ହାଇୱା ଧକ୍କାରେ ବାପ-ଝିଅ ମୃତ
ଜଟଣୀ: ଖୋର୍ଦ୍ଧା ଜିଲ୍ଲାରେ ହାଇୱା ଧକ୍କାରେ ବାପ-ଝିଅ ଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ବାଇକକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣା ପରେ ଶବ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ଅଟକି ରହିଛି ଶତାଧିକ ଗାଡ଼ି।
ଜଟଣୀ: ଖୋର୍ଦ୍ଧା ଜିଲ୍ଲାରେ ହାଇୱା ଧକ୍କାରେ ବାପ-ଝିଅ ଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ବାଇକକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣା ପରେ ଶବ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ଅଟକି ରହିଛି ଶତାଧିକ ଗାଡ଼ି।
ବଡଦାଣ୍ଡ ଆଜି ଯେ ଚଳଚଞ୍ଚଳ ଶ୍ରୀଜୀଉଙ୍କ ସୁନାବେଶ ଆଷାଢ ଶୁକ୍ଳ ଏକାଦଶୀ ଯେ ତିଥି ରାଜାରାଜେଶ୍ଵର ବେଶ ll
ରାଜା କପିଳେନ୍ଦ୍ରଦେବ ସାନିଧ୍ୟତା ଦେବୀ ଦୁର୍ଗାଙ୍କ ଲଭିଲେ ଦକ୍ଷିଣ ଭାରତୁ ଧନରତ୍ନ ଲଦି ଶ୍ରୀମନ୍ଦିରେ ଯେ ଅର୍ପିଲେ ll
ବଡତଢ଼ାଉ ସେବକ ଯେ ରାଜାଙ୍କ ସେବା ଦେଖି ଆନନ୍ଦିଲେ ଅଳଙ୍କାର ସବୁ ଭଣ୍ଡାରୁ ଆଣିଲେ ମହାପ୍ରଭୁ ଦେହେ ଦେଲେ ll ଅନୁରୋଧ ରକ୍ଷା କରି ସେବକଙ୍କ ରାଜା କପିଳେନ୍ଦ୍ର ଭଲେ ୧୩୮ ଅଳଙ୍କାରରେ ଠାକୁରଙ୍କୁ ସୁନାବେଶ କରାଇଲେ ଲଲ
ଶ୍ରୀପୟର,ଶ୍ରୀଭୁଜ କିରୀଟ ସ୍ବର୍ଣ୍ଣ ଅଳଙ୍କାରେ ସଜ୍ଜା ହୋଇ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ,ଦେବୀ ସୁଭଦ୍ରା ବିରାଜ ହୋଇ ll ରଥାରୂଢ ଠାକୁରଙ୍କ ଭବ୍ୟ ବେଶ ଦର୍ଶନେ ସଂଚାର ହୁଏ ଭକ୍ତ ପ୍ରାଣ ହୁଅଇ ଯହିଁ ଜାଗ୍ରତ ଅଶେଷ ପୁଣ୍ୟ ଯେ ଲଭେ ll
ଲେଖିଛନ୍ତି ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ।
ଗ୍ରାମ:ଗୌଡ଼ଗୁଡା, ମାନବର ପଞ୍ଚାୟତ, ଜିଲ୍ଲା: କୋରାପୁଟ, ଓଡିଶା।
ମୋ:୮୯୧୭୩୧୯୩୭୭
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହେଲା ଲଘୁଚାପ। ଆସନ୍ତା ୨ ଦିନରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ତାଳଚେର : ଡି ଏ ଭି, ପବ୍ଲିକ ସ୍କୁଲ କଳିଙ୍ଗ କ୍ଷେତ୍ର, ତାଳଚେର ରେ ରଥଯାତ୍ରା ଓ ଆଜି ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ଙ୍କର ପବିତ୍ର ବାହୁଡା଼ ଯାତ୍ରା ପାଳନ ହୋଇଯାଇଛି। ଏହି ଆଧ୍ୟାତ୍ମିକ ପରିବେଶ କୁ ସାଢ଼େ ତିନି ହଜାର ପିଲା ଓ ସେମାଙ୍କର ଅଭିଭାବକଙ୍କ ସହିତ ଜନସାଧାରଣ ଖୁବ ଆନନ୍ଦର ସହିତ ପାଳନ କରି, ଶ୍ରୀ ଜଗନ୍ନାଥ ଙ୍କର ଶୁଭ ଆଶୀର୍ବାଦ ଗ୍ରହଣ କରିବା ସହିତ କିଛି ସମୟ ଏହି ଭାବାତ୍ମକ ଈଶ୍ୱରୀୟ ପରିବେଷରେ ନିଜେ ନିଜକୁ ହଜାଇ ଦେଇଥିଲେ। ସମସ୍ତ ଙ୍କ ମୁଖରେ ଜୟ ଜଗନ୍ନାଥ ଧ୍ୱନି ରେ ସ୍କୁଲ ପରିବେଶ କିଛି କ୍ଷଣ ପାଇଁ ବଡ଼ ଦାଣ୍ଡର ଭ୍ରମ ସୃଷ୍ଟି କରୁଥିଲା। ଏହା କେବଳ ସ୍କୁଲ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଐଶ୍ୱରୀୟ ଚିନ୍ତାଧାରା ପାଇଁ ସମ୍ଭବ ହୋଇପାରିଛି। ପିଲା ମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ସୃଷ୍ଟି କରି ସେମାନଙ୍କୁ ଆମ କଳା ସଂସ୍କୃତି ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ଓ ଈଶ୍ୱରୀୟ ଭକ୍ତି ଜାଗ୍ରତ କରିବା ଏହି ବିଶ୍ୱ ପ୍ରଶିଦ୍ଧ ଯାତ୍ରା ର ମୁଖ୍ୟ ଉଦେଶ୍ୟ ଥିଲା।
