କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଭାଗବତପୁର ବାଲିଆ ସ୍ଥିତ ଭଗବତି ମଣ୍ଡପ ଠାରେ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୮ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଧୁମିଳନ ଓ ପୂଜ୍ୟ ଗୁରୁଙ୍କ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଗୁରୁବନ୍ଦନା, ସମ୍ବର୍ଦ୍ଧନା ପରେ ସମସ୍ତେ ସ୍କୁଲ୍ ଜୀବନର ସ୍ମୃତିଚାରଣ କରିଥିଲେ l ଦିବଂଗତ ଗୁରୁ ଓ ସାଥୀ ମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ୨୬ ବର୍ଷ ପରେ ଏପରି ଏକ ଉତ୍ସବରେ ଗୁରୁମାନଙ୍କ ସହ ଛାତ୍ରଛାତ୍ରୀ ମାନେ ଅତ୍ୟନ୍ତ ଆନନ୍ଦିତ ଓ ଭାବବିହ୍ୱଳ ହେବା ଦେଖାଯାଇଥିଲା l ଶେଷରେ ଏକ ବିରାଟ ଶୋଭାଯାତ୍ରା ରେ ଗୁରୁମାନଙ୍କୁ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଲିଆ ହାଟ ଲୋକନାଥ ମହାଦେବଙ୍କ ପାଖକୁ ନିଆଯାଇଥିଲା l ୧୯୯୮ ବ୍ୟାଚ୍ ଛାତ୍ରଛାତ୍ରୀ ଏପରି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି l
powered by social2s