• Magazine
  • Events
  • Videos
  • Gallery
  • Blog
  • Login

Sidebar

  • Magazine
  • Events
  • Videos
  • Gallery
  • Blog
  • Login

Magazine menu

  • Home
  • ଓଡିଶା
  • ଅପରାଧ
  • ଦେଶ / ବିଦେଶ
  • ରାଜନୀତି
  • ମନୋରଞ୍ଜନ / କ୍ରୀଡା
  • ପର୍ଯ୍ୟଟନ
  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
Odiaray Odiaray Odiaray

Innovation for Sustainability

Mountains
25
Wed, Nov
  • Home
  • ଓଡିଶା

    World Categories

    • Africa

    • Europe

    • Middle East

    • US Canada

    • ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଲାବୋରେଟୋରୀ ଖୋଲିବାକୁ ଓଡିଶା ସରକାର ଦେଲେ ଅନୁମତି

    • ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    Latest World News

    • ଓଡିଶା
      Details
      Dec 05 2020

      ପୋଡିଗଲା VIMSAR ରକ୍ତ ଭଣ୍ଡାର ର ଫ୍ରିଜର

    • ଓଡିଶା
      Details
      Dec 11 2020

      ୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

    • ଓଡିଶା
      Details
      Nov 28 2021

      ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

    • ଓଡିଶା
      Details
      Jan 24 2021

      ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

    • ଓଡିଶା
      Details
      Dec 10 2022

      Odisha bagged first prize for generation of highest number of ABHA IDs

    • ଓଡିଶା
      Details
      Feb 22 2021

      ଶ୍ରୀଜଗନ୍ନାଥ ସଂସ୍କୃତି ଜାଗରଣ ନିମନ୍ତେ ଚେତନା କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା

    • ଓଡିଶା
      Details
      Feb 02 2023

      National Poet Writers’ Association presents “Ama Angikar” magazine book to Koraput’s young lecturer Trinath Patnayak

    • ଓଡିଶା
      Details
      Sep 07 2021

      ଅବହେଳା ପରିଲକ୍ଷିତ ହେଲେ ପୁଣି ଫେରିବ ଲକ୍ଡାଉନ: ଓଡ଼ିଶା ମୁଖ୍ୟମନ୍ତ୍ରୀ

    • ଓଡିଶା
      Details
      Nov 09 2022

      କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମସି ହସ୍ପିଟାଲ ପାଇଁ ଚୁକ୍ତିଭିତ୍ତିକ ଭିତ୍ତିରେ ସୁପର ସ୍ପେଶାଲିଷ୍ଟ ଏବଂ ସ୍ପେଶାଲିଷ୍ଟଙ୍କୁ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତି ଦେବା ପାଇଁ “କର୍ପସ ପାଣ୍ଠି” ପ୍ରଦାନକୁ ଅନୁମୋଦନ

  • ଅପରାଧ

    Tech Categories

    • Personal Tech

    • Security

    • Green Tech

    • Space

    Latest Technology News

    • ଅପରାଧ
      Details
      Dec 18 2021

      ଭୁବନେଶ୍ୱର AIIMS ରୋଡ଼ରେ ସିରିଜ ଚୋରି

    • ଅପରାଧ
      Details
      Oct 18 2021

      କୋରାପୁଟରେ କାର୍ ଭର୍ତ୍ତି ଗଞ୍ଜେଇ ଜବତ

    • ଅପରାଧ
      Details
      Aug 05 2022

      କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

    • ଅପରାଧ
      Details
      Jul 23 2023

      ଗଜପତିରେ ଜଙ୍ଗଲ ଭିତରୁ ୩୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ

    • ଅପରାଧ
      Details
      Apr 23 2022

      ଘରର ଝରକା ଭାଙ୍ଗି ଟଙ୍କା, ସୁନା ଲୁଟ

    • ଅପରାଧ
      Details
      Mar 10 2022

      ବିପୁଳ ପରିମାଣର ଚନ୍ଦନ କାଠ ଜବତ, ୪ ତସ୍କର ଗିରଫ

    • ଅପରାଧ
      Details
      Nov 23 2022

      ଭୁବନେଶ୍ୱର ଝାରପଡାରେ ବୋମାମାଡ଼

    • ଅପରାଧ
      Details
      Jun 04 2022

      ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ, ଏକାଧିକ ଆହତ

    • ଅପରାଧ
      Details
      Feb 12 2022

      ମମିତା ମେହେର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ

  • ଦେଶ / ବିଦେଶ

    Sport Categories

    • Football

    • Cricket

    • Tennis

    • Box

    • Horse

    • Racing

    Latest Sport News

    • ଦେଶ / ବିଦେଶ
      Details
      Jul 25 2022

      ଶପଥ ନେଲେ ନୂଆ ରାଷ୍ଟ୍ରପତି

    • ଦେଶ / ବିଦେଶ
      Details
      Feb 03 2021

      ବିଶ୍ୱର ପ୍ରଥମ ହାଇବ୍ରିଡ଼ ଏରୋ ସ୍ପେସ ଶୋ ଆରମ୍ଭ

    • ଦେଶ / ବିଦେଶ
      Details
      Apr 30 2023

      ମନ୍‌ କୀ ବାତ୍‌ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ

    • ଦେଶ / ବିଦେଶ
      Details
      Mar 08 2023

      "शिक्षा के माध्यम से सशक्तिकरण: डॉ. मोना लिसा की समावेशिता और सामाजिक परिवर्तन की ओर यात्रा"

