ବେଗୁନିଆପଡା,୧୭/୦୨(ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ପକ୍ଷରୁ ଲୋକଙ୍କୁ ସଚେତନତା ସକାଶେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । କ୍ଷୁଦ୍ର ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ କୋଦଳା ସମେତ ବେଗୁନିଆପଡା ବଜାର ରେ ଏହି ରାଲି ପରିକ୍ରମା କରିଥିଲା । ସଡ଼କ ସୁରକ୍ଷା ଜୀବନ ରକ୍ଷା, ଟ୍ରାଫିକ ପୋଲିସ ଆପଣଙ୍କ ବନ୍ଧୁ,୧୮ବର୍ଷ ରୁ କମ ପିଲା ଗାଡି ଚଳାଇବା ଅପରାଧ,ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ ସମେତ ବିଭିନ୍ନ ସଚେତନ ମୂଳକ ପ୍ଲାକାର୍ଡ ଧରି କଲେଜ ଛାତ୍ର ଛାତ୍ରୀ,କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ର ସମସ୍ତ ପୋଲିସ କର୍ମକର୍ତ୍ତା ଉକ୍ତ ରାଲିରେ ବାହାରିଥିଲେ । ଉକ୍ତ ସଚେତନତା ରାଲିରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା,ଏସଆଇ ଅନିଲ କୁମାର ସାହୁ, ଆରତୀ ପରିଡା ଏବଂ ଏଏସଆଇ ମହେଶ୍ୱର ବେହେରା ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
powered by social2s

