• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
24
Tue, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ସଂଶୋଧିତ ଇଂରାଜୀ ବନାନ ଲାଗୁ ପାଇଁ ନିର୍ଦ୍ଦେଶ

Details
Odia Ray Admin
ଓଡିଶା
21 July 2026

ଭୁବନେଶ୍ୱର : ସଂଶୋଧିତ ଇଂରାଜୀ ବନାନ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି କରିଛନ୍ତି। ସରକାରୀ ଦସ୍ତାବିଜ ଓ ୱେବସାଇଟ୍‌ରେ ଏହା ବାଧ୍ୟତାମୂଳକ କରାଯାଇଛି । ବେସରକାରୀ ସଂସ୍ଥାଗୁଡ଼ିକୁ ନାମଫଳକ ବଦଳାଇବାକୁ ୬ ମାସ ସମୟ ।

powered by social2s

ଉତ୍କଳ ସାହିତ୍ୟ ସମାଜ ଓ ଜନଗଣନା ଜାଗରଣ ସମିତି ପକ୍ଷରୁ ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Details
Odia Ray Admin
ଓଡିଶା
20 July 2026

କଟକ : ଓଡ଼ିଶାର ପ୍ରାଚୀନ ସାରସ୍ବତ ଅନୁଷ୍ଠାନ ଉତ୍କଳ ସାହିତ† ସମାଜ ଓ ଜନଗଣନା ଜାଗରଣ ସମିତି ପକ୍ଷରୁ ଶନିବାର ଦିନ ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଓଡ଼ିଶାର ସୀମାନ୍ତ ଓ ସୀମାନ୍ତବର୍ତ୍ତୀ ରାଜ୍ୟରେ ଓଡ଼ଇା ଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଜନଗଣନା ଜାଗରଣ ସମିତିର ଅାବାହକ ତଥା ଝାଡ଼ଖଣ୍ଡର ପୂର୍ବତନ ସ୍ବାସ୍ଥ୍ୟ ଓ ଡାକ୍ତରୀଶିକ୍ଷା ମନ୍ତ୍ରୀ ଡାକ୍ତର ଦୀନେଶ ଷଡ଼ଙ୍ଗୀ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଅାଜୀବନ ସଦସ୍ୟା ଡାକ୍ତର ବିନି ଷଡ଼ଙ୍ଗୀ ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସାକ୍ଷାତ କରି ଓଡ଼ିଶା ସୀମା ଓ ସୀମା ସଂଲଗ୍ନ କ୍ଷେତ୍ରରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ଇା ଭାଷାଭାଷୀ ଜନସାଧାରଣ ସାମ୍ନା କରୁଥିବା ସମସ୍ୟା ସଂପର୍କରେ ଅବଗତ କରିବା ସହ ସେଠାରେ ଓଡ଼ଇା ଭାଷାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଓଡ଼ଇା ଭାଷାଭାଷୀ ଅଂଚଳରେ ଓଡ଼ଇାରେ ଶିକ୍ଷାଦାନ କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ନିଜର ପ୍ରାପ୍ୟ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଉଭୟଙ୍କ ଅବଗତ କରାଯାଇଥିଲା ପୂର୍ବତନ ବାଚସ୍ପତି ପ୍ରସନ୍ନ କୁମାର ଦାସ, ଯୁଧିଷ୍ଠିର ଦାସ ଓ ଶରତ କୁମାର କର ପୂର୍ବରୁ ଏଥିପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ, ସେ ସଂପର୍କରେ ସୂଚନା ଦିଅାଯାଇଥିଲା ଏ ବିଷୟରେ ଉଭୟ ଶ୍ରୀମତୀ ପାଢ଼ୀ ଓ ଶ୍ରୀ ସିଂହଦେଓ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