    • ଦେଶ / ବିଦେଶ
      Details
      Dec 12 2022

      "ବସୁଦେବ କୁଟୁମ୍ବକମ୍” ଥିମ୍ ମାଧ୍ୟମରେ ବିଶ୍ୱ ପ୍ରାଥମିକତା ଉପରେ ଏକ ସାଧାରଣ ପଥ ତିଆରି କରିବାକୁ ଭାରତ ଲକ୍ଷ୍ୟ ରଖିଛି।

    • ଦେଶ / ବିଦେଶ
      Details
      Jul 26 2026

      'କ୍ୟାଚ୍ ଦ ରେନ୍‌’ ଅଭିଯାନରେ ସାମିଲ ହେଲା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ

    • ଦେଶ / ବିଦେଶ
      Details
      Mar 02 2022

      APCA Opens Admissions for Advanced Diploma in Culinary Arts

    • ଦେଶ / ବିଦେଶ
      Details
      Aug 09 2022

      Apply for the PG Cert International Business Law with the University of Essex Online

    • ଦେଶ / ବିଦେଶ
      Details
      Mar 22 2022

      Bank of Baroda partners with Reserve Bank Innovation Hub to boost Financial Inclusion of Women using Technology

  • ରାଜନୀତି

    Health Categories

    • Personal Tech

    • Security

    • Green Tech

    • Space

    Latest Health News

    • ରାଜନୀତି
      Details
      Feb 16 2022

      ପଞ୍ଚାୟତ ନିର୍ବାଚନ: ବୁଥ୍ ପରିସରରେ ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଲା ମତଦାନ

    • ରାଜନୀତି
      Details
      Mar 06 2022

      ଆମ ଆଦମୀ ପାର୍ଟି ପକ୍ଷରୁ ପଦଯାତ୍ରା

    • ରାଜନୀତି
      Details
      Nov 21 2021

      ଆସନ୍ତାକାଲି ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଆନ୍ଦୋଳନ

    • ରାଜନୀତି
      Details
      Jan 19 2021

      କଂଗ୍ରେସ ଭବନ ସମ୍ମୁଖରେ ହୋହଲ୍ଲା

    • ରାଜନୀତି
      Details
      Nov 17 2021

      ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

    • ରାଜନୀତି
      Details
      Feb 06 2022

      ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

    • ରାଜନୀତି
      Details
      Oct 30 2021

      ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ବିଜେଡି

    • ରାଜନୀତି
      Details
      Jan 01 2024

      ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେଡି

    • ରାଜନୀତି
      Details
      Nov 08 2021

      ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା

  • ମନୋରଞ୍ଜନ / କ୍ରୀଡା

    Science Categories

    • Chemistry

    • Engineering

    • Mathematics

    • Biochemistry

    • Medicine

    • ବିଶିଷ୍ଠ ଅଭିନେତା ରବି ପଟବର୍ଦ୍ଧନଙ୍କର ଦେହାନ୍ତ

    Latest Science News

    • ମନୋରଞ୍ଜନ / କ୍ରୀଡା
      Details
      Jul 04 2022

      ମେଘଦୂତ ଆୱାର୍ଡ ଅଧିକାରୀ ଅଶୋକ କୁମାର ସାହୁଙ୍କୁ କଟକ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

    • ମନୋରଞ୍ଜନ / କ୍ରୀଡା
      Details
      Sep 05 2021

      ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡ଼ିଆ ଆଲବମ୍ (What Shall I Do)

    • ମନୋରଞ୍ଜନ / କ୍ରୀଡା
      Details
      Jan 24 2021

      ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

    • ମନୋରଞ୍ଜନ / କ୍ରୀଡା
      Details
      Dec 20 2020

      ୱିନର୍ସ କ୍ଲବ ପକ୍ଷରୁ ଭଲୀ ବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନ

    • ମନୋରଞ୍ଜନ / କ୍ରୀଡା
      Details
      Dec 17 2022

      ଓଡିଶାର ଓଟିଟି ପ୍ଲାଟ୍ଫର୍ମ ‘ଆଓ ନେକ୍ସଟ୍’ପକ୍ଷରୁ ସୁପର୍ନ୍ୟାଚୁରାଲ ଥ୍ରିଲର ୱେବ୍ସିରିଜ୍ ‘ଆନ୍ଥୋନି’ ଉନ୍ମୋଚିତ

    • ମନୋରଞ୍ଜନ / କ୍ରୀଡା
      Details
      Jun 21 2022

      ଜୁଲାଇ ୧ ରଥରେ ଫିଟିବ "ବିଦ୍ୟାରାଣ"

    • ମନୋରଞ୍ଜନ / କ୍ରୀଡା
      Details
      Oct 22 2021

      'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

    • ମନୋରଞ୍ଜନ / କ୍ରୀଡା
      Details
      Jan 18 2023

      Greenlam Industries shows what a seed of love can do

    • ମନୋରଞ୍ଜନ / କ୍ରୀଡା
      Details
      Apr 06 2022

      Sing your heart out with ‘Humma Girl’ Shashaa Tirupati on Smule 123 Riyaaz Wild Card round

