ନବାଗତା ନାୟିକା ସ୍ନେହା

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଓ-ଟାଉନରେ ପାଦ ରଖିବାକୁ ଯାଉଛନ୍ତି ଆଉ ଜଣେ ନବାଗତା ।

ନାଁ ତାଙ୍କର ସ୍ନେହା । ଅନିଶ ଏଣ୍ଟରଟେନମେଣ୍ଟ ବ୍ୟାନରରେ ମୁକ୍ତିଲାଭ କରିବାକୁ ଯାଉଥିବା ମ୍ୟୁଜିକ ଭିଡିଓ "ଚାରୁଚିତ୍ରଲେଖା" ରେ ସେ ନଜର ଆସିବେ । ଆକର୍ଷଣୀୟ ଚେହେରା ସାଙ୍ଗକୁ ସହଜ ସରଳ ଅଭିନୟ ତାଙ୍କ ଦକ୍ଷତାକୁ ପ୍ରମାଣିତ କରିଛି ।

 ଏହା ପୂର୍ବରୁ ସ୍ନେହା ୨୦୨୦ ମସିହାରେ ମିସ୍ ବେଙ୍ଗଲ ଟାଇଟଲ ବିଜୟିନୀ ହୋଇଛନ୍ତି । କେବଳ ସେତିକି ନୁହେଁ ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ବେଶ ସକ୍ରିୟ ରହିଛନ୍ତି । ତାଙ୍କୁ ଓବାକୁ, ରୋମଗ, ତାନିସ, ଅଞ୍ଜଳି ଜୁଏଲର୍ସ,ଜିକେ ଶାମ୍ପୁର ବିଜ୍ଞାପନ ଛବିରେ ଦେଖିବାକୁ ମିଳିଛି । ତେବେ ସ୍ନେହାଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛନ୍ତି ପ୍ରଯୋଜକ ତପନ ଦାଶ। "ଚାରୁଚିତ୍ରଲେଖା"ରେ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ଅଙ୍କିତ

ପଟ୍ଟନାୟକ। ଉଭୟଙ୍କ ଯୋଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ।

ଚାରୁଚିତ୍ରଲେଖା' ଏକ ଭିନ୍ନଧର୍ମୀ ମ୍ୟୁଜିକ ଭିଡିଓ ହୋଇଥିବା

ବେଳେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବନିଗୌରବ ।

ଗୀତରଚନା କରିଛନ୍ତି ବାପୁ ଗୋସ୍ୱାମୀ । କୁଲଦୀପ ପଟ୍ଟନାୟକ କଣ୍ଠରେ ଏହାକୁ ରେକର୍ଡ କରାଯାଇଥିବା ବେଳେ କୋରିଓଗ୍ରାଫି

ସାଙ୍ଗକୁ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି କୟା ବିଶ୍ୱାସ ।

କ୍ୟାମେରା ପରିଚାଳନା କରିଛନ୍ତି ସର୍ବେଶ୍ବର ଦାସ । ଓଡିଶା ଏବଂ ଓଡିଶା ବାହାରେ ବିଭିନ୍ନ ମନୋରମ ପୂର୍ଣ୍ଣ ସ୍ଥାନରେ ଏହାର ଚିତ୍ରଗ୍ରହଣ କରାଯାଇଛି । ଏହି ମ୍ୟୁଜିକ୍ ଭିଡିଓର ସଫଳତାକୁ ନେଇ ସ୍ନେହା ବେଶ୍ ଆଶାବାଦୀ ଥିବାବେଳେ ଅନିଶ ଏଣ୍ଟରଟେନ୍‌ମେଣ୍ଟର ନିର୍ମାଣାଧୀନ ଚଳଚ୍ଚିତ୍ର ‘ମାୟାବୀ'ରେ ମଧ୍ୟ ସେ ଅଭିନୟ କରୁଛନ୍ତି ।

powered by social2s