powered by social2s

ରାସ୍ତାକଡ଼ରୁ ନବଜାତ ଉଦ୍ଧାର

Details
Odia Ray Admin
ଓଡିଶା
20 July 2026

ଭଞ୍ଜନଗର: ରାସ୍ତା କଡ଼ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଗଞ୍ଜାମ ଜିଲ୍ଲା ମୁଜାଗଡ଼ ଗାଁ ରାସ୍ତା କଡ଼ରୁ ଏକ ଜୀବନ୍ତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ସୂଚନା। ଉଦ୍ଧାର ଶିଶୁପୁତ୍ରଟି ୪/୫ ଦିନର ହୋଇଥିବା ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକେ। ଉଦ୍ଧାର ପରେ ଶିଶୁପୁତ୍ରକୁ ଡାକ୍ତରଖାନାରେ ରଖାଯାଇଛି।

powered by social2s

ପୁରୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ

Details
Odia Ray Admin
ଓଡିଶା
20 July 2026

ପୁରୀ : ପୁରୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ହୋଇଛି। ଆଜି ପବିତ୍ର ହେରା ପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ରଥ ନନ୍ଦିଘୋଷ ଭାଙ୍ଗିବାର ରହିଛି ପରମ୍ପରା। ରଥଯାତ୍ରାରେ ସାଥିରେ ନେଇନଥଇବାରୁ ରଥ ଭାଙ୍ଗିବେ ମାଆ ଲକ୍ଷ୍ମୀ। ଭିଡ଼ ନିୟନ୍ତ୍ରଣ ପାଇଁ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି। ଶୃଙ୍ଖଳିତ ଦର୍ଶନ ଉପରେ ଦିଆଯାଉଛି ଗୁରୁତ୍ୱ।

powered by social2s

‘ଗୁହାରି ୨୦୨୬’ କାର୍ଯ୍ୟକ୍ରମର ଉଦ୍‍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ

