ଭୁବନେଶ୍ୱର : ଚେନ୍ନାଇରେ ଘଟିଥିବା ଦୁର୍ଭାଗ୍ୟଜନକ ଗ୍ୟାସ ଲିକ୍ ଘଟଣା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଟିମ୍ ଚେନ୍ନାଇରେ ପହଞ୍ଚିଛନ୍ତି। ଟିମ୍ର ନେତୃତ୍ୱ ନେଉଥିବା ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେଶ ଅଗ୍ରୱାଲାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ମୃତ ଶ୍ରମିକଙ୍କ ମୃତଦେହ ଗତକାଲି ରାତିରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ତାଙ୍କର ବ୍ୟବଚ୍ଛେଦ ପରୀକ୍ଷା (ପୋଷ୍ଟମର୍ଟମ) କରାଯିବ। ଦୁର୍ଘଟଣାରେ ଦୁଇ ଓଡ଼ିଶାର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଓଡ଼ିଶା ଟିମ୍ର ସଦସ୍ୟ ଶ୍ରୀ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ କରିବେ। ଶ୍ରୀ ରାଜେଶ ଅଗ୍ରୱାଲା ଏବଂ ଶ୍ରୀ ବି.ବି. ଆଚାର୍ଯ୍ୟ ଚେନ୍ନାଇରେ ପହଞ୍ଚିବା ପରେ ତିରୁଭାଲ୍ଲୁର ଅଭିମୁଖେ ଯିବେ। ସେଠାରେ ଚିକିତ୍ସାଧୀନ ଆହତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରାଯିବ। କେତେକ ଆହତଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି। ଅନ୍ୟ ଜଣେ ମୃତ ଶ୍ରମିକଙ୍କ ମୃତଦେହ ମଧ୍ୟ ବର୍ତ୍ତମାନ ତିରୁଭାଲ୍ଲୁରରେ ରହିଛି। ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ ଏକ ମଣ୍ଡପ/କମ୍ୟୁନିଟି ହଲ୍ରେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଚେନ୍ନାଇ ଏବଂ ତିରୁଭାଲ୍ଲୁରର ବରିଷ୍ଠ ଶ୍ରମ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ଜାରି ରହିଛି। ପରବର୍ତ୍ତୀ ଆଦ୍ୟତନ ସୂଚନା ପାଇଁ ଦିଆଯିବ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି l
ଚେନ୍ନାଇରେ ଘଟିଥିବା ଦୁର୍ଭାଗ୍ୟଜନକ ଗ୍ୟାସ ଲିକ୍: ଓଡ଼ିଶାର ଦୁଇ ମହିଳା ମୃତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