  • ପର୍ଯ୍ୟଟନ

    Travel Categories

    • Family

    • Adventure

    • Eat

    • Guide

    • Romance

    • ହୀରାକୁଦ ରେ ଆରମ୍ଭ ହେଲା ଇକୋ ରିଟ୍ରିଟ

  • ବାଣିଜ୍ୟ /ବ୍ୟବସାୟ
  • More
    • English News
    • ସମ୍ପାଦକୀୟ
    • ବିଜ୍ଞାନ
    • ସ୍ୱାସ୍ଥ୍ୟ
    • ବିଶେଷ
    • ଧର୍ମ ଆଧ୍ୟତ୍ମିକା
    • ରୋଷେଇ
  • News
  1. You are here:  

ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ ହେଲା ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ

Details
Odia Ray Admin
ଓଡିଶା
23 June 2026

ଭୁବନେଶ୍ୱର: ଭୁବନେଶ୍ୱର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ପ୍ରେରଣ କରାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ଏହାର ପ୍ରେରଣ କରିଥିଲେ । ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନକୁ ଏହା ପଠା ଯାଇଥିଲା । ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ପବିତ୍ର ରେଶମ ଡୋର ଯାହା ଚତୁର୍ଦ୍ଧାମୁରତୀଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ଏହାର ବ୍ୟବହାର ହୋଇଥାଏ । ୧୯୮୧ ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଚଳିତବର୍ଷ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି । ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ । ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଏବଂ ଆର. ଉଦୟଗିରୀ ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ଵାରା ଉତ୍ପାଦିତ ହୋଇଥାଏ । କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ଏହାକୁ ରଙ୍ଗାୟିତ କରାଯାଇଥାଏ । ଏହି କୋଷାଗୁଡିକୁ ସେରିଫେଡ ଦ୍ଵାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ Silk Production & Technical Upgradation Centre ଠାରେ ପ୍ରକ୍ରିୟାକରଣ କରାଯାଏ । ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, , ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସେରିଫେଡ୍ ସଭାପତି ଶ୍ରୀ ଭାଗୀରଥି ନନ୍ଦ, ସମ୍ପାଦକ ସଂଗୀତା ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।

powered by social2s

ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣାରେ ୬ ଓଡ଼ିଆଙ୍କ ମୃତ୍ୟୁ

Details
Odia Ray Admin
ଓଡିଶା
23 June 2026

ଭୁବନେଶ୍ୱର : ତାମିଲନାଡ଼ୁରେ ଆମୋନିଆ ଗ୍ୟାସ ଲିକ୍ ଘଟଣାରେ ୬କୁ ବୃଦ୍ଧି ପାଇଲା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା। ଆଉ ଜଣେ ମୃତକ କେନ୍ଦୁଝରର ସଜନୀ ଜୁଆଙ୍ଗ। ଆଉ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

powered by social2s

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ; ୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି

