ଅନନ୍ତ ମହାପାତ୍ରଙ୍କୁ କବି ଅନନ୍ତ ପଟ୍ଟନାୟକ ସୃଜନୀ ସମ୍ମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଉତ୍କଳ ସାହିତ୍ୟ ସମାଜ ଓ ଅନନ୍ତ ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ କବି ଅନନ୍ତ ପଟ୍ଟନାୟକ ସ୍ମୃତିସଂଧ୍ୟା ଜୁନ୍ ୨୫ ତାରିଖରେ ଅନୁଷ୍ଠାନର ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜନ କରାଯାଇଛି। ଏହି ଅବସରରେ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ବ ଉତ୍କଳ ରଙ୍ଗମଞ୍ଚର ପ୍ରତିଷ୍ଠାତା ଅନନ୍ତ ମହାପାତ୍ରଙ୍କୁ କବି ଅନନ୍ତ ପଟ୍ଟନାୟକ ସୃଜନୀ ସମ୍ମାନ-୨୦୨୬ ପ୍ରଦାନ କରାଯିବ। ଏହି ଉତ୍ସବରେ ସମ୍ବାଦ-ଆମ ଓଡ଼ିଶାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ‘କବି ଅନନ୍ତ ପଟ୍ଟନାୟକଙ୍କ ଦୃଷ୍ଟିରେ କବିତା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ମୁଖ୍ୟ ଡକ୍ଟର ସଂଜିତ ମିଶ୍ର। ଏଥିରେ କବି ପିନାକୀ ସିଂହ, ସୁଶାନ୍ତ ମହାପାତ୍ର, ସଞ୍ଜୟ ପରିଜା, ସୁଚେତା ନନ୍ଦ କବିତା ପାଠ କରିବେ ବୋଲି ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଏବଂ କବି ଅନନ୍ତ ପଟ୍ଟନାୟକ ସ୍ମୃତି ସଂସଦର ସଂପାଦକ ବିଜୟ କୁମାର ପଢ଼ିହାରୀ ଓ ମୈତ୍ରେୟୀ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

powered by social2s