ଭୁବନେଶ୍ୱର: ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟର ପ୍ରଲୁବ୍ଧ ଲୋକକଳାର ପ୍ରଚାର ଓ ପ୍ରସାର ପାଇଁ ପ୍ରତ୍ୟେକ ମାସରେ ଗୋଟେ ଦିନ ରବୀନ୍ଦ୍ର ମଣ୍ଡପ ଠାରେ "ଆମ ଲୋକକଳା ଆମ ସଂସ୍କୃତି" ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।
ଏବର୍ଷ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆୟୋଜିତ ହେଇଥିବା ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ବିଭାଗ ତରଫରୁ ଏହି ସ୍ୱତନ୍ତ୍ରତାର ମହୋତ୍ସବ ପାଳନ କୁ ଚିରସ୍ମରଣୀୟ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ (ଭା.ପ୍ର.ସେ),ନିର୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ(ଭା.ପ୍ର.ସେ), ସ୍ୱତନ୍ତ୍ର ଶାସନ ସଚିବ ରାମ କୃଷ୍ଣ ସାହୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଲବିଶୋଇ ଓ ରାଜ୍ୟ କଳାକାର ମହାସଂଘ ଉପସଭାପତି ଶ୍ରୀଯୁକ୍ତ ଅବନୀ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ ର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।
ଖୋର୍ଦ୍ଧା ର ମହିଳା ପାଇକ ଆଖଡା ଓ ମୟୁରଭଞ୍ଜ ର ଛଉ ନୃତ୍ୟ କଳାକାରଙ୍କ ଦ୍ବାରା ପରିବେଷିତ କାର୍ଯ୍ୟକ୍ରମ ଟି ବେଶ ମନଲୋଭା ହୋଇଥିଲା।କୋଭିଡ-୧୯ ନିୟମ ମାନି ସ୍ବଳ୍ପ ଦର୍ଶକଙ୍କୁ ନେଇ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମ ର ସିଧାପ୍ରାସାରଣ କୁ ଘରେ ବସି ଅନେକ ଦର୍ଶକ ବିଭାଗର ଅଫିସିଆଲ ଫେସବୁକ ପେଜ ଓ ୟୁଟ୍ୟୁବ ଚ୍ୟାନେଲ ରେ ଦେଖିଥିଲେ।
ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଲବିଶୋଇ ଧନ୍ୟବାଦ ଅର୍ପଣ କରିବା ସହ ଦେଶର ସ୍ୱାଧୀନତା ପ୍ରାପ୍ତି ପାଇଁ ବଳିଦାନ ଦେଇଥିବା ସମସ୍ତ ବରପୁତ୍ର ମାନଙ୍କ ସ୍ମୃତିଚାରଣ କରିଥିଲେ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ "ଆଜାଦି କା ଅମୃତ ମହୋତ୍ସବ ପାଳିତ"
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

