ଭୁବନେଶ୍ୱର: ବିଶେଷ ପିଲାମାନଙ୍କ ଅଭିଭାବକ ସଂଘ, ଓଡ଼ିଶାର ଆନୁକୂଲ୍ୟରେ ଆଜି ଉତ୍କଳ ଦିବସ ପିଲାମାନଙ୍କ ସହ ଆମ ଚିନ୍ତାମଣିଶ୍ବରରେ ଅବସ୍ଥିତ "ଆଶା ଧନ୍ଦାମୂଳକ କେନ୍ଦ୍ରରେ" ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି। ଦୀପ ପ୍ରଜ୍ଜ୍ୱଳନ କରି ପିଲାମାନେ "ବନ୍ଦେ ଉତ୍କଳ ଜନନୀ" ଗାନ କରିଥିଲେ । ମହାଶୟା ସୁଭାଗିନୀ ସାହୁ ଓ ଭାରତୀ ପରିଡ଼ା ବିଶେଷ ପିଲାମାନଙ୍କୁ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ସହଯୋଗୀ ଲକ୍ଷ୍ମୀପ୍ରିୟା ଓଝ। ଧନ୍ୟବାଦ ଅର୍ପଣ କରିଥିଲେ। ଏ ବିଶେଷ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ତାଙ୍କୁ ମଧ୍ୟ ସାଧାରଣ ପିଲାଙ୍କ ପରି ଆମ ପାରିପାର୍ଶ୍ବିକ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଅବଲୋକନ କରାଇବାର ଏ ଅନୁଷ୍ଠାନର ମୂଖ୍ୟ ଉଦ୍ଦେଶ୍ୟ।
powered by social2s