୍ପିୟାନ, ଅଫିସର୍‍ସ ୧୧ ଟିମ୍ ରନର୍‍ସ ଅପ୍
Page 49 of 2250
  • Start
  • Prev
  • 44
  • 45
  • 46
  • 47
  • 48
  • 49
  • 50
  • 51
  • 52
  • 53
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.