Details
Odia Ray Admin
ଓଡିଶା
22 June 2026

ଭୁବନେଶ୍ୱର : ଓଡ଼ିଶାରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ (SLNCC) ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ 'ଫୁଲ୍ ପ୍ରୁଫ୍' ବ୍ୟବସ୍ଥା ବିକଶିତ କରିଛି। ଏହି ଫୁଲ୍ ପ୍ରୁଫ୍ ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ 'ଏଲ୍ ନିନୋ' ପ୍ରଭାବ ଯୋଗୁଁ କମ୍ ବୃଷ୍ଟିପାତ ହେବାର ଆଶଙ୍କା ଥିବାରୁ ଖରିଫ ଫସଲ ଯେପରି ପ୍ରଭାବିତ ନହେବ, ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି 'Whole of Government' ଆଭିମୁଖ୍ୟରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗକୁ ସ୍ୱତନ୍ତ୍ର 'Contingency Plan' ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ରାଜ୍ୟସ୍ତରୀୟ ମନିଟରିଂ ମେକାନିଜିମ୍ ଜରିଆରେ ବୃଷ୍ଟିପାତ, ଜଳସ୍ତର, କ୍ରପ-ପ୍ଲାନିଙ୍ଗ୍ ଏବଂ ସାର ଓ ବିହନ ଯୋଗାଣର ନିୟମିତ ତଦାରଖ କରାଯାଉଛି। ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ ଯୋଗୁଁ ବିଶ୍ୱବ୍ୟାପୀ ସାର ସଙ୍କଟ ଦେଖାଦେଇପାରେ, ତେଣୁ ୟୁରିଆ ଓ କମ୍ପ୍ଲେକ୍ସ ସାର ଯୋଗାଣ ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପର୍ଯ୍ୟାପ୍ତ 'ନାନୋ ୟୁରିଆ' ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଶେଷ କରି ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ 'ନିରକ୍ଷଣ ସମିତି' ଗଠନ କରାଯାଇଛି । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଦକ୍ଷ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ଏହି ସଫଳ 'ଜିରୋ କାଜୁଆଲ୍‌ଟି' (ଶୂନ୍ୟ ମୃତ୍ୟୁହାର) ନୀତି ଆଜି ବିଶ୍ୱବ୍ୟାପୀ ଆଦୃତ ହୋଇଛି। ନିକଟରେ ପୁରୀଠାରେ ଅନୁଷ୍ଠିତ ବ୍ରିକ୍ସ (BRICS) ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରାଜ୍ୟର ଏହି ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ଓ ନିରାକରଣ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଗତ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ସାମୁଦ୍ରିକ ବାତ୍ୟା "ମୋନ୍ଥା" ଏବଂ ପୂର୍ବର "ଦାନା" ବାତ୍ୟା ସମୟରେ ରାଜ୍ୟର ଦକ୍ଷ ପରିଚାଳନା ଦେଖିବାକୁ ମିଳିଥିଲା। "ମୋନ୍ଥା" ଦ୍ୱାରା ରାଜ୍ୟର ୧୧ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ସମ୍ବେଦନଶୀଳ ଅଞ୍ଚଳରୁ ପ୍ରାୟ ୩୮ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟରେ ୩୩ଟି ଓଡ୍ରାଫ୍ (ODRAF), ୫ଟି ଏନଡିଆରଏଫ୍ (NDRF) ଏବଂ ୧୨୩ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇ ରେକର୍ଡ ସମୟ ମଧ୍ୟରେ ସ୍ଥିତି ସ୍ୱାଭାବିକ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀ ଭାଇମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚାଷୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର 'ଅଦିନିଆ ବର୍ଷା'କୁ ଏକ 'ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ' (State Specific Disaster ) ଭାବେ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭିତ୍ତିଭୂମି ପ୍ରସ୍ତୁତି କ୍ରମରେ ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି, ଯେଉଁଠାରେ ପାନୀୟ ଜଳ, ଆଲୋକ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ପ୍ରାକ୍-ପ୍ରସ୍ତୁତି ସମୟରେ ହିଁ ସୁନିଶ୍ଚିତ କରାଯିବ। ଜାତୀୟ ସ୍ତରର କମନ ଆଲର୍ଟିଂ ପ୍ରୋଟୋକଲ (CAP) ମାଧ୍ୟମରେ SMS ପ୍ରେରଣ ବ୍ୟବସ୍ଥା, ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲ୍‌ରେ ଲୋକଙ୍କୁ ସଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନର ୨୦ଟି ଓଡ୍ରାଫ୍ (ODRAF) ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ, ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ସରକାର ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ଏକାନ୍ତ ଆବଶ୍ୟକ ଏବଂ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଥିଲେ ଯେ ଓଡ଼ିଶା କିଭଳି ବିଗତ ଦିନରେ ପ୍ରାକୃତିକ ସଂକଟଗୁଡ଼ିକର ସଫଳତାର ସହ ମୁକାବିଲା କରି ସାରା ବିଶ୍ୱରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି। ବିଶେଷ କରି ସରକାରଙ୍କ ସୁଚିନ୍ତିତ ପ୍ରାକ୍-ପ୍ରସ୍ତୁତି ଏବଂ ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ରାଜ୍ୟ 'ଜିରୋ କାଜୁଆଲ୍‌ଟି' ବା ଶୂନ୍ୟ ମୃତ୍ୟୁହାର ନୀତିକୁ ସଫଳତାର ସହ ପାଳନ କରିବାରେ ସମର୍ଥ ହୋଇଛି। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ଆର୍ଥିକ ଅନୁଦାନ ଓ ଭିତ୍ତିଭୂମିର ସମୀକ୍ଷା କରିବା ସହ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ର ସଠିକ୍ ବିନିଯୋଗ ଉପରେ ଶ୍ରୀ ପୂଜାରୀ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ ବିଗତ ବନ୍ୟା ଓ ବାତ୍ୟା ସମୟରେ ଉତ୍ତର ଓଡ଼ିଶା ଏବଂ ଆକସ୍ମିକ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ କୋଟି କୋଟି ଟଙ୍କାର ତୁରନ୍ତ ରିଲିଫ୍ ଓ ସାଧାରଣ ସମ୍ପତ୍ତିର ସାମୟିକ ମରାମତି ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଥିଲେ । ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଉପସ୍ଥିତ ବିଧାୟକବୃନ୍ଦ ଏବଂ ସାଂସଦଗଣ ନିଜ ନିଜ ନିର୍ବାଚନ ମଣ୍ଡଳୀର ବାସ୍ତବ କ୍ଷେତ୍ରସ୍ତରୀୟ ସ୍ଥିତିକୁ ଆଧାର କରି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜନପ୍ରତିନିଧିମାନଙ୍କ ସମସ୍ତ ମୂଲ୍ୟବାନ ପରାମର୍ଶକୁ ସ୍ୱାଗତ କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଏହାକୁ ଉପଯୁକ୍ତ ସ୍ଥାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ରାଜ୍ୟ ମନ୍ତ୍ରମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

powered by social2s

ଓଡ଼ିଶା ସରକାରଙ୍କ ପକ୍ଷରୁ ସଂଶୋଧିତ ଇଂରାଜୀ ବନାନ୍ ସଙ୍କଳିତ ବିଜ୍ଞପ୍ତି ପ୍ରକାଶିତ

Details
Odia Ray Admin
ଓଡିଶା
22 June 2026

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ନିମ୍ନମତେ ସ୍ଥାନମାନଙ୍କର ସଂଶୋଧିତ ଇଂରାଜୀ ବନାନ ସଙ୍କଳିତ ବିଜ୍ଞପ୍ତି ପ୍ରକାଶ ପାଇଛି l ସମସ୍ତ ଗଣମାଧ୍ୟମକୁ ଏହାର ବହୁଳ ପ୍ରଚାର, ପ୍ରସାର କରିବାକୁ ଅନୁରୋଧ କରାଯାଉଛି l ଟିଭି ସ୍କ୍ରୋଲିଂ, ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ସମସ୍ତ ମାଧ୍ୟମରେ ଏହାର ପ୍ରସାରଣ ନିମନ୍ତେ ବିଶେଷ ଭାବେ ଅନୁରୋଧ କରାଯାଉଛି l

powered by social2s

ଜୁନ ୨୦ ରେ ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଥିବା ନିର୍ମାଣ ବିଭାଗର ପ୍ରକଳ୍ପ ସମୂହ

