ଭୁବନେଶ୍ୱର: ଉତ୍କଳ ଦିବସ ଟି ଭୁବନେଶ୍ୱର ଉପକଣ୍ଠରେ ଥିବା ଏକ୍ରୋପାଲିସ( ଗୋଠପଟଣା) ଏଲ୍ ବ୍ଳକ୍ ରେ ପାଳନ କରାଯାଇଛି।ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି ଦିନରେ ଓଡ଼ିଆ ମାନଙ୍କର ପୂର୍ବ ପରମ୍ପରା କୁ ମନେପକେଇ ଉତ୍କଳୀୟ ଦିବସକୁ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଝିଅ ,ପୁଅ, ମାନଙ୍କୁ ନେଇ କେତେକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । କୌତୁକ ପୋଷାକ ପରିଧାନ, ଚିତ୍ରଙ୍କନ ଓ କୁଇଜ୍ ହୋଇଥିଲା ପିଲାମାନଙ୍କ ପାଇଁ ଓଡ଼ିଆ ନାଚ, ଭଜନ ଏବଂ ଚିତ୍ରଙ୍କନ ବି ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ସମସ୍ତ ପ୍ରତିଯୋଗୀ ମାନେ ଯୋଗଦାନ କରିଥିଲେ। ଏକ୍ରୋପାଲିସ ର କମିଟି ମେମ୍ବର ର ମୁଖ୍ୟ ଶ୍ରୀ ଏ କେ ବିଶ୍ୱାଳଙ୍କ ସହିତ Owners Association ର ସମସ୍ତ ମେମ୍ବର ମାନେ ଅତିଥି ଭାବେ ଦୀପ ପ୍ରଜ୍ବଳନ କରି ସ୍ୱାଗତ ଗାନ କରାଯାଇଥିଲା। ମହିଳା ମାନଙ୍କ ଦ୍ଵାରା (ବନ୍ଦେ ଉତ୍କଳ ଜନନୀ) ରୁ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଯେଉଁମାନେ ପ୍ରଥମ,ଦ୍ୱିତୀୟ, କୃତି ପ୍ରତିଯୋଗୀ ମାନଙ୍କୁ ଉପହାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦେଶ୍ୟ ଥିଲା ଓଡ଼ିଶାର ମହାନ ସଂସ୍କୃତି ଓ ପରମ୍ପରା କୁ ପୁନଃଜିବିତା କରିବା ସହିତ ଏହି ସଂସ୍କୃତି କୁ ଆଗେଇ ନେବାରେ ସହାୟକ ହେବ। ବହୁ ମାତ୍ରାରେ ରେ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ହୋଇପାରିଛି। i ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା। ମହିଳା ମାନଙ୍କ ସହଯୋଗ ରେ ଏବଂ ଓନେର୍ ଏସୋସିଏସନ ଙ୍କ ମିଳିତରେ ପ୍ରୋଗ୍ରମଟିକୁ ପରିଚାଳନା କରି କୃତକାର୍ଯ୍ଯ ହୋଇପାରିଛି। ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ଆମ ସଂସ୍କୃତି ଆମ ପରମ୍ପରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s