ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ ରିଲିଜ୍ ହୋଇଥିବା ବେଳେ ରଥଯାତ୍ରାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି । 
 
ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା, ପ୍ରିୟା , ରାଗିଣୀଙ୍କୁ ରୋମାନ୍ସ ଦେଖିବାକୁ ମିଳିବ । ବିବାହ ପରେ ଓଲିଉଡରୁ ଏକପ୍ରକାର ଦୂରେଇ ଯାଇଥିବା ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି ସିନେମାରେ କମବ୍ୟାକ୍ କରିଛନ୍ତି । ଅନେକ ଦିନ ପରେ ଅମ୍ଳାନଙ୍କ ସହ ରିୟାଙ୍କ ଅନସ୍କ୍ରିନ୍ ରୋମାନ୍ସ ଓଡିଆ ଦର୍ଶକଙ୍କୁ ମତୁଆଲା କରିବା ଥୟ । ସେହିଭଳି ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି,ରିପନ, ବିନୋଦ,ଅଜୟ ପ୍ରଧାନ,ଧାରାଶ୍ରୀ ପ୍ରମୁଖ ନଜର ଆସିଛନ୍ତି ।
 
ଖଗେଶ୍ୱର ଶେଜପଡାଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ପ୍ରଯୋଜନା ଭାର  ବ୍ୟୋମକେଶ ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏସ ଦିଲିପ୍ ପଣ୍ଡା । କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ର ର ଟ୍ରେଲର ଅଧିକ ଲୋକପ୍ରିୟତା ହାସଲ କରିସାରିଛି ସଂପୂର୍ଣ୍ଣ ଚଳଚ୍ଚିତ୍ର ଟି ନିଶ୍ଚୟ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ର ସିଇଓ ରୂପାଲି ଦ୍ବିବେଦୀ ଆଶାବାଦୀ।
ବୈଦ୍ୟନାଥ ଦାସଙ୍କ ସିନେମାର ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର ର ଗୀତ ଓ ଭିଡିଓ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ ରେ ପ୍ରଚାରିତ ହୋଇ ଲୋକପ୍ରିୟତା ହାସଲ କରିସାରିଛି।
 
 
 
Attachments area
 
 
 
powered by social2s