Details
Odia Ray Admin
ଓଡିଶା
23 June 2026

୨୦ ଜୁନ୍ ୨୦୨୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଗରିମାମୟ ଉପସ୍ଥିତିରେ ୮୧୧.୮୬ କୋଟି ଟଙ୍କା ବ୍ୟୟର ୦୯ଟି ସଡ଼କ ଓ ସେତୁ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ ଏବଂ ୩୭୯.୮୪ କୋଟି ଟଙ୍କା ବ୍ୟୟର ୦୩ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି । ଉଦ୍ଘାଟିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୫୩୬.୮୮ କୋଟି ଟଙ୍କା ବ୍ୟୟର ୦୪ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି। ସେଗୁଡ଼ିକ ହେଲା— ନୟାଗଡ଼ ବାଇପାସ୍ (ଏନ୍‌ଏଚ୍-୫୭), ରିଗଡୋଲ–ବେଲଗାଁ ସେକ୍ସନ୍ (ଏନ୍‌ଏଚ୍-୫୯), ରିଆମାଳ ବାଇପାସ୍ (ଏନ୍‌ଏଚ୍-୫୩) ଏବଂ କୋଟପାଡ଼ ବାଇପାସ୍ (ଏନ୍‌ଏଚ୍-୬୩)। ସେହିପରି ୨୭୪.୯୮ କୋଟି ଟଙ୍କା ବ୍ୟୟର ୦୫ଟି ସଡ଼କ ଓ ଭବନ (ଆର୍ ଆଣ୍ଡ ବି) ପ୍ରକଳ୍ପ ମଧ୍ୟ ଉଦ୍ଘାଟିତ ହୋଇଥିଲା। ଏଥିମଧ୍ୟରେ କଟକର ତାଳଦଣ୍ଡା କେନାଲ ଡାହାଣ ପାର୍ଶ୍ୱ ବନ୍ଧ ସଡ଼କ, ଭଦ୍ରକର ଇଛାପୁର–ବାସୁଦେବପୁର ସଡ଼କ, ଢେଙ୍କାନାଳର ଢେଙ୍କାନାଳ–କାଇମାଟି–ଜୋରନ୍ଦା ସଡ଼କ, ବରଗଡ଼ର ବିଜେପୁର–ଦୁବଲାବାହାଲ ସଡ଼କ ଏବଂ ନବରଙ୍ଗପୁରର ଦେଓବନ୍ଧା–ଚନ୍ଦାହାଣ୍ଡି ( ଭାୟା ଫଟକି ) ସଡ଼କ ଅନ୍ତର୍ଭୁକ୍ତ। ଏହାସହିତ କଟକର କାଠଯୋଡ଼ି ହାଇ ଲେବଲ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର–ହରଭଙ୍ଗା ସଡ଼କ ଏବଂ ଏନ୍‌ଏଚ୍-୩୫୩ର ନୂଆପଡ଼ା–ଘାଟିପଡ଼ା ସେକ୍ସନ୍‌ର ପ୍ରଶସ୍ତୀକରଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଇଥିଲା। ରାଜ୍ୟରେ କୌଶଳଗତ ରାଜପଥ ସଂଯୋଗ ଓ ସ୍ଥାନୀୟ ଭିତ୍ତିଭୂମି ବିକାଶ ମଧ୍ୟରେ ସନ୍ତୁଳିତ ନିବେଶର ପ୍ରତିଫଳନ ଘଟାଇଥିବା ଏହି ପ୍ରକଳ୍ପଗୁଡ଼ିକ ଯାତାୟାତ ସୁବିଧା ବୃଦ୍ଧି, ଯାତ୍ରା ସମୟ ହ୍ରାସ, ସଡ଼କ ସୁରକ୍ଷାର ଉନ୍ନତି ଏବଂ ଓଡ଼ିଶାର ସାମଗ୍ରିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।