ନୂଆଦିଲ୍ଲୀ: ନିଟ୍-ୟୁଜି (NEET-UG) ୨୦୨୬ ପରୀକ୍ଷାରେ କଥିତ ଅନିୟମିତତାକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ର ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି। ଦେଶର ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି ଲେଖିଥିବା ଏକ ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜନ୍ତର ମନ୍ତର ଏବଂ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଶିକ୍ଷା କ୍ଷେତ୍ର ପ୍ରତି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରି ସେ କହିଛନ୍ତି ଯେ, ଗତ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ କାର୍ଯ୍ୟ କରିଆସୁଛନ୍ତି। ଦେଶସେବାର ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଏକ ଶକ୍ତିଶାଳୀ, ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ଗଠନ ପ୍ରତି ନିଜର ଆସ୍ଥା ପୁନର୍ବ୍ୟକ୍ତ କରିଛନ୍ତି। ଇସ୍ତଫା ଦେବାର କାରଣ ବ୍ୟାଖ୍ୟା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପରିସ୍ଥିତିର ସୁଯୋଗ ନେଇ ଦେଶବିରୋଧୀ ଶକ୍ତିମାନେ ଯେପରି ଲାଭବାନ ନ ହୁଅନ୍ତୁ, ଦେଶର ଏକତା ଅକ୍ଷୁଣ୍ଣ ରହୁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କୌଣସି ଆଇନଗତ ଜଟିଳତାରେ ନ ପଡ଼ୁ, ସେଥିପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ନିଜ ପାଠପଢ଼ା ଏବଂ ଭବିଷ୍ୟତ ଗଠନ ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି। ନିଟ୍-ୟୁଜି ୨୦୨୬ ବିବାଦ ସମ୍ପର୍କରେ ସେ କହିଛନ୍ତି ଯେ, ଅନିୟମିତତା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ। ତାଙ୍କ କହିବାନୁସାରେ, ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା, ପରୀକ୍ଷାକୁ ବାତିଲ କରାଯାଇ ନୂଆ ତାରିଖ ଘୋଷଣା କରାଯାଇଥିଲା ଏବଂ ଆସନ୍ତା ବର୍ଷରୁ ନିଟ୍ ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ପ୍ରଣାଳୀରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ପ୍ରୟାସ ସତ୍ତ୍ୱେ କିଛି ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ଏବଂ ଅସ୍ପଷ୍ଟତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେ ଆରମ୍ଭରୁ ଏହି ଘଟଣାର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ପରୀକ୍ଷା ଦୁର୍ନୀତି ଯୋଗୁଁ କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଅନ୍ୟାୟର ଶିକାର ନ ହୁଅନ୍ତୁ ବୋଲି ସଦା ପ୍ରୟାସ କରିଥିଲେ। ସାମ୍ପ୍ରତିକ ଘଟଣା ତାଙ୍କୁ ଦୁଃଖିତ କରିଥିଲେ ମଧ୍ୟ, ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ହିଁ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି। ନିଟ୍-ୟୁଜି ବିବାଦକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବ୍ୟାପକ ପ୍ରତିବାଦ ଜାରି ରହିଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ବ୍ୟାପକ ସଂସ୍କାର ଦାବିରେ ଏହି ଆନ୍ଦୋଳନ ତୀବ୍ର ହୋଇଛି।
