କଟକ : ଓଡ଼ିଶାର ପ୍ରାଚୀନ ସାରସ୍ବତ ଅନୁଷ୍ଠାନ ଉତ୍କଳ ସାହିତ ସମାଜ ଓ ଜନଗଣନା ଜାଗରଣ ସମିତି ପକ୍ଷରୁ ଶନିବାର ଦିନ ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଓଡ଼ିଶାର ସୀମାନ୍ତ ଓ ସୀମାନ୍ତବର୍ତ୍ତୀ ରାଜ୍ୟରେ ଓଡ଼ଇା ଭାଷାର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଜନଗଣନା ଜାଗରଣ ସମିତିର ଅାବାହକ ତଥା ଝାଡ଼ଖଣ୍ଡର ପୂର୍ବତନ ସ୍ବାସ୍ଥ୍ୟ ଓ ଡାକ୍ତରୀଶିକ୍ଷା ମନ୍ତ୍ରୀ ଡାକ୍ତର ଦୀନେଶ ଷଡ଼ଙ୍ଗୀ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଅାଜୀବନ ସଦସ୍ୟା ଡାକ୍ତର ବିନି ଷଡ଼ଙ୍ଗୀ ବାଚସ୍ପତି ସୁରମା ପାଢ଼ୀ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସାକ୍ଷାତ କରି ଓଡ଼ିଶା ସୀମା ଓ ସୀମା ସଂଲଗ୍ନ କ୍ଷେତ୍ରରେ ରହୁଥିବା ଲକ୍ଷ ଲକ୍ଷ ଓଡ଼ଇା ଭାଷାଭାଷୀ ଜନସାଧାରଣ ସାମ୍ନା କରୁଥିବା ସମସ୍ୟା ସଂପର୍କରେ ଅବଗତ କରିବା ସହ ସେଠାରେ ଓଡ଼ଇା ଭାଷାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ଓଡ଼ଇା ଭାଷାଭାଷୀ ଅଂଚଳରେ ଓଡ଼ଇାରେ ଶିକ୍ଷାଦାନ କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ନିଜର ପ୍ରାପ୍ୟ ପାଇବାରୁ ବଂଚିତ ହେଉଛନ୍ତି ବୋଲି ଉଭୟଙ୍କ ଅବଗତ କରାଯାଇଥିଲା ପୂର୍ବତନ ବାଚସ୍ପତି ପ୍ରସନ୍ନ କୁମାର ଦାସ, ଯୁଧିଷ୍ଠିର ଦାସ ଓ ଶରତ କୁମାର କର ପୂର୍ବରୁ ଏଥିପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ, ସେ ସଂପର୍କରେ ସୂଚନା ଦିଅାଯାଇଥିଲା ଏ ବିଷୟରେ ଉଭୟ ଶ୍ରୀମତୀ ପାଢ଼ୀ ଓ ଶ୍ରୀ ସିଂହଦେଓ ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଉତ୍କଳ ସାହିତ୍ୟ ସମାଜ ଓ ଜନଗଣନା ଜାଗରଣ ସମିତି ପକ୍ଷରୁ ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