powered by social2s

କର୍ମକ୍ଷେତ୍ର ସୁସ୍ଥତା ଆହ୍ୱାନ

Details
Odia Ray Admin
ଓଡିଶା
22 June 2026

ଭୁବନେଶ୍ୱର: କର୍ମକ୍ଷେତ୍ର ସୁସ୍ଥତା କର୍ମଚାରୀମାନଙ୍କର ସାମଗ୍ରିକ ଶାରୀରିକ, ମାନସିକ, ଭାବପ୍ରବଣ ଏବଂ ଆର୍ଥିକ ସ୍ୱାସ୍ଥ୍ୟକୁ ଅନ୍ତର୍ଭୁକ୍ତ କରେ। ଏହା ମୌଳିକ ସୁବିଧାରୁ ବ୍ୟାପକ ସଂଗଠନାତ୍ମକ ରଣନୀତିକୁ ଧ୍ୟାନକୁ ସ୍ଥାନାନ୍ତରିତ କରେ ଯାହା ବର୍ନଆଉଟ୍‌କୁ ରୋକିଥାଏ, ସ୍ଥାୟୀ କାର୍ଯ୍ୟଭାରକୁ ସମର୍ଥନ କରିଥାଏ ଏବଂ ଏକ ସକାରାତ୍ମକ, ଅନ୍ତର୍ଭୁକ୍ତ ପରିବେଶ ସୃଷ୍ଟି କରିଥାଏ ଯେଉଁଠାରେ କର୍ମଚାରୀମାନେ ପ୍ରକୃତରେ ଉନ୍ନତି କରିପାରିବେ। ସୁସ୍ଥତାର ମୁଖ୍ୟ ପରିମାଣ.. ମନୋବିଜ୍ଞାନ: ମାନସିକ ସ୍ୱାସ୍ଥ୍ୟ ସମର୍ଥନ, ଚାପ ପରିଚାଳନା, ସ୍ଥିରତା ତାଲିମ ଏବଂ ମାନସିକ ସ୍ୱାସ୍ଥ୍ୟ ଆଲୋଚନା ଚାରିପାଖରେ କଳଙ୍କ ଦୂର କରିବା ଉପରେ ପ୍ରାଥମିକତା ଦିଏ। ଶାରୀରିକ: ଥକ୍କାପଣକୁ ରୋକିବା ପାଇଁ ଏରଗୋନୋମିକ୍ସ, ଗତିବିଧି, ସୁସ୍ଥ ଖାଦ୍ୟ ଏବଂ ପର୍ଯ୍ୟାପ୍ତ ବିଶ୍ରାମକୁ ପ୍ରୋତ୍ସାହିତ କରେ। ସାମାଜିକ ଏବଂ ସଂଗଠନାତ୍ମକ: ଦଳ ସଂଯୋଗ, ମାନସିକ ସୁରକ୍ଷା, ଭେଦଭାବ ପ୍ରତି ଶୂନ୍ୟ ସହନଶୀଳତା ଏବଂ ଭଲ କାର୍ଯ୍ୟ ଡିଜାଇନ୍ ପ୍ରୋତ୍ସାହିତ କରେ। ଆର୍ଥିକ: କର୍ମଚାରୀମାନଙ୍କୁ ସେମାନଙ୍କ ଆର୍ଥିକ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବା ପାଇଁ ଶିକ୍ଷା, ପରାମର୍ଶ ଏବଂ ସମ୍ବଳ ପ୍ରଦାନ କରେ। ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ.. ଯେତେବେଳେ ସୁସ୍ଥତା ବୃଦ୍ଧି ପାଏ, ସଂଗଠନଗୁଡ଼ିକ ସିଧାସଳଖ ଉଚ୍ଚ କାର୍ଯ୍ୟଦକ୍ଷତା, ଅନୁପସ୍ଥିତି ହ୍ରାସ ଏବଂ ଉନ୍ନତ ପ୍ରତିଭା ସଂରକ୍ଷଣରୁ ଲାଭ ପାଆନ୍ତି। ବିପରୀତରେ, ଦୁର୍ବଳ ସୁସ୍ଥତା ଏବଂ ଅସମାପ୍ତ ବର୍ନଆଉଟ୍ ଏକ ସଂଗଠନର ସାମଗ୍ରିକ ଉତ୍ପାଦକତା ଏବଂ ତଳ ରେଖାକୁ ଗୁରୁତର ଭାବରେ ପ୍ରଭାବିତ କରିପାରେ। କାର୍ଯ୍ୟକ୍ଷମ ରଣନୀତି.. ସ୍ମାର୍ଟ କାର୍ଯ୍ୟ ଡିଜାଇନ୍: ନମନୀୟ କାର୍ଯ୍ୟ ଘଣ୍ଟା କାର୍ଯ୍ୟକାରୀ କରନ୍ତୁ ଏବଂ କାର୍ଯ୍ୟ କିପରି ନିଯୁକ୍ତ ଏବଂ ସମାପ୍ତ କରାଯାଏ ସେ ସମ୍ବନ୍ଧୀୟ ନିଷ୍ପତ୍ତିରେ ଆପଣଙ୍କ ଦଳକୁ ସାମିଲ କରନ୍ତୁ। ସହକର୍ମୀ ସମର୍ଥନ ଏବଂ EAPs: ଆନୁଷ୍ଠାନିକ କର୍ମଚାରୀ ସହାୟତା କାର୍ଯ୍ୟକ୍ରମ (EAPs) ଏବଂ ସହକର୍ମୀ-ସହାୟତା ଯୋଜନା ପ୍ରଦାନ କରନ୍ତୁ ଯାହା ଦ୍ଵାରା କର୍ମଚାରୀମାନେ ଶୀଘ୍ର ସାହାଯ୍ୟ ପାଇବା ପାଇଁ ଏକ ସୁରକ୍ଷିତ ରାସ୍ତା ପାଇପାରିବେ। ନେତୃତ୍ୱ ସମନ୍ୱୟ: ନିଶ୍ଚିତ କରନ୍ତୁ ଯେ ବରିଷ୍ଠ ନେତୃତ୍ୱ ସ୍ୱାସ୍ଥ୍ୟ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ଏବଂ ଏକ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନ ମଡେଲିଂ କରିବାରେ ନିୟୋଜିତ ଅଛନ୍ତି। ଆପଣଙ୍କ ଦଳର ପରିବେଶର ମୂଲ୍ୟାଙ୍କନ ଏବଂ ଅପ୍ଟିମାଇଜ୍ କରିବା ପାଇଁ ଗଭୀର ଅନୁସନ୍ଧାନ ପାଇଁ, ଚାଟାର୍ଡ ​​ଇନଷ୍ଟିଚ୍ୟୁଟ୍ ଅଫ୍ ପର୍ସନେଲ୍ ଆଣ୍ଡ୍ ଡେଭଲପମେଣ୍ଟ୍ ଦ୍ୱାରା ପ୍ରଦାନ କରାଯାଇଥିବା ଶିଳ୍ପ ଢାଞ୍ଚା କିମ୍ବା ବ୍ଲାକ୍ ଡଗ୍ ଇନଷ୍ଟିଚ୍ୟୁଟ୍ ରୁ କାର୍ଯ୍ୟକ୍ଷମ ଟୁଲକିଟ୍ ଅନୁସନ୍ଧାନ କରନ୍ତୁ। କାର୍ଯ୍ୟକ୍ଷମ ସୁସ୍ଥତା ଆହ୍ୱାନ ଦୁଇଟି ବର୍ଗରେ ପଡ଼ିଥାଏ: କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ବାଧା ଏବଂ କର୍ମଚାରୀ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବା ପାଇଁ ବ୍ୟବହୃତ ମଜାଦାର, କାର୍ଯ୍ୟକ୍ଷମ ଚ୍ୟାଲେଞ୍ଜ। ସୁସ୍ଥତା ପଦକ୍ଷେପ ଆରମ୍ଭ କରିବାରେ ଏଠାରେ ପ୍ରାଥମିକ ପଦ୍ଧତିଗତ ଚ୍ୟାଲେଞ୍ଜ ଅଛି, ତା’ପରେ ଏକ ସୁସ୍ଥ ଦଳ ସଂସ୍କୃତି ଗଠନ ପାଇଁ ଲୋକପ୍ରିୟ ଧାରଣା ରହିଛି। 