Details
Odia Ray Admin
ଓଡିଶା
20 July 2026

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୬’ର ଆଜି ଥିଲା ଉଦ୍‍ଯାପନୀ ସଂଧ୍ୟା । ଉଦ୍‍ଯାପନୀ ସଂଧ୍ୟାର ପ୍ରଥମ ଗାୟକ ଥିଲେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ପ୍ରଫେସର ରାମହରି ଦାସ, ସେ ପରିବେଷଣ କରିଥିଲେ ଚନ୍ଦନ ହଜୁରି ରଚନାରୁ ଚନ୍ଦନ ଲାଗି ସମୟେ ଚିନ୍ତା ଚିନ୍ତାମଣୀକି ଓ ଭୀମ ଭୋଇଙ୍କ ରଚିତ ଶ୍ୟାମଳ ରୂପ ବନାଉ ସୁନ୍ଦର । ପରେ ପରେ ମିନାକ୍ଷୀ ରଥ ଅଭିରାମ ପରମହଂସଙ୍କ ରଚିତ ଶ୍ୟାମ ପ୍ରେମ ବଡ ମିଠା ଓ ରାମକୃଷ୍ଣ ନନ୍ଦଙ୍କ ରଚିତ ଦୟାକର ଦୀନବନ୍ଧୁ ଗାୟନ କରିଥିଲେ । ପରବର୍ତ୍ତୀ ଗାୟକ ଥିଲେ ସୁଶାନ୍ତ କୁମାର ପଣ୍ଡା, ସେ ପରିବେଷଣ କରିଥିଲେ ଦୀନକୃଷ୍ଣ ଦାସଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁନନ୍ଦନ ଓ ଗୌରଚରଣଙ୍କ ରଚିତ ମହାବାହୁ ଅଖୀଳ ଜଗତନାଥ । ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ପ୍ରଜ୍ଞା ହୋତା, ସେ ଦୟାକର ଦୀନବନ୍ଧୁ ଓ ଆହେ ନୀଳଗିରି ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ କରୁଣାକର ସେଠୀ ଗାୟନ କରିଥିଲେ ମେଘ ମାଳ କୁ ନିନ୍ଦେ କଳାକୁ ଓ ନୀଳଚକ୍ରେ ହୋ ଦେଖ ଉଡୁଛି ବାନା । ତାଙ୍କ ପରେ ଶ୍ରଦ୍ଧାଞ୍ଜଳୀ ସାହୁ ଚାଲ ସଖୀ ଆମେ ଦର୍ଶନ କରିବା ଓ ଦୁଃଖନାଶନହେ ଗାୟନ କରିଥିଲେ । ପରବର୍ତ୍ତୀ ଗାୟକ ଥିଲେ ଅଜୟ କୁମାର ଶତପଥୀ, ସେ ହେ ମଣିମା ଶୁଣିମା ମୋ ଦୁଃଖ ବାରେ ଓ ସବୁଥିରୁ ବଞ୍ଚିତ କରି ପରିବେଷଣ କରିଥିଲେ । ପରେ ପରେ ସୌମ୍ୟା ସମାପ୍ତା ମିଶ୍ର ମଣୀ ବିମାନେ ଗୋବିନ୍ଦ ଓ କାଳିଆ କାହ୍ନୁ ଆଉ ବିଳମ୍ବ ଗାୟନ କରିଥିଲେ । ଶେଷରେ ଅସିତ କୁମାର ନନ୍ଦ ତୁମ୍ଭ ଶ୍ରୀଭୂଜେ ଦୟାଣା ଓ ମୋତେ ସେହି ରୂପ ଦେଖା ହରି ଗାୟନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ସେମାନଙ୍କୁ ତବଲାରେ ଜଗନ୍ନାଥ ଦାସ, ଢୋଲକରେ ସୁରେଶ କୁମାର ଦଳେଇ, ବଂଶୀରେ ଅଭିରାମ ନନ୍ଦ, ଅକ୍‍ଟୋପ୍ୟାଡ଼ରେ ଘନଶ୍ୟାମ ପୃଷ୍ଟି, କିବୋର୍ଡ଼ରେ ଜଗନ୍ନାଥ ମହାନ୍ତି ଏବଂ ହାରମୋନିୟମରେ ବଟକୃଷ୍ଣ ଦାସ ସହଯୋଗ କରିଥିଲେ । ଉଦ୍‍ଯାପନୀ ସଂଧ୍ୟାରେ ଅତିଥିମାନେ ଥିଲେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ; ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ ଗୁରୁ, କଣ୍ଠଶିଳ୍ପୀ, ଗବେଷକ ଏବଂ ସଙ୍ଗୀତ ସଂରଚୟିତା ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦେବଯାନୀ ଭୂୟାଁ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ଶ୍ରୀନିବାସ ଘଟୁଆରୀ ଓ ଶ୍ରୀ ମୋହନ ମାଜିଠିଆ । ଗୁହାରି ୨୦୨୬ର ସଫଳ ସମାପନ ଓଡ଼ିଶାର ସମୃଦ୍ଧ ଭକ୍ତିମୟ ସଙ୍ଗୀତ ପରମ୍ପରା ଏବଂ ପ୍ରଭୁ ଜଗନ୍ନାଥଙ୍କର ଚିରସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସର ସଫଳ ପରିଣତିକୁ ଚିହ୍ନିତ କଲା ।

powered by social2s

ଚାଷୀଙ୍କୁ ଓଡ଼ିଶା ସରକାରଙ୍କ ଅଗ୍ରାଧିକାର: କମ୍ ବର୍ଷା ପାଇଁ ଜରୁରୀକାଳୀନ ଯୋଜନା ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ପ୍ରସ୍ତୁତ