ପୁରୀ : ଆଜି ମହାପ୍ରଭୁଙ୍କ ସୁନାବେଶ। ମହଣ ମହଣ ସୁନାରେ ଛାଉଣି ହେବେ ଚତୁର୍ଦ୍ଧାମୂର୍ତ୍ତି । ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ ସୁନାବେଶ ନୀତି। ସୁନାବେଶ ଦର୍ଶନ ପାଇଁ ପୁରୀ ଅଭିମୁଖେ ଛୁଟୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଫଳରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି।
ଭୁବନେଶ୍ୱର: ଉତ୍କଳ ଦୃଷ୍ଟିହୀନ ସଂଘରେ ୯ ନଭେମ୍ବର ୨୦୨୫ ରେ ଅନୁଷ୍ଠିତ ନିର୍ବାଚନରେ ହୋଇଥିବା କଥିତ ଅନିୟମିତତା, ଦୃଷ୍ଟିହୀନ ବ୍ୟକ୍ତିଙ୍କ ମାନବାଧିକାର ଉଲ୍ଲଂଘନ ଏବଂ ସଂଘ ପରିସରରେ ସରକାରଙ୍କ ଦ୍ୱାରା ଦୃଷ୍ଟିହୀନଙ୍କ କଲ୍ୟାଣ ପାଇଁ ପ୍ରଦତ୍ତ ଜମିରେ ବ୍ୟବସାୟିକ କାର୍ଯ୍ୟକଳାପ ଚାଲିଥିବା ସମ୍ପର୍କିତ ଅଭିଯୋଗର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ରଶ୍ମି ରଞ୍ଜନ ସାହୁ ନାମକ ବ୍ୟକ୍ତି ଏକ ବ୍ୟବସାୟିକ କଲ୍ୟାଣ ମଣ୍ଡପ ପରିଚାଳନା କରୁଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲେ ମଧ୍ୟ ଏହା ବନ୍ଦ ହୋଇନଥିବା ଅଭିଯୋଗ କରାଯାଇଛି। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ସରକାରୀ ଅନୁଦାନର ଅପବ୍ୟବହାର, ଅବସରପ୍ରାପ୍ତ କର୍ମଚାରୀ ଓ ସଂଘ ସହ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କ ନାମରେ ଦରମା ଉଠାଇ ସରକାରୀ ଅର୍ଥ ଆତ୍ମସାତ କରାଯାଇଥିବା ଭଳି ବିଭିନ୍ନ ଅଭିଯୋଗ ମଧ୍ୟ ଉଠାଯାଇଛି। ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି ଯେ, ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ତଦନ୍ତ ପରେ ନିର୍ବାଚନ ଅନିୟମିତତା, ସରକାରୀ ଅର୍ଥର ଅପବ୍ୟବହାର ଓ ଅନ୍ୟାନ୍ୟ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ। ସେ ଆହୁରି ଅଭିଯୋଗ କହିଛନ୍ତି ଯେ, ଖାରବେଳ ନଗର ଥାନାର ଅଧିକାରୀ ନିରୀହ ଦୃଷ୍ଟିହୀନ ବ୍ୟକ୍ତିଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବା ସହ ସେମାନଙ୍କୁ ବିଭିନ୍ନ ସମୟରେ ଡାକି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି। ଏହି ଅଭିଯୋଗଗୁଡ଼ିକର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ପରେ ସ୍ପଷ୍ଟତା ଆସିବ। ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସମାଜିକ ସୁରକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ପୀଡ଼ିତ ଦୃଷ୍ଟିହୀନ ବ୍ୟକ୍ତିମାନେ କୌଣସି ସୁଫଳ ପାଇନଥିବା ଦାବି କରିଛନ୍ତି। ଉତ୍କଳ ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, କାର୍ଯ୍ୟାଳୟ ସମ୍ପାଦକ ଅଜିତ କୁମାର ବେହେରା ଓ କୋଷାଧ୍ୟକ୍ଷ ଶୁଭ୍ରକାନ୍ତ ପାଣି ଶୀଘ୍ର ହସ୍ତକ୍ଷେପ କରି ସଂଘରେ ଚାଲିଥିବା ଅଚଳାବସ୍ଥାର ସ୍ଥାୟୀ ସମାଧାନ, ପରିସରରେ ଚାଲିଥିବା କଥିତ ବେଆଇନ କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦୃଢ଼ ଦାବି କରିଛନ୍ତି।