1. ସିଷ୍ଟମିକ୍ କାର୍ଯ୍ୟକ୍ଷମ ସୁସ୍ଥତା ଆହ୍ୱାନ.. କମ୍ ନିବେଶ ଏବଂ ଅଂଶଗ୍ରହଣ: ଅନେକ ସଂଗଠନ ସମ୍ବଳ ପ୍ରଦାନ କରନ୍ତି, କିନ୍ତୁ କମ୍ ପ୍ରାରମ୍ଭିକ ସାଇନ୍-ଅପ୍ ହାର କିମ୍ବା ଶୀଘ୍ର ଡ୍ରପ୍-ଅଫ୍ ସହିତ ସଂଘର୍ଷ କରନ୍ତି। ଗୋଟିଏ ଆକାରର ସମସ୍ତ କାର୍ଯ୍ୟକ୍ରମ: ସାଧାରଣ ପଦକ୍ଷେପଗୁଡ଼ିକ ସମଗ୍ର କର୍ମଚାରୀଙ୍କ ବିବିଧ ଶାରୀରିକ, ମାନସିକ ଏବଂ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରଣ କରିବାରେ ବିଫଳ ହୁଏ। ROI ମାପ: ସୁସ୍ଥତା ପଦକ୍ଷେପଗୁଡ଼ିକୁ ଉତ୍ପାଦକତା, ଅନୁପସ୍ଥିତି ହ୍ରାସ ଏବଂ କାରବାର ସହିତ ସିଧାସଳଖ ଯୋଡ଼ିବା କଷ୍ଟକର ହୋଇପାରେ। କର୍ମକ୍ଷେତ୍ର ସଂସ୍କୃତି: କର୍ମଚାରୀମାନେ ଅତ୍ୟଧିକ ଭାରାକ୍ରାନ୍ତ ଅନୁଭବ କରିପାରନ୍ତି କିମ୍ବା ଭୟ କରିପାରନ୍ତି ଯେ ସୁସ୍ଥତା କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସମର୍ପଣର ଅଭାବ ଭାବରେ ଧରାଯିବ। 2. କାର୍ଯ୍ୟକ୍ଷମ ସୁସ୍ଥତା ଚ୍ୟାଲେଞ୍ଜ ଧାରଣା.. ଶାରୀରିକ ସ୍ୱାସ୍ଥ୍ୟ: 10,000 ପାଦ ଦୈନିକ ଚ୍ୟାଲେଞ୍ଜ, ଡେସ୍କରସାଇଜ୍ ଚ୍ୟାଲେଞ୍ଜ (ଚେୟାର ସ୍କ୍ୱାଟ୍, ଷ୍ଟ୍ରେଚ୍), କିମ୍ବା ମଧ୍ୟାହ୍ନ ଭୋଜନ ଚାଲିବା କ୍ଲବ୍ ପ୍ରତିଷ୍ଠା। ମାନସିକ ସୁସ୍ଥତା: ନିର୍ଦ୍ଦେଶିତ ସଚେତନତା କିମ୍ବା ଧ୍ୟାନ ଚ୍ୟାଲେଞ୍ଜ, ଡିଜିଟାଲ୍ ଡିଟକ୍ସ ସପ୍ତାହ, ଏବଂ କୃତଜ୍ଞତା ଜର୍ଣ୍ଣାଲିଂ। ପୁଷ୍ଟି ଏବଂ ଅଭ୍ୟାସ: ହାଇଡ୍ରେସନ୍ ଚ୍ୟାଲେଞ୍ଜ (ସେଟ୍ ପାଣି ଗ୍ରହଣ ଲକ୍ଷ୍ୟକୁ ମାରିବା), ନିଦ୍ରା ସ୍ୱାସ୍ଥ୍ୟ ଟ୍ରାକିଂ, କିମ୍ବା ସୁସ୍ଥ ରେସିପି ସ୍ୱାପ୍। ସାମାଜିକ ଏବଂ ଆର୍ଥିକ: ଦଳ-ନିର୍ମାଣ ସ୍ୱେଚ୍ଛାସେବା ଦିନ, ଆର୍ଥିକ ସାକ୍ଷରତା କର୍ମଶାଳା, ଏବଂ ସେୟାର ହବି କ୍ଲବ୍। ଏକ କାର୍ଯ୍ୟକ୍ରମ ସଫଳ ହେବା ନିଶ୍ଚିତ କରିବା ପାଇଁ, କର୍ମଚାରୀଙ୍କ ଆବଶ୍ୟକତା ସହିତ ସମ୍ପୂର୍ଣ୍ଣ ସମନ୍ୱୟ ଜରୁରୀ। ଏହା ପ୍ରାୟତଃ କର୍ମକ୍ଷେତ୍ର ସୁସ୍ଥତା ଅଭ୍ୟାସ ପ୍ରଣାଳୀ ପରି ଢାଞ୍ଚା ବ୍ୟବହାର କରିବାରେ କିମ୍ବା କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ଉପରେ WHO ନିର୍ଦ୍ଦେଶାବଳୀ ପଢିବାରେ ସାହାଯ୍ୟ କରେ। ଯଦି ଆପଣ ଚାହାଁନ୍ତି, ତେବେ ମୋତେ କୁହନ୍ତୁ.. ଆପଣ କ’ଣ ଏକ ସୁସ୍ଥତା କାର୍ଯ୍ୟକ୍ରମ ଡିଜାଇନ୍ କରିବାକୁ ଚେଷ୍ଟା କରୁଛନ୍ତି କି ଆପଣଙ୍କ ଦଳ ପାଇଁ ମଜାଦାର ଚ୍ୟାଲେଞ୍ଜ ଖୋଜୁଛନ୍ତି? ଆପଣଙ୍କ କମ୍ପାନୀର ଆକାର କେତେ? ଆମେ ଆପଣଙ୍କ ପରିସ୍ଥିତି ଅନୁଯାୟୀ ଏକ କାର୍ଯ୍ୟକ୍ରମ ନିର୍ମାଣ କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବା। ସୌଜନ୍ୟ: ହସଲ-ଫ୍ରି-କ୍ୟାମ୍ପସ୍ B-ସ୍କୁଲ୍ ଫୋରମ୍ SDAR www.bschoolforum.com ଶ୍ରୀ ଗୌତମ ମହାନ୍ତି, ପରିଚାଳନା ବିଶ୍ଳେଷକ ଏବଂ ଲେଖକ, ଭୁବନେଶ୍ୱର।