Details
Odia Ray Admin
ଓଡିଶା
20 July 2026

ଭୁବନେଶ୍ୱର: ଓଡ଼ିଶାରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଜଳସମ୍ପଦ ବିଭାଗ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ କୃଷି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ବାଲିମେଳା ଓ ମାଛକୁଣ୍ଡ ଭଳି ବଡ଼ ବଡ଼ ଜଳାଶୟର କ୍ୟାଚମେଣ୍ଟ ଅଞ୍ଚଳରେ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଜନସାଧାରଣଙ୍କୁ ଆଦୌ ନଡରିବାକୁ ଆଶ୍ୱାସନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଏବଂ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଏହା ପରେ ଯାଇ ବିଦ୍ୟୁତ ଉତ୍ପାଦନ ପାଇଁ ପାଣି ଦିଆଯିବ। ଗତବର୍ଷ ତୁଳନାରେ ଏଥର ଜଳସ୍ତର କମ୍ ଥିବାରୁ କୃଷି ଓ ଜଳସମ୍ପଦ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, ଯେପରି ଖରିଫ ଚାଷରେ କୌଣସି ଅସୁବିଧା ନହୁଏ। ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରାଯାଇଛି। ଶ୍ରୀ ସିଂହଦେଓ ସ୍ପଷ୍ଟ କରିଛନ୍ତି ଯେ, ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ ଉତ୍ପାଦନକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି। କମ୍ ବର୍ଷା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହିଛି। ତେଣୁ ବିଦ୍ୟୁତ ବା ପାଣି ଅଭାବ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବ୍ୟାପକ ଆପଦକାଳୀନ ଯୋଜନା (Contingency Plan) ପ୍ରସ୍ତୁତ କରିଛନ୍ତି। ଫସଲକୁ ବଞ୍ଚାଇବା ପାଇଁ କୃଷି, ଶକ୍ତି ଓ ଜଳସମ୍ପଦ ବିଭାଗ ମିଳିତ ଭାବେ କାମ କରୁଛନ୍ତି। ଜଳ-ବିଦ୍ୟୁତ ଉତ୍ପାଦନ କମିଥିବାରୁ ଶକ୍ତି ବିଭାଗ ଗ୍ରିଡକୋ ଏବଂ ଓଏଚପିସି ଜରିଆରେ ବାହାର ଗ୍ରିଡ୍‌ରୁ ବିଦ୍ୟୁତ ଆଣିବାକୁ ବ୍ୟବସ୍ଥା କରିଛନ୍ତି, ଯାହାଦ୍ୱାରା ଲୋକମାନେ ନିରବଚ୍ଛିନ୍ନ ବିଦ୍ୟୁତ ପାଇପାରିବେ। ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି, ଯେପରି ଏହି ପ୍ରକଳ୍ପରୁ ଶୀଘ୍ର ପୁଣିଥରେ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇପାରିବ। ରାଜ୍ୟ ସରକାର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଏବଂ ଜଳ ଓ ଶକ୍ତିର ସଠିକ୍ ପରିଚାଳନା ପାଇଁ ପ୍ରତିବଦ୍ଧ ଅଛନ୍ତି।

