ସାବିତ୍ରୀ ବ୍ରତ ଅବସରରେ ରିଲିଜ ହେଲା "ପୁରୁଣା ଚିଠି"

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାରିପଦା : - ବେଦି ସିନେ ପ୍ରଡକ୍ସନ୍ ର ୨୪ତମ ଅବଦାନ "ପୁରୁଣା ଚିଠି" କାହାଣୀ ଆଲବମ ଆଜି ସାବିତ୍ରୀ ବ୍ରତ ଅବସରରେ ରିଲିଜ ହେଇସାରିଛି । "ସବୁସରିଗଲା ସବୁ ଚାଲିଗଲା ରହିଗଲା କେବଳ ତୋମ ପୁରୁଣା ଚିଠି ତୋମ ପୁରୁଣା ଚିଠି" ଏହି ସୁନ୍ଦର ଆଲବମରେ ଏମିତି ଏକ ପ୍ରେମ କାହାଣୀ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଆପଣ କେବେ କେଉଁଠି ଦେଖିନଥିବେ ବୋଲି ଡ଼ାଇରେକ୍ଟର ଓ ଲେଖକ ମିଲନ ବେଦୀ ପ୍ରକାଶ କରିଛନ୍ତି। ଏହି ଭିଡିଓଟି ଏକ ଦୁଃଖଦାୟକ କାହାଣୀ ସଂଗୀତ ଅଟେ। ଭୀର ଓ ସିମ୍ରାନ ଏହି ସଂଗୀତରେ ହିରୋ ଓ ହିରୋଇନ ଚରିତ୍ରରେ ସୁନ୍ଦର ପରିବେଷଣ କରିଛନ୍ତି। ମିଲନ ବେଦୀ ଖୁବ ସୁନ୍ଦର ଭାବରେ କାହାଣୀକୁ ସଜେଇଥିବା ବେଳେ ଡିଓପି ଚିନ୍ମୟ, ପୋଷ୍ଟର ଡିଜାଇନ୍ ଓ ଏଡିଟିଂ ର ଭାର ପ୍ରେମ ବେଦୀ ଖୁବ ସୁନ୍ଦର ଭାବରେ ସମ୍ଭାଳିଛନ୍ତି। ପ୍ରଡ଼କସନର ଭାର ସମ୍ଭାଳିଛନ୍ତି ଦେବବ୍ରତ ଦେ, ସହକାରୀ ନିର୍ଦ୍ଦେଶକ ସିଦ୍ଧାର୍ଥ ପଣ୍ଡା, ମେଡ଼ିଆ ପାର୍ତ୍ନେର୍ ଦୀପଟୋଗ୍ରାଫ୍ୟ, ସପୋର୍ଟିଙ୍ଗ ପାର୍ଟନର ଦେଵ ଫୋଟୋଗ୍ରାଫ୍ୟ, ମର୍କେତିଙ୍ଗ୍ ବିଭାଗ କ୍ରିଷ୍ଣା ଖୁବ ସୁନ୍ଦର ଭାବରେ ସମ୍ଭାଳିଛନ୍ତି। ଏହି ଭିଡ଼ିଓକୁ ଅଧିକରୁ ଅଧିକ ଦେଖି ବହୁତ ଭଲ ପାଇବା ଦେବାକୁ ପ୍ରଡକ୍ସନ୍ ପକ୍ଷରୁ କରାଯାଇଛି।

powered by social2s