powered by social2s

ଓଡ଼ିଶାରେ ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି

Details
Odia Ray Admin
ଓଡିଶା
22 June 2026

ଭୁବନେଶ୍ୱର : ଓଡ଼ିଶାର ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ଦ୍ୱାରା ବିଭିନ୍ନ କୋର୍ଟରେ କାର୍ଯ୍ୟରତ ଆଇନଜୀବୀ ହେବେ ଉପକୃତ। ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ପରିବାରକୁ ମିଳିବ ସହାୟତା। ୫ ବର୍ଷ ବା କମ୍ କାର୍ଯ୍ୟରତ ଆଇନଜୀବୀଙ୍କ ଦେହାନ୍ତରେ ୧ ଲକ୍ଷ ୫ ହଜାର ମିଳିବ।

powered by social2s

More Articles ...

  1. ଭୁବନେଶ୍ୱର ଓ କଟକ ରେ ମୌସୁମୀ ବର୍ଷା
  2. ଚେନ୍ନାଇରେ ଘଟିଥିବା ଦୁର୍ଭାଗ୍ୟଜନକ ଗ୍ୟାସ ଲିକ୍: ଓଡ଼ିଶାର ଦୁଇ ମହିଳା ମୃତ
  3. ଅନନ୍ତ ମହାପାତ୍ରଙ୍କୁ କବି ଅନନ୍ତ ପଟ୍ଟନାୟକ ସୃଜନୀ ସମ୍ମାନ
Page 128 of 2252
  • Start
  • Prev
  • 123
  • 124
  • 125
  • 126
  • 127
  • 128
  • 129
  • 130
  • 131
  • 132
  • Next
  • End

Odiaray Odiaray

 

 

Abhishek Mohanty

mobile 9861575227

Bhubaneswar

odisharaynews@gmail.com

mohanty.abhisek2010@gmail.com

 
Order Now
Footer Home Banner
Copyright © All Rights Reserved. Bootstrap is a front-end framework of Twitter, Inc. Code licensed under Apache License v2.0. Font Awesome font licensed under SIL OFL 1.1.