powered by social2s

ପ୍ରଭୁ ଜଗନ୍ନାଥ ଏବଂ ବୁଦ୍ଧ

Details
Odia Ray Admin
ଓଡିଶା
20 July 2026

ଭୁବନେଶ୍ୱର : ପ୍ରଭୁ ଜଗନ୍ନାଥ ଏବଂ ବୁଦ୍ଧଙ୍କ ମଧ୍ୟରେ ଏକ ଗଭୀର, ସମନ୍ୱିତ ସମ୍ପର୍କ ରହିଛି, ଯାହା ପୁରୀର ଜଗନ୍ନାଥ ମନ୍ଦିର ସହିତ ହିନ୍ଦୁ, ଆଦିବାସୀ ଏବଂ ବୌଦ୍ଧ ପରମ୍ପରାର ଏକ ପ୍ରମୁଖ ସନ୍ଧିସ୍ଥଳ ଭାବରେ କାର୍ଯ୍ୟ କରେ। ଏହି ଦୁଇ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସମ୍ପର୍କ ଇତିହାସ, ଧର୍ମଶାସ୍ତ୍ର ଏବଂ ଦର୍ଶନକୁ ବ୍ୟାପିଛି: ଐତିହାସିକ ଏବଂ ସାହିତ୍ୟିକ ସମ୍ପର୍କ ନବମ ଅବତାର: ମୁଖ୍ୟଧାରାର ହିନ୍ଦୁ ଧର୍ମରେ, ଭଗବାନ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ୯ମ ଅବତାର (ଅବତାର) ଭାବରେ ସ୍ୱୀକୃତି ଦିଆଯାଇଛି। ଯେହେତୁ ଜଗନ୍ନାଥଙ୍କୁ ବହୁଳ ଭାବରେ ବିଷ୍ଣୁ/କୃଷ୍ଣଙ୍କ ସର୍ବୋଚ୍ଚ ପ୍ରକାଶ ଭାବରେ ବିବେଚନା କରାଯାଏ, ତେଣୁ ବୁଦ୍ଧ ସ୍ୱାଭାବିକ ଭାବରେ ଏହି ବଂଶ ମଧ୍ୟରେ ପୂଜ୍ୟ। ବୌଦ୍ଧ ଉତ୍ପତ୍ତି: ୮ମ ଶତାବ୍ଦୀରେ, ବଜ୍ରଯାନ ବୌଦ୍ଧ ଗ୍ରନ୍ଥ ଜ୍ଞାନସିଦ୍ଧି (ଓଡିୟାନାର ରାଜା ଇନ୍ଦ୍ରଭୂତିଙ୍କ ଦ୍ୱାରା ଲିଖିତ) ପ୍ରକୃତରେ ବୁଦ୍ଧଙ୍କ ଏକ ରୂପ ଭାବରେ ଭଗବାନ ଜଗନ୍ନାଥଙ୍କୁ ଆହ୍ବାନ ସହିତ ଆରମ୍ଭ ହୁଏ। ବିଦ୍ୱାନମାନେ ଉଲ୍ଲେଖ କରନ୍ତି ଯେ ଜଗନ୍ନାଥ ଧର୍ମର କେନ୍ଦ୍ର ହେବା ପୂର୍ବରୁ ପୁରୀ ଅଞ୍ଚଳ ବୌଦ୍ଧ ଧର୍ମର ଏକ ପ୍ରମୁଖ କେନ୍ଦ୍ର ଥିଲା। ପ୍ରତିମୂର୍ତ୍ତି ବିଜ୍ଞାନ ଏବଂ ଦର୍ଶନ ତ୍ରି-ରତ୍ନ ଧାରଣା: ଜେନେରାଲ ଆଲେକଜାଣ୍ଡାର କନିଂହାମଙ୍କ ସମେତ କିଛି ଐତିହାସିକ ମତ ଦେଇଛନ୍ତି ଯେ ତିନି ମୁଖ୍ୟ କାଠ ଦେବତା - ଜଗନ୍ନାଥ, ବଳଭଦ୍ର (ବଳରାମ), ଏବଂ ସୁଭଦ୍ରା - ବୌଦ୍ଧ ତ୍ରିରତ୍ନ (ବୁଦ୍ଧ, ଧର୍ମ ଏବଂ ସଂଘ) ର ପ୍ରତୀକ। ନିରାକାରର ପ୍ରତୀକ: ଜଗନ୍ନାଥ ମୂର୍ତ୍ତିଗୁଡ଼ିକର ସ୍ୱତନ୍ତ୍ର, ସାରାଂଶ ଏବଂ କିଛିଟା "ଅସମ୍ପୂର୍ଣ୍ଣ" ଆକୃତି ଶୂନ୍ୟ (ଶୂନ୍ୟତା) ର ବୌଦ୍ଧ ଧାରଣା ଏବଂ ପରମ ଦିବ୍ୟ ଆକାରହୀନ ବୋଲି ଧାରଣା ସହିତ ପ୍ରତିଧ୍ୱନିତ ହୁଏ। ସାଧାରଣ ରୀତିନୀତି ଏବଂ ସାମାଜିକ ଅଭ୍ୟାସ ଜାତି ବିଲୋପ: ବୌଦ୍ଧ ଧର୍ମ ଐତିହାସିକ ଭାବରେ ଜାତି ପ୍ରଭେଦକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ପାଳିତ ହୋଇଥିଲା। ଭକ୍ତମାନେ ମହାପ୍ରସାଦ (ପବିତ୍ର ଖାଦ୍ୟ) ରେ ଅଂଶଗ୍ରହଣ କରିବା ସମୟରେ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଭାବରେ ଜାତି ପ୍ରତିବନ୍ଧକ ପାଳନ କରେ ନାହିଁ। ରଥଯାତ୍ରା: ସ୍ୱାମୀ ବିବେକାନନ୍ଦଙ୍କ ସମେତ କିଛି ବିଦ୍ୱାନ ସୂଚାଇଛନ୍ତି ଯେ ପୁରୀ ମନ୍ଦିରରେ କିଛି ପରମ୍ପରା - ଯେପରିକି ସାମ୍ପ୍ରଦାୟିକ ରଥଯାତ୍ରା (ରଥ ମହୋତ୍ସବ) ଏବଂ ଅବଶେଷ ପୂଜା (ପ୍ରତିମା ଭିତରେ ବ୍ରହ୍ମଧାତୁ) - ପ୍ରାଚୀନ ବୌଦ୍ଧ ଅବଶେଷ ପର୍ବ ସହିତ ଆକର୍ଷଣୀୟ ଗଠନମୂଳକ ସମାନତା ଅଂଶୀଦାର କରେ। ଏକ ସମ୍ପୂର୍ଣ୍ଣ ପ୍ରତିସ୍ଥାପନ ବଦଳରେ, ଜଗନ୍ନାଥ ସଂପ୍ରଦାୟର ବିବର୍ତ୍ତନ ଏକ ସମୃଦ୍ଧ ସଂଶ୍ଳେଷଣକୁ ପ୍ରତିନିଧିତ୍ୱ କରେ ଯେଉଁଠାରେ ଅଞ୍ଚଳର ବୌଦ୍ଧ, ହିନ୍ଦୁ ଏବଂ ଆଦିବାସୀ ଦର୍ଶନ ଏକ ଏକକ, ଏକୀକୃତ ପରମ୍ପରାରେ ମିଶ୍ରିତ ହୋଇଥିଲା। ସୌଜନ୍ୟ: MH ଲଜ୍ ଏବଂ ଗ୍ରୁପ୍ ( ବ୍ରହ୍ମବିଦ୍ୟାର ଏକ ଅଧ୍ୟୟନ କେନ୍ଦ୍ର)। ଶ୍ରୀ ଗୌତମ ମହାନ୍ତି, ଗବେଷକ ବ୍ରହ୍ମବିଦ ଏବଂ ଲେଖକ, ଭୁବନେଶ୍ୱର।

powered by social2s

More Articles ...

  1. ଜୀବନରେ ଚେସର ଗୁରୁତ୍ୱ
  2. ଝାରସୁଗୁଡ଼ାରେ ଏସବିଆଇ ଏଟିଏମରେ ଅଗ୍ନିକାଣ୍ଡ
  3. ଭକ୍ତି ଓ ଆଧ୍ୟାତ୍ମିକତାରେ ଭରପୂର ‘ଗୁହାରି–୨୦୨୬’ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକଙ୍କୁ କଲା ବିଭୋର
Page 104 of 2252
  • Start
  • Prev
  • 99
  • 100
  • 101
  • 102
  • 103
  • 104
  • 105
  • 106
  • 107
  • 108
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.