ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟ ଆରମ୍ଭ; ପ୍ରଥମ ଦିନରେ ୩୪ ଡବଲ ଓ ୫୪ ଶିଙ୍ଗଲ ମ୍ୟାଚ ଅନୁଷ୍ଠିତ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ରାଜ୍ୟସ୍ତରୀୟ କ୍ୟାରମ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ ୩୪ ଟି ଡବଲ ଓ ୫୪ ଟି ଶୀଙ୍ଗିଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ମୁଖ୍ୟ ଅତିଥି ଭାବେ ଓଲମ୍ପିଆନ ଅନୁରାଧା ବିଶ୍ବାଳ, ସୁଧୀର ମହାନ୍ତି, ସହୀଦ ନଗର ଦୁର୍ଗାପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର, ମା ଭୁବନେଶ୍ଵରୀ କ୍ଲବ ସଭାପତି ଉମା ନାଥ ମିଶ୍ର, ସମ୍ପାଦକ ଚନ୍ଦନ ରାୟ ପଟ୍ଟନାୟକ, ଉପଦେଷ୍ଟା ବିଭୁଦତ୍ତ ଦାସ ଓ କ୍ଲବର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ।

 

ଆଜିର ଖେଳ ଗୁଡିକୁ ଜାତୀୟ ରେଫ୍ରୀ ଓ  ଅମ୍ପେୟାର ସୁନିଲ ପଟନାୟକ, ଲକ୍ଷ୍ମୀକାନ୍ତ ମିଶ୍ର ଓ ବି ବି ସେନାପତି ପରିଚାଳନା କରିଥିଲେ।

 

ଆଜି ମ୍ୟାଚ ଗୁଡ଼ିକରେ ଭୁବନେଶ୍ୱର, ଖୋର୍ଦ୍ଧା ବାଙ୍କୀ ସୁନ୍ଦରଗଡ, ଜଟଣୀ, କଟକ ଓ ଏଜି ଅଫିସର ପ୍ରତିଯୋଗୀ ମାନେ ଖେଳିଥିଲେ, ଖେଳ ଗୁଡ଼ିକ ବହୁ ଆକର୍ଷଣୀୟ ହୋଇଥିଲା।

 

 

powered by social2s